H3N2 Virus: ରାଜ୍ୟରେ ଚିନ୍ତା ବଢାଇଲାଣି ଏନଫ୍ଲୁଏଞ୍ଜା, 'ମନଇଚ୍ଛା ଆଣ୍ଟି ବାୟୋଟିକ୍ ଖାଇଲେ ବିପଦ'
Advertisement

H3N2 Virus: ରାଜ୍ୟରେ ଚିନ୍ତା ବଢାଇଲାଣି ଏନଫ୍ଲୁଏଞ୍ଜା, 'ମନଇଚ୍ଛା ଆଣ୍ଟି ବାୟୋଟିକ୍ ଖାଇଲେ ବିପଦ'

H3N2 Virus: ରାଜ୍ୟରେ ଚିନ୍ତା ବଢାଇଲାଣୀ  H3N2 ଭାଇରସ୍ (H3N2 Virus)। ରାଜ୍ୟରେ ଇନଫ୍ଲୁଏଞ୍ଜା ଭୟ ଏବେ ବ୍ୟାପିବାରେ ଲାଗିଛି  । ରାଜ୍ୟରେ ଏହାରି ଭିତରେ ଚିହ୍ନଟ ହେଲେଣି ୫୯ ରୋଗୀ । ସିମଟମ ବଢ଼ୁଥିବାରୁ ବଢ଼ାଯିବ ଆଇଏଲଏସ ସର୍ଭିଲାନ୍ସ । ଏହା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ(Odisha health director) ବିଜୟ ମହାପାତ୍ର । ଅନ୍ୟପଟେ ଡାକ୍ତରଙ୍କ ବିନା ପରାମର୍ଶରେ ମନଇଚ୍ଛା ଔଷଧ ଖାଆନ୍ତୁ ନାହିଁ।

H3N2 Virus: ରାଜ୍ୟରେ ଚିନ୍ତା ବଢାଇଲାଣି ଏନଫ୍ଲୁଏଞ୍ଜା, 'ମନଇଚ୍ଛା ଆଣ୍ଟି ବାୟୋଟିକ୍ ଖାଇଲେ ବିପଦ'

H3N2 Virus: ରାଜ୍ୟରେ ଚିନ୍ତା ବଢାଇଲାଣୀ  H3N2 ଭାଇରସ୍ (H3N2 Virus)। ରାଜ୍ୟରେ ଇନଫ୍ଲୁଏଞ୍ଜା ଭୟ ଏବେ ବ୍ୟାପିବାରେ ଲାଗିଛି  । ରାଜ୍ୟରେ ଏହାରି ଭିତରେ ଚିହ୍ନଟ ହେଲେଣି ୫୯ ରୋଗୀ । ସିମଟମ ବଢ଼ୁଥିବାରୁ ବଢ଼ାଯିବ ଆଇଏଲଏସ ସର୍ଭିଲାନ୍ସ । ଏହା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ(Odisha health director) ବିଜୟ ମହାପାତ୍ର । ଅନ୍ୟପଟେ ଡାକ୍ତରଙ୍କ ବିନା ପରାମର୍ଶରେ ମନଇଚ୍ଛା ଔଷଧ ଖାଆନ୍ତୁ ନାହିଁ। ଲକ୍ଷଣ ବଢ଼ୁଥିବାରୁ ବଢ଼ାଯିବ ସର୍ଭିଲାନ୍ସ। କୋଭିଡ ଓ H3N2 ଭାଇରସର(H3N2 Virus)  ଲକ୍ଷଣ ପ୍ରାୟ ସମାନ। ତେଣୁ କୋଭିଡ ନେଗେଟିଭ ଥିଲେ ସାମ୍ପୁଲ ସଂଗ୍ରହ କରି ପଠାଯିବାକୁ କୁହାଯାଇଛି। ଲକ୍ଷଣ ଥିଲେ ଟେଷ୍ଟ କରନ୍ତୁ,ନିଜକୁ ଆଇସୋଲେଟ କରନ୍ତୁ। ଆତଙ୍କିତ ହେବାର ଆବ୍ୟଶକତା ନାହିଁ । ସ୍ୱାସ୍ଥ୍ୟ ବିଭାଗ ଘଟଣା ଉପରେ ତୀକ୍ଷଣ ନଜର ରଖିଛନ୍ତି । 

