Odisha Train Accident: ଦୁଇ ଦିନ ପାଇଁ ବାତିଲ୍ ହେଲା ୭୪ଟି ଟ୍ରେନ୍, ଏଠାରେ ଦେଖନ୍ତୁ ପୂରା ଲିଷ୍ଟ
Advertisement

Odisha Train Accident: ଦୁଇ ଦିନ ପାଇଁ ବାତିଲ୍ ହେଲା ୭୪ଟି ଟ୍ରେନ୍, ଏଠାରେ ଦେଖନ୍ତୁ ପୂରା ଲିଷ୍ଟ

Odisha Train Accident: ବାଲେଶ୍ବର ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ ସ୍ଥିତି ଧିରେ ଧିରେ ସୁଧୁରିବାରେ ଲାଗିଛି।  ତେବେ, ବାହାନଗାରେ ଆଉ କିଛି ଟ୍ରାକ୍ କାମ ଚାଲିଥିବାରୁ ଏନେଇ ଆଜି ଓ ଆସନ୍ତାକାଲି ଦିର୍ଘ ଦୁଇ ଦିନ ପାଇଁ ୭୪ଟି ଟ୍ରେନ୍ ବାତିଲ କରାଯାଇଛି (74 Trains Cancelled ) । ଏବଂ ଆଉ କିଛି ଟ୍ରନର ଗତିପଥ ମଧ୍ୟ ପରିବର୍ତ୍ତନ କରାଯାଇଛି। ଏନେଇ ଇଷ୍ଟକୋଷ୍ଟ ରେଲଓ୍ବେ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ପଢନ୍ତୁ ଏହି ରିପୋର୍ଟ।...

ସୌଜନ୍ୟ- ସୋସିଆଲ ମିଡ଼ିଆ

Odisha Train Accident: ବାଲେଶ୍ବର ବାହାନଗା ଟ୍ରେନ୍ ଦୁର୍ଘଟଣା (Coromandel express accident) ସ୍ତଙ୍କୁ ସ୍ତବ୍ଧ କରିଦେଇଛି। ସ୍ଥିତି ଧିରେ ଧିରେ ସୁଧୁରିବାରେ ଲାଗିଛି। ଦିର୍ଘ ୫୧ ଘଣ୍ଟା ପରେ ବାହାନଗାର ଟ୍ରାକ୍ ମରାମତି କାମ ଶେଷ ହୋଇଥିବା ବେଳେ  ପରୀକ୍ଷାମୂଳକ ଭାବରେ ଟ୍ରାକରେ ମାଲବାହୀ ଟ୍ରେନ୍‌ ଟ୍ରାକରେ ଚାଲିଥିବା ବେଳେ ସୋମବାର ସକାଳେ ଗଡ଼ିଛି ଯାତ୍ରୀବାହୀ ଟ୍ରେନ୍( passenger train service) । ତେବେ, ବାହାନଗାରେ ଆଉ କିଛି ଟ୍ରାକ୍ କାମ ଚାଲିଥିବାରୁ ଏନେଇ ଆଜି ଓ ଆସନ୍ତାକାଲି ଦିର୍ଘ ଦୁଇ ଦିନ ପାଇଁ ୭୪ଟି ଟ୍ରେନ୍ ବାତିଲ କରାଯାଇଛି (74 Trains Cancelled ) ।  ଏବଂ ଆଉ କିଛି ଟ୍ରନର ଗତିପଥ ମଧ୍ୟ ପରିବର୍ତ୍ତନ କରାଯାଇଛି। ଏନେଇ ଇଷ୍ଟକୋଷ୍ଟ ରେଲଓ୍ବେ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ପଢନ୍ତୁ ଏହି ରିପୋର୍ଟ।...

 ଆଜି ଏହି ସବୁ ଟ୍ରେନ୍ କରାଯାଇଛି ବାତିଲ୍ :
୧- ଆଜି ଭୁବନେଶ୍ୱର-ହାୱଡ଼ା ଜନଶତାବ୍ଦୀ,ପୁରୀ-ଶାଲିମାର ଧଉଳି ଏକ୍ସପ୍ରେସ୍‌ ବାତିଲ୍
୨-ଆଜି ହାୱଡ଼ା-ସିକନ୍ଦରାବାଦ ଫଲକନାମା, ଶାଲିମାର-ପୁରୀ ଧଉଳି ଏକ୍ସପ୍ରେସ ବାତିଲ୍
୩-ଆଜି ଶାଲିମାର-ହାଇଦ୍ରାବାଦ ଇଷ୍ଟକୋଷ୍ଟ, ହାୱଡ଼ା-ଭୁବନେଶ୍ୱର ଜନଶତାବ୍ଦୀ ବାତିଲ୍
୪-ଆଜି ଶାଲିମାର-ଚେନ୍ନାଇ କରମଣ୍ଡଳ, ଶାଲିମାର-ପୁରୀ ଜଗନ୍ନାଥ ଏକ୍ସପ୍ରେସ୍‌ ବାତିଲ୍

