Old Pension Scheme: ପୁରୁଣା ପେନସନକୁ ନେଇ ଆସିଲା ବଡ଼ ଖବର; ସରକାର କଲେ ଲାଗୁ, ଜାରି ହେଲା ବିଜ୍ଞପ୍ତି
Advertisement

Old Pension Scheme: ପୁରୁଣା ପେନସନକୁ ନେଇ ଆସିଲା ବଡ଼ ଖବର; ସରକାର କଲେ ଲାଗୁ, ଜାରି ହେଲା ବିଜ୍ଞପ୍ତି

Old Pension Scheme: ଅଟଳ ବିହାରୀ ବାଜପେୟୀ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ପୁରୁଣା ପେନସନ୍ ସ୍କିମ୍ (OPS) ରଦ୍ଦ କରାଯାଇଥିଲା । ଆହୁରି ମଧ୍ୟ, ଜାନୁଆରୀ ୨୦୦୪ରୁ ଜାତୀୟ ପେନସନ୍ ସିଷ୍ଟମ୍ (NPS) ଲାଗୁ କରିବାକୁ ନିଷ୍ପତ୍ତି ହୋଇଥିଲା । ପ୍ରକୃତରେ NPS ହେଉଛି ଏକ ଅବଦାନ ଆଧାରିତ ପେନସନ୍ ସ୍କିମ୍ ଓ ଏଥିରେ ମହଙ୍ଗା ଭତ୍ତାର କୌଣସି ବ୍ୟବସ୍ଥା ନାହିଁ ।

Old Pension Scheme: ପୁରୁଣା ପେନସନକୁ ନେଇ ଆସିଲା ବଡ଼ ଖବର; ସରକାର କଲେ ଲାଗୁ, ଜାରି ହେଲା ବିଜ୍ଞପ୍ତି

Old Pension Scheme: ସାରା ଦେଶରେ ପୁରୁଣା ପେନସନ ଯୋଜନା (Old Pension Scheme) ଲାଗୁ କରିବା ଦାବି ମଧ୍ୟରେ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଅନେକ ରାଜ୍ୟ ସରକାର (State Government) ସେମାନଙ୍କ ରାଜ୍ୟରେ ପୁରୁଣା ପେନସନ ଯୋଜନା (OPS) କାର୍ଯ୍ୟକାରୀ କରିଛନ୍ତି । ପୁରୁଣା ପେନସନ ଯୋଜନା (OPS) କୁ ନେଇ ଏବେ ଏକ ଖୁସି ଖବର ଆସୁଛି । ହିମାଚଳ ପ୍ରଦେଶ ସରକାର (Himachal Pradesh Government) ମଧ୍ୟ ଏପ୍ରିଲ ୧, ୨୦୨୩ରୁ ସାରା ରାଜ୍ୟରେ ପୁରୁଣା ପେନସନ ଯୋଜନା ପୁନଃ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ୍ ବର୍ତ୍ତମାନ ଠାରୁ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀ (Government Employees) ପୁରୁଣା ପେନସନ୍ ଯୋଜନା (OPS) ରେ ଲାଭ ପାଇବେ ।

ହିମାଚଳ ପ୍ରଦେଶ ସରକାର (Himachal Pradesh Government) ସୂଚନା ଦେଇ କହିଛନ୍ତି ଯେ, ଏପ୍ରିଲ ୧, ୨୦୨୩ରୁ ପୁରୁଣା ପେନସନ୍ ଯୋଜନା (OPS) ପୁନଃ ଲାଗୁ କରାଯାଉଛି । ଏହାଦ୍ୱାରା ରାଜ୍ୟ ସରକାରଙ୍କ ୧.୩୬ ଲକ୍ଷ କର୍ମଚାରୀ ଉପକୃତ ହେବେ । କାରଣ ଜାତୀୟ ପେନସନ୍ ସ୍କିମ୍ (NPS) ଅଧୀନରେ ସେମାନଙ୍କ ଟଙ୍କା କଟା ଯାଉଥିଲା । ବର୍ତ୍ତମାନ ଠାରୁ ଏହା ବନ୍ଦ ହୋଇଯିବ ।

fallback

ପୁରୁଣା ପେନସନ ଯୋଜନା (Old Pension Scheme) ଲାଗୁ କରିବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବ ବିଜ୍ଞପ୍ତି ଜାରି କରିଛନ୍ତି । ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ ପୁରୁଣା ପେନସନ ଯୋଜନା (OPS) କାର୍ଯ୍ୟକାରୀ କରିବାକୁ କ୍ୟାବିନେଟର ନିଷ୍ପତ୍ତି ଅନୁଯାୟୀ, ଜାତୀୟ ପେନସନ୍ ସିଷ୍ଟମ୍ ଅଧୀନରେ ଥିବା ରାଜ୍ୟ ସରକାରୀ କର୍ମଚାରୀଙ୍କ ଅବଦାନ (ନିଯୁକ୍ତିଦାତା ଓ କର୍ମଚାରୀଙ୍କ ଅଂଶ) ଏପ୍ରିଲ୍ ୨୦୨୩ରୁ ବନ୍ଦ ହୋଇଯିବ । ପୁରୁଣା ପେନସନ ଯୋଜନାକୁ ପୁନଃ ଲାଗୁ କରିବାକୁ ୨୦୨୨ ବିଧାନସଭା ନିର୍ବାଚନରେ ​​କଂଗ୍ରେସର ଏକ ପ୍ରମୁଖ ପ୍ରତିଶୃତି ଥିଲା । ଜାନୁୟାରୀ ୧୩, ୨୦୨୩ରେ ପ୍ରଥମ କ୍ୟାବିନେଟ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଥିଲା ।

ସୂଚନାଯୋଗ୍ୟ, ହିମାଚଳ ପ୍ରଦେଶ (Himachal Pradesh) ରେ ପୁରୁଣା ପେନସନ ସ୍କିମ୍ ପୁନଃ ଲାଗୁ (OPS Restored) କରାଯାଇଛି । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ (Sukhwinder Singh Sukhu) ଙ୍କ ନେତୃତ୍ୱରେ କଂଗ୍ରେସ ସରକାର (Congress Govt) ରାଜ୍ୟରେ ପୁରୁଣା ପେନସନ ଯୋଜନା (Old Pension Scheme) କୁ ପୁନଃ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି । ୨୦୨୨ ବର୍ଷର ବଜେଟରେ ରାଜସ୍ଥାନ ସରକାର ମଧ୍ୟ ଆଗାମୀ ଆର୍ଥିକ ବର୍ଷରେ ପୁରୁଣା ପେନସନ୍ (Old Pension Scheme) ପୁନଃ ଆରମ୍ଭ କରିବାକୁ ଘୋଷଣା କରିଥିଲେ । ଏହା ସହିତ ଛତିଶଗଡ ରାଜ୍ୟ ସରକାର ମଧ୍ୟ ଏହାକୁ କାର୍ଯ୍ୟକାରୀ କରିଛନ୍ତି । ସେହିପରି ପଞ୍ଜାବ ଓ ଝାରଖଣ୍ଡରେ ମଧ୍ୟ ପୁରୁଣା ପେନସନ ସ୍କିମ୍ ଲାଗୁ କରାଯାଇଛି । ୨୦୦୪ ମସିହାରେ କେନ୍ଦ୍ର ସରକାର ପୁରୁଣା ପେନସନ୍ ଯୋଜନାକୁ ରଦ୍ଦ କରି ଏହା ବଦଳରେ ଜାତୀୟ ପେନସନ୍ ବ୍ୟବସ୍ଥା ଆରମ୍ଭ କରିଥିଲେ ।

ଆପଣଙ୍କୁ କହି ରଖୁଛୁ ଯେ, ଅଟଳ ବିହାରୀ ବାଜପେୟୀ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ପୁରୁଣା ପେନସନ୍ ସ୍କିମ୍ (OPS) ରଦ୍ଦ କରାଯାଇଥିଲା । ଆହୁରି ମଧ୍ୟ, ଜାନୁଆରୀ ୨୦୦୪ରୁ ଜାତୀୟ ପେନସନ୍ ସିଷ୍ଟମ୍ (NPS) ଲାଗୁ କରିବାକୁ ନିଷ୍ପତ୍ତି ହୋଇଥିଲା । ପ୍ରକୃତରେ NPS ହେଉଛି ଏକ ଅବଦାନ ଆଧାରିତ ପେନସନ୍ ସ୍କିମ୍ ଓ ଏଥିରେ ମହଙ୍ଗା ଭତ୍ତାର କୌଣସି ବ୍ୟବସ୍ଥା ନାହିଁ ।

ଅଧିକ ପଢ଼ନ୍ତୁ-ଆଜି ସୂର୍ଯ୍ୟ ପରାଗ; ଏହି ୫ଟି ରାଶି ପାଇଁ ବିପଦ! ରହିଛି କ୍ଷତିର ଯୋଗ

ଅଧିକ ପଢ଼ନ୍ତୁ-ସରକାରୀ କର୍ମଚାରୀଙ୍କୁ ଲାଗିଲା ଡବଲ୍ ଲଟେରୀ, ମହଙ୍ଗା ଭତ୍ତା ବୃଦ୍ଧି ସହିତ ମିଳିଲା ଏହି ଖୁସି ଖବର

ଅଧିକ ପଢ଼ନ୍ତୁ-ପୁରୁଣା ପେନସନକୁ ନେଇ ମୋଦି ସରକାର ଦେଲେ ବଡ଼ ଖୁସି ଖବର, ଖୁସିରେ ନାଚି ଉଠିବେ ଲକ୍ଷ ଲକ୍ଷ କର୍ମଚାରୀ!

 

ପୁରୁଣା ପେନସନ୍ ଯୋଜନା କ’ଣ?

ଏହି ଯୋଜନାରେ ଅବସର ସମୟରେ ବେତନର ଅଧା ରାଶି କର୍ମଚାରୀଙ୍କୁ ପେନସନ୍ ଭାବରେ ଦିଆଯାଏ । ପୁରୁଣା ପେନସନ ଯୋଜନା ଅଧୀନରେ ଜେନେରାଲ୍ ପ୍ରୋଭିଡେଣ୍ଟ୍ ପାଣ୍ଠି (GPF) ର ବ୍ୟବସ୍ଥା ଦିଆଯାଇଛି । ଏହି ଯୋଜନାରେ କର୍ମଚାରୀଙ୍କୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗ୍ରାଚ୍ୟୁଇଟି ମିଳିବାର ସୁବିଧା ରହିଛି । ପ୍ରତି ଛଅ ମାସ ପରେ ଡିଏ ବୃଦ୍ଧି ହୁଏ । ଏହି ଯୋଜନା ଅଧୀନରେ ପେନସନ ପରିମାଣ ସରକାରଙ୍କ ରାଜ କୋଷରୁ ପ୍ରଦାନ କରାଯାଇଥାଏ । ଅବସରପ୍ରାପ୍ତ କର୍ମଚାରୀଙ୍କ ମୃତ୍ୟୁପରେ ତାଙ୍କ ପରିବାର ସଦସ୍ୟ ନିୟମ ଅନୁଯାୟୀ ପେନସନ୍ ରାଶି ପାଇଥାନ୍ତି । ଏହି ଯୋଜନାରେ କର୍ମଚାରୀଙ୍କ ବେତନରୁ କୌଣସି ରାଶି କଟାଯାଏ ନାହିଁ ।