Pakistan Debt Crisis: ବୁଡ଼ିବାକୁ ବସିଛି କାଙ୍ଗାଳ ପାକିସ୍ତାନ: ଭୁଶୁଡ଼ିପଡ଼ିଲାଣି ଅର୍ଥବ୍ୟବସ୍ତା, ଏତିକି କୋଟି ହରାଇବେ ନିବେଶକ
Advertisement
Article Detail0/zeeodisha/odisha1411688

Pakistan Debt Crisis: ବୁଡ଼ିବାକୁ ବସିଛି କାଙ୍ଗାଳ ପାକିସ୍ତାନ: ଭୁଶୁଡ଼ିପଡ଼ିଲାଣି ଅର୍ଥବ୍ୟବସ୍ତା, ଏତିକି କୋଟି ହରାଇବେ ନିବେଶକ

ପାକିସ୍ତାନର ଏକ ଗଣମାଧ୍ୟମ ସଂସ୍ଥା ଦ ନ୍ୟୁଜ କହିଛି କି ବିଗତ ୨୪ ଅକ୍ଟୋବରରେ ପାକିସ୍ତାନର ବେଞ୍ଚମାର୍କ ପାଞ୍ଚବର୍ଷିୟା କ୍ରେଡ଼ିଟ ଡିଫଳ୍ଟ ସ୍ୱାପ (CDS) ୩୦୭୧ ଆଧାର ଅଙ୍କ ବଢି ୫୨.୮ ପ୍ରତିଶତରେ ପହଞ୍ଚିଛି। 

Pakistan Debt Crisis: ବୁଡ଼ିବାକୁ ବସିଛି କାଙ୍ଗାଳ ପାକିସ୍ତାନ: ଭୁଶୁଡ଼ିପଡ଼ିଲାଣି ଅର୍ଥବ୍ୟବସ୍ତା, ଏତିକି କୋଟି ହରାଇବେ ନିବେଶକ

Pakistan Debt Crisis: ନୂଆଦିଲ୍ଲୀ: ଭୟାବହ ବନ୍ୟା (Flood) ସ୍ଥିତି ପରେ ପାକିସ୍ତାନ ଅର୍ଥବ୍ୟବସ୍ଥା (Economic Situation) ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ଗଲାଣି। ଆଣିଥିବା ଋଣ ଆଉ ସୁଝିବା ସ୍ଥିତିରେ ନାହିଁ ପାକିସ୍ତାନ (Pakistan)। ଏହାକୁ ନେଇ ବର୍ତ୍ତମାନ ଅନ୍ତରାଷ୍ଟ୍ରୀୟ ନିବେଶକମାନେ (International Investor) ଚିନ୍ତାରେ। ଏଠାରେ କହି ରଖୁ କି ପାକିସ୍ତାନ (Pakistan) ସରକାରୀ ଋଣ (Sovereign Debt)ର ବୀମା ମୂଲ୍ୟ ୧୩ ବର୍ଷରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। କାରଣ ରେଟିଂରେ ଦ୍ରୁତ ହ୍ରାସ ଓ ଋଣ ପୁନର୍ଗଠନ (Loan recunstruction) ପାଇଁ ଅଟକଳ ସମ୍ପର୍କରେ କଳ୍ପନାଜଳ୍ପନା ଅନ୍ତର୍ଜାତୀୟ ନିବେଶକଙ୍କ (International Investors) ମଧ୍ୟରେ ଚିନ୍ତା ବଢାଇଛି।

ପାକିସ୍ତାନର ଏକ ଗଣମାଧ୍ୟମ ସଂସ୍ଥା ଦ ନ୍ୟୁଜ କହିଛି କି ବିଗତ ୨୪ ଅକ୍ଟୋବରରେ ପାକିସ୍ତାନର ବେଞ୍ଚମାର୍କ ପାଞ୍ଚବର୍ଷିୟା କ୍ରେଡ଼ିଟ ଡିଫଳ୍ଟ ସ୍ୱାପ (CDS) ୩୦୭୧ ଆଧାର ଅଙ୍କ ବଢି ୫୨.୮ ପ୍ରତିଶତରେ ପହଞ୍ଚିଛି। ଯାହା ନଭେମ୍ବର ୨୦୦୯ ପରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। 