ଏଠାରେ  ଦେଖନ୍ତୁ ପୂରା ତାଲିକା  :

fallback

 

 

fallback

 

fallback

ଆସନ୍ତାକାଲି ଏହି ସବୁ ଟ୍ରେନ୍ କରାଯାଇଛି ବାତିଲ୍:

୧-ପୁରୀ - ଆନନ୍ଦ ବିହାର, ଭୁବନେଶ୍ବର ଆନନ୍ଦ ବିହାର ଏକ୍ସପ୍ରେସ  ବାତିଲ ହୋଇଥିବା 
୨-କାଲି ପୁରୀ-ଆନନ୍ଦବିହାର, ଭୁବନେଶ୍ୱର-ଆନନ୍ଦବିହାର ଏକ୍ସପ୍ରେସ୍‌ ବାତିଲ୍
୩-କାଲି ଭୁବନେଶ୍ୱର-ହାୱଡା ଜନଶତାଦ୍ଦୀ, ପୁରୀ-ଶାଲିମାର ଧଉଳି ଏକ୍ସପ୍ରେସ୍‌ ବାତିଲ
୪-କାଲି ପାଟନା-ପୁରୀ, ସିଆଲ୍‌ଦା-ପୁରୀ ଦୂରନ୍ତ ଏକ୍ସପ୍ରେସ୍‌ ବାତିଲ । ଏବଂ ସେହି ରିଷିକେଶ-ପୁରୀ ଏକ୍ସପ୍ରେସ୍‌ ଭାୟା ଇବ୍‌-ଝାରସୁଗୁଡା ରୋଡ୍‌ ଦେଇ ଯିବ ବୋଲି ଜଣାପଡିଛି । 

ସୂଚନା ଅନୁସାରେ, ଶୁକ୍ରବାର ସଂନ୍ଧ୍ୟା ୭ଟା ସମୟରେ,ହାୱଡାରୁ ଚେନ୍ନାଇ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ୍ ବାଲେଶ୍ୱର ବାହାନଗା ନିକଟରେ (Coromandel express accident) ପ୍ରଥମେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପୂର୍ବରୁ ଛିଡ଼ା ହୋଇଥିବା ଏକ ମାଲ୍‌ବାହୀ ଗାଡ଼ିକୁ ଧକ୍କା ଦେଇ ଓଲଟି ପଡ଼ିଥିଲା କରମଣ୍ଡଳ। ଏପରିକି ମାଲ୍‌ବାହୀ ଗାଡ଼ି ଉପରକୁ ଚଢ଼ି ଯାଇଛି କରମଣ୍ଡଳ। ଏହି ଟ୍ରେନ୍‌ର କିଛି ବଗି ଆର ଟ୍ରାକ ଉପରେ ପଡ଼ିଥଲା। କିଛି ସମୟ ପରେ ସେହି ରୁଟ୍‌ରେ ଆସିଥିଲା ଯଶୱନ୍ତପୁର-ହାୱଡ଼ା ଟ୍ରେନ୍‌। ଏହି ଟ୍ରେନ୍ କରମଣ୍ଡଳ ଏକସପ୍ରେସ୍‌ର ଓଲଟି ପଡ଼ିଥିବା ବଗିକୁ ଧକ୍କା ଦେଇଥିଲା। ଫଳରେ ବଡ ଧରଣର ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ପାଖାପାଖି ୩୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୯୦୦ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ।  ୧୫ ଘଣ୍ଟାରୁ ଅଧିକ ସମୟ ଧରି ଉଦ୍ଧାର କାର୍ଯ୍ୟ ଚାଲିଥିଲ। ପରେ ଘଟଣାସ୍ଥଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀ ଅଶ୍ବୀନି ବୈଷ୍ଣବ , ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ  ଓ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାସ୍ଥଳକୁ ଯାଇ ସ୍ଥିତି ସମୀକ୍ଷା କରିଥିଲେ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ  ମୃତାହତଙ୍କ ପରିବାରକୁ ସହାୟତା ରାଶି ମଧ୍ୟ ଘୋଷଣା କରାଯାଇଛି ।

ଭୟଙ୍କର ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ (Railways Minister Ashwini Vaishnaw ) ଏହା ସହିତ ଦୁର୍ଘଟଣାରେ ଗୁରୁତର ହୋଇଥିବା ଯାତ୍ରୀମାନଙ୍କୁ ୨ ଲକ୍ଷ ଟଙ୍କା ପ୍ରଦାନ କରିବା ନେଇ ଘୋଷଣା କରାଯାଇଛି । ଆହତ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଯୋଗାଇ ଦେବାକୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ମୃତକଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଏବଂ ଆହତଙ୍କୁ ୧ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ।