Pavel Antov Death: ଓଡ଼ିଶାରେ ମିଳିଲା ପୁଟିନଙ୍କ ସମାଲୋଚକ ପାଭେଲ୍ ଆଣ୍ଟୋଭଙ୍କ ମୃତଦେହ, ଋଷ-ୟୁକ୍ରେନ ଯୁଦ୍ଧ ଉପରେ ଦେଇଥିଲେ ବଡ଼ ବୟାନ
Advertisement

Pavel Antov Death: ଓଡ଼ିଶାରେ ମିଳିଲା ପୁଟିନଙ୍କ ସମାଲୋଚକ ପାଭେଲ୍ ଆଣ୍ଟୋଭଙ୍କ ମୃତଦେହ, ଋଷ-ୟୁକ୍ରେନ ଯୁଦ୍ଧ ଉପରେ ଦେଇଥିଲେ ବଡ଼ ବୟାନ

Pavel Antov Death: ଶନିବାର ଏହି ଘଟଣାର ଦୁଇ ଦିନ ପୂର୍ବରୁ ହୋଟେଲରେ ହୃଦଘାତରେ ତାଙ୍କର ଜଣେ ସାଥୀଙ୍କର ମୃତ୍ୟୁ ହୋଇଥିଲା । ଏହି ଦୁଇଟି ଘଟଣା ନା କେବଳ ଲଗାତର ହେଉଥିବା ଋଷର କୋଟିପତିଙ୍କ ମୃତ୍ୟୁ ଦିଗକୁ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି, ବରଂ ଋଷ ରାଷ୍ଟ୍ରପତି ପୁଟିନଙ୍କୁ ନେଇ ଆଣ୍ଟୋଭ ଯେଉଁ ବୟାନ ଦେଇଥିଲେ ତାହା ମଧ୍ୟ ଆଲୋଚନା ହେଉଛି ।

Pavel Antov Death: ଓଡ଼ିଶାରେ ମିଳିଲା ପୁଟିନଙ୍କ ସମାଲୋଚକ ପାଭେଲ୍ ଆଣ୍ଟୋଭଙ୍କ ମୃତଦେହ, ଋଷ-ୟୁକ୍ରେନ ଯୁଦ୍ଧ ଉପରେ ଦେଇଥିଲେ ବଡ଼ ବୟାନ

Pavel Antov Death: ଋଷର ରାଷ୍ଟ୍ରପତି (Russian President) ଭ୍ଲାଦିମିର ପୁଟିନ (Valdimir Putin) ଙ୍କ ସମାଲୋଚକ ପାଭେଲ ଆଣ୍ଟୋଭ (Pavel Antov) ଙ୍କ ନିଧନ  ହୋଇଯାଇଛି । ଓଡିଶାର ରାୟଗଡ଼ା ସ୍ଥିତ ଏକ ହୋଟେଲ ଝରକାରୁ ତଳେ ଖସି ପଡ଼ିଯିବା ପରେ ତାଙ୍କର ମୃତ୍ୟୁ ଘଟିଛି । ଶନିବାର ଏହି ଘଟଣାର ଦୁଇ ଦିନ ପୂର୍ବରୁ ହୋଟେଲରେ ହୃଦଘାତରେ ତାଙ୍କର ଜଣେ ସାଥୀଙ୍କର ମୃତ୍ୟୁ ହୋଇଥିଲା । ଏହି ଦୁଇଟି ଘଟଣା ନା କେବଳ ଲଗାତର ହେଉଥିବା ଋଷର କୋଟିପତିଙ୍କ ମୃତ୍ୟୁ ଦିଗକୁ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି, ବରଂ ଋଷ ରାଷ୍ଟ୍ରପତି ପୁଟିନ (Putin) ଙ୍କୁ ନେଇ ଆଣ୍ଟୋଭ ଯେଉଁ ବୟାନ ଦେଇଥିଲେ ତାହା ମଧ୍ୟ ଆଲୋଚନା ହେଉଛି ।

