Old Pension Scheme: ପୁରୁଣା ପେନସନ ଯୋଜନାକୁ ନେଇ ଆସିଲା ବଡ଼ ଖୁସି ଖବର, ମୋଦି ସରକାର କରିବାକୁ ଯାଉଛନ୍ତି ବଡ଼ ପରିବର୍ତ୍ତନ, ପେନସନରେ ହେବ ଏତେ ବୃଦ୍ଧି!
Advertisement

Old Pension Scheme: ପୁରୁଣା ପେନସନ ଯୋଜନାକୁ ନେଇ ଆସିଲା ବଡ଼ ଖୁସି ଖବର, ମୋଦି ସରକାର କରିବାକୁ ଯାଉଛନ୍ତି ବଡ଼ ପରିବର୍ତ୍ତନ, ପେନସନରେ ହେବ ଏତେ ବୃଦ୍ଧି!

Old Pension Scheme: ଅନେକ ରାଜ୍ୟ ନୂତନ ପେନସନ ଯୋଜନାକୁ ବାତିଲ କରି ପୁରୁଣା ପେନସନ୍ ସ୍କିମ୍ (OPS) ଲାଗୁ କରିଛନ୍ତି । ଏହି ସମୟରେ କେନ୍ଦ୍ର ସରକାର ପୁରୁଣା ପେନସନ ଯୋଜନାକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇପାରନ୍ତି । ଆପଣଙ୍କୁ କହିରଖୁଛୁ ଯେ, ସମଗ୍ର ଦେଶର ଚାହିଦାକୁ ଦୃଷ୍ଟିରେ ରଖି କେନ୍ଦ୍ରର ମୋଦି ସରକାର ନୂତନ ପେନସନ୍ ବ୍ୟବସ୍ଥାରେ ଅନେକ ରିହାତି ପ୍ରଦାନ କରିବାକୁ ଚିନ୍ତା କରିପାରନ୍ତି । 

Old Pension Scheme: ପୁରୁଣା ପେନସନ ଯୋଜନାକୁ ନେଇ ଆସିଲା ବଡ଼ ଖୁସି ଖବର, ମୋଦି ସରକାର କରିବାକୁ ଯାଉଛନ୍ତି ବଡ଼ ପରିବର୍ତ୍ତନ, ପେନସନରେ ହେବ ଏତେ ବୃଦ୍ଧି!

Old Pension Scheme: ସାରା ଦେଶରେ ପୁରୁଣା ପେନସନ୍ ଯୋଜନା (Old Pension Scheme) ଲାଗୁ କରିବାର ଦାବି ରହିଛି । ନୂତନ ପେନସନ ଯୋଜନା (New Pension Scheme) ପରିବର୍ତ୍ତେ ଅନେକ ରାଜ୍ୟରେ ପୁରୁଣା ପେନସନ୍ (OPS) ଲାଗୁ କରିବାର ଦାବି କରାଯାଉଛି । ଏଥି ସହିତ ଅନେକ ରାଜ୍ୟ ନୂତନ ପେନସନ ଯୋଜନାକୁ ବାତିଲ କରି ପୁରୁଣା ପେନସନ୍ ସ୍କିମ୍ (OPS) ଲାଗୁ କରିଛନ୍ତି । ଏହି ସମୟରେ କେନ୍ଦ୍ର ସରକାର ପୁରୁଣା ପେନସନ ଯୋଜନାକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇପାରନ୍ତି । ଆପଣଙ୍କୁ କହିରଖୁଛୁ ଯେ, ସମଗ୍ର ଦେଶର ଚାହିଦାକୁ ଦୃଷ୍ଟିରେ ରଖି କେନ୍ଦ୍ରର ମୋଦି ସରକାର (Modi Govt) ନୂତନ ପେନସନ୍ ବ୍ୟବସ୍ଥାରେ ଅନେକ ରିହାତି ପ୍ରଦାନ କରିବାକୁ ଚିନ୍ତା କରିପାରନ୍ତି । କେନ୍ଦ୍ର ସରକାର (Central Government) ପେନସନ ବ୍ୟବସ୍ଥା (Pension System) ରେ ସଂସ୍କାର ଆଣିବାକୁ ବିଚାର କରୁଛନ୍ତି ।

ଆପଣଙ୍କୁ କହିରଖୁଛୁ ଯେ, କଂଗ୍ରେସ ଶାସିତ ରାଜ୍ୟ ରାଜସ୍ଥାନ, ଛତିଶଗଡ, ଝାଡଖଣ୍ଡ, ହିମାଚଳ ପ୍ରଦେଶ ବ୍ୟତୀତ ଆମ୍ ଆଦମୀ ପାର୍ଟିର ସରକାର ଥିବା ପଞ୍ଜାବରେ ମଧ୍ୟ ପୁରୁଣା ପେନସନ ଯୋଜନା (Old Pension Scheme) କୁ ଲାଗୁ କରାଯାଇଛି । ଏସବୁ ରାଜ୍ୟରେ ନୂତନ ପେନସନ ବ୍ୟବସ୍ଥା (New Pension Scheme) ବନ୍ଦ କରି ପୁରୁଣା ପେନସନ ଯୋଜନା କାର୍ଯ୍ୟକାରୀ ହୋଇସାରିଛି । ସରକାରୀ କର୍ମଚାରୀମାନେ ଦାବି କରୁଛନ୍ତି ଯେ, ସରକାରୀ କୋଷ ଉପରେ କୌଣସି ବୋଝ ନପକାଇ ସରକାର ବର୍ତ୍ତମାନର ପେନ୍‌ସନ୍‌ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ଆବଶ୍ୟକ । ଯାହାଫଳରେ କର୍ମଚାରୀମାନଙ୍କୁ କୌଣସି ପ୍ରକାରର କ୍ଷତିର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । 

