MP Suspension India: ସାଂସଦ ନିଲମ୍ବନରେ ରେକର୍ଡ ଭାଙ୍ଗିଲା ସଂସଦ; ବିଦା ହେଲା ୬୫ ସଦସ୍ୟ
Advertisement
Article Detail0/zeeodisha/odisha2017013

MP Suspension India: ସାଂସଦ ନିଲମ୍ବନରେ ରେକର୍ଡ ଭାଙ୍ଗିଲା ସଂସଦ; ବିଦା ହେଲା ୬୫ ସଦସ୍ୟ

Parliament Winter Session 2023 MP Suspension: ଶୀତ କାଳୀନ ଅଧିବେଶନରେ ହଙ୍ଗାମା କରିବା ଅଭିଯୋଗରେ ମୋଟ ୬୫ ସାଂସଦଙ୍କୁ ନିଲମ୍ବିତ କରାଯାଇଛି।

MP Suspension India: ସାଂସଦ ନିଲମ୍ବନରେ ରେକର୍ଡ ଭାଙ୍ଗିଲା ସଂସଦ; ବିଦା ହେଲା ୬୫ ସଦସ୍ୟ

Parliament Winter Session 2023: ଶୀତ କାଳୀନ ଅଧିବେଶନରେ ହଙ୍ଗାମା କରିବା ଅଭିଯୋଗରେ ସୋମବାର ରେକର୍ଡ ସଂଖ୍ୟକ ଲୋକସଭା ଏବଂ ରାଜ୍ୟସଭା ସାଂସଦଙ୍କୁ ନିଲମ୍ବନ କରାଯାଇଛି। ଲୋକସଭା ବାଚସ୍ପତି ଓମ ବିର୍ଲା ସମଗ୍ର ଅଧିବେଶନ ପାଇଁ ବିରୋଧି ଦଳର ୩୧ ଜଣ ସାଂସଦଙ୍କୁ ନିଲମ୍ବିତ କରିଛନ୍ତି। ଏହି ସମୟରେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ୩୪ ସାଂସଦଙ୍କୁ ନିଲମ୍ବିତ କରିଛନ୍ତି। ନିଲମ୍ବିତ ହୋଇଥିବା ସାଂସଦଙ୍କ ମଧ୍ୟରେ ଲୋକସଭାରେ କଂଗ୍ରେସ ସଂସଦୀୟ ଦଳ ନେତା ଅଧିର ରଞ୍ଜନ ଚୌଧରୀ ଏବଂ ଡିଏମକେ ନେତା ଟିଆର ବାଲୁ ପ୍ରମୁଖ ସାମିଲ ଅଛନ୍ତି। କଂଗ୍ରେସ ସାଂସଦ ନିଲମ୍ବନ ଘଟଣାରେ ବାଚସ୍ପତି ଗ୍ରହଣ କରିଥିବା କାର୍ଯ୍ୟାନୁଷ୍ଠାନ ଏକଛତ୍ରବାଦୀ ଶାସନ ବୋଲି କହିଛି। ଏହା ସହିତ ସାମ୍ବିଧାନିକ ବିଶେଷଜ୍ଞ କହିଛନ୍ତି ଯେ ଗୃହ କାର୍ଯ୍ୟ ପାଇଁ ଏକ ନିୟମ ପୁସ୍ତକ ରହିଛି। ଯଦି କୌଣସି ସାଂସଦ ଗୃହ କାର୍ଯ୍ୟ ସମ୍ପର୍କିତ ନିୟମ ଉଲ୍ଲଂଘନ କରନ୍ତି ତାହେଲେ ତାଙ୍କୁ ଗୋଟିଏ ଦିନ କିମ୍ବା ସମଗ୍ର ଅଧିବେଶନ ପାଇଁ ନିଲମ୍ବିତ କରାଯାଇପାରିବ।

