Train Fire: ବାଲେଶ୍ୱରରେ ପୁଣି ଟ୍ରେନ ଅଘଟଣ, ପାସେଞ୍ଜର ଟ୍ରେନରେ ଲାଗିଲା ନିଆଁ, ମୃତ୍ୟୁ ମୁଖରୁ...
Advertisement
Article Detail0/zeeodisha/odisha1780333

Train Fire: ବାଲେଶ୍ୱରରେ ପୁଣି ଟ୍ରେନ ଅଘଟଣ, ପାସେଞ୍ଜର ଟ୍ରେନରେ ଲାଗିଲା ନିଆଁ, ମୃତ୍ୟୁ ମୁଖରୁ...

Train Fire: ବାଲେଶ୍ବର ବାହାନଗା ରେଳ ଦୁର୍ଘଟଣା( Bahanaga train accident) । ଆଜବି ସେହି କାଳରାତିର କଳା କାହାଣୀ ଲୋକଙ୍କ ମନରୁ ଲିଭିନି । ତେବେ ଏହାରି ଭିତରେ ଆଉ ଏକ ଅଘଟଣ ଘଟି ଯାଇଛି । ଖଡଗପୁରରୁ ଭଦ୍ରକ (Kharagpur Bhadrak Passenger Train )ଅଭିମୁଖେ ଯାତ୍ରା କରୁଥିବା ଏକ ପାସେଞ୍ଜର ଟ୍ରେନରେ ହଠାତ୍ ନିଆଁ ଲାଗିଯାଇଛି (Passenger Train Catches Fire)। 

ସୌଜନ୍ୟ- ସୋସିଆଲ ମିଡ଼ିଆ

Train Fire: ବାଲେଶ୍ବର ବାହାନଗା ରେଳ ଦୁର୍ଘଟଣା( Bahanaga train accident) । ଆଜବି ସେହି କାଳରାତିର କଳା କାହାଣୀ ଲୋକଙ୍କ ମନରୁ ଲିଭିନି । ତେବେ ଏହାରି ଭିତରେ ଆଉ ଏକ ଅଘଟଣ ଘଟି ଯାଇଛି । ଖଡଗପୁରରୁ ଭଦ୍ରକ (Kharagpur Bhadrak Passenger Train )ଅଭିମୁଖେ ଯାତ୍ରା କରୁଥିବା ଏକ ପାସେଞ୍ଜର ଟ୍ରେନରେ ହଠାତ୍ ନିଆଁ ଲାଗିଯାଇଛି (Passenger Train Catches Fire)। ବାଲେଶ୍ୱରର ଲକ୍ଷ୍ମଣନାଥ ରୋଡ (Laxmannath Road station) ନିକଟରେ ଏହି ଅଘଟଣ ଘଟିଯାଇଛି । ତେବେ ଟ୍ରେନରେ ନିଆଁ ଲାଗିବା (Train Fire) ପରେ ଯାତ୍ରୀମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ତେବେ, ସବୁଠୁ ବଡ କଥା ହେଲା ଯେ, ଏହି ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କ ମୃତ୍ୟୁ ଘଟିନି। 

Also Read: Horoscope Today 15 July 2023: ମାଲେମାଲ ହେବେ ଏହି ସବୁ ରାଶି, ଏହି ରାଶି ଲାଗି ରହିଛି ବିପଦ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?

Also Read: Shani Remedies: ଶନି ଦଶାରୁ ମୁକ୍ତି ଲାଗି ଶନିବାର ଦିନ କରନ୍ତୁ ଏହି ସବୁ ଉପାୟ, କୃପା କରିବେ ଶନିଦେବ, ବଦଳିଯିବ ଆପଣଙ୍କ ଭାଗ୍ୟ!

