Education System: ନୂତନ ଶିକ୍ଷାନୀତି ଏବଂ ସଂସ୍କୃତ ଉପରେ ଆଧାରିତ ଭାରତୀୟ ଶିକ୍ଷା ବ୍ୟବସ୍ଥାର ପୁନରୁତ୍ଥାନ
Advertisement
Article Detail0/zeeodisha/odisha2360661

Education System: ନୂତନ ଶିକ୍ଷାନୀତି ଏବଂ ସଂସ୍କୃତ ଉପରେ ଆଧାରିତ ଭାରତୀୟ ଶିକ୍ଷା ବ୍ୟବସ୍ଥାର ପୁନରୁତ୍ଥାନ

କଟକ: ସୋମବାର ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ କଳା, ଯୋଗାଯୋଗ ଏବଂ ମହାଭାରତୀୟ ଶିକ୍ଷା ବିଭାଗ ପକ୍ଷରୁ ‘ନୂତନ ଶିକ୍ଷାନୀତି ଏବଂ ସଂସ୍କୃତ ଉପରେ ଆଧାରିତ ଭାରତୀୟ ଶିକ୍ଷା ବ୍ୟବସ୍ଥାର ପୁନରୁତ୍ଥାନ’ (ନବୀନ ଶିକ୍ଷାନୀତିଃ ତଥା ସଂସ୍କୃତାଧାରିତଭାରତସ୍ୟ ଜ୍ଞାନବ୍ୟବସ୍ଥାୟାଃ ପୁନରୁତ୍ଥାନମ୍) ଶୀର୍ଷକରେ ଏକ ତିନିଦିନିଆ ଅନ୍ତର୍ଜାତୀୟ ୱେବିନାର ସୋମବାର

Education System: ନୂତନ ଶିକ୍ଷାନୀତି ଏବଂ ସଂସ୍କୃତ ଉପରେ ଆଧାରିତ ଭାରତୀୟ ଶିକ୍ଷା ବ୍ୟବସ୍ଥାର ପୁନରୁତ୍ଥାନ
Education System: କଟକ: ସୋମବାର ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ କଳା, ଯୋଗାଯୋଗ ଏବଂ ମହାଭାରତୀୟ ଶିକ୍ଷା ବିଭାଗ ପକ୍ଷରୁ ‘ନୂତନ ଶିକ୍ଷାନୀତି ଏବଂ ସଂସ୍କୃତ ଉପରେ ଆଧାରିତ ଭାରତୀୟ ଶିକ୍ଷା ବ୍ୟବସ୍ଥାର ପୁନରୁତ୍ଥାନ’ (ନବୀନ ଶିକ୍ଷାନୀତିଃ ତଥା ସଂସ୍କୃତାଧାରିତଭାରତସ୍ୟ ଜ୍ଞାନବ୍ୟବସ୍ଥାୟାଃ ପୁନରୁତ୍ଥାନମ୍) ଶୀର୍ଷକରେ ଏକ ତିନିଦିନିଆ ଅନ୍ତର୍ଜାତୀୟ ୱେବିନାର ସୋମବାର ଉଦଘାଟିତ ହୋଇଯାଇଛି । ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମାନବ ସମ୍ୱଳ ବିକାଶ କେନ୍ଦ୍ର ଓ କୋଲକାତା ବିଶ୍ୱବିଦ୍ୟାଳୟର ମିଳିତ ଉଦ୍ୟମରେ ଆୟୋଜିତ ଏହି ୱେବିନାରର ପ୍ରଥମ ଦିନରେ ବାଲେଶ୍ୱର ସାଂସଦ ତଥା ସଂସ୍କୃତ ଭାଷାର ଜଣେ ଅଗ୍ରଣୀ ଦୂତ ଭାବରେ ଜଣାଶୁଣା ଶ୍ରୀ ପ୍ରତାପ ଷଡ଼ଙ୍ଗୀ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । 
 
ସେ ସଂସ୍କୃତକୁ ବିଶ୍ୱର ସର୍ବଶ୍ରେଷ୍ଠ ଓ ସର୍ବପ୍ରାଚୀନ ଭାଷାର ଆଖ୍ୟା ଦେବା ସହିତ ଆଦର୍ଶ ଶିକ୍ଷକମାନଙ୍କ ସଂଜ୍ଞା ପ୍ରଦାନ କରିଥିଲେ । ଯେପରି ଉତ୍ତମ ଶରୀର ଗଠନ ନିମନ୍ତେ ସୁଷମ ଖାଦ୍ୟ ଆବଶ୍ୟକ, ସେହିପରି ମାନସିକ ଓ ବୌଦ୍ଧିକ ବିକାଶ ନିମନ୍ତେ ଉତ୍ତମ ମାନସିକ ଓ ବୌଦ୍ଧିକ ଖାଦ୍ୟର ଆବଶ୍ୟକତା ଥିବା ସେ ପ୍ରାଞ୍ଜଳ ଭାବରେ ବୁଝାଇ କହିଥିଲେ । ଏକ ପୂର୍ଣ୍ଣାଙ୍ଗ ମନୁଷ୍ୟ ଗଠନ ନିମନ୍ତେ ଶିକ୍ଷାର କେତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ସେକଥା ବିଭିନ୍ନ ଉଦାହରଣ ଦେଇ ବୁଝାଇଥିଲେ । ଆମ ସଂସ୍କୃତି ମାତାପିତା, ଗୁରୁ ଓ ରାଷ୍ଟ୍ରକୁ ସର୍ବୋପରି ରଖିଥାଏ । ଏହା ଆମକୁ ମାତୃଦେବ ଭବଃ, ପିତୃଦେବ ଭବଃ, ଆଚାର୍ଯ୍ୟ ଦେବ ଭବଃ ଭଳି ଉଚ୍ଚ ଚିନ୍ତାଧାରା ସମ୍ପନ୍ନ ଶିକ୍ଷା ଦେଇଥାଏ ।
fallback
 
ଯୋଗନଗରୀ ଋଷିକେଶ ଗସ୍ତରେ ଥିବା ବିଶ୍ୱବିଦ୍ୟାଳୟ ମାନବ ସମ୍ୱଳ ବିକାଶ କେନ୍ଦ୍ରର ନିର୍ଦ୍ଦେଶିକା ପ୍ରାଧ୍ୟାପିକା ଡଃ. ବିଜୟଲକ୍ଷ୍ମୀ ମହାନ୍ତି ସଂସ୍କୃତ ଭାଷାକୁ ନେଇ ଛାତ୍ରଛାତ୍ରୀଙ୍କ ଆଗ୍ରହ ଓ ଉତ୍କଣ୍ଠା କଥା ବର୍ଣ୍ଣନା କରିଥିଲେ । ଆୟୂର୍ବେଦ ଓ ଯୋଗଠାରୁ ନେଇ ଅନ୍ୟାନ୍ୟ ବହୁ ବିଷୟ ପ୍ରତି ସଂସ୍କୃତର ରହିଥିବା ଅବଦାନ ସମ୍ପର୍କରେ ସେ ଉଲ୍ଲେଖ କରିଥିଲେ । ଏହି ବିଷୟରେ ଧନ୍ୟବାଦ ଅଭିଭାଷଣ ରଖିବା ସମୟରେ ସେ 2012 ମସିହାରୁ ଅଦ୍ୟାବଧି ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରାୟ ଆଠଶହ ବ୍ୟକ୍ତିବିଶେଷ କିଭଳି ସଂସ୍କୃତ ଦ୍ୱାରା ଉପକୃତ ହୋଇଛନ୍ତି, ସେ କଥା ଉଲ୍ଲେଖ କରିବାକୁ ଭୁଲି ନ ଥିଲେ । ପ୍ରଫେସର ଡଃ. ଶିଳ୍ପୀ ମିଶ୍ର ସ୍ୱାଗତ ଅଭିଭାଷଣ ପ୍ରଦାନ କରି ବିଶ୍ୱବିଦ୍ୟାଳୟ ପକ୍ଷରୁ ଶିକ୍ଷା ଓ ଉଦ୍ଭାବନକୁ ପ୍ରୋତ୍ସାହନ ଦେବାକୁ କିଭଳି 40ରୁ ଅଧିକ ବିଷୟରେ ଶିକ୍ଷାଦାନ  କରାଯାଉଛି, ସେ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ଏଥିସହ ସମାଜର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ସଂସ୍କୃତ ଭାଷା ଓ ସାହିତ୍ୟ ଅନ୍ୟାନ୍ୟ ଭାଷା ସହିତ ସମନ୍ୱିତ ହେବା ଆବଶ୍ୟକ ବୋଲି ମତ ରଖିଥିଲେ ।
 
ଏହି ୱେବିନାର କାର୍ଯ୍ୟକ୍ରମରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରାଧ୍ୟାପକ ତେଜପ୍ରତାପ, କୋଲକାତା ବିଶ୍ୱବିଦ୍ୟାଳୟର ସଂସ୍କୃତ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ଡଃ. କମଳ କିଶୋର ମିଶ୍ର ସାମ୍ପ୍ରତିକ ପରିସ୍ଥିତିରେ ସଂସ୍କୃତ ଭାଷାର ବ୍ୟବହାର ଓ ପ୍ରୟୋଜନୀୟତାର ଭୂୟସୀ ପ୍ରଶଂସା କରିଥିଲେ । ପଶ୍ଚିମବଙ୍ଗସ୍ଥିତ ଶାନ୍ତିନିକେତନ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ଅରୁଣ ରଞ୍ଜନ ମିଶ୍ର 1986 ମସିହାଠାରୁ ଆରମ୍ଭ କରି 2023 ପର୍ଯ୍ୟନ୍ତ ନୂତନ ଶିକ୍ଷାନୀତିର ବିଭିନ୍ନ ପର୍ଯ୍ୟାୟ ଉପରେ ଆଲୋକପାତ କରିଥିଲେ ।  ଏହି ଅବସରରେ ଏସିଆ ମହାଦେଶର ଇତିହାସକୁ ସଂସ୍କୃତ ଭାଷାର ଅନବଦ୍ୟ ଅବଦାନ ସମ୍ପର୍କରେ ପରିପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପକ କମଳା ପ୍ରସାଦ ମହାପାତ୍ର, ପ୍ରାଧ୍ୟାପକ ଝରଣାରାଣୀ ତ୍ରିପାଠୀ, ପ୍ରାଧ୍ୟାପକ ଡଃ. ଗାୟତ୍ରୀ ରଥ, ପ୍ରାଧ୍ୟାପକ କେ. କେ. ଗୀତାକୁମାରୀ ପ୍ରମୁଖ ମହାଭାରତୀୟ ସଭ୍ୟତାରେ ସଂସ୍କୃତକୁ ନେଇ ନିଜ ନିଜ ଆଭିମୁଖ୍ୟ ରଖିଥିଲେ ।