Ollywood News: ରାତି ଅଧରେ ଲାଇଭ୍ ଆସି ନିଜ ରୋଗ ବିଷୟରେ କହିଲେ ସୁପରଷ୍ଟାର ଅନୁଭବ
Advertisement
Article Detail0/zeeodisha/odisha2005234

Ollywood News: ରାତି ଅଧରେ ଲାଇଭ୍ ଆସି ନିଜ ରୋଗ ବିଷୟରେ କହିଲେ ସୁପରଷ୍ଟାର ଅନୁଭବ

Superstar Anubhav Mohanty On Live: ଗତକାଲି ବିଳମ୍ୱିତ ରାତିରେ ଲାଇଭ୍ ଆସି ପ୍ରଶଂସକଙ୍କ ସହ ମନ ଖୋଲା କଥା ହୋଇଛନ୍ତି ଅନୁଭବ । କଥା ଛଳରେ ମନ ଭିତରେ ଥିବା ଅକୁହା କଥାକୁ ସମସ୍ତଙ୍କ ସାମ୍ନାରେ ରଖିଛନ୍ତି । ପାଖାପାଖି ଏକ ଘଣ୍ଟା ଧରି ପ୍ରାୟ ରାତି ୧୨ଟାରୁ ଗୋଟାଏ ପର୍ଯ୍ୟନ୍ତ ସାଥୀ କଳାକାରଙ୍କ ସହିତ କଥା ହେବାସହ ନିଜ ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଅନୁଭବ ।

Ollywood News: ରାତି ଅଧରେ ଲାଇଭ୍ ଆସି ନିଜ ରୋଗ ବିଷୟରେ କହିଲେ ସୁପରଷ୍ଟାର ଅନୁଭବ

Superstar Anubhav Mohanty On Live: ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି କେନ୍ଦ୍ରାପଡା ସାଂସଦ ତଥା ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି । ଗତକାଲି ବିଳମ୍ୱିତ ରାତିରେ ଲାଇଭ୍ ଆସି ପ୍ରଶଂସକଙ୍କ ସହ ମନ ଖୋଲା କଥା ହୋଇଛନ୍ତି ଅନୁଭବ । କଥା ଛଳରେ ମନ ଭିତରେ ଥିବା ଅକୁହା କଥାକୁ ସମସ୍ତଙ୍କ ସାମ୍ନାରେ ରଖିଛନ୍ତି । ପାଖାପାଖି ଏକ ଘଣ୍ଟା ଧରି ପ୍ରାୟ ରାତି ୧୨ଟାରୁ ଗୋଟାଏ ପର୍ଯ୍ୟନ୍ତ ସାଥୀ କଳାକାରଙ୍କ ସହିତ କଥା ହେବାସହ ନିଜ ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଅନୁଭବ ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଲାଇଭ୍ (Instagram live) ଆସି ଅଭିନେତା ଅନୁଭବ ମହାନ୍ତି ପ୍ରଥମେ କହିଥିଲେ ଯେ, ଆଜି ରବିବାର (Sunday) ହୋଇଥିବାରୁ ମୁଁ ଭାବିଲି ଛୁଟି ଦିନରେ ଆପଣଙ୍କ ସହ କିଛି କଥା ବାଣ୍ଟି ପାରିବି । କାଲି ସୋମବାର ତେଣୁ ସମସ୍ତେ ପୁଣି ନିଜ କର୍ମମୟ ଜୀବନରେ ବ୍ୟସ୍ତ ରହିବେ । ନିଜ ପ୍ରିୟ ଦର୍ଶକଙ୍କ ପ୍ରଶ୍ନ ଗୁଡିକୁ କମେଣ୍ଟ ସେକ୍ସନରେ ଦେଖିବା ପରେ ଗୋଟି ଗୋଟି କରି ଉତ୍ତର ରଖୁଥିଲେ ସୁପରଷ୍ଟାର ଅନୁଭବ । ଏହାରି ମଧ୍ୟରେ ଅଭିନେତ୍ରୀ ପ୍ରକୃତି ମିଶ୍ର (Prakruti mishra) ଅନୁଭବଙ୍କ ଲାଇଭ୍ ଦେଖୁଥିଲେ । ଅନୁଭବ ତାହା ଜାଣିପାରି ପ୍ରକୃତିଙ୍କୁ ତାଙ୍କ ସହିତ ଲାଇଭ୍ ଆସିବାକୁ କହିଥିଲେ । ସେହି ସମୟରେ ଏକ କାରରେ ପ୍ରକୃତି ଅଭିନେତ୍ରୀ ଅନନ୍ୟା ମିଶ୍ରଙ୍କ ସହିତ ପୁରୀ ସମୁଦ୍ରକୂଳରୁ କୋଣାର୍କ ଅଭିମୁଖେ ଯାଉଥିଲେ । ଗାଡି ଭିତରେ ପ୍ରକୃତି ଓ ଅନନ୍ୟାଙ୍କୁ ଦେଖି ଅନୁଭବ ଖୁବ ଖୁସି ପ୍ରକଟ କରିଥିଲେ । ଦୁହିଁଙ୍କ ପ୍ରୋଜେକ୍ଟ ବିଷୟରେ ଅନେକ କଥା ହେବା ପରେ ଅନୁଭବ ପ୍ରକୃତିଙ୍କୁ କହିଥିଲେ ଯେ, ମନ୍ମଥ ଅଙ୍କଲଙ୍କୁ ମୋର ନମସ୍କାର ଜଣାଇଦେବୁ । 'ସାତ ସୁରେ ବନ୍ଧା ଏ ଜୀବନ' ଗୀତଟିକୁ ମୁଁ ଏବେ ମଧ୍ୟ ଅନେକ ସମୟରେ ଶୁଣୁଛି । ଏହାରି ମଧ୍ୟରେ ଅନନ୍ୟା କହିଥିଲେ ଯେ, ଏମିତି ଏକ ସୁଯୋଗ ଆସୁ ଯେଉଁଥିରେ ଗୋଟିଏ ସିନେମାରେ ଆମେ ତିନିଜଣ ଅଭିନୟ କରିବା । ଅନେକ କଥା ହେବା ପରେ ପ୍ରକୃତିଙ୍କୁ ବିଦାୟ ଦେଇ ଅନୁଭବ ପୁଣି ଦର୍ଶକଙ୍କ ନିକଟକୁ ଫେରିଥିଲେ କଥା ହେବା ପାଇଁ ।

