ହଠାତ୍ ବିମାନର Emergency Gate ଖୋଲିଦେଲେ ଯାତ୍ରୀ, ଆଉ ତାପରେ...
Advertisement

ହଠାତ୍ ବିମାନର Emergency Gate ଖୋଲିଦେଲେ ଯାତ୍ରୀ, ଆଉ ତାପରେ...

ଜଣେ ଯାତ୍ରୀ ବିମାନର ଜରୁରୀକାଳୀନ ଗେଟ୍ ଖୋଲିବା କାରଣରୁ ଗିରଫ ହୋଇଛନ୍ତି ।

ହଠାତ୍ ବିମାନର Emergency Gate ଖୋଲିଦେଲେ ଯାତ୍ରୀ, ଆଉ ତାପରେ...

ନୂଆଦିଲ୍ଲୀ: ଅନେକ ସମୟରେ ବିମାନରେ ଯାତ୍ରା କରିବାବେଳେ କିଛି ଯାତ୍ରୀ ଏପରି କିଛି କାର୍ଯ୍ୟ କରିବସନ୍ତି ଯାହା ଜୀବନକୁ ବିପଦରେ ପକାଇଥାଏ । ବର୍ତ୍ତମାନ ଯେଉଁ ଖବର ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ ତାହା ଥାଇଲାଣ୍ଡର । ଜଣେ ଯାତ୍ରୀ ଚିଆଙ୍ଗ ବିମାନବନ୍ଦରରେ ବିମାନ ଉଡାଣ ପୂର୍ବରୁ ଜରୁରୀକାଳୀନ ପ୍ରସ୍ଥାନ ଗେଟ୍ ଖୋଲି ଦେଇଥିଲେ । ବୁଧବାର ରାତିରେ ଏହି ଘଟଣା ଘଟିଥିଲା ।

ରିପୋର୍ଟ ଅନୁଯାୟୀ, ଜଣେ କାନାଡିୟ ବ୍ୟକ୍ତି ଏପରି କାର୍ଯ୍ୟ କରିଥିଲେ । ପରେ ସ୍ଥାନୀୟ ପୋଲିସ ଦ୍ୱାରା ଗିରଫ କରିଥିଲା । ଯାତ୍ରୀଙ୍କ ଓକିଲଙ୍କ କହିବାନୁଯାୟୀ ସେ, ଯାତ୍ରୀ ଜଣକ ମତିଭ୍ରମ (Hallucination)ରେ ଏହା କରିଥିଲେ । ଏହି ଘଟଣା ଉପରେ ପ୍ରତିକ୍ରିୟା ଦେଇ ଚିଆଙ୍ଗ ମାଇ ବିମାନବନ୍ଦର ନିର୍ଦ୍ଦେଶକ ରୋନାକର୍ନ ଚାଲେର୍ମେସେନାକର୍ନ କହିଛନ୍ତି ଯେ, ଏପରି ଘଟଣା ସାମ୍ନାକୁ ଆସିବା ପରେ ବିମାନଟି ଟର୍ମିନାଲକୁ ଫେରିଥିଲା । ଟେକ୍ନିସିଆନମାନେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ପରେ ବିମାନ ଉଡାଣ ଭରିଥିଲା । ଏହି ଘଟଣା ପାଇଁ ବିମାନ ବନ୍ଦରରେ ୧୨ରୁ ଅଧିକ ବିମାନ ଉଡାଣରେ ପ୍ରଭାବିତ ହୋଇଥିଲା ।
ଜଣେ ବିମାନ ଯାତ୍ରୀଙ୍କ କହିବାନୁଯାୟୀ, ବ୍ୟକ୍ତି ଜଣକ ଜରୁରୀକାଳୀନ ଗେଟ୍ ଖୋଲିବା ପରେ ବିମାନ ଭିତରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା । ଯଦି ବିମାନ ଆକାଶରେ ଉଡୁଥାନ୍ତା ତେବେ ପରିସ୍ଥିତି କଣ ହୋଇଥାନ୍ତା ବୋଲି ଯାତ୍ରା ଜଣକ ପ୍ରସ୍ନ କରିଥିଲେ । 

ଆପଣଙ୍କୁ କହିରଖୁଛୁ ଯେ, ଗତ ମାସରେ ଏକ ବିମାନର ଜରୁରୀକାଳୀନ କବାଟ ଖୋଲି ଡେଣା ଉପରେ ଚାଲିବା ପରେ ମେକ୍ସିକୋ ପୋଲିସ୍ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା । କିଛି ଦିନ ପୂର୍ବରୁ ବ୍ରାଜିଲରୁ ମଧ୍ୟ ଏଭଳି ଏକ ଘଟଣା ସାମ୍ନାକୁ ଆସିଥିଲା। ଯେଉଁଥିରେ ଜଣେ ଯାତ୍ରୀ ବିମାନର କାର୍ଗୋ କବାଟ ଖୋଲି ଭିଡିଓ ରେକର୍ଡ କରିଥିଲେ ବୋଲି ଅଭିଯୋଗ ହୋଇଥିଲା ।

Also Read- ଫେବୃଆରୀରୁ ମିଳିବ ବର୍ଦ୍ଧିତ ମଧୁବାବୁ ପେନସନ ଟଙ୍କା

Also Read- Surya Gochar 2024: ବର୍ଷେ ପରେ କୁମ୍ଭରେ ପ୍ରବେଶ କରିବେ ସୂର୍ଯ୍ୟ, ଏହି ୪ଟି ରାଶିକୁ ଅଧିକ ଲାଭ !