ଗତ ସପ୍ତାହରେ ନିଲମ୍ବିତ ହୋଇଥିଲେ ୧୩ ସାଂସଦ
ଆପଣଙ୍କୁ କହି ରଖୁଛୁ ଯେ ଶୁକ୍ରବାର ଦିନ ସଂସଦର ସୁରକ୍ଷା ମାମଲାରେ ହଙ୍ଗାମା କରିବାକୁ ନେଇ ବାଚସ୍ପତି ସମଗ୍ର ଅଧିବେଶନ ପାଇଁ ୧୩ ଜଣ ଲୋକସଭା ସାଂସଦଙ୍କୁ ନିଲମ୍ବିତ କରିଥିଲେ। ବିରୋଧି ଦଳର ସାଂସଦ ସୁରକ୍ଷା ପ୍ରସଙ୍ଗରେ ସୋମବାର ଲୋକସଭାରେ ହଙ୍ଗାମା କରିଥିଲେ। ନିଲମ୍ବିତ ସାଂସଦ ନିଲମ୍ବନ ଉଠାଇବାକୁ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ଲୋକସଭାରେ ଦେଇଥିବା ବିବୃତ୍ତି ଶେଷ କରିବାକୁ ଦାବି କରିଥିଲେ। ଶାନ୍ତି ବଜାୟ ରଖିବା ପାଇଁ ବାଚସ୍ପତି ଓମ ବିର୍ଲା ସେମାନଙ୍କୁ ଅନେକ ଥର ଅନୁରୋଧ କରିଥିଲେ। ହେଲେ ବିରୋଧି ଦଳର ସାଂସଦ ଗୃହରେ ହଙ୍ଗାମା କରିବା ଜାରି ରଖିଥିଲେ। 

ସୋମବାର ନିଲମ୍ବିତ ହୋଇଛନ୍ତି ୩୩ ସାଂସଦ
କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସମଗ୍ର ଶୀତକାଳୀନ ଅଧିବେଶନ ପାଇଁ ଗୃହରେ ହଙ୍ଗାମା କରିଥିବା ସମସ୍ତ ସାଂସଦଙ୍କୁ ସମଗ୍ର ଅଧିବେଶନରୁ ନିଲମ୍ବନ କରିବାକୁ ଦାବି କରିଥିଲେ। ଏହି ଆବେଦନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବାଚସ୍ପତି ଓମ ବିର୍ଲା ଲୋକସଭାରୁ ଅଧିର ରଞ୍ଜନ ଚୌଧୁରୀ ଏବଂ ଟିଆର ବାଲୁଙ୍କ ସମେତ ବିରୋଧି ଦଳର ୩୩ ଜଣ ସାଂସଦଙ୍କୁ ନିଲମ୍ବିତ କରିଛନ୍ତି। ଏହି ନୂତନ ଦଣ୍ଡ ସହିତ ଲୋକସଭାରୁ ନିଲମ୍ବିତ ସାଂସଦଙ୍କ ସଂଖ୍ୟା ବର୍ତ୍ତମାନ ୪୬ ହୋଇଛି। ଯେଉଁଠାରେ ରାଜ୍ୟସଭାର ଜଣେ ବିରୋଧୀ ସାଂସଦ ମଧ୍ୟ ଗୃହରେ ହଙ୍ଗାମା କରିବା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି।

କେଉଁ ସାଂସଦ ହୋଇଛନ୍ତି ନିଲମ୍ବିତ 
ବାଚସ୍ପତିଙ୍କ ଦ୍ୱାରା ନିଲମ୍ବିତ ହୋଇଥିବା ସାଂସଦଙ୍କ ମଧ୍ୟରେ ଡିଏମକେ ଏବଂ ଟିଏମସି ପ୍ରତ୍ୟେକ ଦଳରୁ ୯ ଜଣ ସାଂସଦ ଅଛନ୍ତି। ଏହା ବ୍ୟତୀତ ୨ ଆଇଏମୟୁଏଲ ସାଂସଦ, ଆରଏସପି ଏବଂ ଜେଡିୟୁ ପକ୍ଷରୁ ଜଣେ ଲେଖାଁଏ ସାଂସଦଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି। ନିଲମ୍ବିତ ହୋଇଥିବା ସାଂସଦ ହେଉଛନ୍ତି ଦୟାନିଧି ମାରାନ, ଟିଆର ବାଲୁ, କାକୋଲି ଘୋଷ, କେ.ସୁରେଶ, ଏସ.ରାମଲିଙ୍ଗମ, ଗୌରବ ଗୋଗୋଇ, ସୌଗତ ରାୟ, ଏ.ରାଜା, କଲ୍ୟାଣ ବାନାର୍ଜୀ, ସୁନିକଲ କୁମାର ମଣ୍ଡଳ, କୌଶଳେନ୍ଦ୍ର କୁମାର, ପ୍ରତିମା ମଣ୍ଡଳ, ଅଧିର ରଞ୍ଜନ ଚୌଧୁରୀ। 

