Rachna Banerjee: ରଚନା ଲଢିବେ ଲୋକସଭା ନିର୍ବାଚନ, ଟିକେଟ୍ ଦେଲା ତୃଣମୂଳ କଂଗ୍ରେସ
Advertisement
Article Detail0/zeeodisha/odisha2149959

Rachna Banerjee: ରଚନା ଲଢିବେ ଲୋକସଭା ନିର୍ବାଚନ, ଟିକେଟ୍ ଦେଲା ତୃଣମୂଳ କଂଗ୍ରେସ

Rachna Banerjee:ଟିଏମସି ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ, ଅଭିନେତ୍ରୀ ରଚନା ବାନାର୍ଜୀଙ୍କ ନାମ ଘୋଷଣା କରିଛନ୍ତି। ରଚନା ବାନାର୍ଜୀ ବଙ୍ଗାଳୀ ଏବଂ ଓଡ଼ିଆ ଚଳଚ୍ଚିତ୍ରରେ ଏକ ଜଣାଶୁଣା ନାମ, ଯଦିଓ ସେ ଗତ କିଛି ବର୍ଷ ଧରି ବଡ ପରଦାରୁ ଦୂରରେ ଥିଲେ ମଧ୍ୟ ଏହା ପରେ ମଧ୍ୟ ତାଙ୍କର ଲୋକପ୍ରିୟତା ହ୍ରାସ ପାଇ ନଥିଲା । 

 

Rachna Banerjee: ରଚନା ଲଢିବେ ଲୋକସଭା ନିର୍ବାଚନ, ଟିକେଟ୍ ଦେଲା ତୃଣମୂଳ କଂଗ୍ରେସ

Rachna Banerjee: ଲୋକସଭା ନିର୍ବାଚନ ଲଢିବେ ଅଭିନେତ୍ରୀ ରଚନା ବାନାର୍ଜୀ । ଲୋକପ୍ରିୟ ଓଡି଼ଆ ଫିଲ୍ମ ଓ ବେଙ୍ଗଲି ଫିଲ୍ମର ଅଭିନେତ୍ରୀ ରଚନା ବାନାର୍ଜୀ ଚଳିତ ବର୍ଷ ଟିଏମସି ଟିକେଟରୁ ଲୋକସଭା ନିର୍ବାଚନ ଲଢିବାକୁ ଯାଉଛନ୍ତି । ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଦଳ ରଚନାଙ୍କୁ ହୁଗୁଳି ଲୋକସଭା ଆସନରୁ ପ୍ରାର୍ଥୀ କରିଛି । ଲୋକପ୍ରିୟ ଶୋ ଦିଦି ନମ୍ବର ୱାନ କରି ରଚନା ବାନାର୍ଜୀ ଲାଇମଲାଇଟକୁ ଆସିଥିଲେ। ତାଙ୍କ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଯୋଗ ଦେଇଥିଲେ। ପଶ୍ଚିମବଙ୍ଗରେ ଅତୁଳନୀୟ ଲୋକପ୍ରିୟତା ଥିବା ରଚନା ବାନାର୍ଜୀ ତାଙ୍କ ସୋ ଦିଦି ନଂ ୱାନ୍ ପାଇଁ ଜଣାଶୁଣା ଏହାସହ ଅନେକ ଓଡ଼ିଆ ଫିଲ୍ମରେ ନିଜର ଜଲୱା ଦେଖାଇଥିବା ରଚନାକୁ ଟିକେଟ ମିଳିବା ପରେ ତାଙ୍କ ଫ୍ୟାନ୍ସ ଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। 

ତେବେ କୁହାଯାଉଛି ଯେ, ଦିଦି ନମ୍ବର ୱାନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେବା ପରେ ଏହି ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। କୋଲକାତାର ବ୍ରିଗେଡ୍ ଗ୍ରାଉଣ୍ଡରେ ତ୍ରୁଣମୂଳ କଂଗ୍ରେସ ରାଲିରେ ରଚନା ବାନାର୍ଜୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ(Chief Minister Mamta Banerjee)  ସହ ନଜର ଆସିଥିଲେ। ଏହି ରାଲିରେ ଟିଏମସି ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ, ଅଭିନେତ୍ରୀ ରଚନା ବାନାର୍ଜୀଙ୍କ ନାମ ଘୋଷଣା କରିଛନ୍ତି। ରଚନା ବାନାର୍ଜୀ ବଙ୍ଗାଳୀ ଏବଂ ଓଡ଼ିଆ ଚଳଚ୍ଚିତ୍ରରେ ଏକ ଜଣାଶୁଣା ନାମ, ଯଦିଓ ସେ ଗତ କିଛି ବର୍ଷ ଧରି ବଡ ପରଦାରୁ ଦୂରରେ ଥିଲେ ମଧ୍ୟ ଏହା ପରେ ମଧ୍ୟ ତାଙ୍କର ଲୋକପ୍ରିୟତା ହ୍ରାସ ପାଇ ନଥିଲା । ସେ ଟେଲିଭିଜନ ମାଧ୍ୟମରେ ଟିଆରପି ଶୀର୍ଷରେ ରହିଛନ୍ତି। 

