Ration Card: ରାଜ୍ୟରେ ୮ ଲକ୍ଷ ନୂଆ ହିତାଧିକାରୀଙ୍କୁ ମିଳିବ ରାସନ କାର୍ଡ! ଖୁବ୍‌ ଶୀଘ୍ର ଆସିବ ତାଲିକା
Advertisement
Article Detail0/zeeodisha/odisha2351224

Ration Card: ରାଜ୍ୟରେ ୮ ଲକ୍ଷ ନୂଆ ହିତାଧିକାରୀଙ୍କୁ ମିଳିବ ରାସନ କାର୍ଡ! ଖୁବ୍‌ ଶୀଘ୍ର ଆସିବ ତାଲିକା

Ration Card: ଖୁବ୍‌ ଶୀଘ୍ର ରାସନ୍ କାର୍ଡ ହିତାଧିକାରୀଙ୍କ ଏକ ନୂଆ ତାଲିକା ପ୍ରକାଶ ହେବ। ଏହା ସମେତ ଆଗମୀ ମାସେ ଭିତରେ ନୂଆ ହିତାଧିକାରୀ ମାନେ ନିଜର ରାସନ କାର୍ଡ ପାଇବେ। ରାଜ୍ୟ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

 

Krushna Chandra Patra on Ration Card

Krushna Chandra Patra on Ration Card: ରାଜ୍ୟରେ ଖୁବ୍‌ ଶୀଘ୍ର ରାସନ୍ କାର୍ଡ ହିତାଧିକାରୀଙ୍କ ଏକ ନୂଆ ତାଲିକା ପ୍ରକାଶ ହେବ। ଏହା ସମେତ ଆଗମୀ ମାସେ ଭିତରେ ନୂଆ ହିତାଧିକାରୀ ମାନେ ନିଜର ରାସନ କାର୍ଡ ପାଇବେ। ରାଜ୍ୟ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ପ୍ରାୟ ୮ ଲକ୍ଷ ନୂଆ ହିତାଧିକାରୀ ନୂଆ ରାସନ କାର୍ଡ ପାଇପାରନ୍ତି । ଏହା ନେଇ ରାଜ୍ୟ ସରକାର ପକ୍ରିୟା ଆରମ୍ଭ କରିଛନ୍ତି।

ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, "ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୬ ଲକ୍ଷରୁ ଉର୍ଦ୍ଧ୍ୱ ନୂଆ ହିତାଧିକାରି ଆବେଦନ କରିଛନ୍ତି । ନୂତନ ହିତାଧିକାରୀ କାର୍ଡ ପାଇବା ସହ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେବା ପ୍ରକ୍ରିୟା ବି ଆରମ୍ଭ ହୋଇଛି । ବର୍ତ୍ତମାନ କେୱାଇସି ଅପଡେଟ୍‌ କରିବା ପ୍ରକ୍ରିୟା ଜାରି ରହିଛି। ସେଥିମଧ୍ୟରୁ ୧୨ଟି ସ୍ବତଃ ଯୋଗ ହେବା ମାନଦଣ୍ଡ, ୧୦ ବାଦ ମାନଦଣ୍ଡ ନିର୍ଦ୍ଧାରିତ। ତଥ୍ୟାବଳୀକୁ ସ୍ବଚ୍ଛ ପାଇଁ ଆଧାର ଭିତ୍ତିକ ଇ-କେୱାଇସ ଯାଞ୍ଚ ଆରମ୍ଭ ହୋଇଛି। ଅଯୋଗ୍ୟ ହିତାଧିକାରୀଙ୍କୁ କାଟିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଘର ଘର ବୁଲି ଏବେ ସର୍ଭେ ଚାଲିଛି, ମାସେ ଭିତରେ ନୂଆ ତାଲିକା ଚୂଡ଼ାନ୍ତ ହେବ।"

ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ସୂଚନାନୁସାର, ରାଜ୍ୟରେ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେବା ପାଇଁ ପ୍ରକିୟା ଆରମ୍ଭ ହୋଇଗଲାଣି। କେୱାଇସି ଅପଡେଟ୍ କରାଯାଉଛି। ଯେଉଁମାନେ ଏହି ଯୋଜନାର ଲାଭ ପାଇବା ପାଇଁ ଅଯୋଗ୍ୟ ସେମାନଙ୍କ ରାସନ କାର୍ଡ଼ କଟିଯିବ । କିନ୍ତୁ ବିଭାଗୀୟ ଅଧିକାରୀମାନେ ବିଶ୍ୱାସ କରନ୍ତି ଯେ ଅନେକ ଅଯୋଗ୍ୟ କାର୍ଡ ଯୋଗୁଁ ଯୋଗ୍ୟ ବ୍ୟକ୍ତିଙ୍କ ଅଧିକାର ଉଲ୍ଲଂଘନ ହେଉଛି। କେଉଁମାନେ ପ୍ରକୃତରେ ମାଗଣା ରାସନ ପାଇବାକୁ ହକଦାର । ସେନେଇ ଏକ ତାଲିକା ପ୍ରସ୍ତୁତ କରିବା ପରେ ନକଲି ରାସନ କାର୍ଡଧାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ନୂଆ ହିତାଧିକାରୀ ଚୟନ କରିବା ନିମନ୍ତେ ସରକାର ୧୨ଟି ସ୍ବତଃ ଯୋଗ ହେବା ମାନଦଣ୍ଡ, ୧୦ ବାଦ ଦେବା ମାନଦଣ୍ଡ ନିର୍ଦ୍ଧାରଣ କରିଛନ୍ତି। ଅନ୍ୟପଟେ ହିତାଧିକାରୀଙ୍କ ତଥ୍ୟାବଳୀକୁ ସ୍ବଚ୍ଛ ଓ ପାରଦର୍ଶୀ କରିବା ଉଦ୍ଦେଶ୍ୟରେ ଇ-କେୱାଇସି ଯାଞ୍ଚ କରିବାକୁ ପଦକ୍ଷେପ ନିଆଯାଇଛି। ଏହି ଯାଞ୍ଚ ପରେ ନୂଆ ରାସନକାର୍ଡ ଯୋଗାଇଦେବା ପ୍ରକ୍ରିୟା ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତି ।