Odisha Train Accident: ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ ପ୍ରମାଣ ନଷ୍ଟ ଲାଗି ହୋଇଥିଲା କି ଉଦ୍ୟମ?
Advertisement

Odisha Train Accident: ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ ପ୍ରମାଣ ନଷ୍ଟ ଲାଗି ହୋଇଥିଲା କି ଉଦ୍ୟମ?

Odisha Train Accident: ରିପୋର୍ଟରେ ଟ୍ରାକରେ କୌଣସି ତୁଟ୍ରି ନଥିବା ଦର୍ଶାଯାଇଥିବା ବେଳେ ଇଏଲବି ରିପ୍ଲେସମେଣ୍ଟ ପଦ୍ଧତିରେ ତ୍ରୁଟି ଥିବା କୁହାଯାଇଛି । ଏହାର ଆଧୁନିକୀକରଣ ଉପରେ ରେଳ କର୍ମଚାରୀମାନେ ଗୁରୁତ୍ବ ଦେଇନଥିଲେ । ଏମିତି କି, ଦୁର୍ଘଟଣା ଆଶଙ୍କା ନେଇ ପୂର୍ବ ଚେତାବନୀକୁ ମଧ୍ଯ ଅଣଦେଖା କରାଯାଇଥିଲା । ତେବେ ଦୁର୍ଘଟଣା ପରେ କାହିଁକି ପ୍ରମାଣ ନଷ୍ଟ ଲାଗି ଉଦ୍ୟମ ଚାଲିଥିଲା ? 

ସୌ(ସୋସିଆଲ ମିଡିଆ)

Odisha Train Accident:  ବାହାନଗା ରେଳ ଦୁର୍ଘଟଣାରେ (Odisha train tragedy) ଗିରଫ ୩ ରେଳ ଅଧିକାରୀଙ୍କୁ ରିମାଣ୍ତରେ ନେଇ ମାରାଥନ ଜେରା କରୁଛି ସିବିଆଇର ଏକ ସ୍ବତନ୍ତ୍ର ଟିମ୍ (CBI Special team) । ନିକଟରେ ରେଳୱ ସୁରକ୍ଷା କମିଶନରଙ୍କ ରିପୋର୍ଟ ଆସିବା ପରେ (The Commission of Railway Safety) ସିଗନାଲିଂ ତ୍ରୁଟି (wrong signaling) ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ସ୍ପଷ୍ଟ ହୋଇଥିଲା । ସିଗନାଲ ଓ ଟେଲିକମ୍ ଡ଼ିପୋର୍ଟମେଣ୍ଟର ଏକାଧିକ ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଥିଲା । ଏଥିଲାଗି ଷ୍ଟେସନ ମାଷ୍ଟରଙ୍କୁ ଦାୟୀ କରାଯାଇଥିଲା । ଏହି ରିପୋର୍ଟରେ ଟ୍ରାକରେ କୌଣସି ତୁଟ୍ରି ନଥିବା ଦର୍ଶାଯାଇଥିବା ବେଳେ ଇଏଲବି ରିପ୍ଲେସମେଣ୍ଟ ପଦ୍ଧତିରେ ତ୍ରୁଟି ଥିବା କୁହାଯାଇଛି । ଏହାର ଆଧୁନିକୀକରଣ ଉପରେ ରେଳ କର୍ମଚାରୀମାନେ ଗୁରୁତ୍ବ ଦେଇନଥିଲେ । ଏମିତି କି, ଦୁର୍ଘଟଣା ଆଶଙ୍କା ନେଇ ପୂର୍ବ ଚେତାବନୀକୁ ମଧ୍ଯ ଅଣଦେଖା କରାଯାଇଥିଲା । ତେବେ ଦୁର୍ଘଟଣା ପରେ କାହିଁକି ପ୍ରମାଣ ନଷ୍ଟ ଲାଗି ଉଦ୍ୟମ ଚାଲିଥିଲା ? ଏହା ପଛରେ କାହାର ଷଡ଼ଯନ୍ତ୍ର ରହିଛି ସେ ସମସ୍ତ ଦିଗ ଉପରେ ସିବିଆଇ (CBI) ତଦନ୍ତ ଚଳାଇଛି ।

