Old Pension Scheme: ପୁରୁଣା ପେନସନ ଯୋଜନା ଲାଗୁ କରିଥିବା ରାଜ୍ୟଗୁଡ଼ିକୁ ଲାଗିଲା ଜୋରଦାର ଝଟକା! ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନେଲେ ଏହି ବଡ଼ ନିଷ୍ପତ୍ତି
Advertisement

Old Pension Scheme: ପୁରୁଣା ପେନସନ ଯୋଜନା ଲାଗୁ କରିଥିବା ରାଜ୍ୟଗୁଡ଼ିକୁ ଲାଗିଲା ଜୋରଦାର ଝଟକା! ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନେଲେ ଏହି ବଡ଼ ନିଷ୍ପତ୍ତି

Old Pension Scheme: ସୋମବାର ଅର୍ଥାତ ଫେବୃଆରୀ ୨୦ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନୂତନ ପେନ୍‌ସନ୍‌ ସ୍କିମ୍‌ ପାଇଁ ଅଲଗା ରଖିଥିବା ଟଙ୍କାକୁ ରାଜ୍ୟ ସରକାରଙ୍କୁ ପୁରୁଣା ପେନସନ ପାଇଁ ପ୍ରଦାନ କରିବାକୁ ମନା କରିଦେଇଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ଯଦି କୌଣସି ରାଜ୍ୟ ନିଷ୍ପତ୍ତି ନେଇଛନ୍ତି ଯେ ଏନପିଏସ (NPS) ପାଇଁ ପାଣ୍ଠି କେନ୍ଦ୍ରରୁ ନିଆଯାଇପାରିବ, ତେବେ ତାହା ଉପଲବ୍ଧ ହେବ ନାହିଁ । 

Old Pension Scheme: ପୁରୁଣା ପେନସନ ଯୋଜନା ଲାଗୁ କରିଥିବା ରାଜ୍ୟଗୁଡ଼ିକୁ ଲାଗିଲା ଜୋରଦାର ଝଟକା! ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନେଲେ ଏହି ବଡ଼ ନିଷ୍ପତ୍ତି

Old Pension Scheme: ସାରା ଦେଶରେ ପୁଣି ଥରେ ପୁରୁଣା ପେନସନ ଯୋଜନା (Old Pension Scheme) ଲାଗୁ କରିବା ପାଇଁ କର୍ମଚାରୀ ମାନେ ଦାବି କରୁଛନ୍ତି । ସେପଟେ କିଛି ରାଜ୍ୟ ସରକାର ମଧ୍ୟ ପୁରୁଣା ପେନସନ ସ୍କିମ (OPS) କୁ ପୁଣି ଲାଗୁ କରିଛନ୍ତି । ଏହି ସମୟରେ ଗତକାଲି (ସୋମବାର) ଅର୍ଥାତ ଫେବୃଆରୀ ୨୦ରେ କେନ୍ଦ୍ର ଅର୍ଥମନ୍ତ୍ରୀ (Finance Minister) ନିର୍ମଳା ସୀତାରମଣ (Nirmala Sitharaman) ନୂତନ ପେନ୍‌ସନ୍‌ ସ୍କିମ୍‌ (New Pension Scheme) ପାଇଁ ଅଲଗା ରଖିଥିବା ଟଙ୍କାକୁ ରାଜ୍ୟ ସରକାରଙ୍କୁ ପୁରୁଣା ପେନସନ ପାଇଁ ପ୍ରଦାନ କରିବାକୁ ମନା କରିଦେଇଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Nirmala Sitharaman) କହିଛନ୍ତି ଯେ, ଯଦି କୌଣସି ରାଜ୍ୟ ନିଷ୍ପତ୍ତି ନେଇଛନ୍ତି ଯେ ଏନପିଏସ (NPS) ପାଇଁ ପାଣ୍ଠି କେନ୍ଦ୍ରରୁ ନିଆଯାଇପାରିବ, ତେବେ ତାହା ଉପଲବ୍ଧ ହେବ ନାହିଁ । 