ସୂଚନା ଅନୁସାରେ, ଖଡଗପୁରରୁ ଭଦ୍ରକ ଅଭିମୁଖେ ଯାତ୍ରା କରୁଥିବା ପାସେଞ୍ଜର ଟ୍ରେନରେ ନିଆଁ ଲାଗି ହଠାତ ଧୂଆଁ ବାହାରିବାର ଦେଖିବାକୁ ମିଳିଥିଲା । ଏହା ଦେଖି ଯାତ୍ରୀମାନ ଚିକ୍କାର କରିବାକୁ ଲାଗିଥିଲେ। ଏନେଇ ଟ୍ରେନ୍ ପାଇଲଟଙ୍କୁ ସୂଚନା ଦିଆଯାଇଥିଲା।  ତେବେ, ଲକ୍ଷ୍ମଣନାଥ ଷ୍ଟେସନ ନିକଟରେ ପହଞ୍ଚିବା ପରେ ଟ୍ରେନରେ ନିଆଁ ଲାଗିଥିବା ନେଇ ସ୍ପଷ୍ଟ ଜଣାପଡିଥିଲା । ତେବେ, ଏହା ଦେଖି ନିଜର ଉପସ୍ଥିତ ବୁଦ୍ଧି ଖଟାଇଥିଲେ ପାସେଞ୍ଜର ଟ୍ରେନର ଲୋକୋ ପାଇଲଟ୍ । ତେଣୁ ଇଞ୍ଜିନକୁ ତୁରନ୍ତ ବାହାର କରି ଦେବାରୁ ଶହ ଶହ ଯାତ୍ରୀଙ୍କ ଜୀବନ ବଞ୍ଚାଇ ଦେଇଥିଲେ।  ଇଞ୍ଜିନ ଚକାରେ ଲାଗିଥିବା ସ୍ପ୍ରିଂ ବକ୍ସରେ ମୋବିଲ୍‌ ଲିକ୍‌ରୁ ନିଆଁ ଲାଗିଥିବା ଜଣାପଡିଥିଲା। ନିଆଁକୁ ଆୟତ୍ତ କରାଯିବା ପରେ ପ୍ରାୟ ଦେଢଘଣ୍ଟା ପରେ ଟ୍ରେନ୍ ଚଳାଚଳ ସ୍ବାଭାବିକ୍ ହୋଇଥିଲା । ତେବେ, ଏଠାରେ ପ୍ରଶ୍ନ ଉଠୁଛି ଯେ, କାହିଁକି ବାରମ୍ବାର ରେଳ ଦୁର୍ଘଟଣା ଘଟୁଛି ଆଉ ଏଥିପାଇଁ ଦାୟୀ କିଏ । ଏବଂ ଦାୟି ରହୁଥିବା ଅଧିକାରୀ ବା କର୍ମକର୍ତ୍ତାଙ୍କ ଉପରେ ରେଳ ବିଭାଗ କାହିଁକି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି । ଯଦି ରେଳ ବିଭାଗ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତା ।ତେବେ, ରେଳ ଦୁର୍ଘଟଣା ରାଜ୍ୟରେ କମିପାରନ୍ତା ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।

 

ସୂଚନା ଅନୁସାରେ, ଜୁନ୍ ୨ ତାରିଖ ରାତି ପ୍ରାୟ ୭ଟା ବେଳେ ବାଲେଶ୍ବର ବାହାନଗା ରୋଡ୍ ଷ୍ଟେସନ ନିକଟରେ ଛିଡ଼ା ହୋଇଥିବା ମାଲବାହୀ ଗାଡ଼ିକୁ ପଛରୁ ଧକ୍କା ଦେଇଥିଲା କରମଣ୍ଡଳ ଏକ୍ସପ୍ରେସ୍ । ମାଲବାହୀକୁ କରମଣ୍ଡଳ ଧକ୍କା ଦେବା ପରେ କିଛି କୋଚ୍ ଅନ୍ୟ ଟ୍ରାକକୁ ଛିଟିକି ପଡ଼ିଥିଲା । ସେହି ସମୟରେ ବିପରୀତ ଦିଗରୁ ଆସୁଥିବା ଯଶୱନ୍ତପୁର-ହାୱଡ଼ା ସୁପରଫାଷ୍ଟ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଭୟଙ୍କର ଦୁର୍ଘଟଣାରେ ୨୯୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାରେରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ଏହି ଘଟଣା ସାରା ଦେଶକୁ ଦୋହଲାଇ ଦେଇଥିଲା। ପରେ ଘଟଣାସ୍ଥଳର ସ୍ଥିତି ପରିଦର୍ଶନ କରିଥିଲେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ରେଳମନ୍ତ୍ରୀ ଅଶ୍ବୀନି ବୈଷ୍ଣବ ।  ଏହି ଦୁର୍ଘଟଣା ପରେ ସିବିଆଇକୁ ମାମଲାର ତଦନ୍ତ ଭାର ଦିଆଯାଇଥିଲା ।  ସିବିଆଇ ଘଟଣାର ଛାନଭିନ୍ ଜାରି ରଖିଛି। ଏହି ଦୁର୍ଘଟଣାରେ ସମ୍ପୃକ୍ତ ଥିବା ତିନି ଅଧିକାରୀଙ୍କୁ ସିବିଆଇ ପ୍ରଥମେ ରିମାଣ୍ତରେ ନେଇଥିଲା। ୯ ଦିନ ରିମାଣ୍ଡରେ ନେଇ ଜେରା କରିବା ପରେ ଏବେ ଜେଲର ଚାରିକାନ୍ଥ ଭିତରେ ଫସିଛନ୍ତି ୩ ଅଭିଯୁକ୍ତ । ୯ ଦିନ ଅଭିଯୁକ୍ତଙ୍କୁ ପଚରାଉଚରା କରିବା ପରେ ଏବେ ଝାରପଡା ଜେଲକୁ ପଠାଇଛି ସିବିଆଇ । ଏହି ତିନି ରେଳ ଅଧିକାରୀମାନେ ହେଲେ, ସିଗିନାଲ ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ ମହନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମିର ଖାଁ ଓ ଟେକ୍ସିସିଆନ ପପୁ କୁମାର।  ଦୁଇଟି ପର୍ଯ୍ୟାୟରେ ଜେରା କରିବା ପରେ ଗୁରୁବାର ସିବିଆଇର ଟିମ୍ ସେମାନଙ୍କୁ ଜେଲକୁ ପଠାଇଛି । ତେବେ ଆସନ୍ତା ଜୁଲାଇ ୨୭ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡିଛି।