Ollywood News: ଗାୟିକା ବନିଲେ ଅଶ୍ୱିନଙ୍କ ଭଉଣୀ ଅଙ୍କିତା: ଭଜନରୁ ଆରମ୍ଭ କଲେ କ୍ୟାରିୟର
Advertisement
Article Detail0/zeeodisha/odisha1798542

Ollywood News: ଗାୟିକା ବନିଲେ ଅଶ୍ୱିନଙ୍କ ଭଉଣୀ ଅଙ୍କିତା: ଭଜନରୁ ଆରମ୍ଭ କଲେ କ୍ୟାରିୟର

Ollywood News:  ପ୍ରଥମ ବଲରେ ଛକା ମାରିବା ପରି ପ୍ରଥମ ଗୀତଟିରେ ଖୁବ୍ ଭଲ କଣ୍ଠସ୍ୱର ଦେଇଛନ୍ତି ନବାଗତା ଗାୟିକା ଅଙ୍କିତା । ଆଗକୁ ଲଗାତାର ଭାବରେ ସେ ଗୀତ ଗାଇବେ ବୋଲି ସୂତନା ମିଳିଛି ।

Ollywood News: ଗାୟିକା ବନିଲେ ଅଶ୍ୱିନଙ୍କ ଭଉଣୀ ଅଙ୍କିତା: ଭଜନରୁ ଆରମ୍ଭ କଲେ କ୍ୟାରିୟର

New Singer Ankita Tripathy: ଓଡ଼ିଆ ସଂଗୀତ ଜଗତ ଏବଂ ସଂଗୀତ ପ୍ରେମୀଙ୍କ ପାଇଁ ନୂଆ ଏକ ଖୁସି ଖବର । କାରଣ ଖୁବଶୀଘ୍ର ଆପଣ ଶୁଣିବାକୁ ପାଇବେ ଜଣେ ନୂଆ ଗାୟିକାଙ୍କ କଣ୍ଠସ୍ୱର । ପ୍ରଥମେ ଏକ ଭଜନ (Devotional songs) ମାଧ୍ୟମରେ ସଂଗୀତ ଦୁନିଆରେ ପାଦ ରଖିଛନ୍ତି କଣ୍ଠଶିଳ୍ପୀ ଅଙ୍କିତା ତ୍ରିପାଠୀ (Ankita Tripathy) । ନିକଟରେ  ସୋମେଶ ଷ୍ଟୁଡିଓ (Somesh Studio)ରେ ଅଙ୍କିତା ଦୁଇଟି ଗୀତ ରେକଡିଂ କରିଥିବା ସୂଚନା ମିଳିଛି । ପ୍ରଥମ ଗୀତଟି ମହାପ୍ରଭୁ ଜଗନ୍ନାଥଙ୍କ ଭଜନ ଏବଂ ଅନ୍ୟଟି ଏକ ସିନେମା ଗୀତ (Film Song) । ତେବେ କେବଳ ଏହି ୨ଟି ଗୀତ ନୁହେଁ ଆଗକୁ ଆହୁରୀ ଅନେକ ଗୀତ ରିଲିଜ୍ ହେବ ବୋଲି କହିଛନ୍ତି ଓଲିଉଡର ଚର୍ଚ୍ଚିତ ଉପସ୍ଥାପିକା ତଥା ପ୍ରଯୋଜିକା ପ୍ରେରଣା ପ୍ରତୀକ୍ଷା (Prerna Pratikshya) ।

ଉତ୍କଳ ବିଶ୍ୱବିଦ୍ୟାଳୟ (Utkal University)ରେ ପିଏଚଡି କରୁଥିବା ଅଙ୍କିତା ଜଣେ ମେଧାବୀ ଛାତ୍ରୀ । ଭଲ ପାଠ ପଢା ସାଙ୍ଗକୁ ସେ ପିଲାଟିବେଳୁ ଗୀତ ଗାଇବାରେ ବେଶ୍ ରୁଚି ରଖିଥିଲେ । ଆଉ ଏକ କଥା ଖୁବ୍ କମ ଲୋକ ଜାଣନ୍ତି ଯେ, ଓଲିଉଡରେ ଉପସ୍ଥାପନା, ଅଭିନୟ, ନିର୍ଦ୍ଦେଶନାରେ ବେଶ୍ ସଫଳ ହୋଇଥିବା ଅଶ୍ୱିନ ତ୍ରିପାଠୀ (Aswin Tripathy)ଙ୍କ ଅଲିଅଳି ଗେହ୍ଲା ଭଉଣୀ ହେଉଛନ୍ତି ଅଙ୍କିତା । ତେବେ ଅଙ୍କିତାଙ୍କ ଇଚ୍ଛାକୁ ପୂରଣ କରିବାକୁ ଚେଷ୍ଟା କରିଛନ୍ତି ତାଙ୍କ ଭାଉଜ ପ୍ରେରଣା ପ୍ରତୀକ୍ଷା । ଷ୍ଟୁଡିଓରେ ଅଙ୍କିତା ଗୀତ ରେକଡିଂ କରିବା ସମୟରେ ସମସ୍ତ ପରିବାର ସଦସ୍ୟ (Family member) ଷ୍ଟୁଡିଓରେ ଉପସ୍ଥିତ ଥିଲେ । ଅଙ୍କିତାଙ୍କ କଣ୍ଠସ୍ୱରକୁ ସମସ୍ତେ ଖୁବ୍ ପ୍ରଶଂସା କରିଥିଲେ ।  କିଛିଦିନ ତଳେ ଅଶ୍ୱିନ ଏକ ସାକ୍ଷାତକାରରେ କହିଥିଲେ ଯେ, ମୋ ଭଉଣୀ ଭଲ ଗୀତ ଗାଏ କିନ୍ତୁ ବର୍ତ୍ତମାନ ତାର ପାଠ ପଢା ଚାଲିଛି ସେଥିପାଇଁ ସେ କେବଳ ପାଠରେ ଅଧିକ ଧ୍ୟାନ ଦେବା ଆବଶ୍ୟକ । ସମୟ ଆସିଲେ ଇଚ୍ଛା ନିଶ୍ଚିତ ପୂରଣ ହେବ । ବର୍ତ୍ତମାନ ସଠିକ ସମୟରେ ଅଶ୍ୱିନ ଏବଂ ପ୍ରେରଣା ଉଭୟେ ମିଶି ଅଙ୍କିତାଙ୍କ ସ୍ୱପ୍ନକୁ ପୂରା କରିଛନ୍ତି ।

ଆପଣଙ୍କୁ କହିରଖୁଛୁ ଯେ, ପୂର୍ବରୁ ଅଶ୍ୱିନ ଓ ପ୍ରେରଣାଙ୍କ ଯୋଡିକୁ ଦର୍ଶକେ ପୂର୍ବରୁ ଖୁବ୍ ପସନ୍ଦ କରିଛନ୍ତି । ଉଭୟେ ଅନେକ ମ୍ୟୁଜିକ୍ ଭିଡିଓ (Music Video) ଦର୍ଶକଙ୍କୁ ଭେଟିଦେଇଛନ୍ତି । ସେମାନଙ୍କ ଅଭିନିତ ଗୀତ ଗୁଡିକୁ ଲକ୍ଷ ଲକ୍ଷ ଦର୍ଶକ ଭଲପାଇବା ଦେଇଛନ୍ତି । ପରଦା ପଛର ଏହି ସଫଳ ଯୋଡିଙ୍କ ପ୍ରେମକୁ ନେଇ ପୂର୍ବରୁ ଅନେକଙ୍କ ମନରେ ସନ୍ଦେହ ଥିଲା । ସୁଟିଂ ସେଟ୍ ହେଉ କି ସପିଂ ମଲ୍ ଉଭୟଙ୍କୁ ଅନେକ ସ୍ଥାନରେ ଏକାଠି ଦେଖିବାକୁ ମିଳୁଥିଲା । କିନ୍ତୁ ନିର୍ବନ୍ଧ ପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ କେବଳ ବନ୍ଧୁତ୍ୱ ସମ୍ପର୍କ ଥିଲା ବୋଲି ଉଭୟେ କହିଥିଲେ । ନିର୍ବନ୍ଧ ପର୍ଯ୍ୟନ୍ତ ନିଜ ପ୍ରେମ କାହାଣୀ (Love story)କୁ ଲୋକଲୋଚନକୁ ଆଣିନଥିଲେ ଏହି ଯୋଡି । ନିର୍ବନ୍ଧ ହେବା ପରେ ହିଁ ସାଧାରଣ ଲୋକେ ଏମାନଙ୍କ ପ୍ରେମ ବିଷୟରେ ନିଶ୍ଚିତ ହୋଇଥିଲେ । ଗତବର୍ଷ ସବୁ ଅପେକ୍ଷାର ପଡିଥିଲା ପୂର୍ଣ୍ଣଚ୍ଛେଦ । ଉଭୟେ ବିବାହ ବନ୍ଧନରେ ବାନ୍ଧି ହୋଇ ସାତ ଜନ୍ମପାଇଁ ପରସ୍ପରଙ୍କ ହାତ ଧରିଥିଲେ । ବିବାହ ଉତ୍ସବ ଏତେ ବଡ଼ ଧରଣର ଥିଲା ଯେ, ଓଲିଉଡର ଅଧିକାଂଶ କଳାକାର ଓ ଟେଲିଭିଜନରେ କାର୍ଯ୍ୟରତ ଅନେକ ବରିଷ୍ଠ ବ୍ୟକ୍ତିବିଶେଷଙ୍କୁ ସେଠାରେ ଦେଖିବାକୁ ମିଳିଥିଲା । ବିବାହ ବନ୍ଧନରେ ବାନ୍ଧି ହେବାପରେ ଏମାନଙ୍କ ଠାରୁ ଦର୍ଶକଙ୍କ ଆଶା ଆହୁରୀ ବଢିଯାଇଛି । ଆଗକୁ ଅଶ୍ୱିନ ଓ ପ୍ରେରଣାଙ୍କର ଯେଉଁ ମ୍ୟୁଜିକ୍ ଭିଡିଓ ରିଲିଜ ହେବ ସେଥିରେ ଅଙ୍କିତାଙ୍କ କଣ୍ଠସ୍ୱର ରହିବ ବୋଲି ସାଧାରଣରେ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଗଲାଣି । ଅଙ୍କିତାଙ୍କ ସ୍ୱପ୍ନ ପୂରଣ ହୋଇଥିବାରୁ ସେ ନିଜ ଭାଉଜ ପ୍ରେରଣା ଓ ସୋମେଶ ଷ୍ଟୁଡିଓକୁ ଧନ୍ୟବାଦ ଦେଇଛନ୍ତି ।

Also Read- Cyber Fraud: ୭ଶହ କୋଟିର ସାଇବର ଠକେଇ: ୧୫ ହଜାର ଭାରତୀୟଙ୍କଠାରୁ ଲୁଟ୍ !