Old Pension Scheme: ଆଉ ଏକ ରାଜ୍ୟରେ ଲାଗୁ ହେବ ପୁରୁଣା ପେନସନ ସ୍କିମ୍! ମୁଖ୍ୟମନ୍ତ୍ରୀ ଦେଲେ ବଡ଼ ବୟାନ
Advertisement

Old Pension Scheme: ଆଉ ଏକ ରାଜ୍ୟରେ ଲାଗୁ ହେବ ପୁରୁଣା ପେନସନ ସ୍କିମ୍! ମୁଖ୍ୟମନ୍ତ୍ରୀ ଦେଲେ ବଡ଼ ବୟାନ

Old Pension Scheme: ହିମାଚଳ ପ୍ରଦେଶରେ ପୁରୁଣା ପେନସନ ସ୍କିମ୍ ପୁନଃ ଲାଗୁ କରାଯାଇଛି । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କ ନେତୃତ୍ୱରେ କଂଗ୍ରେସ ସରକାର ରାଜ୍ୟରେ ପୁରୁଣା ପେନସନ ଯୋଜନାକୁ ପୁନଃ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି । ୨୦୨୨ ବର୍ଷର ବଜେଟରେ ରାଜସ୍ଥାନ ସରକାର ମଧ୍ୟ ଆଗାମୀ ଆର୍ଥିକ ବର୍ଷରେ ପୁରୁଣା ପେନସନ୍ ପୁନଃ ଆରମ୍ଭ କରିବାକୁ ଘୋଷଣା କରିଥିଲେ ।

Old Pension Scheme: ଆଉ ଏକ ରାଜ୍ୟରେ ଲାଗୁ ହେବ ପୁରୁଣା ପେନସନ ସ୍କିମ୍! ମୁଖ୍ୟମନ୍ତ୍ରୀ ଦେଲେ ବଡ଼ ବୟାନ

Old Pension Scheme: ଦେଶରେ ବର୍ତ୍ତମାନ ସମୟରେ ପୁରୁଣା ପେନସନ ଯୋଜନା (Old Pension Scheme) କୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । ଏହି ସମୟରେ ବିଭିନ୍ନ ରାଜ୍ୟ ସରକାର ମଧ୍ୟ ଏହି ପୁରୁଣା ପେନସନ ସ୍କିମକୁ ଲାଗୁ କରୁଛନ୍ତି । ଏହି କ୍ରମରେ ମହାରାଷ୍ଟ୍ରର ପୁରୁଣା ପେନସନ ସ୍କିମ (OPS) ସମ୍ପର୍କରେ ମୁଖ୍ୟମନ୍ତ୍ରୀ (Maharashtra CM) ଏକନାଥ ସିନ୍ଦେ (Eknath Shinde) ଏକ ବଡ଼ ବୟାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି ଯେ, ଶିକ୍ଷକ ଓ ସରକାରୀ କର୍ମଚାରୀଙ୍କ ପାଇଁ ପୁରୁଣା ପେନସନ ଯୋଜନାକୁ ନେଇ ରାଜ୍ୟ ସରକାର ସକାରାତ୍ମକ ଅଛନ୍ତି । ଆସନ୍ତା ବିଧାନ ପରିଷଦ ନିର୍ବାଚନ ପାଇଁ ଏକ ଅଭିଯାନ ସମାବେଶକୁ ସମ୍ବୋଧିତ କରି ସିନ୍ଦେ ଶନିବାର କହିଛନ୍ତି ଯେ, ରାଜ୍ୟ ଶିକ୍ଷା ବିଭାଗ ପୁରୁଣା ପେନସନ୍ ସ୍କିମ୍ (OPS) ର ଅଧ୍ୟୟନ କରୁଛି ।

