Old Pension Scheme: ପୁରୁଣା ପେନସନ ଉପରେ ଆସିଲା ବଡ଼ ଖୁସି ଖବର, ସରକାର ପ୍ରତ୍ୟାହାର କରିବେ ନିଜ ନିଷ୍ପତ୍ତି! ଜାଣନ୍ତୁ କେବେ ଲାଗୁ ହେବ OPS?
Advertisement

Old Pension Scheme: ପୁରୁଣା ପେନସନ ଉପରେ ଆସିଲା ବଡ଼ ଖୁସି ଖବର, ସରକାର ପ୍ରତ୍ୟାହାର କରିବେ ନିଜ ନିଷ୍ପତ୍ତି! ଜାଣନ୍ତୁ କେବେ ଲାଗୁ ହେବ OPS?

Old Pension Scheme: ଅଟଳ ବିହାରୀ ବାଜପେୟୀ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ପୁରୁଣା ପେନସନ୍ ସ୍କିମ୍ (OPS) ରଦ୍ଦ କରାଯାଇଥିଲା । ଆହୁରି ମଧ୍ୟ, ଜାନୁଆରୀ ୨୦୦୪ରୁ ଜାତୀୟ ପେନସନ୍ ସିଷ୍ଟମ୍ (NPS) ଲାଗୁ କରିବାକୁ ନିଷ୍ପତ୍ତି ହୋଇଥିଲା । ପ୍ରକୃତରେ NPS ହେଉଛି ଏକ ଅବଦାନ ଆଧାରିତ ପେନସନ୍ ସ୍କିମ୍ ଓ ଏଥିରେ ମହଙ୍ଗା ଭତ୍ତାର କୌଣସି ବ୍ୟବସ୍ଥା ନାହିଁ ।

Old Pension Scheme: ପୁରୁଣା ପେନସନ ଉପରେ ଆସିଲା ବଡ଼ ଖୁସି ଖବର, ସରକାର ପ୍ରତ୍ୟାହାର କରିବେ ନିଜ ନିଷ୍ପତ୍ତି! ଜାଣନ୍ତୁ କେବେ ଲାଗୁ ହେବ OPS?

Old Pension Scheme: ବର୍ତ୍ତମାନ ପୁରୁଣା ପେନସନ ଯୋଜନା (OPS) କୁ ନେଇ ସାରା ଦେଶରେ ମାହୋଲ ଗରମ ରହିଛି । ପୁରୁଣା ପେନସନ୍ ଯୋଜନା (Old Pension Scheme) ଲାଗୁ କରିବାକୁ ରାଜ୍ୟର ସରକାରୀ କର୍ମଚାରୀମାନେ (State Government Employees) ନିରନ୍ତର ଦାବି କରୁଛନ୍ତି । ବର୍ତ୍ତମାନ ଦେଶର ଅନେକ ରାଜ୍ୟରେ ପୁରୁଣା ପେନସନ୍ ବ୍ୟବସ୍ଥା (Old Pension Scheme) ଲାଗୁ କରାଯାଇଛି । ଏଥି ସହିତ ବର୍ତ୍ତମାନ ପୁରୁଣା ପେନସନ ଯୋଜନା (Old Pension Scheme) ଉପରେ କେନ୍ଦ୍ର ସରକାରଙ୍କ ତରଫରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି,  ଯେଉଁ ସବୁ ରାଜ୍ୟରେ ପୁରୁଣା ପେନସନ ବ୍ୟବସ୍ଥା ଲାଗୁ ହୋଇଛ ସେହି ସମସ୍ତ ରାଜ୍ୟ ସରକାର ଜାତୀୟ ପେନସନ ସିଷ୍ଟମ (NPS) ଅଧୀନରେ ଜମା ହୋଇଥିବା ଟଙ୍କା ଫେରସ୍ତ ମାଗୁଛନ୍ତି । କିନ୍ତୁ କେନ୍ଦ୍ରର ମୋଦି ସରକାର (Modi Government) ଏହି ଟଙ୍କାକୁ ଦେବା ପାଇଁ ସମ୍ପୂର୍ଣ୍ଣ ଭାବେ ମନା କରି ଦେଇଛନ୍ତି । 

ଆପଣଙ୍କୁ କହି ରଖୁଛୁ ଯେ, ଏହି ସମୟରେ ରାଜସ୍ଥାନର ଅଶୋକ ଗେହଲୋଟ୍ ସରକାର (Ashok Gehlot Government) ପୁରୁଣା ପେନସନ୍ ଯୋଜନା (Old Pension Scheme) କୁ ଏକ ବଡ଼ ପ୍ରସଙ୍ଗରେ କରୁଛନ୍ତି । ଏଥର ଏହା ଏକ ମୁଖ୍ୟ ନିର୍ବାଚନ ପ୍ରସଙ୍ଗ ପାଲଟିଛି । ଏପ୍ରିଲ୍ ୨୦୨୩ରେ ରାଜସ୍ଥାନ ସରକାର (Rajasthan Government) ପୁରୁଣା ପେନସନ୍ ଯୋଜନା (OPS) ପୁନଃ କାର୍ଯ୍ୟକାରୀ କରିଛନ୍ତି । ଏଥି ସହିତ କେନ୍ଦ୍ର ସରକାର (Central Government) ଜାତୀୟ ପେନସନ ସିଷ୍ଟମ (NPS) ଉପରେ ବିଚାର କରିବାକୁ ସମ୍ପୂର୍ଣ୍ଣ ମନା କରି ଦେଇଛନ୍ତି ।

ଏଠାରେ କହି ରଖୁଛୁ ଯେ, ଜାତୀୟ ପେନସନ ସ୍କିମ୍ ଅନୁଯାୟୀ କର୍ମଚାରୀମାନଙ୍କୁ ଦିଆଯାଉଥିବା ବେତନ ଓ ମହଙ୍ଗା ଭତ୍ତାର ୧୦ ପ୍ରତିଶତ ରାଜ୍ୟ ସରକାର ଜମା କରିଛନ୍ତି । ରାଜସ୍ଥାନରେ ପୁରୁଣା ପେନସନ (OPS) ର ୫,୨୪,୭୨ ଖାତା ଅଛି । ଏଥିରେ ସରକାର ୧୪,୧୭୧ କୋଟି ଟଙ୍କା ଓ କର୍ମଚାରୀଙ୍କ ଦ୍ୱାରା ୧୪,୧୭୧ କୋଟି ଟଙ୍କା ଜମା କରାଯାଇଥିଲା । ଯଦି ଏଥିରେ ସୁଧ ପରିମାଣ ଯୋଗ କରାଯାଏ, ତେବେ ଏହି ଟଙ୍କା ହେଉଛି ୪୦,୧୫୭ କୋଟି ଟଙ୍କା । ମେ ୧୯,୨୦୨୨ରେ ରାଜ୍ୟ ସରକାର ଦେଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ କର୍ମଚାରୀମାନଙ୍କୁ ସୁଧ ସହିତ ରାଜ୍ୟ ସରକାରଙ୍କୁ NPS ଅବଦାନ ଫେରସ୍ତ କରିବାକୁ ପଡ଼ିବ ।

ଆପଣଙ୍କୁ କହିରଖୁଛୁ ଯେ, କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଟଙ୍କା ଦେବାକୁ ସ୍ପଷ୍ଟ ଭାବେ ମନା କରି ଦେଇଛନ୍ତି । ତେବେ ରାଜ୍ୟ ସରକାର ବିଜ୍ଞପ୍ତିରେ ପରିବର୍ତ୍ତନ ଆଣିବାକୁ ଯୋଜନା କରୁଛନ୍ତି । ଏଥି ସହିତ କେନ୍ଦ୍ର ସରକାର ସରକାରୀ କର୍ମଚାରୀଙ୍କୁ ସୁବିଧା ଦେବା ପାଇଁ ନିଜେ ଏନପିଏସରେ ପରିବର୍ତ୍ତନ ଆଣିବାକୁ ଯୋଜନା କରୁଛନ୍ତି ।

ଅଧିକ ପଢ଼ନ୍ତୁ-ରାତିର ନିଦ ଉଡ଼ାଇଦେବ ବାବା ଭେଙ୍ଗାର ଏହି ଭବିଷ୍ୟବାଣୀ, ଏହି ଖତରନାକ୍ ଅସ୍ତ୍ରର କଲେ ଉଲ୍ଲେଖ

ଅଧିକ ପଢ଼ନ୍ତୁ-ପାକିସ୍ତାନର ଖତରନାକ୍ ଚାଲ୍, ଭାରତରେ ବିଶ୍ୱକପ ଜିତିବା ପାଇଁ ଏହି ଖେଳାଳିଙ୍କୁ କରିବ ନିଜର ଅଧିନାୟକ

ଅଧିକ ପଢ଼ନ୍ତୁ-୧୨ ବର୍ଷ ପରେ ସୂର୍ଯ୍ୟ-ଗୁରୁଙ୍କ ଅଦ୍ଭୁତ ସଂଯୋଗ; ଖୋଲିଯିବ ଏସବୁ ରାଶିଙ୍କ ଭାଗ୍ୟ, ମିଳିବ ବଡ଼ ପଦ ଓ ବର୍ଷିବ ଟଙ୍କା!

ଆପଣଙ୍କୁ କହି ରଖୁଛୁ ଯେ, ନୂତନ ଓ ପୁରୁଣା ପେନସନ ଯୋଜନା ମଧ୍ୟରେ ଏକ ବିରାଟ ପାର୍ଥକ୍ୟ ଅଛି, ଯେଉଁଥିପାଇଁ କର୍ମଚାରୀ ଏବଂ ପେନସନଭୋଗୀମାନେ ପୁରୁଣା ପେନସନ୍ ସ୍କିମ୍ ପୁନଃ ଲାଗୁ କରିବାକୁ ଦାବି କରୁଛନ୍ତି । ପୁରୁଣା ପେନସନ ଯୋଜନାରେ ଅବସର ସମୟରେ କର୍ମଚାରୀମାନେ ପେନସନ ଭାବେ ଅଧା ବେତନ ପାଇଥା’ନ୍ତି । ଏଥି ସହିତ ନୂତନ ପେନସନ ଯୋଜନାରେ କର୍ମଚାରୀଙ୍କ ମୌଳିକ ବେତନ+ଡିଏର ୧୦ ପ୍ରତିଶତ କଟାଯାଇଥାଏ । ପୁରୁଣା ପେନସନ ସ୍କିମ୍ ବିଷୟରେ ବିଶେଷ କଥା ହେଉଛି କର୍ମଚାରୀଙ୍କ ବେତନରୁ କୌଣସି ଟଙ୍କା କଟାଯାଇ ନାହିଁ। ଏହା ବ୍ୟତୀତ ନୂତନ ପେନସନରେ ୬ ମାସ ପରେ ଡିଏ ପାଇବା ପାଇଁ କୌଣସି ବ୍ୟବସ୍ଥା ନାହିଁ । ଏହା ବ୍ୟତୀତ ପୁରୁଣା ପେନ୍‌ସନ ଯୋଜନାରେ ସରକାରଙ୍କ ତରଫରୁ ରାଜ କୋଷରୁ ଟଙ୍କା ଜମା କରାଯାଇଥାଏ । ସେପଟେ ନୂତନ ପେନସନ ସିଷ୍ଟମରେ ସ୍ଥିର ପେନସନର କୌଣସି ଗ୍ୟାରେଣ୍ଟି ନାହିଁ ।