Golden Fish: ଜାଲରେ ପଡିଲା ଏପରି ମାଛ... କିଛି ଘଣ୍ଟା ମଧ୍ୟରେ କୋଟିପତି ହୋଇଗଲେ ମତ୍ସ୍ୟଜୀବୀ
Advertisement
Article Detail0/zeeodisha/odisha1953821

Golden Fish: ଜାଲରେ ପଡିଲା ଏପରି ମାଛ... କିଛି ଘଣ୍ଟା ମଧ୍ୟରେ କୋଟିପତି ହୋଇଗଲେ ମତ୍ସ୍ୟଜୀବୀ

Golden Fish: ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପାରମ୍ପାରିକ ଔଷଧ ଏବଂ ସ୍ଥାନୀୟ ରୋଷେଇରେ ବ୍ୟବହୃତ ହେଉଥିବା 'ସୋଭା' ମାଛ ମଧ୍ୟ ସାଂସ୍କୃତିକ ଏବଂ ପାରମ୍ପାରିକ ମହତ୍ତ୍ୱ ରଖେ ।

 

ସାଙ୍କେତିକ ଛବି

Pakistan Fisherman: ପାକିସ୍ତାନର କରାଚି ସହରର ଜଣେ ମତ୍ସ୍ୟଜୀବୀ ଅନେକ ଔଷଧୀୟ ଗୁଣ ଥିବା ଏକ ବିରଳ ମାଛକୁ ନିଲାମ କରିବା ପରେ ରାତାରାତି କୋଟିପତି ହୋଇଥିଲେ । ଇବ୍ରାହିମ ହାଇଦ୍ରି ଗାଁର ବାସିନ୍ଦା ହାଜି ବାଲୋଚ ଓ ତାଙ୍କ ଟିମ୍ ସୋମବାର ଦିନ ଆରବ ସାଗରରୁ ସ୍ଥାନୀୟ ଭାଷାରେ 'ସୁନା ମାଛ' କିମ୍ବା 'ସୋଭା' ଧରିଥିଲେ । 'ପାକିସ୍ତାନ ମତ୍ସ୍ୟଜୀବୀ ଲୋକ ଫୋରମ୍'ର ମୁବାରକ ଖାନ କହିଛନ୍ତି ଯେ ଶୁକ୍ରବାର ଦିନ ସକାଳେ ମତ୍ସ୍ୟଜୀବୀମାନେ ଏହି ମାଛକୁ କରାଚି ବନ୍ଦରରେ ନିଲାମରେ ପ୍ରାୟ ୭ କୋଟି ଟଙ୍କାରେ ବିକ୍ରି କରିଛନ୍ତି ।

'ସୋଭା' ମାଛକୁ ବହୁମୂଲ୍ୟ ଓ ବିରଳ ବିବେଚନା କରାଯାଏ କାରଣ ଏହାର ପେଟରୁ ବାହାରୁଥିବା ପଦାର୍ଥର ଉତ୍ତମ ଆରୋଗ୍ୟ ଓ ଔଷଧୀୟ ଗୁଣ ରହିଛି । ମାଛରୁ ମିଳିଥିବା ସୂତା ପରି ପଦାର୍ଥ ମଧ୍ୟ ସର୍ଜରି ସମୟରେ ବ୍ୟବହୃତ ହୁଏ । ଏହି ମାଛ, ଯାହାର ଓଜନ ୨୦ ରୁ ୪୦ କିଲୋଗ୍ରାମ ଏବଂ ଲମ୍ବ ୧.୫ ମିଟର ପର୍ଯ୍ୟନ୍ତ ଥାଏ । ପୂର୍ବ ଏସୀୟ ଦେଶମାନଙ୍କରେ ଏହାର ଚାହିଦା ଅଧିକ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପାରମ୍ପାରିକ ଔଷଧ ଏବଂ ସ୍ଥାନୀୟ ରୋଷେଇରେ ବ୍ୟବହୃତ ହେଉଥିବା 'ସୋଭା' ମାଛ ମଧ୍ୟ ସାଂସ୍କୃତିକ ଏବଂ ପାରମ୍ପାରିକ ମହତ୍ତ୍ୱ ରଖେ । ବାଲୁଚ କହିଛନ୍ତି ଯେ ଆମେ କରାଚି ନିକଟ ଖୋଲା ସମୁଦ୍ରରେ ମାଛ ଧରୁଥିଲୁ ... ଯେତେବେଳେ ଆମେ ସୁନା ମାଛ ପାଇଲୁ ଏବଂ ଏହା ଆମ ପାଇଁ ଅପ୍ରତ୍ୟାଶିତ ଥିଲା । ହାଜି କହିଛନ୍ତି ଯେ ସେ ଏହି ଟଙ୍କାକୁ ସେ ୭ ଜଣଙ୍କ ସହ ବାଣ୍ଟିବେ । ସେ କହିଛନ୍ତି ଯେ ଏହି ମାଛ କେବଳ ପ୍ରଜନନ ସମୟରେ ଉପକୂଳ ନିକଟରେ ଆସିଥାଏ ।

ପିଟିଆଇ ରିପୋର୍ଟ ଅନୁଯାୟୀ, ପାକିସ୍ତାନର କରାଚି ସହରରେ ହାଜି ବାଲୋଚ ଓ ତାଙ୍କ ସାଥୀଙ୍କ ଭାଗ୍ୟ ବଦଳି ଯାଇଥିଲା, ଯେତେବେଳେ ସେ 'ଗୋଲଡେନ୍ ଫିସ୍' (ଡିଲ୍) ଧରିଥିଲେ । ଆରବ ସାଗରରୁ ଧରାଯାଇଥିବା ଏହି ମାଛଗୁଡ଼ିକ ମତ୍ସ୍ୟଜୀବୀଙ୍କ ଜୀବନ ବଦଳାଇ ଦେଇଥିଲା । ଏହି ମାଛଗୁଡିକୁ ନିଲାମ କରିବା ପରେ ସେ ରାତାରାତି କୋଟିପତି ହୋଇଥିଲେ । ବାଲୁଚ କହିଛନ୍ତି ଯେ ନିଲାମ ସମୟରେ ଗୋଟିଏ ମାଛର ମୂଲ୍ୟ ପ୍ରାୟ ୭୦ ଲକ୍ଷ ଟଙ୍କା ଥିଲା ।