Nawaz Sharif Victory Speech: 'ପଡୋଶୀ ଦେଶ ସହ ଆମେ ରଖିବାକୁ ଚାହୁଁଛୁ ଭଲ ସମ୍ପର୍କ'
Advertisement
Article Detail0/zeeodisha/odisha2102976

Nawaz Sharif Victory Speech: 'ପଡୋଶୀ ଦେଶ ସହ ଆମେ ରଖିବାକୁ ଚାହୁଁଛୁ ଭଲ ସମ୍ପର୍କ'

Nawaz Sharif Claims Victory in  Pakistan General Election 2024:  ପାକିସ୍ତାନ ସାଧାରଣ ନିର୍ବାଚନ ୨୦୨୪ ପାଇଁ ଭୋଟ ଗଣତି ଜାରି ରହିଛି। ଅନ୍ୟପଟେ ଦେଶରେ ପୁଣି ଥରେ ସରକାର ଗଠନ କରିବା ପାଇଁ ଦାବି କରିଛନ୍ତି ନୱାଜ ସରିଫ।
 
 

Nawaz Sharif Victory Speech: 'ପଡୋଶୀ ଦେଶ ସହ ଆମେ ରଖିବାକୁ ଚାହୁଁଛୁ ଭଲ ସମ୍ପର୍କ'

Nawaz Sharif Claims Victory in  Pakistan General Election 2024: ଫେବୃଆରୀ ୯ ତାରିଖ ଶୁକ୍ରବାର ଘୋଷିତ ହୋଇଛି ପାକିସ୍ତାନ ସାଧାରଣ ନିର୍ବାଚନ ଫଳାଫଳ। ଏହି ନିର୍ବାଚନ ପାଇଁ ଫେବୃଆରୀ ୮ ତାରିଖ ଗୁରବାର ଅନୁଷ୍ଠିତ ହୋଇଥିଲା ଭୋଟ ଗ୍ରହଣ। ବ୍ୟାପକ ହିଂସାକାଣ୍ଡ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ପାକିସ୍ତାନ ସାଧାରଣ ନିର୍ବାଚନ ୨୦୨୪।  ହେଲେ ନିର୍ବାଚନ ଫଳାଫଳ କେବଳ ପାକିସ୍ତାନୀ ସେନା ନୁହେଁ ସମଗ୍ର ବିଶ୍ୱକୁ ଚକିତ କରିଦେଇଛି। ଏହି ନିର୍ବାଚନରେ କୌଣସି ଦଳକୁ ସରକାର ଗଠନ ଲାଗି ସ୍ପଷ୍ଟ ବହୁମତ ମିଳିନାହିଁ।  

ଜେଲଦଣ୍ଡ ଭୋଗୁଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଇ-ଇନସାଫ ନେତା ଇମ୍ରାନ ଖାନଙ୍କ ସମର୍ଥକ ବହୁତ ଆଗରେ ଅଛନ୍ତି। ଭୋଟ ଗଣତି ମଧ୍ୟରେ ପିଏମଏଲ-ଏନ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ସମଗ୍ର ଦେଶକୁ ସମ୍ବୋଧନ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ଦଳ ଦେଶରେ ସରକାର ଗଠନ କରିବାକୁ ଯାଉଛି। ଅନ୍ୟ ଦଳ ସହ ମେଣ୍ଟ କରିବାକୁ ଆହ୍ୱାନ ଦେଇ ପିଏମଏଲ-ଏନ ନେତା ଜଣଙ୍କ କହିଛନ୍ତି ଯେ ଆମେ ଗ୍ରହଣ କରିଥିବା ଜନାଦେଶକୁ ଦୃଷ୍ଟିରେ ରଖି ଆମେ ବର୍ତ୍ତମାନ ଅନ୍ୟ ଦଳ ସହ କଥାବାର୍ତ୍ତା କରୁଛୁ। ଏକାଠି ହୋଇ ଦେଶକୁ ରାଜନୈତିକ ଅସ୍ଥିରତାରୁ ବାହାର କରିବା ହେଉଛି ଆମର କର୍ତ୍ତବ୍ୟ ଆମେ ସମସ୍ତ ଦଳକୁ ଏକାଠି ହୋଇ ସରକାର ଗଠନ କରିବାକୁ ଆମନ୍ତ୍ରଣ କରୁଛୁ। ପଡୋଶୀ ଦେଶ ସହ ଆମେ ଭଲ ସମ୍ପର୍କ ରଖିବାକୁ ଚାହୁଁଛୁ। 

ପାକିସ୍ତାନ ନିର୍ବାଚନ ଲାଗି ଭୋଟ ଗଣତି ମଧ୍ୟରେ ନୱାଜ ସରିଫ କହିଛନ୍ତି ଯେ ତାଙ୍କ ଦଳ ଦେଶରେ ସରକାର ଗଠନ କରିବାକୁ ଯାଉଛି। ସେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ମୁଁ ଥରେ ନୁହେଁ ବରଂ ଅନେକ ଥର କସାରିହିଛି। ମୁଁ ଆପଣଙ୍କ ଆଖିରେ ଏକ ଚମକ ଏବଂ ଖୁସି ଦେଖୁଛି। ଆମେ ଦେଶର ଯନ୍ତ୍ରଣାକୁ ଛାତିରେ ରଖିଥାଉ। ଆମେ ପାଇଥିବା ଜନାଦେଶ ହେଉଛି ଆମେ ସମସ୍ତେ ଏକାଠି କାମ କରିବା। ଦେଶର ସମସ୍ତ ଅନୁଷ୍ଠାନକୁ ଏକତ୍ର ହୋଇ ସେମାନଙ୍କ ଭୂମିକା ନିର୍ବାହ କରିବାକୁ ହେବ। ଯାହା ଦେଶର ଜନସାଧାରଣଭକଙ୍କ ଜୀବନ ଏବଂ ଭବିଷ୍ୟତର ପ୍ରଶ୍ନ।

ନୱାଜ ସରିଫ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ଶାହୱାଜ ସରିଫଙ୍କୁ ସବୁ ଦଳ ସହ ମିଶି ସରକାର ଗଠନ ଦିଗରେ କାର୍ଯ୍ୟ କରିବାକୁ କହିଛୁ। ଅସୁବିଧାରୁ ବାହାରିବା ପାଇଁ  ଦେଶକୁ ୧୦ ବର୍ଷର ରାଜନୈତିକ ସ୍ଥିରତା ଆବଶ୍ୟକ। ବର୍ତ୍ତମାନ ସମୟରେ ପାକିସ୍ତାନ କୌଣସି ପ୍ରକାର ଯୁଦ୍ଧ କରିପାରିବ ନାହିଁ କିମ୍ବା ଯୁଦ୍ଧ ହେଲେ ଏଥିପାଇଁ ହେଉଥିବା ଖର୍ଚ୍ଚ ବହନ କରିପାରିବ ନାହିଁ। ଆମ ଦେଶକୁ କେହି ଖରାପ ଦୃଷ୍ଟିରେ କେହି ଦେଖି ପାରିବେ ନାହିଁ। କାରଣ ପାକିସ୍ତାନ ଏକ ପରମାଣୁ ଶକ୍ତି ସମ୍ପନ୍ନ ଦେଶ।

ଏକାଠି ହୋଇ ସରକାର ଗଢିବା: ନୱାଜ ସରିଫ
ନୱାଜ ସରିଫ କହିଛନ୍ତି ଏବେ ଆପଣଙ୍କ ପାଖରେ ଆଣବିକ ଶକ୍ତି ରହିଛି। କେହି ଆପଣଙ୍କ ଆଖି ଦେଖାଇ ପାରିବେ ନାହିଁ। ୧୯୯୦ ଦଶକରୁ ବର୍ତ୍ତମାନ ପର୍ଯ୍ୟନ୍ତ ଆମ ସରକାରଙ୍କ ରେକର୍ଡ ଦେଖନ୍ତୁ। ଯଦି ଆମକୁ ସମ୍ପୂର୍ଣ ଜନା ଦେଶ ମିଳିଥାନ୍ତା, ତାହେଲେ ଭଲ ହୋଇଥାନ୍ତା। ହେଲେ ଏବେ ଆମ ପାଖରେ ସମ୍ପୂର୍ଣ୍ଣ ଜନାଦେଶ ନାହିଁ। ଏହି ନିର୍ବାଚନରେ ​​ସଫଳ ହୋଇଥିବା ଦଳ ଆମ ସହ ଆସି ମିଶି ସରକାର ଗଠନ କରିବା ଆବଶ୍ୟକ। ଏାହା ସମସ୍ତଙ୍କର ପାକିସ୍ତାନ। ଦେଶ କେବଳ ଆମର ନୁହେଁ। ସମସ୍ତେ ଏକାଠି ହୋଇ ଦେଶକୁ ସଂକଟରୁ ବାହାର କରିବା ଆବଶ୍ୟକ। ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ଦେଶ ପାଇଁ ମଜବୁତ ଏବଂ ସ୍ଥିର ସରକାର ଆବଶ୍ୟକ ରହିଛି। ଆମେ କାହା ସହିତ ଲଢେଇ କରିବାକୁ ଚାହୁଁନାହୁଁ

ପାକିସ୍ତାନ ସାଧାରଣ ନିର୍ବାଚନ ଲାଗି ଭୋଟ୍ ଗଣତି ଜାରି ରହିଛି। ଇମ୍ରାନ ଖାନ ଏବଂ ନୱାଜ ସରିଫଙ୍କ ଦଳ ମଧ୍ୟରେ ଜବରଦସ୍ତ ମୁକାବିଲା ହୋଇଛି। ହେଲେ ଇମ୍ରାନ ଖାନଙ୍କ ପ୍ରାର୍ଥୀ ଆଗରେ ଅଛନ୍ତି। ଯଦି ବିଲାୱାଲ ଭୁଟ୍ଟୋଙ୍କ ଦଳକୁ କିଛି ଆସନ ମିଳେ ତାହେଲେ ଏକ ମେଣ୍ଟ ସରକାର ଗଠିତ ହେବ। ଏଭଳି ପରିସ୍ଥିତିରେ ନୱାଜ ସରିଫ ଏବଂ ବିଲାୱାଲ ଭୂଟ୍ଟୋଙ୍କ ଦଳ ମଧ୍ୟରେ ମେଣ୍ଟ ହୋଇପାରେ। ଏହା ବ୍ୟତୀତ ଅନ୍ୟ ଦଳ ମଧ୍ୟ ଏହି ମେଣ୍ଟ ସରକାରରେ ସାମିଲ ହୋଇପାରନ୍ତି।