Papaya Farming: ଭାଗ୍ୟ ବଦଳାଇଦେଲା ଅମୃତଭଣ୍ଡା, ଚାଷରୁ ମିଳିଲା ୧୦ଲକ୍ଷ !
Advertisement
Article Detail0/zeeodisha/odisha1766968

Papaya Farming: ଭାଗ୍ୟ ବଦଳାଇଦେଲା ଅମୃତଭଣ୍ଡା, ଚାଷରୁ ମିଳିଲା ୧୦ଲକ୍ଷ !

Papaya Farming: ଅମୃତଭଣ୍ଡା କଲା ଲକ୍ଷପତି ! ଚାଷ କରି ମାଲେମାଲ୍ ହେଲେ ନୀରଜ ସିଂ !

Papaya Farming: ଭାଗ୍ୟ ବଦଳାଇଦେଲା ଅମୃତଭଣ୍ଡା, ଚାଷରୁ ମିଳିଲା ୧୦ଲକ୍ଷ !

Papaya Farming: ଅମୃତଭଣ୍ଡା ଏକ ଏପରି ଏକ ଫଳ ଯାହା ଅଧିକାଂଶ ବ୍ୟକ୍ତିଙ୍କର ପସନ୍ଦ । ବର୍ଷକ ବାର ମାସ ପର୍ଯ୍ୟନ୍ତ ଅମୃତଭଣ୍ଡା ଫଳ ଉତ୍ପାଦନ କରାଯାଇଥାଏ । ବଜାରରେ ମଧ୍ୟ ଏହା ପ୍ରାୟ ସବୁବେଳେ (Every time) ମିଳିଥାଏ । କେଜି ପିଛା ଅମୃତଭଣ୍ଡାର ମୂଲ୍ୟ ୨୦ରୁ ୪୦ଟଙ୍କା ମଧ୍ୟରେ ରହିଥାଏ । ଓଡ଼ିଶା (Odisha) ସମେତ ବିହାର (Bihar), ଝାରଖଣ୍ଡ, ରାଜସ୍ଥାନ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ହରିୟାଣା, ତାମିଲନାଡୁ ସମେତ ଅନେକ ରାଜ୍ୟରେ କୃଷକମାନେ ଅମୃତଭଣ୍ଡା ଚାଷ କରି ବେଶ୍ ଲାଭବାନ (Profitable) ହୋଇଥାନ୍ତି । ଏହା ଏକ ପ୍ରକାର ଉଦ୍ୟାନ କୃଷି ଫସଲ (Horticultural crops)। ତେଣୁ କିଛି ଲୋକଙ୍କ ବାଡିରେ ମଧ୍ୟ ଅଳ୍ପ କିଛି ଅମୃତଭଣ୍ଡା ଗଛ ଦେଖିବାକୁ ମିଳିଥାଏ । ତାହା ନିଜ ଘରେ ଖାଇବା ସହ ବଳକା ଅମୃତଭଣ୍ଡାକୁ ଲୋକେ ବିକ୍ରି କରିଦେଇଥାନ୍ତି । ଅନେକ ରାଜ୍ୟରେ ଅମୃତଭଣ୍ଡା ଚାଷ ପାଇଁ ସରକାର ବମ୍ପର ସବସିଡି (Bumper Subsidy) ମଧ୍ୟ ପ୍ରଦାନ କରୁଛନ୍ତି। ବିଶେଷକରି ବିହାରର କୃଷକମାନଙ୍କ ମଧ୍ୟରେ ଅମୃତଭଣ୍ଡା ଚାଷ ପାଇଁ ଅଧିକ ଆଗ୍ରହ ରହିଛି । ଦାରବଙ୍ଗା, ସୀତାମାରହି, ହାଜିପୁର, ମଧୁବାଣୀ, ଏବଂ ନାଲଣ୍ଡା ସମେତ ଅନେକ ଜିଲ୍ଲାରେ କୃଷକମାନେ ଅମୃତଭଣ୍ଡା ଚାଷ କରୁଛନ୍ତି। କିନ୍ତୁ ବେଗୁସରାଇ ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ନିଆରା ଘଟଣା । ଜିଲ୍ଲାର ନୀରଜ ସିଂ ନାମକ ଜଣେ ଚାଷୀ ଅମୃତଭଣ୍ଡା ଚାଷ କରି ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ । 

