Kamakhyanagar Accident: ଏକୋଶିଆ କୀର୍ତ୍ତନ ସାରି ଫେରିଲା ବାଟରେ ଓଲଟିଲା ଟାଟା ଏସି, ୨୦ରୁ ଉର୍ଦ୍ଧ୍ବ ଆହତ
Advertisement
Article Detail0/zeeodisha/odisha1682893

Kamakhyanagar Accident: ଏକୋଶିଆ କୀର୍ତ୍ତନ ସାରି ଫେରିଲା ବାଟରେ ଓଲଟିଲା ଟାଟା ଏସି, ୨୦ରୁ ଉର୍ଦ୍ଧ୍ବ ଆହତ

kamakhyanagar Accident News: କାମାକ୍ଷାନଗର ରାମିଆଳ ବ୍ରିଜ ନିକଟରେ ସଡ଼କ ଦୁର୍ଘଟଣା । ଆଳତୁମା ଗ୍ରାମରୁ ଶୁକ୍ରବାର କୋଟଗରା ଗ୍ରାମକୁ ଏକୋଶିଆରେ କୀର୍ତ୍ତନ କରିବାକୁ ୨୦ରୁ ଅଧିକ ଲୋକେ ଏକ ଟାଟା ଏସି ଗାଡ଼ି ଯୋଗେ ଯାଇଥିଲେ । ଆଜି ସକାଳ ସମୟରେ ଫେରିବା ବାଟରେ ଭାରସାମ୍ୟ ହରାଇ ଟାଟା ଏସି ଗାଡ଼ିଟି ବ୍ରିଜ ତଳକୁ ଖସି ପଡ଼ଥିଲା । ଫଳରେ ଗାଡିରେ ଥିବା ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । 

ସୌ(ସୋସିଆଲ ମିଡିଆ)

kamakhyanagar Accident News: କାମାକ୍ଷାନଗର (kamakhyanagar) ରାମିଆଳ ବ୍ରିଜ ନିକଟରେ (Ramial Bridge) ମର୍ମନ୍ତୁଦ ସଡ଼କ ଦୁର୍ଘଟଣା (Accident) । ଭାରସାମ୍ୟ ହରାଇ ବିଜରୁ ତଳକୁ ଖସି ପଡି଼ଲା ଟାଟା ଏସି ଭ୍ୟାନ୍ । ଦୁର୍ଘଟଣାରେ ଗାଡ଼ିରେ ଥିବା ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଖବର ମିଳିବା ପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ (Fire brigade) ସମସ୍ତ ଆହତ ମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ (108 Ambulance) ଯୋଗେ କାମାକ୍ଷାନଗର ମେଡ଼ିକାଲରେ (kamakhyanagar Medical) ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, କାମାକ୍ଷାନଗର ଥାନା ଆଳତୁମା ଗ୍ରାମରୁ ଶୁକ୍ରବାର କୋଟଗରା ଗ୍ରାମକୁ ଏକୋଶିଆରେ କୀର୍ତ୍ତନ କରିବାକୁ ୨୦ରୁ ଅଧିକ ଲୋକେ ଏକ ଟାଟା ଏସି ଗାଡ଼ି ଯୋଗେ ଯାଇଥିଲେ । ଆଜି ସକାଳ ସମୟରେ ଫେରିବା ବାଟରେ ଭାରସାମ୍ୟ ହରାଇ ଟାଟା ଏସି (Tata ace) ଗାଡ଼ିଟି ବ୍ରିଜ ତଳକୁ ଖସି ପଡ଼ଥିଲା । ଫଳରେ ଗାଡିରେ ଥିବା ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡି଼ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।

ସେପଟେ ବିହାରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ହୋଇଥିବା ସୂଚନା ମିଳିଛି । କିଛି ଲୋକେ ଅଟୋ ଯୋଗେ ବାହାଘର ଭୋଜିରରୁ ଫେରିବା ସମୟରେ ଏନଏଚ ୧୩୯ ଖୋଖାଡ଼ି ଗାଁ ନିକଟରେ ଦ୍ରୁତ ଗତିରେ ଆସି ଏକ ଟ୍ରକଟି ଅଟୋକୁ ଧକ୍କା ଦେଇଥିଲା । ଫଳରେ ଅଟୋଟି ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ଘଟଣାସ୍ଥଳରେ ହିଁ ୫ ଜଣଙ୍କର ମୃତ୍ୟୁ ହୋଇଥିଲା । ସ୍ଥାନୀୟ ଲୋକେ ଏନେଇ ପୋଲିସ ଓ ଅଗ୍ନିଶମ ବାହୀନିକୁ (Fire brigade) ଖବର ଦେଇଥିଲେ । ପୋଲିସ ଆହତ ମାନଙ୍କୁ ଉଦ୍ଧାର କରିବା ସହ ୫ଟି ମୃତଦେହକୁ ବ୍ୟବଚ୍ଛେଦ ଲାଗି ପଠାଇଛି । ପ୍ରକାଶ ଥାଉ କି, ଶୁକ୍ରବାର ଦିନ ବାଲେଶ୍ବର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ କଲେଜ ଛକ ନିକଟରେ ଘଟିଥିଲା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା (Accident) । ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ଗୁରୁତର (Critical injured ) ହୋଇଥିଲା । ଦୁର୍ଘଟଣା (Accident) ପରେ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିଲା । କୁକୁଡ଼ା ନେବା ପାଇଁ କୋଲକତାରୁ ଏକ ଟ୍ରକ ଖୋର୍ଦ୍ଧା ଅଭିମୁଖେ ଆସୁଥିଲା  । ଏହି ସମୟରେ ୧୬ ନମ୍ବର ଜାତୀୟ ରାଜପଥ କଲେଜ ଛକ ଜଗନ୍ନାଥ ଢାବା ନିକଟରେ ଟ୍ରକଟି ଏକ ହାଇୱାକୁ ପଛ ପଟୁ ଧକ୍କା ଦେଇଥିଲା । ଫଳରେ ଟ୍ରକରେ ୪ ଜଣ ଚାପି ହୋଇ ରହିଥିଲେ । ଦୁର୍ଘଟଣା ପରେ ସୋର ଅଗ୍ନିଶମ ବାହିନୀ (Fire brigade) ଗ୍ୟାସ କଟରରେ କାଟି ସମସ୍ତଙ୍କୁ ଉଦ୍ଧାର କରି ମେଡ଼ିକାଲ ପଠାଇଥିଲେ । ସେଠାରେ ଡ଼ାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ ।  ମୃତକ ଦୁଇ ଜଣ ହେଲେ ପଶ୍ଚିମବଙ୍ଗର ସୈଫୁଲ ଗାଜି ଓ ଅଶ୍ରଫ ସର୍ଦ୍ଦାର ।

ସେପଟେ ଶୁକ୍ରବାର ଦିନ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନାର ପାଟ୍ରୋଲିଂ ଗାଡ଼ି ମଧ୍ଯ ଦୁର୍ଘଟଣାଗ୍ରସ୍ତ (Subarnapur Patrolling van Accident) ହୋଇଥିଲା । ଫଳରେ ଗାଡ଼ିରେ ଥିବା ପାଞ୍ଚ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ। ପାଟ୍ରୋଲିଂ ସାରି ଥାନାକୁ ଫେରିବା ସମୟରେ ସୁବଳୟା- ରେଢାଖୋଲ ରାସ୍ତା ବାଉରୀଯୋର ପୋଲ ନିଟକରୋ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ରାସ୍ତା କଡ଼ ଏକ ବର ଗଛକୁ ଧକ୍କା ଦେଇ ଗାଡ଼ଟି ଓଲଡ଼ି ପଡ଼ିଥିଲା । ସମସ୍ତ ଆହତ ପୋଲିସ କର୍ମଚାରୀଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ (Boudh Medical) ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି । ଦୁର୍ଘଟଣା ସମୟରେ ଗାଡି଼ରେ ସୁବଳୟା ଥାନା ସବ୍ ଇନ୍ସପେକ୍ଟର ରଞ୍ଜନ ଦିଗାଲ, ଏଏସଆଇ ଏସ ସେନ୍ଦ୍ରିଆଙ୍କ ସମେତ ୫ ଜଣ ପୋଲିସ କର୍ମଚାରୀ ଥିବା ଜଣାପଡ଼ିଛି ।

ଏହା ବି ପଢନ୍ତୁ-Brain surgery in womb: ବିଶ୍ବରେ ପ୍ରଥମ! ଗର୍ଭାଶୟରେ ହେଲା ଶିଶୁର ବ୍ରେନ ସର୍ଜରୀ