Pakistan Blast Today: ବିସ୍ଫୋରଣରେ କମ୍ପିଉଠିଲା ରାଜନୈତିକ ରାଲି; ୩୫ ମୃତ, ୧୦୦ ଆହତ
Advertisement
Article Detail0/zeeodisha/odisha1802917

Pakistan Blast Today: ବିସ୍ଫୋରଣରେ କମ୍ପିଉଠିଲା ରାଜନୈତିକ ରାଲି; ୩୫ ମୃତ, ୧୦୦ ଆହତ

ରାଜନୈତିକ ରାଲି ଚାଲିଥିବା ହୋଇଛି ଭୟାନକ ବିସ୍ଫୋରଣ। ଏହି ଘଟଣାରେ ୩୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ ଜଣ ଆହତ ହୋଇଛନ୍ତି। ଜୁଲାଇ ୩୦ ତାରିଖ ରବିବାର ଆଫଗାନିସ୍ତାନ-ପାକିସ୍ତାନ ସୀମାବର୍ତ୍ତୀ ଉତ୍ତର-ପଶ୍ଚିମ ବାଜୁର ଜିଲ୍ଲାର ଜଣେ କଟ୍ଟର ଧର୍ମଗୁରୁ ତଥା ରାଜନୈତିକ ନେତାଙ୍କ ସମର୍ଥକଙ୍କ ଦ୍ୱାରା ଆୟୋଜିତ ରା

Pakistan Blast Today: ବିସ୍ଫୋରଣରେ କମ୍ପିଉଠିଲା ରାଜନୈତିକ ରାଲି; ୩୫ ମୃତ, ୧୦୦ ଆହତ

Bomb Blast in Political Rally at Pakistan: ରାଜନୈତିକ ରାଲି ଚାଲିଥିବା ହୋଇଛି ଭୟାନକ ବିସ୍ଫୋରଣ। ଏହି ଘଟଣାରେ ୩୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ ଜଣ ଆହତ ହୋଇଛନ୍ତି। ଜୁଲାଇ ୩୦ ତାରିଖ ରବିବାର ଆଫଗାନିସ୍ତାନ-ପାକିସ୍ତାନ ସୀମାବର୍ତ୍ତୀ ଉତ୍ତର-ପଶ୍ଚିମ ବାଜୁର ଜିଲ୍ଲାର ଜଣେ କଟ୍ଟର ଧର୍ମଗୁରୁ ତଥା ରାଜନୈତିକ ନେତାଙ୍କ ସମର୍ଥକଙ୍କ ଦ୍ୱାରା ଆୟୋଜିତ ରାଲିରେ ଏହି ବୋମା ବିସ୍ଫୋରଣ ହୋଇଥିବାର ଜଣାପଡ଼ିଛି। 

ଏହି ଘଟଣାରେ ପ୍ରତିକ୍ରିୟା ବରିଷ୍ଠ ପୋଲିସ ଅଧିକାରୀ (Pakistan Police Official) ନାଜିର ଖାନ କହିଛନ୍ତି ଯେ ବିସ୍ଫୋରଣ ଘଟିବା ପରେ ମୌଲାନା ଫଜଲୁର ରେହମାନଙ୍କ (Maulana Fazlur Rehman) ଜାମିଆତ ଉଲେମା ଇସଲାମ ପାର୍ଟି (Jamiat Ulema-e-Islam Party Meeting) କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏନେଇ ପ୍ରଥମେ ପୋଲିସ କହିଥିଲା ଯେ ବିସ୍ଫୋରଣରେ ୧୦ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ହେଲେ ପରେ ଅଧିକ ମୃତଦେହ ଡାକ୍ତରଖାନାକୁ ନିଆଯିବାରୁ ମୃତକକଙ୍କ ସଂଖ୍ୟା ବୃଦ୍ଧି ପାଇ ୩୫ ହୋଇଥିଲା। ପୋଲିସ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ଆହତଙ୍କ ମଧ୍ୟରୁ କେତେକଙ୍କୁ ଗୁରୁତର ଅବସ୍ଥାରେ ସହରର ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଛି। ଏହି କାରଣରୁ ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ।

ଖାର ମୁଖ୍ୟ ଡାକ୍ତରଖାନାର ଜରୁରୀକାଳୀନ ବିଭାଗ (Khar Main Hospital) ମୁଖ୍ୟ ଆଜାମ ଖାନ କହିଛନ୍ତି ଯେ ପ୍ରାୟ ୩୫ ମୃତଦେହକୁ ଡାକ୍ତରଖାନାକୁ ଅଣାଯାଇଥିଲା। ମୃତାହତ ଲୋକଙ୍କ ସମ୍ପର୍କୀୟଙ୍କ ଦ୍ୱାରା ସେମାନଙ୍କ ମଧ୍ୟରୁ କେତେକଙ୍କୁ ଫେରାଇ ନିଆଯାଇଥିଲା ଆହତଙ୍କ ସଂଖ୍ୟା ବର୍ତ୍ତମାନ ୧୦୦ ପାର କରିସାରିଛି। ବିସ୍ଫୋରଣ ପରେ ଲୋକେ ଚିକିତ୍ସା ପାଇଁ ପ୍ରଥମେ ଛୋଟ କ୍ଲିନିକ ନିକଟକୁ ଯାଇଥିଲେ। ହେଲେ ପରେ ସେମାନେ ମୁଖ୍ୟ ସରକାରୀ ଡାକ୍ତରଖାନାରେ ପହଞ୍ଚିଥିଲେ।

ଅନ୍ୟପଟେ ସରକାରୀ ପ୍ରଶାସକ ମୋହିବୁଲ୍ଲା ଖାନ ୟୁସୁଫଜାଇ କହିଛନ୍ତି ଯେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୩୫ ହୋଇଛି ଏବଂ ଆହତଙ୍କ ସଂଖ୍ୟା ୧୦୦ ପାର କରିସାରିଛି। ଗୁରୁତର ଆହତ ଲୋକଙ୍କୁ ଅଧିକ ଚିକିତ୍ସା ପାଇଁ ଖାଇବର-ପାଫତୁନଖ୍ୱା ରାଜଧାନୀ ପେଶୱାର (Peshawar) ପଠାଇ ଦିଆଯାଇଛି। ଖାଇବର-ପାଫତୁନଖ୍ୱା ପ୍ରଦେଶର (Khyber Pakhtunkhwa Province) ବାଜୁର ଜିଲ୍ଲାରେ (Bajaur District) ହୋଇଥିବା ବିସ୍ଫୋରଣ ପାଇଁ କୌଣସି ଆତଙ୍କୀ ସଙ୍ଗଠନ ନିଜକୁ ଦାୟୀ କରିନାହାଁନ୍ତି। ହେଲେ ଆଫଗାନିସ୍ତାନ-ପାକିସ୍ତାନ ସୀମା (Pakistan Afghanistan Border) ଆତିକ୍ରମ କରି ଆତଙ୍କୀ ସଙ୍ଗଠନ ଇସଲାମିକ୍ ଷ୍ଟେଟ୍ (Islamic State) ସୀମା ପାର ଆତଙ୍କବାଦୀ (Cross Border Terrorism) କାର୍ଯ୍ୟକଳାପରେ ଜଡ଼ିତ ରହିଛି।

ରବିବାର ହୋଇଥିବା ବିସ୍ଫୋରଣରେ ମୌଲାନା ଫଜଲୁର ରେହମାନଙ୍କ ଜାମିଆତ ଉଲେମା ଇସଲାମ ପାର୍ଟି ନେତାଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ମୌଲାନା ଫଜଲୁର ରେହମାନଙ୍କ ଦଳର ସ୍ଥାନୀୟ ମୁଖ୍ୟ ମୌଲନା ଜିଆଉଲଙ୍କ ମୃତ୍ୟୁ ହୋଇଛି। ଅନ୍ୟପଟେ ସିନେଟର ଅବଦୁର ରସିଦ ଏବଂ ପୂର୍ବତନ ସାଂସଦ ମୌଲାନା ଜମାଲୁଦ୍ଦିନ ମଧ୍ୟ ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଜାମିଆତ ଉଲେମା ଇସଲାମ ପାର୍ଟି ପକ୍ଷରୁ କୁହାଯାଇଛି ଯେ ଦଳର ନେତା ମୌଲାନା ଫଜଲୁର ରେହମାନ ଦଳୀୟ ରାଲିରେ ଯୋଗ ଦେଇନାହାଁନ୍ତି।

ମୌଲାନା ଫଜଲୁର ରେହମାନଙ୍କୁ ତାଲିବାନ ସମର୍ଥକ ଧର୍ମଗୁରୁ ଭାବରେ ବିବେଚନା କରାଯାଏ। ତାଙ୍କ ଦଳ ଜାମିଆତ ଉଲେମା ଇସଲାମ ପାର୍ଟି ପାକିସ୍ତାନ ସଂଘୀୟ ସରକାରରେ ସାମିଲ ରହିଛି। ରାଲିରେ ମୌଲାନା ଫଜଲୁର ରେହମାନ ଉପସ୍ଥିତ ଥିଲେ କି ନାହିଁ ତାହା ଜଣା ପଡିନାହିଁ। ହେଲେ ସେ ଉପସ୍ଥିତ ରହିନଥିବାର କୁହାଯାଉଛି। ଆଗାମୀ ନିର୍ବାଚନ ପାଇଁ ସେ ତାଙ୍କର ସମର୍ଥକଙ୍କୁ ଏକତ୍ରୀତ କରିବା ପାଇଁ ସମଗ୍ର ଦେଶରେ ସଭାର ଆୟୋଜନ କରୁଛନ୍ତି। ବାଜୁର ହେଉଛି ଏକ ଆଦିବାସୀ ବହୁଳ ଅଞ୍ଚଳ। ହେଲେ କିନ୍ତୁ ବର୍ତ୍ତମାନ ଏହି ଜିଲ୍ଲା, ଇସଲାମୀୟ ଆତଙ୍କବାଦୀଙ୍କ ପାଇଁ ଏକ ସୁରକ୍ଷିତ ସ୍ଥାନ ଭାବରେ ଉଭା ହୋଇଛି। ପାକିସ୍ତାନୀ ସୈନ୍ୟବାହିନୀ ଏହି ଆଦିବାସୀ ଅଞ୍ଚଳରେ ଆତଙ୍କବାଦ ଦମନ ପାଇଁ ଅନେକ ଅଭିଯାନ କାର୍ଯ୍ୟକାରୀ କରିଛି। ହେଲେ ତଥାପି ଆତଙ୍କବାଦୀ ସୁରକ୍ଷା ବାହିନୀ ଏବଂ ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ କରିବାରେ ଲାଗିଛନ୍ତି।