Old Pension Scheme: ପୁରୁଣା ପେନସନ ଯୋଜନାକୁ ନେଇ ଆସିଲା ବଡ଼ ଅପଡେଟ୍! ମୋଦି ସରକାର ନେବେ ଏହି ପଦକ୍ଷେପ, ରାଜ୍ୟଗୁଡ଼ିକରେ ମଧ୍ୟ ଲାଗୁ ହେବ ନିୟମ
Advertisement

Old Pension Scheme: ପୁରୁଣା ପେନସନ ଯୋଜନାକୁ ନେଇ ଆସିଲା ବଡ଼ ଅପଡେଟ୍! ମୋଦି ସରକାର ନେବେ ଏହି ପଦକ୍ଷେପ, ରାଜ୍ୟଗୁଡ଼ିକରେ ମଧ୍ୟ ଲାଗୁ ହେବ ନିୟମ

Old Pension Scheme: କେନ୍ଦ୍ରର ଚେତାବନୀ ସତ୍ତ୍ୱେ କେତେକ ରାଜ୍ୟ ସରକାର ସେମାନଙ୍କ କର୍ମଚାରୀଙ୍କ ପାଇଁ ପୁରୁଣା ପେନସନ ମଧ୍ୟ କାର୍ଯ୍ୟକାରୀ କରିଛନ୍ତି । କେବଳ ଏତିକି ନୁହେଁ, କେତେକ ରାଜ୍ୟରେ ନିର୍ବାଚନ ଦେଖି ବିରୋଧୀ ଦଳ କ୍ଷମତାକୁ ଆସିବା ପରେ ପୁରୁଣା ପେନସନ୍ ଲାଗୁ କରିବାକୁ ଘୋଷଣା କରିଛନ୍ତି । 

Old Pension Scheme: ପୁରୁଣା ପେନସନ ଯୋଜନାକୁ ନେଇ ଆସିଲା ବଡ଼ ଅପଡେଟ୍! ମୋଦି ସରକାର ନେବେ ଏହି ପଦକ୍ଷେପ, ରାଜ୍ୟଗୁଡ଼ିକରେ ମଧ୍ୟ ଲାଗୁ ହେବ ନିୟମ

Old Pension Scheme: କେନ୍ଦ୍ର କର୍ମଚାରୀ (Central Government Employees) ତଥା ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀ (State Government Employees) ଙ୍କ ତରଫରୁ ପୁରୁଣା ପେନସନ୍ ଯୋଜନା (Old Pension Scheme) ଲାଗୁ କରିବାକୁ ଦାବି ଜୋରସୋରରେ କରାଯାଉଛି । କେନ୍ଦ୍ରର ଚେତାବନୀ ସତ୍ତ୍ୱେ କେତେକ ରାଜ୍ୟ ସରକାର (State Govt) ସେମାନଙ୍କ କର୍ମଚାରୀଙ୍କ ପାଇଁ ପୁରୁଣା ପେନସନ (OPS) ମଧ୍ୟ କାର୍ଯ୍ୟକାରୀ କରିଛନ୍ତି । କେବଳ ଏତିକି ନୁହେଁ, କେତେକ ରାଜ୍ୟରେ ନିର୍ବାଚନ ଦେଖି ବିରୋଧୀ ଦଳ କ୍ଷମତାକୁ ଆସିବା ପରେ ପୁରୁଣା ପେନସନ୍ (OPS) ଲାଗୁ କରିବାକୁ ଘୋଷଣା କରିଛନ୍ତି । 

ତେବେ କେନ୍ଦ୍ର ସରକାର (Central Government) ନିୟମ ଦର୍ଶାଇ ଏହା (Old Pension Scheme) କୁ କାର୍ଯ୍ୟକାରୀ କରିବାକୁ ବାରମ୍ବାର ମନା କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ନିଜେ ବିଗତ ଦିନରେ ସଂସଦରେ ଏକ ବୟାନ ଦେଇଥିଲେ । ପୁରୁଣା ପେନସନର ଦାବି ମଧ୍ୟରେ କେନ୍ଦ୍ର ଓ କେତେକ ରାଜ୍ୟ ସରକାର ପୁରୁଣା ପେନସନ ସ୍କିମ୍ (OPS) ଓ ଜାତୀୟ ପେନସନ ସ୍କିମ୍ (NPS) ର ମଝି ବାଟ ବାହାର କରିବାକୁ ଚେଷ୍ଟା କରୁଛନ୍ତି । ସୂତ୍ରରୁ ପ୍ରକାଶ ଯେ କେନ୍ଦ୍ର ସରକାର OPS ଓ NPS ମଧ୍ୟରେ ମଝି ବାଟ ଖୋଜିବାକୁ ଚେଷ୍ଟା କରୁଛନ୍ତି । 

