PAN Aadhaar Linking: ପୁଣି ବଢିଲା ପ୍ୟାନ-ଆଧାର ଲିଙ୍କ ତାରିଖ, ଜାଣନ୍ତୁ ନୂତନ ସମୟସୀମା
Advertisement

PAN Aadhaar Linking: ପୁଣି ବଢିଲା ପ୍ୟାନ-ଆଧାର ଲିଙ୍କ ତାରିଖ, ଜାଣନ୍ତୁ ନୂତନ ସମୟସୀମା

Pan-Aadhaar Link: ପ୍ୟାନ-ଆଧାର ଆଧାର ସଂଯୋଗ କରାଯିବା ସମ୍ପର୍କରେ ଆୟକର ବିଭାଗ ପକ୍ଷରୁ ଆବଶ୍ୟକୀୟ ତଥ୍ୟ ଟ୍ୱିଟ କରି ସେୟାର କରାଯାଇଛି। ଯେଉଁଥିରେ କୁହାଯାଇଛି ଯେ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ କରଦାତାଙ୍କୁ ଅଧିକ ସମୟ ଦେବାକୁ ନିଷ୍ପତ୍ତି ନିଆଯାଇଛି। ଏହି ପରିପ୍ରେକ୍ଷୀରେ ପ୍ୟାନ-ଆଧାର ସଂଯୋଗ ଅବଧି ୩୦ ଜୁନ୍ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। 

PAN Aadhaar Linking: ପୁଣି ବଢିଲା ପ୍ୟାନ-ଆଧାର ଲିଙ୍କ ତାରିଖ, ଜାଣନ୍ତୁ ନୂତନ ସମୟସୀମା

PAN Aadhaar Linking Update: ପାନ୍ କାର୍ଡ ସହ ଆଧାର କାର୍ଡ ସଂଯୋଗ କରିବାର ସମୟ ସୀମାକୁ ପୁଣି ବଢାଇ ଦିଆଯାଇଛି। ପୂର୍ବରୁ ଏହି କାର୍ଯ୍ୟ ସାରିବାର ଶେଷ ତାରିଖ ୨୦୨୩, ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ରହିଥିଲା। ହେଲେ ର୍ତ୍ତମାନ ଏହାକୁ ଆହୁରି ୩ ମାସ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ପ୍ୟାନ୍ କାର୍ଡ ଏବଂ ଆଧାର କାର୍ଡ ୨୦୨୩, ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଲିଙ୍କ୍ ହୋଇପାରିବ। ଏନେଇ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ପରେ, ଏହା ସ୍ପଷ୍ଟ ଭାବରେ କୁହାଯାଇଛି ଯେ ଯଦି ନୂତନ ସ୍ଥିର ତାରିଖ ଅର୍ଥାତ୍ ଆସନ୍ତା ୩୦ ଜୁନ୍ ପର୍ଯ୍ୟନ୍ତ ଯଦି ପ୍ୟାନ-ଆଧାର ସଂଯୋଗ କରାନଯାଏ ତାହେଲେ, ତାହେଲେ ଆପଣଙ୍କର ପାନ୍ କାର୍ଡର କୌଣସି କାର୍ଯ୍ୟରେ ବ୍ୟବହାର ହୋଇପାରିବ ନାହିଁ।

ପ୍ୟାନ-ଆଧାର ଆଧାର ସଂଯୋଗ କରାଯିବା ସମ୍ପର୍କରେ ଆୟକର ବିଭାଗ ପକ୍ଷରୁ ଆବଶ୍ୟକୀୟ ତଥ୍ୟ ଟ୍ୱିଟ କରି ସେୟାର କରାଯାଇଛି। ଯେଉଁଥିରେ କୁହାଯାଇଛି ଯେ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ କରଦାତାଙ୍କୁ ଅଧିକ ସମୟ ଦେବାକୁ ନିଷ୍ପତ୍ତି ନିଆଯାଇଛି। ଏହି ପରିପ୍ରେକ୍ଷୀରେ ପ୍ୟାନ-ଆଧାର ସଂଯୋଗ ଅବଧି ୩୦ ଜୁନ୍ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପୂର୍ବରୁ ନିର୍ଦ୍ଧାରିତ ସମୟସୀମା ଶେଷ ହେବାର ୩ ଦିନ ପୂର୍ବରୁ କରଦାତାଙ୍କୁ ଏହି ଆଶ୍ୱସ୍ତି ପ୍ରଦାନ କରାଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବର୍ତ୍ତମାନ ସମୟରେ ପାନ୍ କାର୍ଡ ସବୁଠାରୁ ଦରକାରୀ ଦସ୍ତାବିଜ ହୋଇଯାଇଛି। ଯାହା ଆପଣଙ୍କର କୌଣସି ପ୍ରକାରର ଆର୍ଥିକ କାର୍ଯ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଯଦି ଆପଣ ଆପଣଙ୍କର ପ୍ୟାନ କାର୍ଡ, ଆଧାର କାର୍ଡ ସହ ସଂଯୋଗ କରନ୍ତି ନାହିଁ, ତାହେଲେ ଏହାକୁ ନିଷ୍କ୍ରିୟ କରିଦିଆଯିବ। ଯଦି କୌଣସି ବ୍ୟକ୍ତିଙ୍କ ପ୍ୟାନ କାର୍ଡ ନିଷ୍କ୍ରିୟ ହୋଇଯାଏ, ତାହେଲେ ସେ ମ୍ୟୁଚୁଆଲ ଫଣ୍ଡ, ଷ୍ଟକ ମାର୍କେଟ ନିବେଶ ଭଳି ଆର୍ଥିକ କାରବାର କରିପାରିବେ ନାହିଁ। ଆଜିର ଦିନରେ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଠାରୁ ଆରମ୍ଭ କରି ବିଭିନ୍ନ ଧରଣର ଆର୍ଥିକ କାର୍ଯ୍ୟ କରିବା ଲାଗି ପ୍ୟାନକାର୍ଡ ବହୁ ଜରୁରୀ ହୋଇପଡ଼ିଛି। ଯଦିଓ ପ୍ୟାନ-ଆଧାର ସଂଯୋଗ ସମୟସୀମାକୁ ବୃଦ୍ଧି କରାଯାଇଛି, ହେଲେ ଶେଷ ତାରିଖକୁ ଅପେକ୍ଷା ନକରି ଏହି କାର୍ଯ୍ୟକୁ ଯଥାଶୀଘ୍ର ଶେଷ କରିଦେବା ଆବଶ୍ୟକ। 

