Odisha Train Accident: ବାହାନଗା ଟ୍ରେନ୍ ଦୁର୍ଘଟଣା, ଆଜି ଷ୍ଟେସନ ମାଷ୍ଟରଙ୍କୁ ଘାଣ୍ଟିବ CBI
Advertisement

Odisha Train Accident: ବାହାନଗା ଟ୍ରେନ୍ ଦୁର୍ଘଟଣା, ଆଜି ଷ୍ଟେସନ ମାଷ୍ଟରଙ୍କୁ ଘାଣ୍ଟିବ CBI

Odisha Train Accident: ରେଳ ଷ୍ଟେସନର ଅନ୍ୟ ୪ କର୍ମଚାରୀଙ୍କୁ ଗିରଫ ୩ ଅଭିଯୁକ୍ତଙ୍କ ସହ ମୁହାଁମୁହିଁ ଓ ପରେ ଅଲଗା ଅଲଗା ଜେରା କରାଯାଇଛି । ତେବେ ଜେରା ସମୟରେ ଗୁଡ଼େଇ ତୁଡ଼େଇ ଅନେକ ପ୍ରଶ୍ନ ପଚାରିଛି ସିବିଆଇ । ଦୁର୍ଘଟଣା ପୂର୍ବରୁ ସେମାନେ କେଉଁଠି ଥିଲେ? 

ସୌ(ସୋସିଆଲ ମିଡିଆ)

Odisha Train Accident: ଭୟଙ୍କର ବାହାନଗା ରେଳ ଦୁର୍ଘଟଣାରେ (Odisha train tragedy) ଗିରଫ ୩ ଅଭିଯୁକ୍ତଙ୍କୁ ରିମାଣ୍ତରେ ନେଇ ମାରାଥନ ଜେରା କରୁଛି ସିବିଆଇର ଏକ ସ୍ବତନ୍ତ୍ର ଟିମ୍ (CBI Special team) । ନିକଟରେ ରେଳୱ ସୁରକ୍ଷା କମିଶନରଙ୍କ ରିପୋର୍ଟ ଆସିବା ପରେ (The Commission of Railway Safety) ସିଗନାଲିଂ ତ୍ରୁଟି (wrong signaling) ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ସ୍ପଷ୍ଟ ହୋଇଥିଲା । ତେବେ ଏହା ପରେ ୩ ରେଳ ଅଧିକାରୀଙ୍କୁ ରିମାଣ୍ତର ତୃତୀୟ ଦିନରେ ମାରାଥନ ଜେରା କରିଛି ସିବିଆଇ । ଏହାସହ ରେଳ ଷ୍ଟେସନର ଅନ୍ୟ ୪ କର୍ମଚାରୀଙ୍କୁ ଗିରଫ ୩ ଅଭିଯୁକ୍ତଙ୍କ ସହ ମୁହାଁମୁହିଁ ଓ ପରେ ଅଲଗା ଅଲଗା ଜେରା କରାଯାଇଛି । ତେବେ ଜେରା ସମୟରେ ଗୁଡ଼େଇ ତୁଡ଼େଇ ଅନେକ ପ୍ରଶ୍ନ ପଚାରିଛି ସିବିଆଇ । ଦୁର୍ଘଟଣା ପୂର୍ବରୁ ସେମାନେ କେଉଁଠି ଥିଲେ? ଏମିକି କି, ଦୁର୍ଘଟଣା ସମୟରେ ସେମାନେ କ’ଣ କରୁଥିଲେ ? ରିଲେ ରୁମେରେ କେହି ଉପସ୍ଥିତ ଥିଲେ କି ନାହିଁ ? ଏହି ସବୁ ଦିଗ ଉପରେ ରେଳ କର୍ମଚାରୀଙ୍କୁ ଜେରା କରାଯାଇଛି ।

ସୂଚନାଯୋଗ୍ୟ, ରେଳ କର୍ମଚାରୀମାନଙ୍କ ବୟାନକୁ ଆଧାର କରି ଗିରଫ ୩ ଅଭିଯୁକ୍ତଙ୍କୁ ଅଲଗା ଅଲଗା ଜେରା କରାଯାଇଥିଲା । ଆଜି ଅର୍ଥାତ୍ ମଙ୍ଗଳବାର ଦିନ ଷ୍ଟେସନ ମାଷ୍ଟରଙ୍କୁ ସିବିଆଇ କାର୍ଯ୍ୟାଳୟରେ ହାଜର ହେବା ନେଇ ସମନ କରାଯାଇଛି । ଷ୍ଟେସନ ମାଷ୍ଟର ହାଜର ହେବା ପରେ ତାଙ୍କୁ ଦୁର୍ଘଟଣା ନେଇ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ପଚରାଯିବ ।  ପ୍ରକାଶ ଥାଉ କି, ନିକଟରେ ଏହି ଭୟଙ୍କର ଦୁର୍ଘଟଣା ସିଗନାଲ ଓ ଟେଲିକମ୍ ଡ଼ିପୋର୍ଟମେଣ୍ଟର ଏକାଧିକ ତ୍ରୁଟି ଯୋଗୁଁ ଘଟିଥିବା ଜଣାପଡ଼ିଥିଲା । ଏଥିସହ ରେଳୱ ସୁରକ୍ଷା କମିଶନରଙ୍କ ରିପୋର୍ଟରେ ଦୁର୍ଘଟଣା ଲାଗି ଷ୍ଟେସନ ମାଷ୍ଟରଙ୍କୁ ଦାୟୀ କରାଯାଇଥିଲା । ଦୁର୍ଘଟଣା ବେଳେ ସେ କ’ଣ କରୁଥିଲେ? ଏଥିରେ ତାଙ୍କର ଭୂମିକା କ’ଣ  ଥିଲା? ଏହି ସମସ୍ତ ଦିଗ ଉପରେ ଷ୍ଟେସନ ମାଷ୍ଟରଙ୍କୁ ଜେରା କରାଯିବ । ତେବେ ଜେରା ବେଳେ ଷ୍ଟେସନ ମାଷ୍ଟରଙ୍କ ଅଡୁଆ ବଢିପାରେ ବୋଲି କୁହାଯାଉଛି । ଏହି ସମୟରେ ତଦନ୍ତକାରୀ ରେଳ ବିଶେଷଜ୍ଞ ଓ ବୈଷୟିକ ଟିମ୍ ସହ ମଧ୍ଯ ବିଚାରବିମର୍ଶ କରାଯିବା ନେଇ ଜଣାପଡ଼ିଛି । ସୂଚନା ଥାଉ କି, ନିକଟରେ ରେଳୱ ସୁରକ୍ଷା କମିଶନରଙ୍କ ରିପୋର୍ଟରେ ଟ୍ରାକରେ କୌଣସି ତୁଟ୍ରି ନଥିବା ଦର୍ଶାଯାଇଥିବା ବେଳେ ଇଏଲବି ରିପ୍ଲେସମେଣ୍ଟ ପଦ୍ଧତିରେ ତ୍ରୁଟି ଥିବା କୁହାଯାଇଛି । ଏହାର ଆଧୁନିକୀକରଣ ଉପରେ ରେଳ କର୍ମଚାରୀମାନେ ଗୁରୁତ୍ବ ଦେଇନଥିଲେ । ଏମିତି କି, ଦୁର୍ଘଟଣା ଆଶଙ୍କା ନେଇ ପୂର୍ବ ଚେତାବନୀକୁ ମଧ୍ଯ ଅଣଦେଖା କରାଯାଇଥିଲା । ତେବେ ଦୁର୍ଘଟଣା ପରେ କାହିଁକି ପ୍ରମାଣ ନଷ୍ଟ ଲାଗି ଉଦ୍ୟମ ଚାଲିଥିଲା ? ଏହା ପଛରେ କାହାର ଷଡ଼ଯନ୍ତ୍ର ରହିଛି କି ? ଏହି ସମସ୍ତ ଦିଗ ଉପରେ ସିବିଆଇ (CBI) ତଦନ୍ତ ଚଳାଇଛି । ୫ ଦିନ ରିମାଣ୍ତରେ ଆସିଥିବା ୩ ରେଳ ଅଧିକାରୀଙ୍କୁ ଚନ୍ଦକା ଥାନାରେ (chandaka police station) ରଖାଯାଇ ଅଲଗା ଅଲଗା ଜେରା କରାଯାଉଛି । ତେବେ ସେମାନଙ୍କ ବୟାନ ପରସ୍ପର ସହ ମେଳ ଖାଉନଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି ।

ଅନ୍ୟପଟେ ବାଲେଶ୍ବର ଷ୍ଟେସନରେ ଲାଗିଥିବା ପୁରୁଣା ଇଲେକ୍ଟ୍ରିକ୍ ଲିଫ୍ଟି ବ୍ୟାରିଅରକୁ ଖୋଲାଯାଇ ବାହାନଗା ଷ୍ଟେସନରେ ଲଗାଯାଇଥିବା ଜଣାପଡ଼ିଛି । ଗରିଫ ଟେକ୍ନିସିଆନ୍, ସେକ୍ସନ୍ ଇଞ୍ଜିନିୟର ଓ ସିନିଅର ସେକ୍ସନ୍ ଇଞ୍ଜିନିୟର ଏହାକୁ ଯାଞ୍ଚ କରିଥିଲେ । ତେବେ ସେମାନଙ୍କ ଅବହେଳା ଯୋଗୁଁ ଏତେ ବଡ଼ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି । କିନ୍ତୁ ସିଗନାଲିଂ ଓ ଇଣ୍ଟର –ଲକିଂ ସିଷ୍ଟମ (Electronic interlocking system) ସଠିକ୍ ଭାବେ କାମ କରୁଛି କି ନାହିଁ ତାହା ଯାଞ୍ଚ କରିବା ବରିଷ୍ଠ ଅଧିକାରୀଙ୍କ କାମ ଅଟେ । ତେବେ ଏହି ସମୟରେ ବରିଷ୍ଠ ଅଧିକାରୀଙ୍କ ଭୂମିକା କ’ଣ ଥିଲା ସେନେଇ ତଦନ୍ତକାରୀ ଅଧିକାରୀ ଖୋଳତାଡ଼ ଜାରି ରଖିଛନ୍ତି ।

ଏହା ମଧ୍ଯ ପଢନ୍ତୁ-Road Accident: ଅଟୋ ଉପରେ ଚଢିଗଲା ଟ୍ୟାଙ୍କର, ଘଟଣାସ୍ଥଳରେ ୧୨ ମୃତ

ଏହା ଏକ ସମ୍ବେଦଶୀଳ ମାମଲା ହୋଇଥିବା ବେଳେ ସାରା ଦେଶରେ ନଜର ଏହା ଉପରେ ରହିଛି । ଫଳରେ ମାମଲାରେ ଏସପି ଓ ଡିଆଇଜି ପାହ୍ୟର ଅଧିକାରୀଙ୍କୁ ସାମିଲ କରାଯାଇଛି । ପ୍ରକାଶ ଥାଉ କି, ଗତ ଶୁକ୍ରବାର ଦିନ ବାହାନଗା ରେଳ ଦୁର୍ଘଟଣା (Balasore Train Accident 2023) ମାମଲାରେ ସିବିଆଇ ସେକ୍ସନ୍ ଇଞ୍ଜିନିଂୟର ମହମ୍ମଦ ଅମିର ଖାନ, ଟେକ୍ନିସିଆନ୍ ପପୁ କୁମାର ଓ ସିନିଅର ସେକ୍ସନ୍ ଇଞ୍ଜିନିଂୟର ଅରୁଣ କୁମାର ମହାନ୍ତିଙ୍କୁ ଗିରଫ କରି ୫ ଦିନିଆରେ ରିମାଣ୍ତରେ ଆଣି ଜେରା କରୁଛି ।