ଏଠାରେ ଉଲ୍ଲେଖ କରିବା ଜରୁରୀ ଯେ ରାଜସ୍ଥାନ ସରକାର ନିଜର ରାଜ୍ୟ କର୍ମଚାରୀଙ୍କ ପାଇଁ ନିକଟ ଅତୀତରେ OPS ଘୋଷଣା କରିଥିଲା । ବାସ୍ତବରେ କଂଗ୍ରେସ ସରକାର ହିମାଚଳ ପ୍ରଦେଶରେ ମଧ୍ୟ ପୁରୁଣା ପେନସନ ଲାଗୁ କରିଛନ୍ତି । ଅର୍ଥମନ୍ତ୍ରୀ (Finance Minister) ନିର୍ମଳା ସୀତାରମଣ (Nirmala Sitharaman) ଙ୍କ ନୂଆ ଘୋଷଣାରୁ ଏହି ପୁରୁଣା ପେନସନ ଯୋଜନା (OPS) କୁ ଝଟକା ଲାଗିବ । ଅର୍ଥ ମନ୍ତ୍ରୀ କହିଛନ୍ତି ଯେ, ଏହା କର୍ମଚାରୀଙ୍କ ଟଙ୍କା ଓ ଅବସର ସମୟରେ କିମ୍ବା ଯେତେବେଳେ କର୍ମଚାରୀ ଆବଶ୍ୟକ କରନ୍ତି ସେହି ଟଙ୍କା କର୍ମଚାରୀଙ୍କ ହାତରେ ଆସିବ । 

ସୋମବାର ଏକ ହୋଟେଲରେ ବଜେଟ୍ ବିଷୟରେ ଆଲୋଚନା କରିବା ପରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ନିର୍ମଳା ସୀତାରମଣ (Nirmala Sitharaman) କହିଛନ୍ତି ଯେ, ସଂଗୃହୀତ ଟଙ୍କା ରାଜ୍ୟ ସରକାରଙ୍କ ହାତକୁ ଯିବ ନାହିଁ । ଠିକ୍ ସମୟ ଆସିଲେ ହିଁ ଏହି ଟଙ୍କା କର୍ମଚାରୀଙ୍କୁ ଦିଆଯିବ । ରାଜସ୍ଥାନ ସରକାରଙ୍କ ଦ୍ୱାରା ପରିଚାଳିତ ମାଗଣା ଯୋଜନା ଉପରେ ସୀତାରମଣ କହିଛନ୍ତି ଯେ, ଯେତେବେଳେ ସରକାରଙ୍କ ଆର୍ଥିକ ସ୍ଥିତି ଭଲ, ସେତେବେଳେ ଆପଣ ଏଭଳି ଯୋଜନା ଚଳାନ୍ତି । ଆପଣଙ୍କର ବଜେଟରେ ସେଗୁଡ଼ିକ ପାଇଁ ବ୍ୟବସ୍ଥା କରନ୍ତୁ । ଯଦି ଆପଣଙ୍କ ରାଜ୍ୟର ଆର୍ଥିକ ଅବସ୍ଥା ଭଲ ନୁହେଁ, ଆପଣ ବଜେଟରେ ବ୍ୟବସ୍ଥା କରୁନାହାଁନ୍ତି, ଆପଣ ଏଥିପାଇଁ ଋଣ ନେଉଛନ୍ତି । ତେବେ ଏହା ଠିକ୍ ନୁହେଁ । କିଏ ଏହି ଟଙ୍କା ଦେବ? ସେଥିପାଇଁ ଅର୍ଥ ସଚିବ କହିଛନ୍ତି ଯେ ମାଗଣାରେ ଭୋଜନ ହୋଇ ନଥାଏ । ଅର୍ଥ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଏଭଳି ଯୋଜନା ଆଣିବା ପାଇଁ ରାଜ୍ୟମାନେ ନିଜ ନିଜ ସମ୍ବଳରୁ ପାଣ୍ଠି ସଂଗ୍ରହ କରିବା ଆବଶ୍ୟକ । ଟିକସରୁ ଉପାର୍ଜନ କରିବା ଉଚିତ । ମାଗଣା ଯୋଜନା ପାଇଁ ରାଜ୍ୟଗୁଡିକ ଭାର ବହନ କରିବା ଭୁଲ ଅଟେ । 

ସୂଚନାଯୋଗ୍ୟ, ହିମାଚଳ ପ୍ରଦେଶ (Himachal Pradesh) ରେ ପୁରୁଣା ପେନସନ ସ୍କିମ୍ ପୁନଃ ଲାଗୁ (OPS Restored) କରାଯାଇଛି । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ (Sukhwinder Singh Sukhu) ଙ୍କ ନେତୃତ୍ୱରେ କଂଗ୍ରେସ ସରକାର (Congress Govt) ରାଜ୍ୟରେ ପୁରୁଣା ପେନସନ ଯୋଜନା (Old Pension Scheme) କୁ ପୁନଃ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି । ୨୦୨୨ ବର୍ଷର ବଜେଟରେ ରାଜସ୍ଥାନ ସରକାର ମଧ୍ୟ ଆଗାମୀ ଆର୍ଥିକ ବର୍ଷରେ ପୁରୁଣା ପେନସନ୍ (Old Pension Scheme) ପୁନଃ ଆରମ୍ଭ କରିବାକୁ ଘୋଷଣା କରିଥିଲେ । ଏହା ସହିତ ଛତିଶଗଡ ରାଜ୍ୟ ସରକାର ମଧ୍ୟ ଏହାକୁ କାର୍ଯ୍ୟକାରୀ କରିଛନ୍ତି । ୨୦୦୪ ମସିହାରେ କେନ୍ଦ୍ର ସରକାର ପୁରୁଣା ପେନସନ୍ ଯୋଜନାକୁ ରଦ୍ଦ କରି ଏହା ବଦଳରେ ଜାତୀୟ ପେନସନ୍ ବ୍ୟବସ୍ଥା ଆରମ୍ଭ କରିଥିଲେ ।