Video- 

ରାଜ୍ୟ ତଥା ଦେଶ ବିଦେଶରୁ ଯୋଡି ହୋଇଥିବା ଦର୍ଶକଙ୍କ ସହିତ କିଛି ସମୟ ଅତିବାହିତ କରି ସେମାନଙ୍କ ନାମ ନେଇ କମେଣ୍ଟ ଗୁଡିକୁ ପଢୁଥିବା ସମୟରେ ଜଣେ ପ୍ରଶଂସକ ଅନୁଭବଙ୍କ ବୈବାହିକ ଜୀବନ ଉପରେ ପ୍ରଶ୍ନ କରିଥିଲେ । ସେହି ପ୍ରଶ୍ନଟି ଥିଲା, ଭାଈ ମୁଁ ଆପଣଙ୍କ ବିବାହରେ ଭୋଜୀ ଖାଇଥିଲି ଏବଂ ଅନେକ ଖୁସି ହୋଇଥିଲି କିନ୍ତୁ ବର୍ତ୍ତମାନ ଠାକୁରଙ୍କୁ ଡାକୁଛି ନୂଆ ବର୍ଷରେ ଆପଣଙ୍କ ପାଇଁ ନୂଆ ସମ୍ଭାବନା ଆସୁ । ଏହି ପ୍ରଶ୍ନର ଉତ୍ତର ଦେଇ ଅନୁଭବ କହିଥିଲେ ଯେ, ସତ୍ୟର ଯୁଗେ ଯୁଗେ ଜୟ ହୋଇଛି, ତେଣୁ ଜଗନ୍ନାଥ ସମସ୍ତଙ୍କର ଭଲ କରନ୍ତି ମୋ ପାଇଁ ମଧ୍ୟ ଆଗକୁ ଭଲ ହିଁ ହେବ । 'ନାଲି କୋଠାରେ ମୋ ପାଇଁ ବଡ ଦିନ ହେଲେ ମୋର ପୁନଃଜନ୍ମ ହେବ' । କେବଳ ସେତିକି ନୁହେଁ ଲାଇଭରେ ଅନୁଭବ କହିଥିଲେ ଯେ, ପ୍ରାୟ ୨୪ ବର୍ଷ ହେବ ମୁଁ ମଧୁମେହ ରୋଗରେ ପଡି ମେଡିସିନ୍ ଓ ଇନସୁଲିନ ନେଉଛି । ତେଣୁ ମଧୁମେହ ରୋଗୀମାନେ ଆଦୌ ଭୟ କରିବା ଉଚିତ୍ ନୁହେଁ । ନିଜର ସ୍ୱାସ୍ଥ୍ୟ ପ୍ରତି ଯନ୍ତ୍ର ନିଅନ୍ତୁ । ଭଲ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।

ସୂଚନାଯୋଗ୍ୟ, ଅନୁଭବ ମହାନ୍ତି ବର୍ତ୍ତମାନ ନୂଆଦିଲ୍ଲୀରେ ଅଛନ୍ତି । ସଂସଦ ଅଧିବେଶନ ଚାଲିଥିବାରୁ ସେ ଆହୁରି କିଛି ଦିନ ଦିଲ୍ଲୀରେ ରହିବେ ବୋଲି ପ୍ରସଂସକଙ୍କୁ ଲାଇଭରେ କହିଛନ୍ତି । ଖୁବଶୀଘ୍ର ଦର୍ଶକଙ୍କୁ ଆଉ ଏକ ସରପ୍ରାଇଜ ଦେବେ ଓ ଦର୍ଶକଙ୍କ ଭଲ ପାଇବା ସବୁବେଳେ ତାଙ୍କ ସହିତ ଅଛି ବୋଲି ସେ ଏତେ ଆଗକୁ ଆସିପାରିଛନ୍ତି ବୋଲି କହିଛନ୍ତି ଅନୁଭବ ।

Also Read- ୨୧ ବର୍ଷ ବୟସରେ ପ୍ରଥମ ବିବାହ, ୩ ଛାଡ଼ପତ୍ର ପରେ ୬୫ ବର୍ଷ ବୟସରେ ଏକାକୀ ଜୀବନ କାଟୁଛନ୍ତି ଅଭିନେତ୍ରୀ

Also Read- 'I Love you ନିଜର ଯତ୍ନ ନେବ' ଲେଖି ଜୀବନ ହାରିଲେ ପ୍ରେମିକ