ବୁଡ଼ିଯିବ ନିବେଶକଙ୍କ ୮୨୦୦ କୋଟି
ଏହାରି ମଧ୍ୟରେ ପାକିସ୍ତାନର ଡଲାର ଡିନୋମିନେସନର ବଣ୍ଡ ଉପରେ ମଧ୍ୟ ବୃଦ୍ଧି ଘଟିବାରେ ଲାଗିଛି। ଏଥିରୁ ଜଣାପଡ଼ୁଛି ଯେ ଅନ୍ତରାଷ୍ଟ୍ରୀୟ ନିବେଶକ ଚିନ୍ତାରେ ରହିଛନ୍ତି। ପାକିସ୍ତାନ କ୍ରେଡ଼ିଟ ଧାରକଙ୍କୁ ଗୋଟିଏ ବିଲିୟନ ଡଲାର ଅର୍ଥାତ ୮୨୦୦କୋଟି ଟଙ୍କା ସୁଝି ପାରିବ ନାହିଁ। ଫଳରେ ଏହି ଅର୍ଥରାଶି ବୁଡ଼ି ଯିବାର ସମ୍ଭାବନା ଦିନକୁ ଦିନ ବଢିବାରେ ଲାଗିଛି। 

ଗମ୍ଭିର ଆର୍ଥିକ ସଂକଟ ଦେଇ ଗତି କରୁଛି ପାକିସ୍ତାନ
ଏଠାରେ କହି ରଖୁଛି କି  ସିଡିଏସ୍ ବୃଦ୍ଧି ଏବଂ ବଣ୍ଡ ବୃଦ୍ଧିର କାରଣ ଦେଖାଇ ପୂର୍ବତନ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର କହିଛନ୍ତି ଯେ ଏଥିପାଇଁ ଅନେକ କାରଣ ଦାୟୀ। ଏକ ମାସରୁ କମ୍ ଆମଦାନୀକୁ ନେଇ ଷ୍ଟେଟ ବ୍ୟାଙ୍କ ଅଫ୍ ପାକିସ୍ତାନର ରିଜର୍ଭ ସହିତ ଦେଶ ପେମେଣ୍ଟ ବାଲାନ୍ସର ଭୟଙ୍କର ପରିସ୍ଥିତିର ସମ୍ମୁଖୀନ ହୋଇଛି। ଅଧିକନ୍ତୁ କେବଳ ଆର୍ଥିକ ଅନିଶ୍ଚିତତା ବ୍ୟତୀତ ଘରୋଇ ଅସ୍ଥିରତା ମଧ୍ୟ ରହିଛି। ଯାହା ପୁଞ୍ଜି ବଜାର ପାଇଁ ଭଲ ନୁହେଁ।

ଏହା ବ୍ୟତୀତ ମୁଡ଼ିଜ ଓ ଫିଚ ଭଳି ସମ୍ପ୍ରତି ଡାଉନଗ୍ରେଡ୍, ସୁଧ ହାରରେ ବିଶ୍ୱ ସ୍ତରରେ ବୃଦ୍ଧି, ବିଶେଷତଃ ଫେଡେରାଲ୍ ରିଜର୍ଭ ଏବଂ ସାମଗ୍ରିକ ଭୌଗୋଳିକ ଅସ୍ଥିରତା ଏବଂ ଯୋଗାଣ ଶୃଙ୍ଖଳା ବ୍ୟାଘାତ ଖଣିଜ ଫ୍ୟୁଚର ବଜାର ଉପରେ ପ୍ରଭାବ ପକାଇଥାଏ ଏବଂ ଆମଦାନୀ ବିଲ୍ ଉପରେ ଅଧିକ ଚାପ ପକାଇଥାଏ। ସେ କହିଛନ୍ତି ଯେ ବର୍ତ୍ତମାନ ଆପଣଙ୍କ ସାମ୍ନାରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନେ ସମ୍ଭାବ୍ୟ ଡିଫଲ୍ଟର ଗୁଜବ ପ୍ରଚାର କରନ୍ତି। ମୁଁ ବ୍ୟକ୍ତିଗତ ଭାବେ ବିଶ୍ୱାସ କରେ ଯେ ଏହା ଘଟିବ ନାହିଁ।

ଅଧିକ ପଢନ୍ତୁ: British PM Rishi Sunak: ଖୁବଶୀଘ୍ର ମୋଦି-ସୁନକ ଭେଟଘାଟ, ଆଲୋଚନା ପାଇଁ ରହିଛି ଅନେକ ପ୍ରସଂଗ

ଅଧିକ ପଢନ୍ତୁ: T20 World Cup 2022: ଭାରତ ଠାରୁ ପରାଜୟର କଷ୍ଟକୁ ଭୁଲି ପାରୁ ନାହିଁ ପାକିସ୍ତାନ, ନେଲା ଏହି ଚରମ ନିଷ୍ପତ୍ତି