ସୂତ୍ର ଅନୁସାରେ, ସରକାରଙ୍କ ଦ୍ୱାରା ପ୍ରଥମ ବିକଳ୍ପ ଭାବେ ଏହା ବିଚାର କରାଯାଉଛି କି ସରକାରୀ କର୍ମଚାରୀଙ୍କୁ NPS ଅଧୀନରେ ପ୍ରାପ୍ତ ଶେଷ ବେତନର ପ୍ରାୟ ୫୦ ପ୍ରତିଶତ ଉପରେ ନିଶ୍ଚିତ ପେନସନ ପ୍ରଦାନ କରାଯାଉ । ଯଦି ଏହି ନିୟମ ଲାଗୁ ହୁଏ, ତେବେ ଏଥିରୁ ସରକାରୀ କୋଷ ଉପରେ ଅଧିକ ବୋଝ ନଦେଇ ବିଦ୍ୟମାନ NPS ରେ ପରିବର୍ତ୍ତନ କରାଯାଇପାରିବ । 

ଅନ୍ୟପଟେ ପୁରୁଣା ପେନସନ୍ ଯୋଜନା (Old Pension Scheme) ପୂର୍ବରୁ ସ୍ଥିର ହୋଇଥିବା ସୁବିଧା ଆଧାରରେ ଦିଆଯାଏ । କର୍ମଚାରୀଙ୍କ ଠାରୁ ପ୍ରାପ୍ତ ଯୋଗଦାନ ଆଧାରରେ NPS କର୍ମଚାରୀଙ୍କୁ ଦିଆଯାଏ । ସମ୍ପ୍ରତି ଚାଲୁଥିବା ନୂତନ ପେନସନ୍ ସ୍କିମ୍ (NPS) ହେଉଛି ଏକ ଅବସର ଯୋଜନା । ଏଥିରେ ହିତାଧିକାରୀମାନେ ଅବସର ପରେ ନିବେଶ କରିଥିବା ଅର୍ଥର ୬୦ ପ୍ରତିଶତ ପ୍ରତ୍ୟାହାର କରିବାକୁ ସକ୍ଷମ ହେବେ । ଏହି ଟଙ୍କା ଯେକୌଣସି ପ୍ରକାରେ ଟିକସମୁକ୍ତ ଅଟେ । 

ଅଧିକ ପଢ଼ନ୍ତୁ:-ଶେଷ ହୋଇଯାଇଛି ରୋହିତ ଶର୍ମାଙ୍କ ଟି-20 କ୍ୟାରିୟର! ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମାଙ୍କ ବଡ଼ ଖୁଲାସା

ଅଧିକ ପଢ଼ନ୍ତୁ:-ଚେତନ ଶର୍ମା କରିଦେଲେ ବହୁତ ବଡ଼ ଭୁଲ; ବର୍ତ୍ତମାନ କୋଟି କୋଟି ଟଙ୍କାର ହେବ କ୍ଷତି, ଜାଣନ୍ତୁ ତାଙ୍କୁ କେତେ ମିଳିଥାଏ ଦରମା

ଅଧିକ ପଢ଼ନ୍ତୁ:-କେବେ ହେବ ଆପଣଙ୍କ ମୃତ୍ୟୁ? ମରିବାର ସଠିକ୍ ସମୟ ଜାଣିପାରିବେ ସମସ୍ତେ, ଡାକ୍ତର କଲେ ନୂଆ ଆବିଷ୍କାର!

ମାସିକ ପେନସନ୍ ପାଇବା ପାଇଁ ୪୦ ପ୍ରତିଶତ ରାଶି ବାର୍ଷିକ ନିବେଶ କରାଯିବା ଆବଶ୍ୟକ । ଅର୍ଥାତ୍ ଅବସର ପରେ ୬୦ ପ୍ରତିଶତ ଏକାଠି ରାଶି ଓ ୪୦ ପ୍ରତିଶତ ମାସିକ ପେନସନ୍ ପାଇବା ପାଇଁ ନିବେଶ କରିବାର ଅଛି । ୨୦୦୪ ମସିହାରେ ସରକାର ଏହି ଯୋଜନା ଆରମ୍ଭ କରିଥିଲେ । ଅଧିକାରୀମାନେ ଆଶା କରୁଛନ୍ତି ଯେ, NPS ରେ ଏପରି ପରିବର୍ତ୍ତନ ହୋଇପାରେ ଯେ ଅବସର ପରେ କୌଣସି କର୍ମଚାରୀଙ୍କୁ ଏକାସାଙ୍ଗରେ ୪୧.୭ ପ୍ରତିଶତ ରାଶି ମିଳିଯାଉ ଓ ଅବଶିଷ୍ଟ ୫୮.୩ ପ୍ରତିଶତ ବାର୍ଷିକୀକରଣ ଆଧାରରେ ମିଳୁ । ଏକ ବିଶ୍ଳେଷଣରୁ ଏହା ମଧ୍ୟ ଦର୍ଶାଯାଇଛି ଯେ ଯଦି କେନ୍ଦ୍ର / ରାଜ୍ୟ ସରକାରଙ୍କ ଅବଦାନ (୧୪ ପ୍ରତିଶତ) ଦ୍ୱାରା ଗଠିତ ୫୮.୩ ପ୍ରତିଶତ କୋଷ ବାର୍ଷିକ କରାଯାଏ, ତେବେ ଏନପିଏସରେ ପେନସନ୍‌ ଗତ ଅଙ୍କିତ ବେତନର ପ୍ରାୟ ୫୦ ପ୍ରତିଶତ ହୋଇପାରେ ।