ମୋଦୀ ସରକାରଙ୍କ ଏକଛତ୍ରବାଦୀ ଶାସନ 
ସାଂସଦଙ୍କ ନିଲମ୍ବନକୁ ନେଇ ପ୍ରତିକ୍ରିୟା ରଖିଛି ମୁଖ୍ୟ ବିରୋଧି ଦଳ କଂଗ୍ରେସ। ଏନେଇ ଦଳ ପକ୍ଷରୁ କୁହାଯାଇଛି ୨୦୨୩ ଡିସେମ୍ବର ୧୮ ତାରିଖ ସୋମବାର ପୁଣିଥରେ ଗୃହରେ ପ୍ରଶ୍ନ ପଚାରିବାରୁ ବିରୋଧି ସାଂସଦଙ୍କୁ ନିଲମ୍ବିତ କରାଯାଇଛି। ଏହା ହେଉଛି ମୋଦୀ ସରକାରଙ୍କ ଏକଛତ୍ରବାଦୀ ଶାସନ। ସଂସଦର ନିରାପତ୍ତାକୁ ନେଇ ବିରୋଧି ଦଳ ସାଂସଦ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ଠାରୁ ଉତ୍ତର ଦାବି କରିଛନ୍ତି।

ଦବାଇ ଦିଆଯାଉଛି ବିରୋଧିଙ୍କ ସ୍ୱର
ଗଣତାନ୍ତ୍ରିକ ପ୍ରକ୍ରିୟାରେ ବିରୋଧିଙ୍କୁ ପ୍ରଶ୍ନ ପଚାରିବାର ଅଧିକାର ରହିଛି। ଏହି ପ୍ରଶ୍ନର ଉତ୍ତର ରଖିବା ହେଉଛି ସରକାରଙ୍କ ଦାୟିତ୍ୱ। ଲୋକଙ୍କ ସ୍ୱରକୁ ଦମନ କରିବା ଏବଂ ଆମର ଗଣତାନ୍ତ୍ରିକ ଅଧିକାରର ଉଲ୍ଲଂଘନ ପାଇଁ ଏହା ହେଉଛି ଏକ ଅତ୍ୟାଚାରକାରୀ ମନୋଭାବ। ହେଲେ ଆମେ ଭୟ କରୁନାହୁଁ। ଆମେ ଲଢେଇ ଜାରି ରଖିବୁ। ମୋଦି ସରକାରଙ୍କୁ ବିରୋଧିଙ୍କ ପକ୍ଷରୁ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ରଖିବାକୁ ହେବ।

ଶେଷ ସୀମାରେ ପହଞ୍ଚିଛି ସରକାରଙ୍କ ଏକଛତ୍ରବାଦୀ ଶାସନ 
ଗୃହରୁ ନିଲମ୍ବିତ ହୋଇଥିବା କଂଗ୍ରେସ ସଂସଦୀୟ ଦଳ ନେତା ଅଧିର ରଞ୍ଜନ ଚୌଧୁରୀ କହିଛନ୍ତି ଯେ ସରକାରଙ୍କ ଏକଛତ୍ରବାଦୀ ଶାସନ ଚରମ ସୀମାରେ ରହିଛି। ବିରୋଧି ସାଂସଦ ଗୃହମନ୍ତ୍ରୀ ଅମିତ ଶାହଙ୍କ ଗୃହରେ ବିବୃତ୍ତି ଏବଂ ସାଂସଦଙ୍କ ଉପରୁ ନିଲମ୍ବନ ଆଦେଶ ହଟାଇବା ପାଇଁ ଦାବି କରିଛନ୍ତି। କେବଳ ଏହି ପ୍ରସଙ୍ଗରେ ବିରୋଧି ଦଳର ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା। ହେଲେ ଏକଛତ୍ରବାଦୀ ଶାସନ ସତ୍ତ୍ୱେ ବିଜେପି ସରକାରଙ୍କ ଇଚ୍ଛା ଅନୁଯାୟୀ ଗୃହ କାର୍ଯ୍ୟ ଚାଲିପାରିବ ନାହିଁ।