ଏହା ସହିତ ସେମାନଙ୍କ ପେନସନର କୌଣସି କ୍ଷତି ହେବା ଉଚିତ୍ ନୁହେଁ । ବର୍ତ୍ତମାନ ନୂତନ ପେନସନ ସ୍କିମ୍ ଅନୁଯାୟୀ, ଜଣେ ବ୍ୟକ୍ତି ଅବସର ସମୟରେ ନିଜର କାର୍ଯ୍ୟ ବର୍ଷରେ ଜମା ହୋଇଥିବା ରାଶିର ୬୦ ପ୍ରତିଶତ ପ୍ରତ୍ୟାହାର କରିବାକୁ ଅନୁମତି ପାଇଛନ୍ତି, ଯାହା ସମ୍ପୂର୍ଣ୍ଣ ଟିକସମୁକ୍ତ ଅଟେ । ଅବଶିଷ୍ଟ ୪୦ ପ୍ରତିଶତ ଏନ୍ୟୁଟିରେ ନିବେଶ କରାଯାଇଥାଏ । କର୍ମଚାରୀମାନେ ଦାବି କରିଛନ୍ତି ଯେ, ସରକାର ନୂଆ ପେନସନରେ ଏପରି ପରିବର୍ତ୍ତନ କରିବା ଉଚିତ ଯେ ଅବସର ସମୟରେ କର୍ମଚାରୀମାନଙ୍କୁ ମୋଟା ଅଙ୍କର ଅର୍ଥ ରିଟର୍ଣ୍ଣ ମିଳୁ । ଅଧିକାରୀ କହିଛନ୍ତି ଯେ ଏହି ମଡେଲଟି ଓପିଏସର ବିପରୀତ ଓ ଏହା ହେଉଛି ଏକମାତ୍ର ସମସ୍ୟା ।

ଅଧିକ ପଢ଼ନ୍ତୁ:-ତୃତୀୟ ଟେଷ୍ଟରୁ ବାହାର ହେଲେ ଏହି ୪ ବଡ଼ ମ୍ୟାଚ୍ ୱିନର ଖେଳାଳି, ବର୍ତ୍ତମାନ ଟିମ୍ ପାଇଁ ଚୂଡ଼ାନ୍ତ ଏକାଦଶ ଚୟନ କରିବା ବି ହେଲା କଷ୍ଟକର

ଅଧିକ ପଢ଼ନ୍ତୁ:-ଗହଣା କିଣିବାର ସୁବର୍ଣ୍ଣ ସୁଯୋଗ: ରେକର୍ଡ ଦରରୁ ୩୯୦୦ ଶସ୍ତା ମିଳୁଛି ସୁନା, ଜାଣନ୍ତୁ ଆଜିର ନୂଆ ରେଟ୍

ଅଧିକ ପଢ଼ନ୍ତୁ:-LIC ପଲିସି ଉପରେ ଋଣ ନେବା ଅତି ସହଜ, ଜାଣନ୍ତୁ ଅନଲାଇନ୍ ଓ ଅଫଲାଇନରେ ଅପ୍ଲାଇ କରିବାର ପ୍ରକ୍ରିୟା

 

ଆପଣଙ୍କୁ କହି ରଖୁଛୁ ଯେ, ନୂତନ ଓ ପୁରୁଣା ପେନ୍ସନ୍ ସ୍କିମ୍ ମଧ୍ୟରେ ବିରାଟ ପାର୍ଥକ୍ୟ ଅଛି । ଯେଉଁ କାରଣରୁ କର୍ମଚାରୀ ଓ ପେନ୍‌ସନ୍‌ଭୋଗୀମାନେ ପୁରୁଣା ପେନସନ ସ୍କିମ୍ ପୁନଃ ଲାଗୁ କରିବାକୁ ଦାବି କରୁଛନ୍ତି । ଓପିଏସରେ ଅବସର ସମୟରେ କର୍ମଚାରୀମାନେ ପେନ୍‌ସନ୍‌ ପରି ଅଧା ବେତନ ପାଇଥା’ନ୍ତି । ସେପଟେ ନୂତନ ପେନସନ୍ ଯୋଜନାରେ କର୍ମଚାରୀଙ୍କ ବେସିକ ବେତନ+ଡିଏର ୧୦ ପ୍ରତିଶତ କଟାଯାଇଥାଏ । ପୁରୁଣା ପେନସନ ଯୋଜନା ବିଷୟରେ ବିଶେଷ କଥା ହେଉଛି କର୍ମଚାରୀଙ୍କ ବେତନରୁ କୌଣସି ଟଙ୍କା କଟାଯାଇ ନାହିଁ । ଏହା ବ୍ୟତୀତ ନୂତନ ପେନସନରେ ୬ ମାସ ପରେ ଡିଏ ପାଇବା ପାଇଁ କୌଣସି ବ୍ୟବସ୍ଥା ନାହିଁ । ଏହା ବ୍ୟତୀତ ପୁରୁଣା ପେନସନରେ ପେମେଣ୍ଟ ସରକାରଙ୍କ କୋଷ ମାଧ୍ୟମରେ କରାଯାଇଥାଏ । ଅନ୍ୟପଟେ ନୂତନ ପେନସନରେ ନିଶ୍ଚିତ ପେନସନର କୌଣସି ଗ୍ୟାରେଣ୍ଟି ନାହିଁ । ପୁରୁଣା ପେନସନ୍ ଯୋଜନା ବିଷୟରେ କହିବାକୁ ଗଲେ ଅବସରପ୍ରାପ୍ତ କର୍ମଚାରୀଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କ ପରିବାର ସଦସ୍ୟ ପେନସନ୍ ପାଆନ୍ତି ।