Odisha Train Accident: ରାତାରାତି କୋର୍ଟରେ ହାଜର ହେଲେ ବାହାନଗା ରେଳ ଦୁର୍ଘଟଣାର ଏହି ତିନି 'ଭିଲେନ୍'
Advertisement

Odisha Train Accident: ରାତାରାତି କୋର୍ଟରେ ହାଜର ହେଲେ ବାହାନଗା ରେଳ ଦୁର୍ଘଟଣାର ଏହି ତିନି 'ଭିଲେନ୍'

Odisha Train Accident: ବାହାନଗା ଟ୍ରେନ ଦୁର୍ଘଟଣା ମାମଲାରେ(Odisha Train Accident) ୩ ଜଣଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି ସିବିଆଇ(CBI)। ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା (Bahanaga Train Accident) ମାମଲାରେ ଗିରଫ ସମସ୍ତ ଅଭିଯୁକ୍ତଙ୍କୁ ରାତାରାତି ସିବିଆଇ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା  । ପଢନ୍ତୁ ପୂରା ରିପୋର୍ଟ...

ସୌଜନ୍ୟ- ସୋସିଆଲ ମିଡ଼ିଆ

Odisha Train Accident: ବାହାନଗା ଟ୍ରେନ ଦୁର୍ଘଟଣା ମାମଲାରେ(Odisha Train Accident) ୩ ଜଣଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି ସିବିଆଇ(CBI)। ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା (Bahanaga Train Accident) ମାମଲାରେ ଗିରଫ ସମସ୍ତ ଅଭିଯୁକ୍ତଙ୍କୁ ରାତାରାତି ସିବିଆଇ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା  । ଏହାସହିତ ୩ ଜଣ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲେ ସିବିଆଇ ଅଧିକାରୀ । ସିବିଆଇ ସ୍ବତନ୍ତ୍ର କୋର୍ଟଙ୍କ(Special CBI Court) ଅନୁମତି ମିଳିବା ପରେ ୩ ଅଭିଯୁକ୍ତଙ୍କୁ ଶୁକ୍ରବାର ରାତିରେ ସିବିଆଇ ୫ ଦିନିଆ ରିମାଣ୍ଡରେ ନେଇଛି । ସେମାନଙ୍କୁ ପଚରାଉଚରା କରିବା ସହିତ ଏହି ଭୟଙ୍କର ଦୁର୍ଘଟଣା ପଛର ପ୍ରକୃତ ସତ୍ୟତା ଖୋଜି ବାହାର କରିବା ପାଇଁ ସିବିଆଇ ଚେଷ୍ଟା କରିବ (CBI)। 

Also Read: Horoscope Today 8 July 2023: ଆଜି ଏସବୁ ରାଶି ଉପରେ ହେବ ପ୍ରବଳ ଧନର ବର୍ଷା, ଏହି ୩ଟି ରାଶି ରୁହନ୍ତୁ ସାବଧାନ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?

Also Read: Balasore Train Accident: କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ୩ ରେଳବାଇ ଅଧିକାରୀଙ୍କୁ ବାନ୍ଧିଲା ସିବିଆଇ

ବାହାନଗା ରେଳ ଦୁର୍ଘଟଣାର ତିନି ଅଭିଯୁକ୍ତମାନେ ହେଲେ ରେଳବାଇର ସେକ୍ସନ୍ ଇଞ୍ଜିନିୟର ମହମ୍ମଦ ଅମୀର ଖାନ, ସିନିୟର ସେକ୍ସନ୍ ଇଞ୍ଜିନିୟର ଅରୁଣ କୁମାର ମହନ୍ତ ଓ ଟେକ୍ନିସିଆନ୍ ପପୁ କୁମାର । ଏହି ତିନି ଜଣ ଅଭିଯୁକ୍ତଙ୍କୁ ସିବିଆଇ ଶୁକ୍ରବାର ଗିରଫ କରିବା ପରେ ଭୁବନେଶ୍ୱର କାର୍ଯ୍ୟାଳୟକୁ ଆଣିଥିଲା । ସେଠାରେ ପଚରାଉଚରା ପରେ କ୍ୟାପିଟାଲ୍ ହସ୍ପିଟାଲରେ ୩ ଅଭିଯୁକ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ କୋର୍ଟରେ ହାଜର କରାଯାଇଥିଲା । ଜାଣିଶୁଣି ଅପରାଧ ଘଟାଇବା ଓ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ସିବିଆଇ (CBI) ୩ ଜଣଙ୍କୁ ଗିରଫ କରିଛି । ଆଇପିସି ଧାରା ୩୦୪ ଓ ୨୦୧ରେ ୩ ଜଣଙ୍କୁ ସିବିଆଇର ଗିରଫ କରିଥିବା ଜଣାପଡ଼ିଛି । ଜାଣିଶୁଣି ମୃତ୍ୟୁ ମୁହଁକୁ ଠେଲି ଦେବା, ଅପରାଧ ଘଟାଇ ପ୍ରମାଣ ଲୁଚାଇବା ଆଦି ଅଭିଯୋଗରେ ସିବିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏ-ହା ପୂର୍ବରୁ ରେଲୱେ ସେଫ୍ଟିକମିଶନରଙ୍କ ରିପୋର୍ଟ ଆସିଥିବା ବେଳେ ଦୁର୍ଘଟଣା ମନ୍ୟୁଷକୃତ ବୋଲି ରିପୋର୍ଟରେ କୁହାଯାଇଥିଲା । ଟ୍ରେନ୍ ଦୁର୍ଘଟଣାରେ ୩ ଦିନ ମଧ୍ୟରେ ରେଲୱେ ବୋର୍ଡ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ମଧ୍ୟ ଷଡ଼ଯନ୍ତ୍ର ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲା । ତେବେ ଗିରଫ ୩ ଜଣ ହିଁ ଦୁର୍ଘଟଣା ପାଇଁ ଦାୟୀ ନା ଏଥିରେ ଆଉ କାହାରି ସମ୍ପୃକ୍ତି ରହିଛି । ସେନେଇ ସିବିଆଇ ଖୋଳତାଡ଼ ଜାରି ରଖିଛି ।

ଏହା ପୂର୍ବରୁ ଅନେକଙ୍କ ଉପରେ ହୋଇଛି କାର୍ଯ୍ୟାନୁଷ୍ଠାନ: ତେବେ, ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ ଯେ, ବାଲେଶ୍ବରରେ ଏହି ବଡ ଧରଣର ଦୁର୍ଘଟଣା ଘଟିବା ପରେ,ଦକ୍ଷିଣ-ପୂର୍ବ ରେଳବାଇ ଜୋନ ଅଧିନରେ କାର୍ଯ୍ୟ କରୁଥିବା ବହୁ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।  ଇଷ୍ଟର୍ଣ୍ଣ ଜୋନ ଜେନେରାଲ ମ୍ୟାନେଜର ଅର୍ଚ୍ଚନା ଯୋଶୀଙ୍କୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ସ୍ଥାନରେ ଅନିଲ କୁମାର ମିଶ୍ରଙ୍କୁ ଦକ୍ଷିଣ ପୂର୍ବ ଜୋନ ଜେନେରାଲ ମ୍ୟାନେଜର ଭାବେ ନିଯୁକ୍ତି କରାଯାଇଛି। ଏହାପୂର୍ବରୁ ରେଲୱେ ବୋର୍ଡ ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର ଏବଂ ଡିଭିଜନାଲ ରେଳ ମ୍ୟାନେଜର ସମେତ ଦକ୍ଷିଣ-ପୂର୍ବ ରେଳବାଇ ଜୋନ ଅଧିନରେ କାର୍ଯ୍ୟ କରୁଥିବା ୫ ଜଣ ବରିଷ୍ଠ ଅଧିକାରୀଙ୍କୁ ବଦଳି କରାଯାଇଛି।

ସୂଚନା ଅନୁସାରେ, ଜୁନ୍ ୨ ତାରିଖ ରାତି ପ୍ରାୟ ୭ଟା ବେଳେ ବାଲେଶ୍ବର ବାହାନଗା ରୋଡ୍ ଷ୍ଟେସନ ନିକଟରେ ଛିଡ଼ା ହୋଇଥିବା ମାଲବାହୀ ଗାଡ଼ିକୁ ପଛରୁ ଧକ୍କା ଦେଇଥିଲା କରମଣ୍ଡଳ ଏକ୍ସପ୍ରେସ୍ । ମାଲବାହୀକୁ କରମଣ୍ଡଳ ଧକ୍କା ଦେବା ପରେ କିଛି କୋଚ୍ ଅନ୍ୟ ଟ୍ରାକକୁ ଛିଟିକି ପଡ଼ିଥିଲା । ସେହି ସମୟରେ ବିପରୀତ ଦିଗରୁ ଆସୁଥିବା ଯଶୱନ୍ତପୁର-ହାୱଡ଼ା ସୁପରଫାଷ୍ଟ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଭୟଙ୍କର ଦୁର୍ଘଟଣାରେ ୨୯୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାରେରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ଏହି ଘଟଣା ସାରା ଦେଶକୁ ଦୋହଲାଇ ଦେଇଥିଲା। ପରେ ଘଟଣାସ୍ଥଳର ସ୍ଥିତି ପରିଦର୍ଶନ କରିଥିଲେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ରେଳମନ୍ତ୍ରୀ ଅଶ୍ବୀନି ବୈଷ୍ଣବ ।  ଏହି ଦୁର୍ଘଟଣା ପରେ ସିବିଆଇକୁ ମାମଲାର ତଦନ୍ତ ଭାର ଦିଆଯାଇଥିଲା । ସାଇଣ୍ଟିଫିକ୍ ଟିମ୍ ସହ ସିବିଆଇ ଘଟଣାସ୍ଥଳ, ରିଲେ ରୁମ୍, ଦୁର୍ଘଟଣାଗ୍ରସ୍ତ ଟ୍ରେନ୍ ଓ ଟ୍ରାକରେ ଘନ ଘନ ଯାଂଚ୍ କରିଥିଲା । ତଦନ୍ତ ସମୟରେ ସେକ୍ସନ ଇଂଜିନିୟର ମହମ୍ମଦ ଆମିର ଖାନଙ୍କୁ ଅଟକ ରଖି ଜେରା କରିଥିଲା ସିବିଆଇ । ସେପଟେ ରେଲୱେ ସୁରକ୍ଷା କମିଶନରଙ୍କ ରିପୋର୍ଟରେ ସିଗନାଲିଂ ତ୍ରୁଟିରୁ ଦୁର୍ଘଟଣା ହୋଇଥିବା ଉଲ୍ଲେଖ ରହିଥିଲା । ସିଗନାଲିଂ ଓ ଟେଲିକମ୍ୟୁନିକେସନ ବିଭାଗର ବିଭିନ୍ନ ସ୍ତରରେ ତ୍ରୁଟି ସହ ଦୁର୍ଘଟଣା ଆଶଙ୍କା ନେଇ ପୂର୍ବ ଚେତାବନୀକୁ ଅଣଦେଖା କରାଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଥିଲା ।