Odisha Train Accident: ବିଏମସି ଜାରି କଲା ହେଲ୍ପଲାଇନ୍ ନମ୍ବର, ଏହି ନମ୍ବରରେ ଫୋନ୍ କଲେ ମିଳିପାରିବ ମୃତକଙ୍କ ସୂଚନା
Advertisement

Odisha Train Accident: ବିଏମସି ଜାରି କଲା ହେଲ୍ପଲାଇନ୍ ନମ୍ବର, ଏହି ନମ୍ବରରେ ଫୋନ୍ କଲେ ମିଳିପାରିବ ମୃତକଙ୍କ ସୂଚନା

Odisha Train Accident: ବାଲେଶ୍ବର ଟ୍ରେନ ଦୁର୍ଘଟଣା (Odisha Train Accident) । ବାହାନଗା ରେଳ ଦୁର୍ଘଟଣା (Bahanaga train accident) ପରେ  ଆଜି ସକାଳୁ  ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲକୁ ୧୭୦ମୃତଦେହ ଅଣାଯାଇଛି । ବାଲେଶ୍ୱର, କଟକ, ଭୁବନେଶ୍ୱରର ଅନେକ ମେଡିକାଲରେ ମୃତଦେହକୁ ରଖାଯାଇଥିବାରୁ ମୃତଦେହକୁ ଚିହ୍ନଟ ପାଇଁ ସମସ୍ୟା ସୃଷ୍ଟି ହେଉଛି । ସମ୍ପର୍କୀୟମାନେ ତାଙ୍କ ଲୋକଙ୍କୁ ଖୋଜି ପାଉନାହାନ୍ତି । ଯାହାକୁ ଦୃଷ୍ଟିରେ ରଖି ବଡ ପଦକ୍ଷେପ ନେଇଛି ବିଏମସି (BMC) । ଏନେଇ ଏକ ହେଲଫ ଲାଇନ୍ ନମ୍ବର ଜାରି କରିଛି ।...

ସୌଜନ୍ୟ- ସୋସିଆଲ ମିଡ଼ିଆ

Odisha Train Accident: ବାଲେଶ୍ବର ଟ୍ରେନ ଦୁର୍ଘଟଣା (Odisha Train Accident) କେବଳ ରାଜ୍ୟକୁ ନୁହେଁ ସାରା ବିଶ୍ବକୁ ଦୋହଲାଇ ଦେଇଛି।(Coromandel Express Accident) ୨୮୮ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଆହତଙ୍କ ସଂଖ୍ୟା ପ୍ରାୟ ଏକ ହଜାରରୁ ଅଧିକ ରହିଛି । ଆହତଙ୍କ ଯନ୍ତ୍ରଣାର ଶଦ୍ଧରେ ଫାଟି ପଡୁଛି ମେଡିକାଲ । ଆଉ ନିଜ ପ୍ରିୟଜନଙ୍କୁ ଏହି ହରାଇ ମାଟିରେ ଲୋଟି ପଡୁଛନ୍ତି ପରିବାର ଲୋକେ। କିଏ ଏହି ଦୁର୍ଘଟଣାରେ କିଏ ନିଜ ଭେଣ୍ତିଆ ପୁଅକୁ ହରାଇ ଛି ତ ଆଉ କିଏ ନିଜ ଭାଇକୁ । ଆଉ କିଏ ନିଜ ବାପା ମାଆଙ୍କୁ ହରାଇ ସବୁଦିନ ପାଇଁ ଅନାଥ ହୋଇ ଯାଇଛି । ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣା (Bahanaga train accident) ପରେ ଶହ ଶହ ମୃତ ଦେହ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଜି ସକାଳୁ ସକାଳୁ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲକୁ ୧୭୦ମୃତଦେହ ଅଣାଯାଇଛି । ବାଲେଶ୍ୱର, କଟକ, ଭୁବନେଶ୍ୱରର ଅନେକ ମେଡିକାଲରେ ମୃତ ଦେହକୁ ରଖାଯାଇଥିବାରୁ ମୃତଦେହକୁ ଚିହ୍ନଟ ପାଇଁ ସମସ୍ୟା ସୃଷ୍ଟି ହେଉଛି । ସମ୍ପର୍କୀୟମାନେ ତାଙ୍କ ଲୋକଙ୍କୁ ଖୋଜି ପାଉନାହାନ୍ତି । ଯାହାକୁ ଦୃଷ୍ଟିରେ ରଖି ବଡ ପଦକ୍ଷେପ ନେଇଛି ବିଏମସି (BMC) ।

ତେବେ ମୃତକଙ୍କ ଚିହ୍ନଟ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରାଯାଇଛି । ସେଥିପାଇଁ ବିଏମସି ଜାରି କରିଛି ହେଲପ ଲାଇନ୍ ନମ୍ବର (BMC helpline number) । ‘୧୯୨୯’ ନମ୍ବରକୁ ଫୋନ୍ କରି ସଂପର୍କୀୟମାନେ ସେମାନଙ୍କର ପରିଜନଙ୍କୁ ଚିହ୍ନଟ କରିପାରିବେ । ଭୁବନେଶ୍ୱରର ଏକାଧିକ ହସ୍ପିଟାଲରେ ୧୭୦ଟି ମୃତଦେହକୁ ସଂରକ୍ଷିତ କରି ରଖାଯାଇଛି । କେଉଁଠି ମୃତଦେହ ରଖାଯାଇଛି ସେନେଇ ଫୋନ୍ କରି ସେମାନେ ଜାଣିପାରିବେ । ତେଣୁ ସଂପର୍କୀୟମାନେ ଗୋଟିଏ ହସ୍ପିଟାଲରୁ ଅନ୍ୟ ହସ୍ପିଟାଲକୁ ଘୂରି ବୁଲିବାର ଆବଶ୍ୟକତା ନାହିଁ । ଏପରିକି ସଂପର୍କୀୟ ଚାହିଁଲେ ରାଜଧାନୀରେ ସେମାନଙ୍କର ନିଜର ଲୋକଙ୍କର ଅନ୍ତିମ ସଂସ୍କାର କରିପାରିବେ । ମୃତକଙ୍କ ଫଟୋ ଓ ବିବରଣୀ ୱେବସାଇଟରେ ଉପଲବ୍ଧ ରହିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି । 

 

Also Read: Odisha Train Accident: କରମଣ୍ତଳ ଏକ୍ପପ୍ରେସ ଦୁର୍ଘଟଣା ପାଇଁ ଦାୟୀ କି ବାହାନଗାର ଆସିଷ୍ଟାଣ୍ଟ ଷ୍ଟେସନ ମାଷ୍ଟର?

Also Read: Odisha Train Accident: ପୁଣି ଅଘଟଣ! ଧକ୍କା ହେଲା କରମଣ୍ତଳ ଏକ୍ସପ୍ରେସର ଆହତ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍

ସେପେଟ, ଭୟଙ୍କର ଟ୍ରେନ ଦୁର୍ଘଟଣା ପାଇଁ ମୃତକଙ୍କ ପରିବାରକୁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଏବଂ ଆହତଙ୍କୁ ୧ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର । ତେବେ ଏହି ସହାୟତା ରାଶି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ସହାୟତା ଦିଆଯିବ । ମୃତକଙ୍କ ପରିବାରବର୍ଗଙ୍କ ପାଇଁ ଗଭୀର ସମବେଦନା ଜଣାଇବା ସହ ଆହତଙ୍କ ଶୀଘ୍ର ଆଶୁ ଅରୋଗ୍ୟ କାମନା କରିଛନ୍ତି ନବୀନ । ଅନ୍ୟପଟେ ମୃତଦେହ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ମୃତଦେହ ଚିହ୍ନଟ ପାଇଁ ଚେନ୍ନାଇରୁ ଆସୁଛନ୍ତି ସମ୍ପର୍କୀୟ । ସେମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା ରେଳ ବିଭାଗ କରିଛି  । ୪୮ ଘଣ୍ଟା ଭିତରେ ଶେଷ ହେବ ଚିହ୍ନଟ ପ୍ରକ୍ରିୟା ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । 

ସୂଚନାଯୋଗ୍ୟ, ବାଲେଶ୍ୱର ବାହାନଗାରେ ଶୁକ୍ରବା ସନ୍ଧ୍ୟାରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୨୮୮ରେ ପହଞ୍ଚିଛି। ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୧୧୭୫ ଆହତଙ୍କ ମଧ୍ୟରୁ ୭୯୩ ଜଣ ଡିସଚାର୍ଜ ହୋଇଥିବା ବେଳେ ଏବେ ବି ୩୮୨ ଆହତ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ୨ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ଅନ୍ୟମାନଙ୍କ ଅବସ୍ଥା ସ୍ଥିର ରହିଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି।