Bargarh Dhanu Yatra 2024: ଶେଷ ହେଲା ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା; ପୁଣି ଆର ବର୍ଷକୁ ଅପେକ୍ଷା
Advertisement
Article Detail0/zeeodisha/odisha2080302

Bargarh Dhanu Yatra 2024: ଶେଷ ହେଲା ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା; ପୁଣି ଆର ବର୍ଷକୁ ଅପେକ୍ଷା

World Famous Bargarh Dhanu Yatra: ପୌଷ ପୂର୍ଣ୍ଣମୀରେ ଶେଷ ହୋଇଛି ମୁକ୍କକାଶ ରଙ୍ଗମଞ୍ଚରେ ଆୟୋଜିତ ହେଉଥିବା ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। 

 Bargarh Dhanu Yatra 2024: ଶେଷ ହେଲା ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା; ପୁଣି ଆର ବର୍ଷକୁ ଅପେକ୍ଷା

Bargarh Dhanu Yatra 2024 Ended: କଂସ ବଧ ସହ ସମାପ୍ତ ହୋଇଛି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ପ୍ରେମ, ଭକ୍ତି, ବିରହ, ଅନ୍ୟାୟ, ଅନୀତି ତଥା ଅତ୍ୟାଚାରକୁ ନେଇ ଆରମ୍ଭ ହୋଇଥିବା ଧନୁଯାତ୍ରା ଦୀର୍ଘ ୧୧ ଦିନ ଧରି ଚାଲିବା ପରେ ଅନ୍ୟାୟ, ଅଧର୍ମକୁ ପଛରେ ପକାଇ ପରିଶେଷରେ ସତ୍ୟ ଏବଂ ଧର୍ମରେ ଜୟ ହୋଇଛି। ଏହା ହେଉଛି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ମୂଳ ଉଦ୍ଦେଶ୍ୟ। ଗତ ବର୍ଷ ଡିସେମ୍ବର ୩୧ ତାରିଖରୁ ଆରମ୍ଭ ହୋଇଥିବା ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପୌଷ ପୂର୍ଣ୍ଣମୀ ଦିନ ସମାପ୍ତ ହୋଇଛି। 

ଧନୁଯାତ୍ରାର ଅନ୍ତିମ ଦିବସରେ କୃଷ୍ଣ ବଳରାମ ମଥୁରା ନଗରୀ ଭ୍ରମଣ କରି ମହାରାଜ କଂସଙ୍କ ଧନୁଯାତ୍ରାକୁ ପହଞ୍ଚିଥିବା ବେଳେ ମହାରାଜା କଂସଙ୍କ ଆଦେଶ ଅନୁଯାୟୀ ରାଜ ଦରବାରର ସମସ୍ତ ଦ୍ୱାରରେ ନିୟୋଜିତ ଥିଲେ ବଡ଼ ବଡ଼ ଯୋଦ୍ଧା। ପ୍ରଥମ ଦ୍ୱାର ରେ ଥିଲା କୁବଳୟା ହସ୍ତି। କୁବଳୟା ହସ୍ତୀ ସହିତ ଗୋଟେ ପରେ ଗୋଟେ ସମସ୍ତ ଯୋଦ୍ଧାଙ୍କୁ ବଦ୍ଧ କରିଥିଲେ ଦୁଇ ଭାଇ କୃଷ୍ଣ ବଳରାମ। ଶେଷରେ ମହାରାଜ କଂସ ଏବଂ ମହାମନ୍ତ୍ରୀ ଶକ୍ରାଜିତ ଭଗବାନ କୃଷ୍ଣଙ୍କ ପାଖରେ ଆତ୍ମ ସମର୍ପଣ କରିବା ଦୃଶ୍ୟ ଥିଲା ବେଶ ମନୋରମ। ଯାହା ଦର୍ଶକଙ୍କୁ ମଧ୍ୟ ଆଚମ୍ବିତ କରିଥିବା ବେଳେ କଂସ ମଧ୍ୟ କୃଷ୍ଣ ଭକ୍ତ ତାହା ପ୍ରମାଣିତ ହୋଇଥିଲା। ସବୁବେଳେ ଅଧର୍ମ ଉପରେ ଧର୍ମର ଜୟ, ଅସତ୍ୟ ଉପରେ ସତ୍ୟର ବିଜୟ ହୋଇଥାଏ ତାହା ପ୍ରମାଣିତ କରିଥିଲା।

ଭଗବାନଙ୍କ ହାତରେ କଂସ ବଧ ହେବାପରେ ମଥୁରାରେ ଦେଖା ଯାଇଥିଲା ଉତ୍ସବର ମାହୋଲ। କୃଷ୍ଣ ବଳରାମ ଅଷ୍ଟମଲ୍ଲଙ୍କ ସହ ମହାରାଜ କଂସକୁ ବଧ କରି ମଥୁରାବାସୀଙ୍କୁ କଂସ ଅତ୍ୟାଚାରରୁ ମୁକ୍ତ କରିଥିଲେ। ଯାହା ପରେ ଭଗବାନ ଶ୍ରୀକୃଷ୍ଣ ଏବଂ ବଳରାମ ମଥୁରା କାରାଗୃହକୁ ଯାଇ ଦେବକୀ ଏବଂ ବାସୁଦେବଙ୍କୁ ମୁକ୍ତ କରିଥିବା ବେଳେ ମହାରାଜା ଉଗ୍ରସେନଙ୍କ ରାଜ୍ୟାଭିଷେକ କରିଥିଲେ। ଦୀର୍ଘ ୧୧ ଦିନ ଧରି ଚାଲିଥିବା ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଜନସାଧାରଣଙ୍କୁ ଅନେକ କିଛି ଶିକ୍ଷା ଦେଇଥିବା ବେଳେ ଯୁଗେ ଯୁଗେ ସର୍ବଦା ଧର୍ମର ହିଁ ଜୟ ହୋଇଥାଏ ତାହା ପ୍ରମାଣିତ କରିଛି। ଦୀର୍ଘ ୧୧ ଦିନ ଧରି ଚାଲିଥିବା ଧନୁଯାତ୍ରା ବିଶ୍ୱର ସର୍ବ ବୃହତ ଖୋଲା ରଙ୍ଗମଞ୍ଚରେ ସମସ୍ତେ ଜଣେ ଜଣେ କଳାକାର, ଅନ୍ତିମ ଦିବସରେ କୃଷ୍ଣ କଂସଙ୍କୁ ବଧ କଲାପରେ ବରଗଡ଼ବାସୀ ହୃଦବୋଧ କରିଥିଲେ ଯେ ସତେ ଯେପରି ସ୍ୱୟଂ ଭଗବାନ ଓହ୍ଲାଇ ଆସିଛନ୍ତି ଧରାପୃଷ୍ଠକୁ ଏବଂ ଅତ୍ୟାଚାରୀ କଂସକୁ ମାରି ମଥୁରାବାସୀଙ୍କୁ  ଉଦ୍ଧାର କରିଛନ୍ତି। ଚଲିତ ବର୍ଷର ଧନୁଯାତ୍ରାର ସମାପ୍ତି ପରେ ଏବେ ଅପେକ୍ଷା ପୁଣି ଆର ବର୍ଷକୁ...