ଏକନାଥ ସିନ୍ଦେ (Eknath Shinde) ଏହା ମଧ୍ୟ କହିଛନ୍ତି ଯେ, ରାଜ୍ୟ ସରକାର ନିକଟ ଅତୀତରେ ଅନୁଷ୍ଠିତ ଡାଭୋସ୍ ଶିଖର ସମ୍ମିଳନୀରେ ନିବେଶ ପ୍ରସ୍ତାବ ଉପରେ ହସ୍ତାକ୍ଷର ସମ୍ୱନ୍ଧିତ ବିରୋଧୀଦଳଙ୍କ ଦ୍ୱାରା ହୋଇଥିବା ଅଭିଯୋଗ ଉପରେ ନିଜର କାର୍ଯ୍ୟ ସହ ଜବାବ ଦେବେ । ଶିକ୍ଷକ ଓ ସରକାରୀ କର୍ମଚାରୀଙ୍କ ପାଇଁ ପୁରୁଣା ପେନସନ୍ ଯୋଜନା, ଅଣସଂରକ୍ଷିତ ବିଦ୍ୟାଳୟ ଏବଂ ଇଂରାଜୀ ମଧ୍ୟମ ବିଦ୍ୟାଳୟରେ ୨୫ ପ୍ରତିଶତ ସଂରକ୍ଷଣ ନେଇ ସରକାର ସକରାତ୍ମକ ବୋଲି ସିନ୍ଦେ କହିଛନ୍ତି । ସେ କହିଛନ୍ତି ଯେ ଶିକ୍ଷା ବିଭାଗ ପୁରୁଣା ପେନସନ୍ ଯୋଜନା ଉପରେ ଅଧ୍ୟୟନ କରୁଛି ।

ସୂଚନାଯୋଗ୍ୟ, ହିମାଚଳ ପ୍ରଦେଶ (Himachal Pradesh) ରେ ପୁରୁଣା ପେନସନ ସ୍କିମ୍ ପୁନଃ ଲାଗୁ (OPS Restored) କରାଯାଇଛି । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ (Sukhwinder Singh Sukhu) ଙ୍କ ନେତୃତ୍ୱରେ କଂଗ୍ରେସ ସରକାର (Congress Govt) ରାଜ୍ୟରେ ପୁରୁଣା ପେନସନ ଯୋଜନା (Old Pension Scheme) କୁ ପୁନଃ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି । ୨୦୨୨ ବର୍ଷର ବଜେଟରେ ରାଜସ୍ଥାନ ସରକାର ମଧ୍ୟ ଆଗାମୀ ଆର୍ଥିକ ବର୍ଷରେ ପୁରୁଣା ପେନସନ୍ (Old Pension Scheme) ପୁନଃ ଆରମ୍ଭ କରିବାକୁ ଘୋଷଣା କରିଥିଲେ । ଏହା ସହିତ ଛତିଶଗଡ ରାଜ୍ୟ ସରକାର ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ୨୦୦୪ ମସିହାରେ କେନ୍ଦ୍ର ସରକାର ପୁରୁଣା ପେନସନ୍ ଯୋଜନାକୁ ରଦ୍ଦ କରି ଏହା ବଦଳରେ ଜାତୀୟ ପେନସନ୍ ବ୍ୟବସ୍ଥା ଆରମ୍ଭ କରିଥିଲେ ।

ଅଧିକ ପଢ଼ନ୍ତୁ:-ଏହି ୬ ଦିନ ପୁରୁଷ ଓ ମହିଳାଙ୍କୁ ଶାରୀରିକ ସମ୍ପର୍କ ରଖିବା ଅନୁଚିତ, ନଚେତ୍ କୂଳର ହେବ ନାଶ!

ପୁରୁଣା ପେନସନ୍ (Old Pension Scheme) ବ୍ୟବସ୍ଥାର ଲାଭ ବିଷୟରେ କହିବାକୁ ଗଲେ ଏହାର ସବୁଠାରୁ ବଡ଼ ସୁବିଧା ହେଉଛି ଏହା ଶେଷ ଡ୍ରନ୍ ସ୍ୟାଲେରୀର ଆଧାରରେ ପ୍ରସ୍ତୁତ ହୋଇଥାଏ । ପୁରୁଣା ପେନସନ୍ ସ୍କିମ୍ ଅନୁଯାୟୀ କର୍ମଚାରୀମାନେ ସ୍ଥିର ପେନସନ ପାଆନ୍ତି । ଏହା ଅଧୀନରେ କର୍ମଚାରୀ ପେନସନ୍‌ ଭାବରେ ପ୍ରାପ୍ତ ଶେଷ ବେତନର ୫୦ ପ୍ରତିଶତ ରାଶିର ପାଇବାକୁ ହକଦାର ହୋଇଥାଏ । ତେବେ ପେନସନ ରାଶି ଜାତୀୟ ପେନସନ ସିଷ୍ଟମ୍ ଅଧୀନରେ ଅଂଶଦାୟୀ ରହିଛି, ଯାହା ୨୦୦୪ ପରଠାରୁ କାର୍ଯ୍ୟକାରୀ ହୋଇଆସୁଛି ।