ବିହାର ଚେରିୟା ବାରିପୁର ବ୍ଲକରେ ଅବସ୍ଥିତ ବାଦଖୁରୱା ଗାଁରେ ରହୁଥିବା କୃଷକ ନୀରଜ ସିଂ ଅମୃତଭଣ୍ଡା ଚାଷରୁ ବର୍ଷକୁ ପ୍ରାୟ ୬ ଲକ୍ଷ ଟଙ୍କା ରୋଜଗାର (income) କରୁଛନ୍ତି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହା ଯେ, ଏକ ଟିଭି ଚ୍ୟାନେଲରେ ପ୍ରସାରିତ ଏକ କୃଷି ଭିତ୍ତିକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଦ୍ୱାରା ନୀରଜ ସିଂ ଅମୃତଭଣ୍ଡା ଚାଷ କରିବା ପାଇଁ ଖୁବ ଅନୁପ୍ରାଣିତ ହୋଇଥିଲେ । ଏହା ପରେ ସେ ଚାଷ ସମ୍ପର୍କରେ ଅଧିକ ଗବେଷଣା କରିବା ସହ ଅମୃତଭଣ୍ଡା ଚାଷ ଆରମ୍ଭ କରିଥିଲେ । ବର୍ତ୍ତମାନ ସେ ପ୍ରାୟ ୨ ଏକର ଜମିରେ ଅମୃତଭଣ୍ଡା ଚାଷ କରିଛନ୍ତି । ଅମୃତଭଣ୍ଡା ଚାଷ କରିବା ପାଇଁ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ନୀରଜଙ୍କୁ ଅନେକ ସାହାଯ୍ୟ ମିଳିଥିଲା । ଏପରିକି ଚାଷ କାର୍ଯ୍ୟ ଆରମ୍ଭ କରିବା ପାଇଁ ନୀରଜଙ୍କୁ ଚାରା ମଧ୍ୟ ବଣ୍ଟନ କରାଯାଇଥିଲା । ବର୍ତ୍ତମାନ ଗୋଟିଏ ଅମୃତଭଣ୍ଡା ଗଛରୁ ୫୦ କିଲୋଗ୍ରାମ ଅମୃତଭଣ୍ଡା ଉତ୍ପାଦନ କରୁଛନ୍ତି ।

ଚାଷରୁ ନୀରଜଙ୍କ ଲାଭ
ଆପଣଙ୍କୁ ଏହା ମଧ୍ୟ ଜଣାଇବାକୁ ଚାହୁଁ ଯେ, ନୀରଜ ସିଂ ତାଙ୍କ କ୍ଷେତରେ ବିଭିନ୍ନ ପ୍ରକାର ତଥା ପ୍ରଜାତିର ଅମୃତଭଣ୍ଡା ଗଛ ଲଗାଇଛନ୍ତି । ସେ ଗଣମାଧ୍ୟମ ଆଗରେ କହିଛନ୍ତି ଯେ, କିଛି ଅମୃତଭଣ୍ଡା ଗଛରୁ ପାଖାପାଖି ଶହେ କେଜି ପର୍ଯ୍ୟନ୍ତ ଅମୃତଭଣ୍ଡା ଉତ୍ପାଦନ ହୋଇପାରୁଛି । ତାଙ୍କୁ ସାହାଯ୍ୟ କରିବା ପାଇଁ ନିକଟସ୍ଥ ୧୦ଜଣ ମହିଳାଙ୍କୁ ମଧ୍ୟ ନୀରଜ ଦାୟୀତ୍ୱ ଦେଇଛନ୍ତି । ସମୁଦାୟ ୨ ଏକର ଜମିରେ ନୀରଜ ଚାଷ କରିଥିବାବେଳେ ବର୍ଷକୁ ପାଖାପାଖି ୧୦ ଲକ୍ଷ ଟଙ୍କାର ରୋଜଗାର ହେଉଛି । ସବୁ ଖର୍ଚ୍ଚ ପରେ ଲାଭ ରହୁଛି ପାଖାପାଖି ୬ଲକ୍ଷରୁ ଅଧିକ । ତେବେ ଅମୃତଭଣ୍ଡା ଏପରି ଏକ ଫସଲ ଯାହା କମ ପରିଶ୍ରମରେ ଭଲ ଲାଭ ଦିଏ ବୋଲି ନୀରଜ କହିଛନ୍ତି ।

ଅନ୍ୟ ଚାଷୀଙ୍କ ପାଇଁ ପ୍ରେରଣା 
ନୀରଜ ଅମୃତଭଣ୍ଡା ଚାଷ କରିବା ପରେ ସ୍ଥାନୀୟ ଚାଷୀ (Farmer) ମଧ୍ୟ ଅମୃତଭଣ୍ଡା ଚାଷ ପ୍ରତି ଆଗ୍ରହ ପ୍ରକାଶ କରିଛନ୍ତି । କିଛି ଚାଷୀ ନୀରଜଙ୍କ ଠାରୁ ପରାମର୍ଶ ମଧ୍ୟ ନେଉଛନ୍ତି । ନୀରଜ କୁହନ୍ତି ଯେ, ଅମୃତଭଣ୍ଡା ଚାଷରେ ଦ୍ୱିଗୁଣା ଲାଭ ମିଳିଥାଏ । ଯଦି ଆପଣ ଚାଷ କରିବାକୁ ଆଗ୍ରହୀ ତେବେ ନିକଟସ୍ଥ କୃଷି ଅଧିକାରୀଙ୍କ ସହ କଥା ହୋଇ ଚାଷ କରିପାରିବେ ।  ନୀରଜଙ୍କୁ ଅମୃତଭଣ୍ଡା ଚାଷରେ ସରକାରଙ୍କଠାରୁ ସବସିଡି ମଧ୍ୟ ମିଳିଛି । ଏକର ପ୍ରତି ୪୫ ହଜାର ଟଙ୍କା ସବସିଡି ବିହାର ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ଦିଆଯାଉଛି ।

Also read- ସିଦ୍ଧାନ୍ତଙ୍କୁ ଅପମାନ ! ଦୁର୍ଘଟଣାରେ ସାହାଯ୍ୟ ପରେ ସୋସିଆଲ ମିଡିଆରେ ଟ୍ରୋଲ