Odisha Train Accident: ମୃତଦେହ ଚିହ୍ନଟ ପ୍ରକ୍ରିୟା ଆହୁରି ହେଲା ସହଜ, ଭୁବନେଶ୍ବର ଏମ୍ସରେ ଆଜିଠୁ ଡିଏନଏ ଟେଷ୍ଟିଂ ଆରମ୍ଭ
Advertisement

Odisha Train Accident: ମୃତଦେହ ଚିହ୍ନଟ ପ୍ରକ୍ରିୟା ଆହୁରି ହେଲା ସହଜ, ଭୁବନେଶ୍ବର ଏମ୍ସରେ ଆଜିଠୁ ଡିଏନଏ ଟେଷ୍ଟିଂ ଆରମ୍ଭ

Odisha Train Accident: ବାଲେଶ୍ବର ବାହାନଗା କରମଣ୍ତଳ ଟ୍ରେନ ଦୁର୍ଘଟଣାକୁ (Coromandel express accident) । ଦୁର୍ଘଟଣାକୁ ସିନା ଚାରି ଦିନ ବିତିଛି। ହେଲେ ଏବେ ମୃତଦେହ ଚିହ୍ନଟକୁ ନେଇ ସମସ୍ୟା ଦେଖାଦେଇଛି। (Odisha triple train tragedy) ଦୁର୍ଘଟଣାରେ ଚେହେରା ନଷ୍ଟ ହୋଇ ଯାଇଥିବାରୁ ସମ୍ପର୍କୀୟମାନେ ବି ନିଜ ଲୋକଙ୍କୁ ଚିହ୍ନି ପାରୁ ନାହାଁନ୍ତି । ଯାହାକୁ ନେଇ ସମସ୍ୟା ଦେଖାଦେଇଛି। ଏନେଇ ଭୁବନେଶ୍ବର ଏମ୍ସରେ (AIIMS) ଆଜିଠାରୁ ଡିଏନଏ ଟେଷ୍ଟିଂ DNA Test) ଆରମ୍ଭ ହୋଇଛି। 

ସୌଜନ୍ୟ- ସୋସିଆଲ ମିଡ଼ିଆ

Odisha Train Accident: ବାଲେଶ୍ବର ବାହାନଗା କରମଣ୍ତଳ ଟ୍ରେନ ଦୁର୍ଘଟଣାକୁ (Coromandel express accident) ନେଇ ବର୍ତ୍ତମାନ ଚାରିଆଡେ ଚର୍ଚ୍ଚା । ଦୁର୍ଘଟଣାକୁ ସିନା ଚାରି ଦିନ ବିତିଛି। ହେଲେ ଏବେ ମୃତଦେହ ଚିହ୍ନଟକୁ ନେଇ ସମସ୍ୟା ଦେଖାଦେଇଛି। (Odisha triple train tragedy) ଦୁର୍ଘଟଣାରେ ଚେହେରା ନଷ୍ଟ ହୋଇ ଯାଇଥିବାରୁ ସମ୍ପର୍କୀୟମାନେ ବି ନିଜ ଲୋକଙ୍କୁ ଚିହ୍ନି ପାରୁ ନାହାଁନ୍ତି । ଯାହାକୁ ନେଇ ସମସ୍ୟା ଦେଖାଦେଇଛି। ଏନେଇ ଭୁବନେଶ୍ବର ଏମ୍ସରେ (AIIMS) ଆଜିଠାରୁ  ଡିଏନଏ ଟେଷ୍ଟିଂ (DNA Test) ଆରମ୍ଭ ହୋଇଛି। କୌଣସି ମୃତଦେହର ଚିହ୍ନଟ ନେଇ ସମସ୍ୟା ଦେଖାଗଲେ ମୃତଦେହ ସହ ତାଙ୍କ ପରିବାର ସଦସ୍ୟଙ୍କ ଡିଏନଏ ଟେଷ୍ଟ (DNA Test)କରାଯିବ ବୋଲି ଜଣାପଡିଛି।  ଭୁବନେଶ୍ୱର ଏମ୍ସରେ (Bhubaneswar AIIMS) ଡିଏନଏ ଟେଷ୍ଟିଂ ପାଇଁ ସ୍ୱତନ୍ତ୍ର ଡେକ୍ସ ଖୋଲଯାଇଛି । 

ମୃତଦେହ ଚିହ୍ନଟ ହୋଇନପାରିଲେ ସମ୍ପର୍କୀୟଙ୍କ ଡିଏନଏ ପରୀକ୍ଷା କରାଯିବ । ମୃତଦେହର ଡିଏନଏ ସାମ୍ପୁଲ ସହ ମେଳ ଖାଇଲେ ମୃତଦେହ ହସ୍ତାନ୍ତର କରାଯିବ । ତେବେ,ଆମେ ଏଠାରେ ଆପଣଙ୍କୁ କହି ରଖିବୁ ଯେ, ବର୍ତ୍ତମାନ ସୁଧା ଏମ୍ସରେ ୬୪ଟି ମୃତଦେହ ଚିହ୍ନଟ ଓ ହସ୍ତାନ୍ତର ହୋଇଛି। ଏବେବି ମେଡିକାଲରେ ୫୯ ମୃତଦେହ ଚିହ୍ନଟ ହୋଇପାରି ନାହିଁ। ତେବେ,ଏହି ମୃତଦେହ ଗୁଡିକ ରଖିବା ପାଇଁ ଜଗତସିଂହପୁର ଜିଲ୍ଲା ପାରାଦୀପରୁ ୫ଟି କଣ୍ଟେନର ଅଣାଯାଇଛି। ୧୦ରୁ ଅଧିକ ପରିବାର ଟେଷ୍ଟି ପାଇଁ ନୁମନା ଦେଇଛନ୍ତି। ରିପୋର୍ଟ ଆସିବା ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ। ବାହାନଗା ରେଳ ଦୁର୍ଘଟଣାରେ ଏଯାଏ ୧୭୭ ମୃତଦେହ ଚିହ୍ନଟ ହୋଇଛି । ଆବଶ୍ୟକ ପ୍ରକ୍ରିୟା ପରେ ମୃତଦେହକୁ ହସ୍ତାନ୍ତର କରାଯାଉଛି । ମୃତଦେହକୁ ମାଗଣାରେ ଗାଡ଼ିରେ ଗନ୍ତବ୍ୟସ୍ଥଳକୁ ପଠାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି। 

Also Read: Jaya Kishori Net Worth: ଏତେ କୋଟିର ମାଲିକାଣୀ ଜୟା କିଶୋରୀ

Also Read: Mangal Gochar 2023: କର୍କଟକୁ ଚଳନ କଲେ ମଙ୍ଗଳ, ଆଜିଠୁ ଏହି ତିନି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ଲାଗିଲା ଲଟେରୀ,ହୋଇଯିବେ ମାଲେମାଲ୍!

ସେହିପରି ମୃତଦେହ ଗୁଡିକ ଚିହ୍ନଟ ପାଇଁ ରେଲଓ୍ବେ ଆଉ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ମୃତକଙ୍କ ଶବ ଚିହ୍ନଟ କରିବା ପାଇଁ ରେଲୱେ ପକ୍ଷରୁ ହେଲପଲାଇନ ନମ୍ବର ଜାରି କରାଯାଇଛି । ୧୮୦୦୩୪୫୦୦୬ ନମ୍ବରରେ କଲ୍ କରି ନିଜ ପରିଚିତ ମୃତକଙ୍କ ଶବଚିହ୍ନଟ କରିବା ସହ ଘରକୁ ନେଇ ପାରିବେ । ଏହାବତୀତ ବିଏମସି ମଧ୍ୟ ହେଲପଲାଇନ ନମ୍ବର ଜାରି କରିଛି । ତେବେ, ଏଯାଏ ୧୦୧ ମୃତଦେହ ଚିହ୍ନଟ ହୋଇ ନାହିଁ । ଚିହ୍ନଟ ପାଇଁ ରେଳ ମନ୍ତ୍ରାଳୟ ପକ୍ଷରୁ ପଶ୍ଚିମବଙ୍ଗ, ଓଡ଼ିଶା, ଝାଡ଼ଖଣ୍ଡ, ବିହାର, ଛତିଶଗଡ଼, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁର ବିଭିନ୍ନ ଡିଭିଜନ୍‌ ଓ ଜୋନାଲ୍‌ ମୁଖ୍ୟାଳୟକୁ ମୃତକଙ୍କ ଫଟୋ ପଠାଯାଇଛି । ଫଟୋରେ ଉଲ୍ଲେଖ ରହିଛି ସେମାନେ କେଉଁ ରଙ୍ଗର ପୋଷାକ ପିନ୍ଧିଥିଲେ । ଭୁବନେଶ୍ୱର ଏମ୍‌ସକୁ ୧୨୩ ମୃତଦେହ ଆସିଥିଲା । ବର୍ତ୍ତମାନ ସୁଦ୍ଧା ୬୪ଟି ମରଶରୀରକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ସୂଚନା ଅନୁସାରେ, ଶୁକ୍ରବାର ସଂନ୍ଧ୍ୟା ୭ଟା ସମୟରେ,ହାୱଡାରୁ ଚେନ୍ନାଇ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ୍ ବାଲେଶ୍ୱର ବାହାନଗା ନିକଟରେ (Coromandel express accident) ପ୍ରଥମେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପୂର୍ବରୁ ଛିଡ଼ା ହୋଇଥିବା ଏକ ମାଲ୍‌ବାହୀ ଗାଡ଼ିକୁ ଧକ୍କା ଦେଇ ଓଲଟି ପଡ଼ିଥିଲା କରମଣ୍ଡଳ। ଏପରିକି ମାଲ୍‌ବାହୀ ଗାଡ଼ି ଉପରକୁ ଚଢ଼ି ଯାଇଛି କରମଣ୍ଡଳ। ଏହି ଟ୍ରେନ୍‌ର କିଛି ବଗି ଆର ଟ୍ରାକ ଉପରେ ପଡ଼ିଥଲା। କିଛି ସମୟ ପରେ ସେହି ରୁଟ୍‌ରେ ଆସିଥିଲା ଯଶୱନ୍ତପୁର-ହାୱଡ଼ା ଟ୍ରେନ୍‌। ଏହି ଟ୍ରେନ୍ କରମଣ୍ଡଳ ଏକସପ୍ରେସ୍‌ର ଓଲଟି ପଡ଼ିଥିବା ବଗିକୁ ଧକ୍କା ଦେଇଥିଲା। ଫଳରେ ବଡ ଧରଣର ଦୁର୍ଘଟଣା ଘଟିଥିଲା ।