ତେବେ,ରାଜ୍ୟ କାହିଁକି ପୁରା ଦେଶରେ ଏହି ଭାଇରସକୁ ନେଇ ଏବେ ଆତଙ୍କ ଦେଖାଦେଇଛି । ଭାରତରେ ଏହି ଭାଇରସ୍‌ ଜନିତ ପ୍ରଥମ ମୃତ୍ୟୁ ସାମ୍ନାକୁ ଆସିଛି। ଏଥିରେ ଆକ୍ରାନ୍ତ ହୋଇ ୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ହରିୟାଣା ଏବଂ କର୍ଣ୍ଣାଟକରେ ଜଣେ ଲେଖାଏ ରୋଗୀଙ୍କ ମୃତ୍ୟୁ ଗତ ପାଞ୍ଚ ଦିନ ତଳେ ଘଟିଥିଲା । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଥିବା ଜଣାପଡ଼ିଛି। ବର୍ତ୍ତମାନ ଦେଶରେ H3N2 ଭାଇରସ୍‌ରେ ୯୦ ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି। । H1N1 ଭାଇରସର ୮ଟି କେସ୍  ମଧ୍ୟ ଚିହ୍ନଟ ହୋଇଛି । ଦେଶରେ ବର୍ତ୍ତମାନ ଥଣ୍ଡା ଜ୍ୱର ବଢ଼ିଥିବା ରିପୋର୍ଟ କହୁଛି। ଏଥିମଧ୍ୟରୁ ଅଧିକାଂଶ ରୋଗୀ H3N2 ଭାଇରସ୍‌ରେ ଆକ୍ରାନ୍ତ। H3N2 ଭାଇରସ୍‌ ହଂକଂ ଫ୍ଲୁ ଭାବେ ମଧ୍ୟ ଜଣାଶୁଣା । ଏଥିରେ ଆକ୍ରାନ୍ତ ହେବା ପରେ ଅନେକ ମେଡିକାଲରେ ଭର୍ତ୍ତି ହେଉଛନ୍ତି । 

Also Read : HBD Aamir Khan: ଗାଧୋଇବାକୁ ପସନ୍ଦ କରନ୍ତି ନାହିଁ "MR PERFECT", ଜାଣନ୍ତୁ ଏହା ପଛର ବଡ଼ କାରଣ

Also Read : Vastu Tips for Marriage: ବିବାହରେ ହେଉଛି କି ବିଳମ୍ବ? ଆପଣାନ୍ତୁ ଏହି ସବୁ ଉପାୟ…

ଜ୍ୱର ଜନିତ ମାମଲାରେ ଏହି ଭାଇରସ୍‌ରେ ଆକ୍ରାନ୍ତ ରୋଗୀ ଅଧିକ ମାତ୍ରାରେ ମେଡିକାଲରେ ଭର୍ତ୍ତି ହେଉଛନ୍ତି । ଏହି ଭାଇରସ୍‌ରେ ସଂକ୍ରମିତଙ୍କ କୋରୋନା ରୋଗୀଙ୍କ ଭଳି ସମାନ ଲକ୍ଷଣ ପରିଲକ୍ଷିତ ହେଉଛି । ଏହି ଭାଇରସ୍ ଦ୍ୱାରା ତଣ୍ଟି ଦରଜ, କାଶ, ଦେହ ବିନ୍ଧା ହେବା ସହ ନାକରୁ ପାଣି ବାହାରିଥାଏ । ଏହି ଭାଇରସ୍‌ର ମ୍ୟୁଟେନସ ବାରମ୍ବାର ହେଉଥିବାରୁ ଏହାଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି କମି ଯାଉଥିବାର ଜଣାପଡ଼ିଛି । ପୂର୍ବରୁ ଡାଇବେଟିସ୍, ରକ୍ତଚାପ ପରି ରୋଗରେ ପୀଡ଼ିତଙ୍କ ପ୍ରତି ଏହି ଭାଇରସ୍ ବିପଦ ସୃଷ୍ଟି କରିବାର ଆଶଙ୍କା ଅଛି। H3N2 ଭାଇରସ୍‌କୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭାଇଜରି ଜାରି ହୋଇଛି।

Also Read : Deepika Padukone: OSCARS 2023ରେ ଦୀପିକାଙ୍କ କିଲର ଲୁକ୍, ବାକ୍ଲ ଗାଉନରେ ଦେଖାଇଲେ ଗ୍ଲାମରସ୍ ଅନ୍ଦାଜ୍