Balasore Train Tragedy: କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ୭ ରେଳବାଇ କର୍ମଚାରୀ ନିଲମ୍ବିତ
Advertisement

Balasore Train Tragedy: କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ୭ ରେଳବାଇ କର୍ମଚାରୀ ନିଲମ୍ବିତ

Coromandel Express Accident: କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ସିବିଆଇ ୩ ଜଣ ରେଳବାଇ କର୍ମଚାରୀଙ୍କୁ ଗିରଫ କରିସାରିଛି। ଅନ୍ୟପଟେ ଏହି ଘଟଣାରେ ୭ ଜଣ ରେଳବାଇ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି।

 Balasore Train Tragedy: କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ୭ ରେଳବାଇ କର୍ମଚାରୀ ନିଲମ୍ବିତ

7 Railway Employees Suspended: ବହୁଚର୍ଚ୍ଚିତ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ନିଲମ୍ବିତ ହୋଇଛନ୍ତି ୭ ଜଣ ରେଳବାଇ କର୍ମଚାରୀ। ଗତ ଜୁନ ୨ ତାରିଖରେ ବାଲେଶ୍ୱର ଜିଲ୍ଲାର ବାହାନାଗା ବଜାର ରେଳ ଷ୍ଟେସନ ଠାରେ ହୋଇଥିବା ଏହି ଟ୍ରେନ ଦୁର୍ଘଟଣାରେ ୨୯୪ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧୭୫ ଜଣରୁ ଅଧିକ ଆହତ ହୋଇଥିଲେ।

କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ୭ ରେଳବାଇ କର୍ମଚାରୀ  
କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ (Coromandel Express Accident) ପ୍ରତିକ୍ରିୟା ରଖିଛନ୍ତି ଦକ୍ଷିଣ-ପୂର୍ବ ରେଳବାଇ ମହାପ୍ରବନ୍ଧକ (South-Eastern Railway General Manager) ମ୍ୟାନେଜର ଅନିଲ କୁମାର ମିଶ୍ର। ଏନେଇ ଗଣମାଧ୍ୟମକୁ ସୂଚନା ଦେଇ ମହାପ୍ରବନ୍ଧକ କହିଛନ୍ତି ଯେ, ଏହି ଘଚଣାରେ ସିବିଆଇ ବର୍ତ୍ତମାନ ପର୍ଯ୍ୟନ୍ତ ୩ ଜଣ କର୍ମଚାରୀଙ୍କୁ ଗିରଫ କରିଛି। ଡ୍ୟୁଟି ସମୟରେ ସତର୍କ ହୋଇ ନ ଥିବାରୁ ଷ୍ଟେସନ ମାଷ୍ଟର, ଟ୍ରାଫିକ ଇନ୍ସପେକ୍ଟର ଏବଂ ମେଣ୍ଟନର ସମେତ ୭ ଜଣଙ୍କୁ ନିଲମ୍ବିତ କରାଯାଇଛି। ଯଦି ସେମାନେ ସତର୍କ ରହିଥାନ୍ତେ, ତାହେଲେ ଏଭଳି ଦୁଃଖଦ ଟ୍ରେନର ଦୁର୍ଘଟଣାକୁ ରୋକାଯାଇ ପାରିଥାନ୍ତା। 

ବୁଧବାର ଦକ୍ଷିଣ-ପୂର୍ବ ରେଳବାଇର ନୂତନ ମହାପ୍ରବନ୍ଧକ ଏବଂ ଡିଭିଜନାଲ ରେଲୱେ ମ୍ୟାନେଜର ବାହାନାଗା ବଜାର (Bahanaga Bazar Railway Station) ଏବଂ ବାଲେଶ୍ୱର ରେଳ ଷ୍ଟେସନ (Balasore Railway Station) ପରିଦର୍ଶନ କରିବା ପରେ ଏହି ନିଲମ୍ବନ ଆଦେଶ ଆସିଛି। ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ (Balasore MP Pratap Sarangi) ସହ ସେମାନେ ଗୋପୀନାଥପୁର ରେଳ ଷ୍ଟେସନ (Gopinathpur Railway Station) ପରିଦର୍ଶନ କରିଥିଲେ।

ଏହି ସମୟରେ ତିନି ଅଭିଯୁକ୍ତ ବରିଷ୍ଠ ବିଭାଗୀୟ ଇଞ୍ଜିନିୟର (ସିଗନାଲ) ଅରୁଣ କୁମାର ମହନ୍ତ, ସେକ୍ସନ୍ ଇଞ୍ଜିନିୟର ମହମ୍ମଦ ଆମୀର ଖାନ ଏବଂ ଟେକ୍ନିସିଆନ ପପୁ କୁମାରଙ୍କୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (Central Bureau of Investigation) ୪ ଦିନିଆ ରିମାଣ୍ଡରେ ନେଇଛି। ରେଳବାଇ ସୁରକ୍ଷା କମିଶନର (Commissioner of Railway Safety), ଦକ୍ଷିଣ-ପୂର୍ବାଞ୍ଚଳ ସର୍କଲ (South Eastern Railway Circle) ପକ୍ଷରୁ ହୋଇଥିବା ଅନୁସନ୍ଧାନ ରିପୋର୍ଟ ମାଧ୍ୟମରେ ଦର୍ଶାଯାଇଛି ଯେ ବାହାନାଗ ବଜାର ରେଳ ଷ୍ଟେସନ ଠାରେ ହୋଇଥିବା ଭୟାବହ ଟ୍ରେନ୍ ଦୁର୍ଘଟଣା ଉତ୍ତର ସିଗନାଲ୍ ଗୋମି ଠାରେ ହୋଇଥିବା ସିଗନାଲ୍ ସର୍କିଟ ପରିବର୍ତ୍ତନରେ ଘଟିଥଲା।

Also Read: Balasore Train Accident: କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ୩ ରେଳବାଇ ଅଧିକାରୀଙ୍କୁ ବାନ୍ଧିଲା ସିବିଆଇ

ପୂର୍ବରୁ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ୩ ଜଣ ରେଳବାଇ ଅଧିକାରୀଙ୍କୁ ଗିରଫ କରିଥିଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା। ଗତ ଜୁନ ୨ ତାରିଖରେ ହୋଇଥିବା ବାଲେଶ୍ୱର ଜିଲ୍ଲାର ବାହାନାଗା ବଜାର ରେଳ ଷ୍ଟେସନ ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା କରମଣ୍ଡଳ ଏକ୍ସପ୍ରେସ। ଓଡ଼ିଶାରେ ଘଟିଥିବା ଏହି ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ  ୨୯୪ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧୭୫ ଜଣରୁ ଅଧିକ ଆହତ ହୋଇଥିଲେ। ସିବିଆଇ ୩ ଜଣ ରେଳ କର୍ମଚାରୀଙ୍କୁ ଆଇପିସି ଧାରା ୩୦୪ ଅନୁଯାୟୀ ଗିରଫ କରିଥିଲା।   

ସିବିଆଇ ଦ୍ୱାରା ଗିରଫ ହୋଇଥିବା ୩ ଜଣ ରେଳ କର୍ମଚାରୀ ହେଉଛନ୍ତି ଅରୁଣ କୁମାର ମହନ୍ତ (ଜୁନିଅର ଇଞ୍ଜିନିୟର), ଏମଡି ଆମୀର ଖାନ (ଜୁନିଅର ସେକ୍ସନ ଇଞ୍ଜିନିୟର) ଏବଂ ପପୁ କୁମାର (ଟେକ୍ନିସିଆନ)। ସେମାନଙ୍କ ବିରୋଧରେ ଆଇପିସି ଧାରା ୨୦୧ (ଅପରାଧର ପ୍ରମାଣ ଅଦୃଶ୍ୟ ହେବା କିମ୍ବା ଅପରାଧ ସମ୍ବନ୍ଧରେ ମିଥ୍ୟା ସୂଚନା ଦେବା) ଅନୁଯାୟୀ ମାମଲା ରୁଜୁ ହୋଇଛି। ରେଳବାଇ ଅଧିକାରୀଙ୍କ ବିରୋଧରେ ଯେଉଁ ଆଇପିସି ଧାରା ଅନୁଯାୟୀ ମାମଲା ରୁଜୁ ହୋଇଛି, ସେହି ଅପରାଧର ଗୁରୁତ୍ତ୍ୱ ଉପରେ ନିର୍ଭର କରି ସେମାନଙ୍କୁ ଆଜୀବନ କାରାଦଣ୍ଡ ଠାରୁ ନେଇ ଜରିମାନା କିମ୍ବା କଠୋର ଜେଲ ହୋଇପାରେ।