ବର୍ତ୍ତମାନ ଅଭିନେତ୍ରୀ ରଚନା ବାନାର୍ଜୀ ସମଗ୍ର ବଙ୍ଗଳାରେ ଦିଦି ନମ୍ବର ୱାନ୍(Didi No 1)  ଭାବରେ ଜଣାଶୁଣା । ୪୯ ବର୍ଷୀୟ ରଚନା ବାନାର୍ଜୀ ମଧ୍ୟ ମିସ୍ କୋଲକାତା ହୋଇଛନ୍ତି। ସେ ଦିଦି ନଂ ଶୋ’ର ହୋଷ୍ଟ କରନ୍ତି । ଏହି ଶୋ ଜି ବଙ୍ଗଳାରେ ଟେଲିକାଷ୍ଟ ହୋଇଥାଏ । ତେବେ ଗୁଜବ ଏହା ଥିଲା ଯେ ରଚନା ବାନାର୍ଜୀ ପ୍ରଥମେ ତାଙ୍କ ଓଲିଉଡ କୋ-ଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କୁ ବିବାହ କରିଥିଲେ। ଏହା ପରେ ସେମାନେ ୨୦୦୪ ରେ ଛାଡପତ୍ର ହୋଇଥିବା କଥା ମଧ୍ୟ ଗୁଜବ ଉଠିଥିଲା। ପରେ ରଚନା ବାନାର୍ଜୀ ପ୍ରୋବାଲ ବସୁଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ।ସେ ୨୦୧୬ ରେ ମଧ୍ୟ ତାଙ୍କୁ ଛାଡପତ୍ର ଦେଇଥିଲେ। ରଚନା ବାନାର୍ଜୀଙ୍କ ଏକ ପୁଅ ଅଛି।

ତ୍ରୁଣମୂଳ କଂଗ୍ରେସରୁ ଟିକେଟ ପାଇବା ପରେ ହୁଗଳିରେ (West Bengal Hugli)  ଲଢେଇ ଅତ୍ୟନ୍ତ ଆକର୍ଷଣୀୟ ହେବାକୁ ଯାଉଛି। ଏହି ଆସନରେ ଦୁଇ ନାୟିକାଙ୍କ ମଧ୍ୟରେ ଲଢେଇ ହେବାକୁ ଯାଉଛି।  ବର୍ତ୍ତମାନ ବିଜେପିର ଲକେଟ୍ ଚାଟାର୍ଜୀ ଏଠାରେ ସାଂସଦ ଅଛନ୍ତି। ଲକେଟ୍ ପୂର୍ବରୁ ରାଜନୀତିରେ ଅଭିଜ୍ଞ ଥିଲେ। ରଚନା ପ୍ରଥମ ଥର ପାଇଁ ଏହି ସଂଗ୍ରାମରେ ପ୍ରବେଶ କରୁଛନ୍ତି । ତ୍ରୁଣମୂଳ ତାଙ୍କ ପାଇଁ ଏକ ଅଭିଯାନ ରଣନୀତି ପ୍ରସ୍ତୁତ କରୁଛନ୍ତି।୨୦୧୯ ନିର୍ବାଚନରେ ​​ହୁଗଲି ଆସନରୁ ବିଜେପିର ଲକେଟ୍ ଚାଟାର୍ଜୀ ଜିତିଥିଲେ। ବିଜେପି ଟିଏମସିରୁ ଏହି ଆସନ ଛଡ଼ାଇ ନେଇଛି। ଟିଏମସିର ଡକ୍ଟର ରତ୍ନା ଦେ ୨୦୧୪ ଏବଂ ୨୦୦୯ ରେ ଏଠାରୁ ଜିତିଥିଲେ।

Also Read: 

Shocking News: ହସ୍ପିଟାଲ ଭିତରେ ଉଲଗ୍ନ ହୋଇ ବୁଲିଲା ଡାକ୍ତର, CCTV ରେ କଏଦ ହେଲା ଭୟାନକ ଦୃଶ୍ୟ