Bengaluru Cafe Blast: ୨ ମୁଖ୍ୟ ଅଭିଯୁକ୍ତଙ୍କ ଉପରେ ଏନଆଇଏ ପକ୍ଷରୁ ମୋଟା ଅଙ୍କର ପୁରସ୍କାର ରାଶି ଘୋଷଣା
Advertisement

Bengaluru Cafe Blast: ୨ ମୁଖ୍ୟ ଅଭିଯୁକ୍ତଙ୍କ ଉପରେ ଏନଆଇଏ ପକ୍ଷରୁ ମୋଟା ଅଙ୍କର ପୁରସ୍କାର ରାଶି ଘୋଷଣା

NIA Announces Reward for Bengaluru Blast Case: ବେଙ୍ଗାଲୁରୁ ରାମେଶ୍ୱରମ୍ କାଫେ ବିସ୍ଫୋରଣ ମାମଲାରେ ୨ ଅଭିଯୁକ୍ତଙ୍କ ଉପରେ ଏନଆଇଏ ପକ୍ଷରୁ କରାଯାଇଛି ମୋଟା ଅଙ୍କର ପୁରସ୍କାର ରାଶି ଘୋଷଣା।

Bengaluru Cafe Blast: ୨ ମୁଖ୍ୟ ଅଭିଯୁକ୍ତଙ୍କ ଉପରେ ଏନଆଇଏ ପକ୍ଷରୁ ମୋଟା ଅଙ୍କର ପୁରସ୍କାର ରାଶି ଘୋଷଣା

NIA Announces Reward for 2 Key Accused in Bengaluru Blast: ବହୁଚର୍ଚ୍ଚିତ ବେଙ୍ଗାଲୁରୁ କାଫେ ବିସ୍ଫୋରଣ ମାମଲାରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଜାରି ରହିଛି ତଦନ୍ତ। ଗତ ମାର୍ଚ୍ଚ ୧ ତାରିଖରେ ବେଙ୍ଗାଲୁରୁ ସହରରେ ଅବସ୍ଥିତ ରମେଶ୍ୱରମ୍ କାଫେ ଠାରେ ହୋଇଥିବା ବିସ୍ଫୋରଣରେ ଦୋହଲି ଯାଇଥିଲା ସମଗ୍ର ଦେଶ। ବେଙ୍ଗାଲୁରୁ କାଫେ ବିସ୍ଫୋରଣ ମାମଲାରେ ଏନଆଇଏ ନେଇଛି ଏକ ବଡ଼ ନିଷ୍ପତ୍ତି। ବେଙ୍ଗାଲୁରୁ ରାମେଶ୍ୱରମ୍ କାଫେ ବିସ୍ଫୋରଣ ମାମଲାରେ ୨ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଜାରି ରହିଛି ପ୍ରୟାସ। ଶୁକ୍ରବାର ଏନଆଇଏ ଉଭୟ ଅଭିଯୁକ୍ତଙ୍କ ସମ୍ପର୍କରେ ତଥ୍ୟ ପ୍ରଦାନ କରିବା ପାଇଁ  ପ୍ରତ୍ୟେକଙ୍କ ମୁଣ୍ଡ ପିଛା ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି।

ଉଭୟ ଅଭିଯୁକ୍ତଙ୍କ ସମ୍ପର୍କରେ ଖବର ଦେବା ପାଇଁ ଏଜେନ୍ସି ଜନସାଧାରଣଙ୍କୁ ନିବେଦନ କରିଛି। ସେହି ୨ ଅଭିଯୁକ୍ତ ହେଉଛନ୍ତି ମୁସାଭିର ହୁସେନ୍ ଶାଜିବ ଓରଫ ଶାଜେବ ଓରଫ ମହମ୍ମଦ ଜୁନେଦ ହୁସେନ୍ ଓରଫ ମହମ୍ମଦ ଜୁନେଦ ସୟିଦ୍ ଏବଂ ଅବଦୁଲ୍ ମାଥିନ୍ ଅହମ୍ମଦ ତାହା ଓରଫ ଅବଦୁଲ୍ ମାଥିନ୍ ତାହା ଓରଫ ମାଥେନ ଓରଫ ତାହା ଓରଫ ବିଗ୍ନେଶ ଡି ଓରଫ ସୁମିତ। ଏହି ଘଟଣାର ଅଭିଯୁକ୍ତ ଅବଦୁଲ୍ ମାଥିନ୍ ଅହମ୍ମଦ ତାହା ପ୍ରାୟ ୩୦ ବର୍ଷ ବୟସରେ ହିନ୍ଦୁ ପରିଚୟପତ୍ର ରହିଥିବା ଦସ୍ତାବିଜ ବ୍ୟବହାର କରୁଥିଲା। ଅଭିଯୁକ୍ତ ତାହା ପରିଚୟ ଲୁଚାଇବା ପାଇଁ ବିଗ୍ନେଶ ନାମରେ ଆଧାର କାର୍ଡ ଏବଂ ଅନ୍ୟାନ୍ୟ ନକଲି ପରିଚୟ ପତ୍ର ବ୍ୟବହାର କରିଆସୁଥିବା ଏନଆଇଏ କହିଛି। 

ଏନଆଇଏ ଉଭୟ ଅଭିଯୁକ୍ତଙ୍କ ଫଟୋ ପୁରୁଷ/ବାଳକ ହଷ୍ଟେଲ, ପିଜି/ସେୟାରିଂ ଆକୋମୋଡେସନ/ସ୍ୱଳ୍ପ ବଜେଟ୍ ହୋଟେଲ ଏବଂ ଲଜ୍ ଠାରେ ସେୟାର କରିଛି। କାରଣ ଅଭିଯୁକ୍ତ ଏପରି ସ୍ଥାନରେ ରହୁଥାଇ ପାରନ୍ତି। ଜାତୀୟ ଅନୁସନ୍ଧାନ ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ ୩୦ ବର୍ଷୀୟ ଅଭିଯୁକ୍ତ ଶାଜିବ ଜିନ୍ସ, ଟି-ସାର୍ଟ ଏବଂ ସାର୍ଟ" ଏବଂ "ବ୍ଲାକ୍ ସ୍ମାର୍ଟ ୱାଚ୍" ପିନ୍ଧିବାକୁ ପସନ୍ଦ କରିଥାଏ। ଏଜେନ୍ସି ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ଉଭୟ ଅଭିଯୁକ୍ତ ଶାଜିବ ଏବଂ ତାହା ପ୍ରାୟତଃ ମାସ୍କ ଏବଂ ନକଲି ଦାଢି ବ୍ୟବହାର କରିଥାନ୍ତି।

ଉଭୟ ଅଭିଯୁକ୍ତ ସୂଚନା ପ୍ରଦାନ କଲେ ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଏନଆଇଏ ପକ୍ଷରୁ କୁହାଯାଇଛି। ପୁରସ୍କାର ରାଶି ପ୍ରଦାନ କରିବା ନେଇ ଜାରି ହୋଇଥିବା ବିଜ୍ଞପ୍ତି ସୋସିଆଲ ମିଡ଼ିଆ ପୋଷ୍ଟ ଦ୍ୱାରା ସେୟାର କରାଯାଇଛି। ଯେଉଁଥିରେ କୁହାଯାଇଛି ଯେ ପ୍ରତ୍ୟେକ ଅଭିଯୁକ୍ତଙ୍କ ସମ୍ପର୍କରେ ଯଦି ସୂଚନା ପ୍ରଦାନ କରନ୍ତି ତାହେଲେ ତାଙ୍କୁ ୧୦ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯିବ। ଉଭୟ ଅଭିଯୁକ୍ତଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ଇମେଲ ମାଧ୍ୟମରେ info.blr.nia@gov.in କିମ୍ବା ବେଙ୍ଗାଲୁରୁ ସ୍ଥିତ ଏନଆଇଏ କାର୍ଯ୍ୟାଳୟ ବ୍ୟତୀତ ଟେଲିଫୋନ ନମ୍ବର ୦୮୦-୨୯୫୧୦୯୦୦, ୮୯୦୪୨୪୧୧୦ ମାଧ୍ୟମରେ ପ୍ରଦାନ କରିପାରିବେ। ଅଭିଯୁକ୍ତଙ୍କ ସମ୍ପର୍କରେ ସୂଚନା ପ୍ରଦାନ କରୁଥିବା ବ୍ୟକ୍ତିଙ୍କ ପରିଚୟ ଗୁପ୍ତ ରଖାଯିବ ବୋଲି  ଜାତୀୟ ଅନୁସନ୍ଧାନ ଏଜେନ୍ସି ପକ୍ଷରୁ କୁହାଯାଇଛି।

ବୁଧବାର (୨୭ ମାର୍ଚ୍ଚ) ବେଙ୍ଗାଲୁରୁ କାଫେ ବିସ୍ଫୋରଣ ଘଟଣାରେ ଏନଆଇଏ ଏକ ବଡ଼ ସଫଳତା ପାଇଥିଲା। ଏହି ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ମୁଜାମିଲ ଶରିଫଙ୍କୁ ଗିରଫ କରିଥିଲା। ଏନେଇ ଏନଆଇଏ ପକ୍ଷରୁ ହୋଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ ମୁଜାମିଲ ଶରିଫ ମାର୍ଚ୍ଚ ୧ ତାରିଖରେ ବେଙ୍ଗାଲୁରୁ ସ୍ଥିତ ବ୍ରୁକଫିଲ୍ଡ ଆଇଟିପିଏଲ ରୋଡ ଠାରେ ଅବସ୍ଥିତ କାଫେ ଠାରେ ହୋଇଥିବା ବିସ୍ଫୋରଣ ଘଟଣାରେ ୨ ଅଭିଯୁକ୍ତ ସାଭିର ହୁସେନ୍ ଶାଜିବ ଏବଂ ଅବଦୁଲ୍ ମାଥିନ୍ ଅହମ୍ମଦ ତାହାକୁ ଆନୁଷଙ୍ଗୀକ ସହୟତା ପ୍ରଦାନ କରିଥିଲେ।

Also Read: Bengaluru Cafe Blast: ଧରା ପଡ଼ିଲା ବେଙ୍ଗାଲୁରୁ କାଫେ ବିସ୍ଫୋରଣ ମାମଲାର ମୁଖ୍ୟ ଷଡଯନ୍ତ୍ରକାରୀ

 

ଗତ ବୁଧବାର ମୁଜାମିଲ ଶରିଫକୁ ଗିରଫ କରିଥିଲା ଏନଆଇଏ। ଯିଏ ହେଉଛି ବେଙ୍ଗାଲୁରୁ କାଫେ ବିସ୍ଫୋରଣ ଘଟଣାର ସହ-ଷଡଯନ୍ତ୍ରକାରୀ। ତାକୁ ଗିରଫ କରିବା ପାଇଁ ଏନଆଇଏ ଟିମ୍ କର୍ଣ୍ଣାଟକର ୧୨, ତାମିଲନାଡୁର ୫ ଏବଂ ଉତ୍ତର ପ୍ରଦେଶରେ ଗୋଟିଏ ସ୍ଥାନରେ ଚଢାଉ କରିଥିଲା। ଗତ ମାର୍ଚ୍ଚ ୨ ତାରିଖରେ ରାମେଶ୍ୱରମ୍ କାଫେ ବିସ୍ଫୋରଣ ମାମଲାର ତଦନ୍ତ ଦାୟିତ୍ୱ ଜାତୀୟ ଅନୁସନ୍ଧାନ ଏଜେନ୍ସି ଗ୍ରହଣ କରିଥିଲା। ଏହି ବିସ୍ଫୋରଣରେ ଅନେକ ଗ୍ରାହକ ଏବଂ ହୋଟେଲ କର୍ମଚାରୀ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ କେତେକ ଗୁରୁତର ହୋଇଥିଲା। ବିସ୍ଫୋରଣ କାରଣରୁ କାଫେ ପରିସରରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା।