Odisha Train Accident: ସରିଲା ଟ୍ରାକ୍ ମରାମତି ,୫୧ ଘଣ୍ଟା ପରେ ଗଡି଼ଲା ପ୍ରଥମ ଯାତ୍ରୀବାହୀ ଟ୍ରେନ୍
Advertisement

Odisha Train Accident: ସରିଲା ଟ୍ରାକ୍ ମରାମତି ,୫୧ ଘଣ୍ଟା ପରେ ଗଡି଼ଲା ପ୍ରଥମ ଯାତ୍ରୀବାହୀ ଟ୍ରେନ୍

Odisha Train Accident: ଦିର୍ଘ ୫୧ ଘଣ୍ଟା ପରେ ବାହାନଗାର ଟ୍ରାକ୍ ମରାମତି କାମ ଶେଷ ହୋଇଛି (Bahanaga Train Accident)। ଟ୍ରାକ୍‌ ମରାମତି ପରେ ପରୀକ୍ଷାମୂଳକ ଭାବରେ ଗତକାଲି ରାତିରେ ମାଲବାହୀ ଟ୍ରେନ୍‌ ଟ୍ରାକରେ ଚାଲିଥିବା ବେଳେ ଆଜି ସକାଳେ ଗଡ଼ିଛି ଯାତ୍ରୀବାହୀ ଟ୍ରେନ୍( passenger train service) । ପଢନ୍ତୁ ଏହି ରିପୋର୍ଟ...

ସୌଜନ୍ୟ- ସୋସିଆଲ ମିଡ଼ିଆ

Odisha Train Accident: ବାଲେଶ୍ବର (balasore) ବାହାନଗାରେ କରମଣ୍ତଳ ଟ୍ରେନ୍ ଦୁର୍ଘଟଣା (Coromandel express accident) ପରେ ସ୍ଥିତି ଧିରେ ଧିରେ ସୁଧୁରିବାରେ ଲାଗିଛି। ଦିର୍ଘ ୫୧ ଘଣ୍ଟା ପରେ ବାହାନଗାର ଟ୍ରାକ୍ ମରାମତି କାମ ଶେଷ ହୋଇଛି (Bahanaga Train Accident)। ଟ୍ରାକ୍‌ ମରାମତି ପରେ ପରୀକ୍ଷାମୂଳକ ଭାବରେ ଗତକାଲି ରାତିରେ ମାଲବାହୀ ଟ୍ରେନ୍‌ ଟ୍ରାକରେ ଚାଲିଥିବା ବେଳେ ଆଜି ସକାଳେ ଗଡ଼ିଛି ଯାତ୍ରୀବାହୀ ଟ୍ରେନ୍( passenger train service) । ଗତକାଲି ରାତି ପ୍ରାୟ ୧୦ ଟା ପରେ ଉଭୟ ଅପ୍ ଏବଂ ଡାଉନରେ ପରକ୍ଷାମୂଳକ ଭାବେ ମାଲଗାଡି ଚଳାଚଳ ଆରମ୍ଭ ହୋଇଥିଲା । ଏହି ସମୟରେ ସେଠାରେ ରେଳମନ୍ତ୍ରୀ ଅଶ୍ବନୀ ବୈଷ୍ଣବ(Railway Minister Ashwini Vaishnaw) ସେଠାରେ ଉପସ୍ଥିତ ଥିଲେ ।  ଟ୍ରେନ୍‌ ଗଡ଼ିବା ବେଳେ ରେଳମନ୍ତ୍ରୀ ହାତ ଯୋଡ଼ି ନମସ୍କାର କରି ଭଗବାନଙ୍କୁ ସ୍ମରଣ କରିଥିବା ଦେଖିବାକୁ ମିଳିଥିଲା । ଗତକାଲି ରାତି ୧୦ଟା ୪୦ ମିନିଟରେ ମାଲବାହୀ ଟ୍ରେନ୍‌ ବାହାନଗା ବଜାର ଷ୍ଟେସନ ଦେଇ ଅତିକ୍ରମ କରିଥିଲା । ଦୁର୍ଘଟଣା ପରେ ଶନିବାରଠୁ ଘଟଣାସ୍ଥଳରେ ରହି ସମସ୍ତ କାର୍ଯ୍ୟର ତଦାରଖ କରିଛନ୍ତି ରେଳ ମନ୍ତ୍ରୀ ଅଶ୍ୱୀନୀ ବୈଷ୍ଣବ । 

Also Read: Odisha Train Accident: କରମଣ୍ତଳ ଏକ୍ପପ୍ରେସ ଦୁର୍ଘଟଣା ପାଇଁ ଦାୟୀ କି ବାହାନଗାର ଆସିଷ୍ଟାଣ୍ଟ ଷ୍ଟେସନ ମାଷ୍ଟର?

Also Read: Puri News: ଶ୍ରୀଜିଉଙ୍କୁ ଜ୍ବର, ଆଜିଠୁ ଅଲାରନାଥଙ୍କ ଅଣସର ଦର୍ଶନ ଆରମ୍ଭ

ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ବାଲେଶ୍ୱର ଜିଲ୍ଲା ବାହାନଗାରେ  କରମଣ୍ତଳ ଏକ୍ସପ୍ରେସ ଦୁର୍ଘଟଣାଗସ୍ତ (Bahanaga Train Accident) ହୋଇଥିଲା। ଏଥିରେ ପାଖାପାଖି ୩୦୦ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ  ୧୦୦୦ରୁ  ଅଧିକ ଆହତ ହୋଇଥିଲେ । ବର୍ତ୍ତମାନ ମୃତଦେହ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି ।  ମୃତକଙ୍କ ସମ୍ପର୍କୀୟମାନେ ମୃତକଙ୍କ ଫଟୋ ଧରି ହସପିଟାଲରେ ସେମାନଙ୍କ ପ୍ରିୟଜନଙ୍କ ମୃତଦେହକୁ ଚିହ୍ନଟ କରିବାରେ ଲାଗିଛନ୍ତି। ଏହି ଭୟଙ୍କର ଦୁର୍ଘଟଣା (Odisha triple-train tragedy)ସାରା ଦେଶକୁ ଦୋହଲାଇ ଦେଇଥିଲା। ଏହି ଅଘଟଣ ପରେ ଘଟଣାସ୍ଥଳରେ ପ୍ରଧାନମନ୍ତ୍ରୀଙ୍କ ସମେତ ରେଳମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଥିଲେ ।

ତେବେ ଏହି ଦୁର୍ଘଟଣାଟି ଇଣ୍ଟରଲକିଂ ସିଷ୍ଟମ ତ୍ରୁଟି ଯୋଗୁଁ ଘଟିଛି ବୋଲି ରେଳମନ୍ତ୍ରୀ କହିଛନ୍ତି । ତେବେ ଏହି ଯୁଦ୍ଧକାଳୀନ ପରିସ୍ଥିତିରେ ଶ୍ରମିକମାନେ କାମ ସାରିଥିବାରୁ ରେଳମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମୃତାହତଙ୍କ ପରିବାରକୁ ସହାୟତା ରାଶି ମଧ୍ୟ ଘୋଷଣା କରାଯାଇଛି । ଭୟଙ୍କର ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏହାସହିତ ଦୁର୍ଘଟଣାରେ ଗୁରୁତର ହୋଇଥିବା ଯାତ୍ରୀମାନଙ୍କୁ ୨ ଲକ୍ଷ ଟଙ୍କା ପ୍ରଦାନ କରିବା ନେଇ ଘୋଷଣା କରାଯାଇଛି । ଆହତ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଯୋଗାଇ ଦେବାକୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ମୃତକଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଏବଂ ଆହତଙ୍କୁ ୧ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ।  ସେପଟେ, ଟ୍ରେନ ଦୁର୍ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛି ରେଳବାଇ ବୋର୍ଡ । ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଭୁବନେଶ୍ୱର ଏମ୍ସ, କଟକ ବଡ ମେଡିକାଲ, ବାଲେଶ୍ୱର, ଭଦ୍ରକ ଓ ସୋର ଡାକ୍ତରଖାନାରେ ଆହତଙ୍କ ଚିକିତ୍ସା ଚାଲିଛି ।