ସୂଚନା ଥାଉ କି, ୫ ଦିନ ରିମାଣ୍ତରେ ଆସିଥିବା ୩ ରେଳ ଅଧିକାରୀଙ୍କୁ ଚନ୍ଦକା ଥାନାରେ (chandaka police station) ରଖାଯାଇ ଅଲଗା ଅଲଗା ଜେରା କରାଯାଉଛି । ତେବେ ସେମାନଙ୍କ ବୟାନ ପରସ୍ପର ସହ ମେଳ ଖାଉନଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି । ଅନ୍ୟପଟେ ବାଲେଶ୍ବର ଷ୍ଟେସନରେ ଲାଗିଥିବା ପୁରୁଣା ଇଲେକ୍ଟ୍ରିକ୍ ଲିଫ୍ଟି ବ୍ୟାରିଅରକୁ ଖୋଲାଯାଇ ବାହାନଗା ଷ୍ଟେସନରେ ଲଗାଯାଇଥିବା ଜଣାପଡ଼ିଛି । ଗରିଫ ଟେକ୍ନିସିଆନ୍, ସେକ୍ସନ୍ ଇଞ୍ଜିନିୟର ଓ ସିନିଅର ସେକ୍ସନ୍ ଇଞ୍ଜିନିୟର ଏହାକୁ ଯାଞ୍ଚ କରିଥିଲେ । ତେବେ ସେମାନଙ୍କ ଅବହେଳା ଯୋଗୁଁ ଏତେ ବଡ଼ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । କିନ୍ତୁ ସିଗନାଲିଂ ଓ ଇଣ୍ଟର –ଲକିଂ ସିଷ୍ଟମ (Electronic interlocking system) ସଠିକ୍ ଭାବେ କାମ କରୁଛି କି ନାହିଁ ତାହା ଯାଞ୍ଚ କରିବା ବରିଷ୍ଠ ଅଧିକାରୀଙ୍କ କାମ ଅଟେ । ତେବେ ଏହି ସମୟରେ ବରିଷ୍ଠ ଅଧିକାରୀଙ୍କ ଭୂମିକା କ’ଣ ଥିଲା ସେନେଇ ତଦନ୍ତକାରୀ ଅଧିକାରୀ ଖୋଳତାଡ଼ ଜାରି ରଖିଛନ୍ତି । ଏହି ମାମଲାରେ ଷ୍ଟେସନ ମାଷ୍ଟରଙ୍କୁ ଖୁବଶୀଘ୍ର ଜେରା କରାଯିବା ସହ ଅନ୍ୟ କେତେକ ଅଧିକାରୀ ହାଜର ହୋଇ ତଦନ୍ତରେ  ସହଯୋଗ କରିବା ଲାଗି ନୋଟିସ୍ ପଠାଯାଇଛି । ତେବେ ଏହି ମାମଲାରେ ଗିରଫଦାରୀଙ୍କ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି ।

ଏହା ବି ପଢନ୍ତୁ-Vande Bharat Express: ନୂଆ ରୂପରେ ଆସିବ ବନ୍ଦେ ଭାରତ ଏକ୍ସପ୍ରେସ୍, ଯାତ୍ରୀଙ୍କୁ ମିଳିବ ଟିକେଟ୍ ଉପରେ ଏତିକି ପ୍ରତିଶତ ରିହାତି!

ଏହା ବି ପଢନ୍ତୁ-Pink WhatsApp Scam: ଭୁଲରେ ଡାଉନଲୋଡ କରନ୍ତୁ ନାହିଁ ପିଙ୍କ୍ ହ୍ୱାଟ୍ସଆପ୍, ନଚେତ୍ ଫସିବେ

ବାହାନଗା ରେଳ ଦୁର୍ଘଟଣା ଏକ ସମ୍ବେଦଶୀଳ ମାମଲା ହୋଇଥିବା ବେଳେ ସାରା ଦେଶରେ ନଜର ଏହା ଉପରେ ରହିଛି । ଏହି କାରଣରୁ ଏସପି ଓ ଡିଆଇଜି ପାହ୍ୟର ଅଧିକାରୀଙ୍କୁ ଏହାର ତଦନ୍ତରେ ସାମିଲ କରାଯାଇଛି । ରିମାଣ୍ତ ଅବଧି ଆଉ ୪ ଦିନ ବାକି ରହିଥିବା ବେଳେ ଅଭିଯୁକ୍ତଙ୍କ ଠାରୁ ସତ ବାହାର କରିବା ନେଇ ସିବିଆଇର ତଦନ୍ତକାରୀ ଦଳ ଉଦ୍ୟମ ଜାରି ରଖିଛି । ପ୍ରକାଶ ଥାଉ କି, ଶୁକ୍ରବାର ଦିନ ବାହାନଗା ରେଳ ଦୁର୍ଘଟଣା (Balasore Train Accident 2023) ମାମଲାରେ ସିବିଆଇ ସେକ୍ସନ୍ ଇଞ୍ଜିନିଂୟର ମହମ୍ମଦ ଅମିର ଖାନ, ଟେକ୍ନିସିଆନ୍ ପପୁ କୁମାର ଓ ସିନିଅର ସେକ୍ସନ୍ ଇଞ୍ଜିନିଂୟର ଅରୁଣ କୁମାର ମହାନ୍ତିଙ୍କୁ ଗିରଫ କରିଥିଲା ।