Pakistan Election 2024: ନିର୍ବାଚନରେ ମାଟି କାମୁଡିଲା ତଲହା ସଇଦ; ଜାଣନ୍ତୁ ସେ କିଏ?
Advertisement
Article Detail0/zeeodisha/odisha2102359

Pakistan Election 2024: ନିର୍ବାଚନରେ ମାଟି କାମୁଡିଲା ତଲହା ସଇଦ; ଜାଣନ୍ତୁ ସେ କିଏ?

2024 Pakistan General Election Result  ଲାହୋର ସ୍ଥିତ ଜାତୀୟ ସଂସଦ-୧୨୨ ଆସନରୁ ନିର୍ବାଚନ ଲଢୁଥିବା ତଲହା ସଇଦ ପରାସ୍ତ ହୋଇଛି। ଏହି ଆସନରେ ସେ ଷଷ୍ଠ ସ୍ଥାନରେ ରହିଥିବାର କୁହାଯାଉଛି। 

Pakistan Election 2024:  ନିର୍ବାଚନରେ ମାଟି କାମୁଡିଲା ତଲହା ସଇଦ; ଜାଣନ୍ତୁ ସେ କିଏ?

Pakistan Election Result 2024: ଫେବୃଆରୀ ୯ ତାରିଖ ଶୁକ୍ରବାର ଘୋଷିତ ହୋଇଛି ପାକିସ୍ତାନ ସାଧାରଣ ନିର୍ବାଚନ ଫଳାଫଳ। ଏହି ନିର୍ବାଚନ ପାଇଁ ଫେବୃଆରୀ ୮ ତାରିଖ ଗୁରବାର ଅନୁଷ୍ଠିତ ହୋଇଥିଲା ଭୋଟ ଗ୍ରହଣ। ବ୍ୟାପକ ହିଂସାକାଣ୍ଡ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ପାକିସ୍ତାନ ସାଧାରଣ ନିର୍ବାଚନ ୨୦୨୪।  ହେଲେ ନିର୍ବାଚନ ଫଳାଫଳ କେବଳ ପାକିସ୍ତାନୀ ସେନା ନୁହେଁ ସମଗ୍ର ବିଶ୍ୱକୁ ଚକିତ କରିଦେଇଛି। 

ଜେଲଦଣ୍ଡ ଭୋଗୁଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଇ-ଇନସାଫ ନେତା ଇମ୍ରାନ ଖାନଙ୍କ ସମର୍ଥକ ବହୁତ ଆଗରେ ଅଛନ୍ତି। ଏହାସହିତ ନୱାଜ ସରିଫ ଏବଂ ବିଲାୱାଲ ଭୁଟ୍ଟୋ ପରାଜୟ ବରଣ କରୁଥିବା ଜଣାପଡିଛି। ଏହି ସମୟରେ ଏପରି ଜଣେ ଲୋକ ଅଛନ୍ତି ଯାହାଙ୍କୁ ନିର୍ବାଚନରେ ଜବରଦସ୍ତ ଝଟକା ଲାଗିଛି। ସେହି ବ୍ୟକ୍ତି ହେଉଛନ୍ତି ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କବାଦୀ ହାଫିଜ ସଇଦ। ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ପାକିସ୍ତାନ ସାଧାରଣ ନିର୍ବାଚନରେ ହାଫିଜ ସଇଦଙ୍କ ପୁଅ ତଲହା ସଇଦ ପ୍ରତିଦ୍ୱନ୍ଦ୍ୱିତା କରୁଥିଲା। ମାତ୍ର ତଲହା ସଇଦ ନିର୍ବାଚନରେ ପରାସ୍ତ ହୋଇଛି।

ପାକିସ୍ତାନୀ ଭୋଟର ଆତଙ୍କବାଦୀ ହାଫିଜ ସଇଦର ପୁଅ ତଲହା ସଇଦଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି। ପାକିସ୍ତାନ ନାଗରିକ ନିର୍ବାଚନ ଲଢୁଥିବା ତଲହା ସଇଦଙ୍କୁ ଦର୍ପଣ ଦେଖାଇଛନ୍ତି। ପାକିସ୍ତାନ ସାଧାରଣ ନିର୍ବାଚନରେ ​​ତଲହା ସଇଦ ପରାଜୟ ବରଣ କରିଛି। ଯେତେବେଳେ ଭୋଟ୍ ଗଣତି କରାଯାଇଗଲା ସେତେବେଳେ ତଲହା ସଇଦ ଦୌଡ଼ରୁ ବାଦ ପଡିଥିଲା।

କେତେ ଭୋଟ ପାଇଲା ତଲହା ସଇଦ? 
ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ପାକିସ୍ତାନ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ତଲହା ସଇଦକୁ ୨୦୪୨ ଖଣ୍ଡ ଭୋଟ ମିଳିଛି। ନିର୍ବାଚନରେ ​​ତଲହା ସଇଦ ଦୌଡରୁ ବାଦ ପଡ଼ିଥିଲା। ଯିଏ ନିଜ ଆସନରେ ଷଷ୍ଠ ସ୍ଥାନରେ ରହିଥିବାର ଜଣାପଡ଼ିଛି। ଆପଣଙ୍କୁ କହିରଖୁଛୁ ଲାହୋର ସ୍ଥିତ ଜାତୀୟ ସଂସଦ-୧୨୨ ଆସନରୁ ନିର୍ବାଚନ ଲଢୁଥିଲା ତଲହା ସଇଦ। ସେ ନିଶ୍ଚିତ ଥିଲା ଯେ ଜନସାଧାରଣଙ୍କ ସମର୍ଥନ ତାକୁ ମିଳିବ। କାରଣ ତାଙ୍କ ପିତା ହାଫିଜ ସଇଦଙ୍କ କଟ୍ଟରପନ୍ଥୀ ଚିନ୍ତାଧାରାକୁ ଭୋଟର ପ୍ରଶଂସା କରିବେ। ହେଲେ ଏପରି କିଛି ହେଲା ନାହିଁ। ନିର୍ବାଚନରେ ​​ତଲହା ସଇଦକୁ ପରାଜୟ ବରଣ କରିବାକୁ ପଡିଥିଲା। 

ତଲହା ସଇଦ କିଏ?
ଆତଙ୍କବାଦୀ ସଙ୍ଗଠନ ଲସ୍କର-ଏ-ତୋଏବା ପ୍ରତିଷ୍ଠାତା ହାଫିଜ ସଇଦର ପୁଅ ହେଉଛି ତଲହା ସଇଦ। ଯାହାକୁ ସଙ୍ଗଠନର ଦ୍ୱିତୀୟ ମୁଖ୍ୟ ଆତଙ୍କବାଦୀ ବୋଲି କୁହାଯାଏ। ହାଫିଜ ସଇଦ ପରେ ତଲହା ସଇଦ ଲସ୍କର-ଏ-ତୋଏବା ଆତଙ୍କବାଦୀ ସଙ୍ଗଠନର ଅଗ୍ରଣୀ ନେତା। ତଲହ ସଇଦକୁ ଆତଙ୍କବାଦୀ ଘୋଷଣା କରିସାରିଛି ଭାରତ। ତଲହ ସଇଦ ପିତା ହାଫିଜ ସଇଦଙ୍କ ଭଳି ମଧ୍ୟ ଅନେକ ଆତଙ୍କବାଦୀ ଆକ୍ରମଣର ଷଡଯନ୍ତ୍ର ରଚିଛି। ତଲହା ସଇଦ ଉପରେ ଅନେକ ଥର ଆକ୍ରମଣ ହୋଇଥିଲା ହେଲେ ସେ ବଞ୍ଚି ଯାଇଥିଲା।