ରାଜ୍ୟସଭାରୁ ବିଦା ୩୪ ସାଂସଦ 
କେବଳ ଲୋକସଭା ନୁହେଁ ସୋମବାର ଗୃହରେ ହଙ୍ଗାମା କରିବା ଅଭିଯୋଗରେ ରାଜ୍ୟସଭା ସାଂସଦଙ୍କ ବିରୋଧରେ ଗ୍ରହଣ କରାଯାଇଛି କାର୍ଯ୍ୟାନୁଷ୍ଠାନ। ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ସୋମବାର ସାଂସଦ ପ୍ରମୋଦ ତିୱାରୀ, ଜୟରାମ ରମେଶ, ଅମି ୟାଗନିକ, ନାରାୟଣ ଭାଇ ରାଠୱା, ଶକ୍ତି ସିଂହ ଗୋହିଲ, ରଜନୀ ପାଟିଲ, ସୁଖେନ୍ଦୁ ଶେଖର, ନଦୀମୁଲ ହକ, ଏନ.ଷଣମୁଗାମ, ନାସିର ହୁସେନ୍, ଫୁଲୋ ଦେବୀ ନିୟାମ, ଇମରାନ ପ୍ରତାପ ଗଡ଼ି, ରଣଦୀପ ସୂର୍ଯ୍ୟୱାଲା, ମୌସମ ନୂର, ସମୀରୂଲ ଇସଲାମ, ରଞ୍ଜିତ ରଞ୍ଜନ, କାନିମୋଜି, ଫେୟାଦ ଅଜମଦ, ମନୋଝା, ରାମନାଥ ଠାକୁର, ଅନିଲ ହେଗଡେ,  ବନ୍ଦନା ଚଭନ, ରାମ ଗୋପାଳ ଯାଦବ, ଜାଭେଦ ଅଲ୍ଲୀ ଖାନ, ଜୋସ କେ ମଣି,  ମହୁଆ ମାଞ୍ଝି,  ଅଜିତ ଠାକୁରଙ୍କୁ   ଚଳିତ ଅଧିବେଶନର ଅବଶିଷ୍ଟ ଦିନ ପାଇଁ ଗୃହରେ ହଙ୍ଗାମା କରିବା ଅଭିଯୋଗରେ ନିଲମ୍ବିତ କରାଯାଇଛି।

ସଂସଦରୁ କିପରି ନିଲମ୍ବିତ ହୋଇଥନ୍ତି ସାଂସଦ?
ଲୋକସଭା ରୁଲ ବୁକ୍ ନିୟମ ୩୭୩ ଅନୁଯାୟୀ, ଯଦି କୌଣସି ସଦସ୍ୟ ସଂସଦର ଗୃହ କାର୍ଯ୍ୟ ଚାଲିଥିବା ସମୟରେ ହଙ୍ଗାମା କରିଥାନ୍ତି, ତାହେଲେ ବାଚସ୍ପତି ତାଙ୍କୁ ଗୋଟିଏ ଦିନ ପାଇଁ ନିଲମ୍ବିତ କରିପାରିବେ। ନିୟମ ୩୭୪ ଅନୁଯାୟୀ, ଯଦି ସାଂସଦଙ୍କ ଦୋଷ ବାଚସ୍ପତିଙ୍କ ଦୃଷ୍ଟିକୋଣରେ ଗୁରୁତର ହୋଇଥାଏ, ତାହେଲେ ସେ ତାଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ କିମ୍ବା ସମଗ୍ର ଅଧିବେଶନ ପାଇଁ ନିଲମ୍ବିତ କରିପାରିବେ। ଏହି କାର୍ଯ୍ୟ ରାଜ୍ୟସଭା ରୁଲ୍ ବୁକ୍ ୨୫୫ ଅଧିନରେ ନିଆଯାଇଛି। ଏହି ନିୟମ ଅନୁଯାୟୀ ଦୋଷୀ ସାଂସଦଙ୍କ ବିରୋଧରେ ନିଲମ୍ବନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ।