Encounter: ଗର୍ଜିଲା କମିଶନରେଟ ପୋଲିସ ବନ୍ଧୁକ ,ରାଜଧାନୀରେ କୁଖ୍ୟାତ ଅପରାଧୀ ଜିତେନ୍ଦ୍ର ପଲେଇକୁ ଏନକାଉଣ୍ଟର
Advertisement

Encounter: ଗର୍ଜିଲା କମିଶନରେଟ ପୋଲିସ ବନ୍ଧୁକ ,ରାଜଧାନୀରେ କୁଖ୍ୟାତ ଅପରାଧୀ ଜିତେନ୍ଦ୍ର ପଲେଇକୁ ଏନକାଉଣ୍ଟର

Encounter: ଦୀର୍ଘ ଦିନର ନୀରବତା ପରେ ପୁଣି ରାଜଧାନୀରେ ଏନକାଉଣ୍ଟର। କମିଶନରେଟ ପୋଲିସ ର(Commissionerate Police ) ସ୍ପେଶାଲ ଟିମ୍ କରିଛି ଏନକାଉଣ୍ଟର୍। ବାଂକୁଆଲ ନଦୀଘାଟ ନିକଟରେ ହୋଇଛି ଏନକାଉଣ୍ଟର । ଜିତେନ୍ଦ୍ର ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା ରହିଛି । 

ସୌଜନ୍ୟ- ସୋସିଆଲ ମିଡ଼ିଆ

Encounter: ଦୀର୍ଘ ଦିନର ନୀରବତା ପରେ ପୁଣି ରାଜଧାନୀରେ ଏନକାଉଣ୍ଟର। କୁଖ୍ୟାତ ଅପରାଧୀ ଜିତେନ୍ଦ୍ର ପଲେଇକୁ ଏନକାଉଣ୍ଟର କଲା କମିଶନରେଟ ପୋଲିସ (Commissionerate Police )। କମିଶନରେଟ ପୋଲିସ ର(Commissionerate Police ) ସ୍ପେଶାଲ ଟିମ୍ କରିଛି ଏନକାଉଣ୍ଟର୍। ବାଂକୁଆଲ ନଦୀଘାଟ ନିକଟରେ ହୋଇଛି ଏନକାଉଣ୍ଟର । ଜିତେନ୍ଦ୍ର ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା ରହିଛି ।

ସୂଚନା ଅନୁସାରେ କୁଖ୍ୟାତ ଅପରାଧୀ ଜିତେନ୍ଦ୍ର ପଲେଇ (criminal jitendra palei) ବାଂକୁଆଳ ଅଞ୍ଚଳରେ ଥିବା ନେଇ ପୋଲିସକୁ ସୂଚନା ମିଳିବା ପରେ କମିଶନରେଟ ପୋଲିସର ସ୍ପେଶାଲ ଟିମ୍ ପକ୍ଷରୁ ଉକ୍ତ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ପୋଲିସକୁ ଦେଖି ଏହି ଅଭିଯୁକ୍ତ ଜଣକ ପୋଲିସ ଉପରକୁ ଗୁଳି ଚାଳନା କରିଥିଲା। ଫଳରେ ପୋଲିସ ପ୍ରତିଆକ୍ରମଣରେ ଗୁଳି ଚାଳନା କରିଥିଲା। ପୋଲିସର ଏନ୍‌କାଉଣ୍ଟରରେ ଜିତେନ୍ଦ୍ର ପଲେଇର ବାମ ଗୋଡରେ ଗୁଳି ବାଜିବାରୁ ସେ ଆହତ ହୋଇଥିବା ଜଣାପଡିଛି। ତାକୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି କୁଖ୍ୟାତ ଅପରାଧୀ ଜିତେନ୍ଦ୍ର ପଲେଇ  ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା ରହିଛି। ହତ୍ୟା, ହତ୍ୟା ଉଦ୍ୟମ, ଡ଼କାୟତି, ସୁପାରୀ କିଲିଙ୍ଗ ଭଳି ସାଂଘାତିକ ମାମଲା ଉକ୍ତ ଅଭିଯୁକ୍ତ ନାଁରେ ରହିଛି। ଗତ ୧୭ ତାରଖରେ ୪ ନମ୍ବର ସ୍ଥିତ ସୁନା ଦୋକାନୀ ଶ୍ରୀ ଜୁଏଲର୍ସରେ ବୋମା ମାଡ଼ କରିଥିଲା ଏହି ଦୁର୍ବୁତ୍ତ। ସୁପାରୀ କିଲିଙ୍ଗ ପାଇଁ ଏହି ସୁନା ଦୋକାନରେ ହୋଇଥିଲା ଆକ୍ରମଣ।

Also Read : Horoscope Today 26 March 2023: ଆଜି ଏହି ସବୁ ରାଶି ଉପରେ ଧନ ବର୍ଷା କରିବେ ମାଆ ଲକ୍ଷ୍ମୀ , ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ରବିବାର

Also Read : Weather Update: ପଶ୍ଚିମା ଝଡ଼ ପ୍ରଭାବରେ ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଏହି ଜିଲ୍ଲା ଗୁଡ଼ିକରେ ୪୦ରୁ ୪୫ କିମି ବେଗରେ ବହିବ ପବନ

ନିକଟରେ, କଟକରେ ପୋଲିସ-ଅପରାଧୀ ଏନକାଉଣ୍ଟର ହୋଇଥିଲା । ଗୁଳିମାଡରେ ଦୁର୍ଦ୍ଦାନ୍ତ ଅପରାଧୀ ଶଙ୍କର ଆହତ ହୋଇଥିଲା ।  ୨୦୧୪ ମସିହା ନଭେମ୍ବର ୧୧ ତାରିଖରେ ଘଟିଥିବା ଫାରୁକ ହତ୍ୟାଘଟଣାର ଅଭିଯୁକ୍ତ ହେଉଛି ଶଙ୍କର। ରାଣୀହାଟ ଗୋପାଳ ସାହି ବାସିନ୍ଦା ଶଙ୍କର ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭାଇଙ୍କ ସାର୍ପସୁଟର୍ ଭାବେ ପରିଚିତ। ଘଟଣାର ୭ ବର୍ଷପରେ ଅର୍ଥାତ୍‌ ୨୦୨୧ ସେପ୍ଟେମ୍ବର ୧ ତାରିଖରେ ମାଲଗୋଦାମ ଥାନା ପୋଲିସ ଶଙ୍କରକୁ ଗିରଫ କରିଥିଲା । ଗିରଫ ପରେ ତାକୁ ଚୌଦ୍ବାର ସର୍କଲ ଜେଲ୍‌କୁ ପଠାଇ ଦିଆଯାଇଥିଲା । ତେବେ, ଜେଲ୍‌ରୁ ଫେରିବା ପରେ ପୁଣି ବନ୍ଧୁକ କାରବାର ଭଳି ଅପରାଧିକ କାର୍ଯ୍ୟକଳାପରେ ଶଙ୍କରର ସମ୍ପୃକ୍ତି ସାମ୍‌ନାକୁ ଆସିଥିଲା ।

ସେ ଭୁଆଶୁଣି ପଠା ନିକଟ ରାସ୍ତାରେ ଏକ ଅଟୋରେ ବନ୍ଧୁକ ବିକ୍ରି କରିବାକୁ ଯାଇଥିବା ନେଇ ପୋଲିସ ଖବର ପାଇଥିଲା । ଉଭୟ ବିଡ଼ାନାସୀ ଥାନା ପୋଲିସ ଓ ସ୍ପେଶାଲ ସ୍କ୍ବାଡ ଟିମ୍ ତାକୁ ଧରିବାକୁ ଉଦ୍ୟମ କରିଥିଲେ । କିନ୍ତୁ, ସେ ପଡ଼ିଆ ଭିତରକୁ ଚାଲିଯାଇଥିଲା। ସେଠାରେ ପୋଲିସ ସହିତ ଶଙ୍କରର ମୁହାମୁଁହି ହୋଇଥିଲା । ଶଙ୍କର ସେଠାରେ ପ୍ରଥମେ ପୁଲିସ ଉପରକୁ ଦୁଇରାଉଣ୍ଡ ଗୁଳିଚାଳନା କରିଥିଲା । ଜୀବନ ବଞ୍ଚାଇବାକୁ ଯାଇ ପୁଲିସ ସର୍ଭିସ ପିସ୍ତଲରୁ ପାଲଟା ଗୋଟିଏ ରାଉଣ୍ଡ ଗୁଳିମାଡ଼ କରିଥିଲା । ପୋଲିସ ଗୁଳି ଶଙ୍କରର ବାମଗୋଡ଼ର ଆଣ୍ଠୁରେ ବାଜିବାରୁ ସେ ସେଠାରେ ପଡ଼ିଯାଇଥିଲା । ପୋଲିସ ଶଙ୍କର ନିକଟକୁ ଗୋଟିଏ ପିସ୍ତଲ, ଜୀବନ୍ତ ଗୁଳି ଓ ଅଟୋ ଜବତ କରିଥିବା ସୂଚନା ମିଳିଛି ।