Mal Maas 2023: କେବେ ଶେଷ ହେବ ମଳ ମାସ? ଅମାବାସ୍ୟା ପରେ କେବେ ହେବ ଚନ୍ଦ୍ରୋଦୟ?
Advertisement
Article Detail0/zeeodisha/odisha1816241

Mal Maas 2023: କେବେ ଶେଷ ହେବ ମଳ ମାସ? ଅମାବାସ୍ୟା ପରେ କେବେ ହେବ ଚନ୍ଦ୍ରୋଦୟ?

Mal Maas 2023 News: ଅଗଷ୍ଟ ୧୭ ତାରିଖରେ ଅଧିକ ମାସ ଅମାବାସ୍ୟ ପରେ ଚନ୍ଦ୍ରଗ୍ରହଣ ହେବ। ସେହି ଦିନ ସନ୍ଧ୍ୟା ୦୭:୪୮ ସମୟରେ ଚନ୍ଦ୍ରଗ୍ରହଣ ହେବ।

 

Mal Maas 2023: କେବେ ଶେଷ ହେବ ମଳ ମାସ? ଅମାବାସ୍ୟା ପରେ କେବେ ହେବ ଚନ୍ଦ୍ରୋଦୟ?

Mal Maas 2023 End Date: ଚଳିତ ବର୍ଷ ମଳ ମାସ ଅମାବାସ୍ୟା ତିଥିରେ ଶେଷ ହେବ। ମଳ ମାସ ଅଧିକ ମାସର କୃଷ୍ଣପକ୍ଷ ଅମାବାସ୍ୟାରେ ଶେଷ ହେବ। ଚଳିତ ବର୍ଷ ମାଳ ମାସ ଜୁଲାଇ ୧୮ ତାରିଖ ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିଲା। ପ୍ରାୟ ୧୯ ବର୍ଷ ପରେ ଶ୍ରାବଣ ମାସରେ ମଳ ମାସ ପଡ଼ିଛି। ଯେଉଁ କାରଣରୁ ଶ୍ରାବଣ ୨ ମାସର ହୋଇଗଲା। ଏଥର ଶ୍ରାବଣ ମାସ ୫୯ ଦିନର ହୋଇଥିଲା। ଅଧିକ ମାସ ଅମାବାସ୍ୟା ପରେ ଶୁକ୍ଳପକ୍ଷ ପ୍ରତିପଦା ତିଥିରେ ଚନ୍ଦ୍ରଗ୍ରହଣ ହେବ। ଏହି ଦିନ ଚନ୍ଦ୍ର ଦର୍ଶନ ଏବଂ ପୂଜାପାଠରୁ ଅନେକ ପ୍ରକାରର ଲାଭ ମିଳିଥାଏ। ହେଲେ କ'ଣ ଆପଣ ଜାଣିଛନ୍ତି ଚଳିତ ବର୍ଷ ମଳ ମାସ କେବେ ଶେଷ ହେବ? ଅମାବାସ୍ୟା ପରେ ଚନ୍ଦ୍ରୋଦୟ କେବେ ହେବ?

କେବେ ଶେଷ ହେବ ଚଳିତ ବର୍ଷର ମଳ ମାସ?
ଚଳିତ ବର୍ଷର ମଳ ମାସ (Mal Maas 2023) ଅଗଷ୍ଟ ୧୬ ତାରିଖ ବୁଧବାର ଶେଷ ହେବ। ଚଳିତ ବର୍ଷ ଅଗଷ୍ଟ ୧୫ ତାରିଖ ମଙ୍ଗଳବାର ଦିନ ୧୨:୪୨ ସମୟରୁ ଅଧିକ ମାସର କୃଷ୍ଣ ପକ୍ଷର ଅମାବାସ୍ୟା (Krishna Paksha Amavasya 2023) ତାରିଖ ଆରମ୍ଭ ହେବ। ଯାହା ଅଗଷ୍ଟ ୧୬ ତାରିଖ ବୁଧବାର ଦିନ ୦୩:୦୭ ପର୍ଯ୍ୟନ୍ତ ରହିବ। ଅଗଷ୍ଟ ୧୬ ତାରିଖରେ ଅଧିକ ମାସ ଅମାବାସ୍ୟ ହେବ।

