Odisha Train Accident: ପୁଣି ଅଘଟଣ! ଧକ୍କା ହେଲା କରମଣ୍ତଳ ଏକ୍ସପ୍ରେସର ଆହତ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍
Advertisement

Odisha Train Accident: ପୁଣି ଅଘଟଣ! ଧକ୍କା ହେଲା କରମଣ୍ତଳ ଏକ୍ସପ୍ରେସର ଆହତ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍

Odisha Train Accident: ବାଲେଶ୍ବର ବାହାନଗାରେ ଭୟଙ୍କର ଟ୍ରେନ ଦୁର୍ଘଟଣା (Coromandel Express Accident) କୁ ନେଇ ଆସିଛି ଆଉ ଦୁଃଖଦ ଖବର । କରମଣ୍ତଳ ଏକ୍ସପ୍ରେସ ଦୁର୍ଘଟଣାରେ (Coromandel Express Accident) ଶୀକାର ହୋଇଥିବା ଆହତ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ (bus Accident) ଦୁର୍ଘଟଣାଗସ୍ତ ହୋଇଛି। ଏଥିରେ ଏକାଧିକ ଲୋକେ ଆହତ ହୋଇଥିବା ବେଳେ ...

ସୌଜନ୍ୟ- ସୋସିଆଲ ମିଡ଼ିଆ

Odisha Train Accident: ବାଲେଶ୍ବର ବାହାନଗାରେ ଭୟଙ୍କର ଟ୍ରେନ ଦୁର୍ଘଟଣା (Coromandel Express Accident) ଯାହା ପୁରା ଦେଶକୁ ସ୍ତବ୍ଧ କରିଦେଇଛି। ତେବେ, ଏହି ରେଳ ଦୁର୍ଘଟଣାକୁ (Odisha Train Accident) ନେଇ ଆସିଛି ଆଉ ଦୁଃଖଦ ଖବର । କରମଣ୍ତଳ ଏକ୍ସପ୍ରେସ ଦୁର୍ଘଟଣାରେ (Coromandel Express Accident) ଶୀକାର ହୋଇଥିବା ଆହତ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ପଶ୍ଚିମବଙ୍ଗରେ (bus Accident) ଦୁର୍ଘଟଣାଗସ୍ତ ହୋଇଛି। ତେବେ, ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ଥିବା ଜଣା ପଡିଛି । କିନ୍ତୁ ଆହତଙ୍କ ଅବସ୍ଥା ଏହି ଦୁର୍ଘଟଣାରେ ଅଧିକ ଗୁରୁତର ହୋଇପଡିଥିବା ଜଣାପଡିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲାସନେଇ ପୋଲିସ୍ ଛାନଭିନ୍ ଜାରି ରଖିଛି। ସେପଟେ, ଦୁର୍ଘଟଣାସ୍ଥଳରେ ମଧ୍ୟ ଉତ୍ତେଜନା ପ୍ରକାଶ ପାଇଛି।

ଖବର ଅନୁଯାୟୀ, ଶନିବାର ଦିନ ଅପରାହ୍ନରେ ବାଲେଶ୍ୱରରେ ରେଳ ଦୁର୍ଘଟଣାରେ ସାମାନ୍ୟ ଆହତ ହୋଇଥିବା କିଛି ଯାତ୍ରୀଙ୍କୁ ଚିକିତ୍ସା ପାଇଁ ପଶ୍ଚିମବଙ୍ଗର ବିଭିନ୍ନ ଜିଲ୍ଲାକୁ ପଠାଯାଉଥିଲା। ଏହି ସମୟରେ ବାଟରେ ମେଦିନୀପୁର ନିକଟରେ (accident in Bengal) ଏକ ପିକ୍ ଅପ୍ ଭ୍ୟାନ୍ ସହ ବସର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ବସରେ ଥିବା ଆହତ ଯାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇ ପଡିଥିଲା। ଏହାଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ୍ ଓ ଏନଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତୀ କରିଛି। ତେବେ,ଦୁର୍ଘଟଣା ଘଟାଇଥିବା ଭ୍ୟାନ୍ ଡ୍ରାଇଭର ଘଟଣାସ୍ଥଳରୁ ଚମ୍ପଟ ମାରିଛି । ତେବେ, କୁହାଯାଉଛି କି ଏହି ଭ୍ୟାନରେ ପାଖାପାଖି ୫୦ରୁ ଅଧିକ ଆହତ ଯାତ୍ରୀ ଥିଲେ । ତେବେ, ପୋଲିସ୍ ଏହି ଘଟଣାର ତଦନ୍ତ ଜାରି ରଖିଛି । 

Also Read: Odisha Train Accident: ଟ୍ରେନ ଦୁର୍ଘଟଣା ପରେ ଯାତ୍ରୀଙ୍କ ଠାରୁ ମନଇଚ୍ଛା ବସଭଡ଼ା ନେଇଛନ୍ତି ମାଲିକ

Also Read: Sunday Remedies: ରବିବାର ଦିନ କରନ୍ତୁ ଏହି ୫ଟି କାମ, ଦୂର ହେବ ଦାରିଦ୍ରତା!

ସୂଚନାଥାଉ କି, ଶୁକ୍ରବାର ସଂନ୍ଧ୍ୟା ୭ଟା ସମୟରେ,ହାୱଡାରୁ ଚେନ୍ନାଇ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ୍ ବାଲେଶ୍ୱର ବାହାନଗା ନିକଟରେ ପ୍ରଥମେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପୂର୍ବରୁ ଛିଡ଼ା ହୋଇଥିବା ଏକ ମାଲ୍‌ବାହୀ ଗାଡ଼ିକୁ ଧକ୍କା ଦେଇ ଓଲଟି ପଡ଼ିଥିଲା କରମଣ୍ଡଳ। ଏପରିକି ମାଲ୍‌ବାହୀ ଗାଡ଼ି ଉପରକୁ ଚଢ଼ି ଯାଇଛି କରମଣ୍ଡଳ। ଏହି ଟ୍ରେନ୍‌ର କିଛି ବଗି ଆର ଟ୍ରାକ ଉପରେ ପଡ଼ିଥଲା। କିଛି ସମୟ ପରେ ସେହି ରୁଟ୍‌ରେ ଆସିଥିଲା ଯଶୱନ୍ତପୁର-ହାୱଡ଼ା ଟ୍ରେନ୍‌। ଏହି ଟ୍ରେନ୍ କରମଣ୍ଡଳ ଏକସପ୍ରେସ୍‌ର ଓଲଟି ପଡ଼ିଥିବା ବଗିକୁ ଧକ୍କା ଦେଇଥିଲା। ଫଳରେ ବଡ ଧରଣର ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ପାଖାପାଖି ୨୮୮ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାରେରୁ ଅଧିକ ଲୋକେ ଆହତ ହୋଇଥିଲେ।  ଦୁର୍ଘଟଣା ପରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ ।  ଏନଡିଆରଏଫ, ଆର୍ମି, ଓଡ୍ରାଫ ଟିମ୍‌, ଅଗ୍ନିଶମ ବିଭାଗ, ସ୍ଥାନୀୟ ପୋଲିସ୍‌ ତଥା ରେଳବାଇ ପୋଲିସ୍‌ର ମିଳିତ ଉଦ୍ୟମରେ ଦୀର୍ଘ ୧୫ରୁ ୧୬ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା ରେସକ୍ୟୁ ଅପରେସନ । ତେବେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି ବୋଲି ରେଳମନ୍ତ୍ରୀ ସୂଚନା ଦେଇଛନ୍ତି । ଏଭଳି ସ୍ଥିତିରେ ଗତକାଲି ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ରେଳମନ୍ତ୍ରୀ ଅଶ୍ବିନି ବୈଷ୍ଣବ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।  ତେବେ ଏହି ଦୁର୍ଘଟଣା କାହିଁକି ଘଟିଲା ଏଥିପାଇଁ କିଏ ଦାୟୀ, ଏହାର ତଦନ୍ତ କରିବା ପାଇଁ ତଦନ୍ତ ନିର୍ଦେଶ ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏହି ଦୁର୍ଘଟଣାକୁ ଭାରତର ସବୁଠୁ ବଡ଼ ଟ୍ରେନ୍‌ ଦୁର୍ଘଟଣା ବୋଲି କୁହାଯାଉଛି।