ଋଷର ସବୁଠାରୁ ଧନୀ (Russian Millionaire) ବ୍ୟକ୍ତି ଫେବୃଆରୀରେ ରୁଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବାର ପ୍ରାୟ ଚାରି ମାସ ପରେ ପୁଟିନ (Putin) ଙ୍କୁ ସମାଲୋଚନା କରିଥିଲେ । କୀଭରେ ଋଷ ଦ୍ୱାରା କରାଯାଉଥିବା ଏୟାର ଷ୍ଟ୍ରାଇକକୁ ପାଭେଲ ଆଣ୍ଟୋଭ (Pavel Antov) ଋଷର ଆତଙ୍କ ବୋଲି କହିଥିଲେ ଓ ଏହି ଆକ୍ରମଣରେ ୟୁକ୍ରେନ ନାଗରିକଙ୍କୁ ହତ୍ୟା କରାଯାଉଛି ବୋଲି ସେ କହିଥିଲେ । ଋଷର କ୍ଷେପଣାସ୍ତ୍ର ଆକ୍ରମଣ ସମ୍ପର୍କରେ ସୂଚନା ବାଣ୍ଟି ପାଭେଲ ଆଣ୍ଟୋଭ (Pavel Antov) କହିଥିଲେ ଯେ, "ଜଣେ ଝିଅକୁ ଧ୍ୱଂସାବଶେଷ ଭିତରୁ ବାହାର କରାଯାଇଛି । ଝିଅଟିର ବାପାଙ୍କର ମୃତ୍ୟୁ ହୋଇଯାଇଛି । ମା' କ୍ରେନ୍ ସାହାଯ୍ୟରେ ସେହି ଝିଅଟିକୁ ବାହାରକୁ କରିବାକୁ ଚେଷ୍ଟା କରୁଥିବା ଦେଖାଯାଇଛି । ସେ ତଳେ ଫସି ଯାଇଥିଲେ । ସତ କହିବାକୁ ଗଲେ ଏହାକୁ ଆତଙ୍କବାଦଠାରୁ କମ୍ କହିବା କଷ୍ଟକର ।"

ପାଭେଲ ଆଣ୍ଟୋଭ (Pavel Antov) ଏହି ବୟାନ ପରେ ତାଙ୍କୁ ଋଷରେ ମଧ୍ୟ ସମାଲୋଚନା କରାଯାଇଥିଲା । ରାଜନୈତିକ ଚାପ ବଢ଼ିବା ମଧ୍ୟରେ ସେ ତାଙ୍କ ବୟାନ ପ୍ରତ୍ୟାହାର କରି କ୍ଷମା ପ୍ରାର୍ଥନା କରିଥିଲେ । ପରବର୍ତ୍ତୀ ସମୟରେ ନିଜ ମତକୁ ପରିବର୍ତ୍ତନ କରି ସେ ତାଙ୍କ ସୋସିଆଲ ମିଡିଆ ପୋଷ୍ଟକୁ 'ଦୁର୍ଭାଗ୍ୟଜନକ ଭୁଲ ବୁଝାମଣା' ଓ 'ଯାନ୍ତ୍ରିକ ତ୍ରୁଟି' ବୋଲି କହିଥିଲେ । କେବଳ ଏତିକି ନୁହେଁ ଆଣ୍ଟୋଭ ଏହା ମଧ୍ୟ କହିଥିଲେ ଯେ ସେ ସର୍ବଦା ରାଷ୍ଟ୍ରପତି ପୁଟିନଙ୍କୁ ସମର୍ଥନ କରିଆସୁଛନ୍ତି ଓ ପୁଟିନଙ୍କ ସାମରିକ ଲକ୍ଷ୍ୟ ସହ ଛିଡା ଅଛନ୍ତି । ତେବେ ସ୍ଥାନୀୟ ସାମ୍ବାଦିକମାନେ ତାଙ୍କୁ ବିରୋଧ ଜାରି ରଖିଥିଲେ ।

ଅଧିକ ପଢ଼ନ୍ତୁ:-୨୦୨୪ ଲୋକସଭା ନିର୍ବାଚନରେ ଏହି ଆସନରୁ ନିର୍ବାଚନ ଲଢ଼ିବେ ​​ପ୍ରିୟଙ୍କା ଗାନ୍ଧୀ! କଂଗ୍ରେସ ପ୍ରସ୍ତୁତ କଲା ଖାସ୍ ପ୍ଲାନ୍

ଅଧିକ ପଢ଼ନ୍ତୁ:-ପୁରୁଷଙ୍କ ଯୌନ ସମସ୍ୟା ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ଅଁଳା; ଏହି ଉପାୟରେ କରନ୍ତୁ ସେବନ, ମିଳିବ ଆଶ୍ଚର୍ଯ୍ୟଜନକ ଲାଭ

ଅଧିକ ପଢ଼ନ୍ତୁ:-ଦିନିକିଆ ବିଶ୍ୱକପ ୨୦୨୩ରେ ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯିବ ମ୍ୟାଚ୍! ସାମ୍ନାକୁ ଆସିଲା ଏହି ବଡ଼ ଅପଡେଟ୍

ଏହି ଘଟଣା ସମ୍ପର୍କରେ କୋଲକାତାରେ ଥିବା ଋଷର କନସୁଲେଟର ବୟାନ ମଧ୍ୟ ଆସିଛି । ଏଥିରେ ଋଷର କୂଟନୀତିଜ୍ଞ ଆଲେକ୍ସାଇ ଇଦାମକିନ୍ କହିଛନ୍ତି ଯେ, ଆଣ୍ଟୋନୋଭ୍ ଓଡିଶାର ରାୟଗଡର ଏକ ହୋଟେଲରୁ ଖସିପଡି ମୃତ୍ୟୁ ବରଣ କରିଛନ୍ତି । ଆମେ ପୋଲିସର ତଦନ୍ତରେ ସହଯୋଗ କରୁଛୁ ଓ ସମସ୍ତ ତଥ୍ୟ ନେଉଛୁ ।