ଅଧିକ ମାସ ଅମାବାସ୍ୟା ପରେ କେବେ ହେବ ଚନ୍ଦ୍ରୋଦୟ? 
ଅଗଷ୍ଟ ୧୬ ତାରିଖ ହେଉଛି ଅଧିକ ମାସ ଅମାବାସ୍ୟା। ସେହି ଦିନ ଚନ୍ଦ୍ର ଦର୍ଶନ (Chandra Darshan on Amavasya) କରିବା ବିରଳ। ଶ୍ରାବଣ ମାସର (Shravan Month) ଶୁକ୍ଲପକ୍ଷ ପ୍ରତିପଦା ତିଥି (Shukla Paksha Pratipada Tithi) ୧୬ ଅଗଷ୍ଟ ଦିନ ୦୩:୦୭ ସମୟରୁ ଆରମ୍ଭ ହେବ। ଯାହା ୧୭ ଅଗଷ୍ଟ ଗୁରୁବାର ଦିନ ୦୫:୩୫ ପର୍ଯ୍ୟନ୍ତ ରହିବ। ଉଦୟ ତିଥି ଆଧାରରେ ଶ୍ରାବଣ ଶୁକ୍ଲପକ୍ଷ ପ୍ରତିପଦା ତିଥି (Shravan Shukla Paksha Pratipada Tithi) ୧୭ ଅଗଷ୍ଟରେ ହେବ। ଅଗଷ୍ଟ ୧୭ ତାରିଖରେ ଅଧିକ ମାସ ଅମାବାସ୍ୟ ପରେ ଚନ୍ଦ୍ରଗ୍ରହଣ (Chandrodaya After Amavasya) ହେବ। ସେହି ଦିନ ସନ୍ଧ୍ୟା ୦୭:୪୮ ସମୟରେ ଚନ୍ଦ୍ରଗ୍ରହଣ ହେବ।

ଅଧିକ ମାସର ଅମାବାସ୍ୟା ପରେ ଚନ୍ଦ୍ର ଦର୍ଶନ କରିବାରୁ ମିଳିଥାଏ ଲାଭ
କାଶୀ ଜ୍ୟୋତିଶାଚାର୍ଯ୍ୟ ଚକ୍ରପାଣି ଭଟ୍ଟ କହିଛନ୍ତି ଯେ ଅମାବାସ୍ୟା ଦିନ ଉପବାସ ରଖିବା (Fasting on Amavasya) ଏବଂ ପରଦିନ ଶୁକ୍ଲପକ୍ଷ ପ୍ରତିପଦାରେ ଚନ୍ଦ୍ର ଦେଖିବା (Chandra Darshan on Shukla Paksha Pratipada Tithi) ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଆଣିଥାଏ। ମନର ବିକୃତି ଦୂର ହୁଏ। ମନ ସ୍ଥିର ରହିଥାଏ। ଏହି ଦିନ ଚନ୍ଦ୍ରକୁ ପୂଜା କରି ଅର୍ଘ୍ୟ ଅର୍ପଣ କରିବା ଦ୍ୱାରା ରାଶିଫଳର ଚନ୍ଦ୍ର ଦୋଷ ଦୂର ହୋଇଯାଏ। ଚନ୍ଦ୍ରର ବିଜ ମନ୍ତ୍ର "ଓମ୍ ପୁତ୍ର ସୋମାୟା ନମଃ" ୧୦୮ ଥର ଜପ କରାଯିବା ଆବଶ୍ୟକ। ଏହା ଦୁର୍ବଳ ଚନ୍ଦ୍ରକୁ ଶକ୍ତିଶାଳୀ କରିଥାଏ।