Pakistan Road Accident: ଭୀଷଣ ସଡ଼କ ଦୁର୍ଘଟଣା: ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା, ୧୭ ମୃତ
Advertisement

Pakistan Road Accident: ଭୀଷଣ ସଡ଼କ ଦୁର୍ଘଟଣା: ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା, ୧୭ ମୃତ

Pakistan Road Accident: ପୋଲିସ ଏହି ସୂଚନା ଦେଇଛି । ପେଶୱାରର ଦକ୍ଷିଣ-ପଶ୍ଚିମଠାରୁ ୪୦ କିଲୋମିଟର ଦୂରରେ ଥିବା ସିନ୍ଧୁ ରାଜପଥରେ କୋହାଟ ନିକଟରେ ଏହି ଦୁର୍ଘଟଣା ଘଟିଛି । ପୋଲିସର ସୂଚନାନୁସାରେ, ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି ଓ ତାଙ୍କୁ ତଥା ମୃତମାନଙ୍କୁ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାକୁ ନିଆଯାଇଛି । 

ପ୍ରତୀକାତ୍ମକ ଫଟୋ

Pakistan Road Accident: ପାକିସ୍ତାନର ଉତ୍ତର-ପଶ୍ଚିମ ଖୈବର ପାଖ୍ତୁନଖୱା ପ୍ରଦେଶ (Khyber Pakhtunkhwa Province) ରେ ଗୁରୁବାର ଦିନ ଏକ ଭୀଷଣ ସଡ଼କ ଦୁର୍ଘଟଣା (Pakistan Road Acciden) ଘଟିଛି । ଏକ ବସ୍ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହେବା ଫଳରେ ଅତି କମରେ ୧୭ ଜଣଙ୍କର ମୃତ୍ୟୁ ଘଟିଛି । ପୋଲିସ ଏହି ସୂଚନା ଦେଇଛି । ପେଶୱାରର ଦକ୍ଷିଣ-ପଶ୍ଚିମଠାରୁ ୪୦ କିଲୋମିଟର ଦୂରରେ ଥିବା ସିନ୍ଧୁ ରାଜପଥରେ କୋହାଟ ନିକଟରେ ଏହି ଦୁର୍ଘଟଣା ଘଟିଛି । ପୋଲିସର ସୂଚନାନୁସାରେ, ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି ଓ ତାଙ୍କୁ ତଥା ମୃତମାନଙ୍କୁ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାକୁ ନିଆଯାଇଛି । 

ପୋଲିସର ସୂଚନାନୁସାରେ ଟ୍ରକର ବ୍ରେକ ଫେଲ୍ ଯୋଗୁଁ ଏହି ଦୁର୍ଘଟଣା ଘଟିଛି । ରାଜ୍ୟପାଳ ହାଜି ଗୁଲାମ ଅଲି ଓ କାର୍ଯ୍ୟନିର୍ବାହୀ ମୁଖ୍ୟମନ୍ତ୍ରୀ ଆଜମ ଖାନ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ଉଦ୍ଧାରକାରୀ ରହମତ ଉଲ୍ଲା କହିଛନ୍ତି ଯେ, "ଆମେ ସମସ୍ତ ମୃତ ଓ ଆହତଙ୍କୁ କୋହତର ଏକ ଡାକ୍ତରଖାନାକୁ ନେଇଛୁ । ଟିଭି ଫୁଟେଜରେ ନଷ୍ଟ ହୋଇଥିବା ବସର ଚିତ୍ର ଦେଖାଯାଇଛି ।"

ସୂଚନାଯୋଗ୍ୟ, ରବିବାର ଦିନ ଏକ ଯାତ୍ରୀବାହୀ ବସ୍ ଏକ ଖମ୍ୱ ସହିତ ମୁହାଁମୁହିଁ ଧକ୍କା ହୋଇ ବାଲୁଚିସ୍ତାନ ପ୍ରଦେଶର ଏକ ବ୍ରିଜରୁ ଖସିପଡିଥିବାରୁ ୪୦ ଜଣଙ୍କର ମୃତ୍ୟୁ ଘଟିଥିଲା । ସଡକ ଭିତ୍ତିଭୂମି ଖରାପ ଓ ଟ୍ରାଫିକ ନିୟମକୁ ଅବମାନନା କରି ପାକିସ୍ତାନରେ ଏଭଳି ସାଂଘାତିକ ସଡ଼କ ଦୁର୍ଘଟଣା ସାଧାରଣ କଥା ।

ଅଧିକ ପଢ଼ନ୍ତୁ:-ଜିଓର ଦମଦାର୍ ପ୍ଲାନ୍: ମାତ୍ର ୧୪୧ ଟଙ୍କାରେ ୩ ମାସ ପାଇଁ ହୁଅନ୍ତୁ କଥା, ମିଳିବ ଇଣ୍ଟରନେଟ୍ ଡାଟା, SMS ଏବଂ ଅସୀମିତ କଲ୍

ଅଧିକ ପଢ଼ନ୍ତୁ:-ଏହି ୫ଟି ରୋଗରେ ଆକ୍ରାନ୍ତ ବ୍ୟକ୍ତି ଭୁଲ୍ ବି ଖାଆନ୍ତୁନି ବାଇଗଣ, ନଚେତ୍ ଭୋଗିବେ ଏସବୁ ସମସ୍ୟା!

ଅଧିକ ପଢ଼ନ୍ତୁ:-ଏସବୁ ଦିନରେ ଭୁଲରେ ବି ରଖନ୍ତୁନି ଶାରୀରିକ ସମ୍ପର୍କ, ନଚେତ୍ ଜୀବନ ସାରା ଭୋଗିବାକୁ ପଡ଼ିବ...