ଓଡ଼ିଶା ପ୍ରଜ୍ଞାପନ ମେଢ଼ ପାଇଲା ପ୍ରଥମ ପୁରସ୍କାର
Advertisement

ଓଡ଼ିଶା ପ୍ରଜ୍ଞାପନ ମେଢ଼ ପାଇଲା ପ୍ରଥମ ପୁରସ୍କାର

ଜାନୁଆରୀ ୨୬ରେ ସାଧାରଣତନ୍ତ୍ର ଦିବସରେ ଓଡ଼ିଶାର ପ୍ରଜ୍ଞାପନ ମେଢ ପରେଡରେ ସାମିଲ ହୋଇଥିଲା । ଓଡ଼ିଶାର କଳା ସଂସ୍କୃତି ଏବଂ ବିଶେଷକରି ନାରୀ ସଶକ୍ତିକରଣକୁ ଏଥିରେ ସ୍ଥାନୀତ କରାଯାଇଥିଲା । ବର୍ତ୍ତମାନ ଖୁସିର କଥା ହେଉଛି, ଓଡ଼ିଶାର ପ୍ରଜ୍ଞାପନ ମେଢକୁ ପ୍ରଥମ ପୁରସ୍କାର ମିଳିଛି । ଯାହାକୁ ନେଇ ସମଗ୍ର ରାଜ୍ୟବାସୀ ଗର୍ବିତ ଅନୁଭବ କରୁଛନ୍ତି ।

ଓଡ଼ିଶା ପ୍ରଜ୍ଞାପନ ମେଢ଼ ପାଇଲା ପ୍ରଥମ ପୁରସ୍କାର

ଭୁବନେଶ୍ୱର: ଜାନୁଆରୀ ୨୬ରେ ସାଧାରଣତନ୍ତ୍ର ଦିବସରେ ଓଡ଼ିଶାର ପ୍ରଜ୍ଞାପନ ମେଢ ପରେଡରେ ସାମିଲ ହୋଇଥିଲା । ଓଡ଼ିଶାର କଳା ସଂସ୍କୃତି ଏବଂ ବିଶେଷକରି ନାରୀ ସଶକ୍ତିକରଣକୁ ଏଥିରେ ସ୍ଥାନୀତ କରାଯାଇଥିଲା । ବର୍ତ୍ତମାନ ଖୁସିର କଥା ହେଉଛି, ଓଡ଼ିଶାର ପ୍ରଜ୍ଞାପନ ମେଢକୁ ପ୍ରଥମ ପୁରସ୍କାର ମିଳିଛି । ଯାହାକୁ ନେଇ ସମଗ୍ର ରାଜ୍ୟବାସୀ ଗର୍ବିତ ଅନୁଭବ କରୁଛନ୍ତି ।

ଦିଲ୍ଲୀରେ ଶୀତ କାକରରେ ଅଭ୍ୟାସ କରି ପ୍ରଜ୍ଞାପନ ମେଢକୁ ଆକର୍ଷଣୀୟ କରିବା ପାଇଁ ଚେଷ୍ଟା କରିଥିଲେ ସମସ୍ତ କଳାକାର । ଶିଳ୍ପୀ ଗଜେନ୍ଦ୍ର ସାହୁ କହିଥିଲେ ଯେ, ଏଥର ଆଶା ରହିଛି ପୁରସ୍କାର ପାଇଁ କିନ୍ତୁ ପ୍ରଥମ ପୁରସ୍କାର ମିଳିବା ଅତ୍ୟନ୍ତ ସୌଭାଗ୍ୟର କଥା । ବିଚାରକ ମଣ୍ଡଳୀ ଦ୍ୱାରା ଓଡ଼ିଶାର ପ୍ରଜ୍ଞାପନ ମେଢକୁ ପ୍ରଥମ ସ୍ଥାନ ଦିଆଯିବା ପରେ ସମସ୍ତ କଳାକାର ଖୁସିବ୍ୟକ୍ତ କରିଛନ୍ତି । ମଫସଲ ଗାଁରୁ ଯାଇ ଦିଲ୍ଲୀ ଦରବାରରେ ସମ୍ୱଲପୁରୀ ନୃତ୍ୟରେ ସଭିଙ୍କ ମନ ଜିଣିବା ନିଶ୍ଚିତ ଭାବରେ ଏକ ବଡ଼ ସଫଳତାର କଥା ।

ସୂଚନାଯୋଗ୍ୟ,  ପୂର୍ବରୁ ୩ ବର୍ଷ ହେବ ପ୍ରତିରକ୍ଷା ମନ୍ତ୍ରଣାଳୟ ଓଡ଼ିଶାର ପ୍ରଜ୍ଞାପନ ମେଢକୁ ପରେଡରେ ସାମିଲ କରିବାକୁ ଖାରଜ କରିଦେଉଥିଲା । କିନ୍ତୁ ଚଳିତ ଥର ଏହାକୁ ସ୍ଥାନିତ କରାଯିବା ସହ ପ୍ରଥମ ପୁରସ୍କାର ମିଳିବା ସମଗ୍ର ରାଜ୍ୟ ପାଇଁ ଗୌରବର କଥା ।

Also Read- February Grah Gochar 2024: ଫେବୃଆରୀରେ କେଉଁ ଗ୍ରହ ଚଳନ କେଉଁ ରାଶିର ଫିଟାଇବ ଭାଗ୍ୟ, ଜାଣନ୍ତୁ...

Also Read- ନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ନେଲେ ସଂଜୀବ ପଣ୍ଡା