ଅଧିକ ପଢ଼ନ୍ତୁ:-ଶିଖର ଧାୱନ-ଭୁବିଙ୍କ ସମେତ ୫ ଖେଳାଳିଙ୍କ ବିଶ୍ୱକପ ୨୦୨୩ରୁ ବାଦ୍ ପଡ଼ିବା ନିଶ୍ଚିତ! ଅଷ୍ଟ୍ରେଲିଆ ସିରିଜରୁ ମିଳିଲା ଏହି ବଡ଼ ସଂକେତ

ଅଧିକ ପଢ଼ନ୍ତୁ:-ଦୁନିଆର ସବୁଠାରୁ ଅଳସୁଆ କ୍ରିକେଟର କିଏ? ରେକର୍ଡ୍ସ ଶୁଣି ହସିବାକୁ ଲାଗିବେ ଆପଣ!

ଅଧିକ ପଢ଼ନ୍ତୁ:-ଲଗାତାର ଦୁଇଟି ମ୍ୟାଚ୍‌ ହାରିବା ହେବା ପରେ ହଠାତ୍ ଭାରତ ଛାଡ଼ିଲେ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସ,, କଙ୍ଗାରୁ ଦଳରେ ହଇଚଇ

ପୁରୁଣା ପେନସନ୍ ଯୋଜନା କ’ଣ?

ଏହି ଯୋଜନାରେ ଅବସର ସମୟରେ ବେତନର ଅଧା ରାଶି କର୍ମଚାରୀଙ୍କୁ ପେନସନ୍ ଭାବରେ ଦିଆଯାଏ । ପୁରୁଣା ପେନସନ ଯୋଜନା ଅଧୀନରେ ଜେନେରାଲ୍ ପ୍ରୋଭିଡେଣ୍ଟ୍ ପାଣ୍ଠି (GPF) ର ବ୍ୟବସ୍ଥା ଦିଆଯାଇଛି । ଏହି ଯୋଜନାରେ କର୍ମଚାରୀଙ୍କୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗ୍ରାଚ୍ୟୁଇଟି ମିଳିବାର ସୁବିଧା ରହିଛି । ପ୍ରତି ଛଅ ମାସ ପରେ ଡିଏ ବୃଦ୍ଧି ହୁଏ । ଏହି ଯୋଜନା ଅଧୀନରେ ପେନସନ ପରିମାଣ ସରକାରଙ୍କ ରାଜ କୋଷରୁ ପ୍ରଦାନ କରାଯାଇଥାଏ । ଅବସରପ୍ରାପ୍ତ କର୍ମଚାରୀଙ୍କ ମୃତ୍ୟୁପରେ ତାଙ୍କ ପରିବାର ସଦସ୍ୟ ନିୟମ ଅନୁଯାୟୀ ପେନସନ୍ ରାଶି ପାଇଥାନ୍ତି । ଏହି ଯୋଜନାରେ କର୍ମଚାରୀଙ୍କ ବେତନରୁ କୌଣସି ରାଶି କଟାଯାଏ ନାହିଁ ।

ଆପଣଙ୍କୁ କହି ରଖୁଛୁ ଯେ, ଅଟଳ ବିହାରୀ ବାଜପେୟୀ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ପୁରୁଣା ପେନସନ୍ ସ୍କିମ୍ (OPS) ରଦ୍ଦ କରାଯାଇଥିଲା । ଆହୁରି ମଧ୍ୟ, ଜାନୁଆରୀ ୨୦୦୪ରୁ ଜାତୀୟ ପେନସନ୍ ସିଷ୍ଟମ୍ (NPS) ଲାଗୁ କରିବାକୁ ନିଷ୍ପତ୍ତି ହୋଇଥିଲା । ପ୍ରକୃତରେ NPS ହେଉଛି ଏକ ଅବଦାନ ଆଧାରିତ ପେନସନ୍ ସ୍କିମ୍ ଓ ଏଥିରେ ମହଙ୍ଗା ଭତ୍ତାର କୌଣସି ବ୍ୟବସ୍ଥା ନାହିଁ ।