ଥରେ ପ୍ୟାନ୍ କାର୍ଡ ନିଷ୍କ୍ରିୟ ହୋଇଯିବା ପରେ ଯଦି ଆପଣ ଏହାକୁ କୌଣସି ପ୍ରକାରର ଆର୍ଥିକ କାର୍ଯ୍ୟରେ ଦସ୍ତାବିଜ ଭାବରେ ବ୍ୟବହାର କରନ୍ତି, ତାହେଲେ ଆପଣଙ୍କୁ ୧୦ ହଜା ଟଙ୍କା ପର୍ଯ୍ୟନ୍ତ ଜୋରିମାନା ହୋଇପାରେ। ଆୟକର ଅଧିନିୟମ ଧାରା ୨୭୨ (ବି) ଅନୁଯାୟୀ, ଏହି ଜରିମାନା ପାଇଁ ଏକ ବ୍ୟବସ୍ଥା ଅଛି। ଆସନ୍ତା ଜୁନ୍ ୩୦ ପର୍ଯ୍ୟନ୍ତ ଆପଣ ୧୦୦୦ ଟଙ୍କାର ଜରିମାନା ଦେଇ ଆଧାର ସହିତ ଆପଣଙ୍କ ପ୍ୟାନ କାର୍ଡ ଲିଙ୍କ୍ କରିପାରିବେ। କେନ୍ଦ୍ରୀୟ ପ୍ରତ୍ୟେକ୍ଷ କର ବୋର୍ଡ ୨୦୨୨ ଜୁନ୍ ୩୦ ତାରିଖରୁ ଆଧାର କାର୍ଡ ସହ ପ୍ୟାନ୍ କାର୍ଡ ସଂଯୋଗ କରିବା ପାଇଁ ୧୦୦୦ ଟଙ୍କାର ଜରିମାନା ଆଦାୟ କରିବାକୁ ନିଷ୍ପତ୍ତି ନେଇଛି। ଏହି ଜରିମାନା ରାଶି ନ ଦେଇ, ଆପଣ ଆପଣଙ୍କ ପ୍ୟାନ କାର୍ଡ ସହିତ ଆଧାର କାର୍ଡ ଲିଙ୍କ୍ କରିପାରିବେ ନାହିଁ।

କିପରି କରିବେ ପ୍ୟାନ-ଆଧାର ସଂଯୋଗ? 

  • ପ୍ରଥମେ ଆୟକର ବିଭାଗ ଅଫିସିଆଲ୍ ୱେବସାଇଟ୍ www.incometax.gov.in ପରିଦର୍ଶନ କରି ଏହାକୁ ଲଗ୍ ଇନ୍ କରନ୍ତୁ।
  • କୁଇକ୍ ଲିଙ୍କ୍ ବିଭାଗକୁ ଯାଆନ୍ତୁ ଏବଂ ଲିଙ୍କ୍ ଆଧାର ଉପରେ କ୍ଲିକ୍ କରନ୍ତୁ।
  • ଆପଣଙ୍କ ସ୍କ୍ରିନ ଉପରେ ଏକ ନୂଆ ୱିଣ୍ଡୋ ଖୋଲିବ।
  • ଏଠାରେ ଆପଣଙ୍କର ପ୍ୟାନ୍ ନମ୍ବର, ଆଧାର ନମ୍ବର ଏବଂ ମୋବାଇଲ୍ ନମ୍ବର ପ୍ରବେଶ କରନ୍ତୁ।
  • "I validate my Aadhaar details" ବିକଳ୍ପ ଉପରେ ଚୟନ କରନ୍ତୁ।
  • ଆପଣଙ୍କର ପଞ୍ଜୀକୃତ ମୋବାଇଲ୍ ନମ୍ବର ମାଧ୍ୟମରେ ଆପଣ ଏକ OTP ଗ୍ରହଣ କରିବେ।
  • ଏହାକୁ ପୁରଣ କରନ୍ତୁ ଏବଂ ଏହା ପରେ "Validate" ବିକଳ୍ପ ଉପରେ କ୍ଲିକ୍ କରନ୍ତୁ।
  • ଜରିମାନା ଭରିବା ପରେ, ଆପଣଙ୍କର ପାନ୍ କାର୍ଡ ଆଧାର କାର୍ଡ ସହିତ ଲିଙ୍କ୍ ହେବ।