Third World War: ଆରମ୍ଭ ହେବ ତୃତୀୟ ବିଶ୍ୱଯୁଦ୍ଧ! ଭବିଷ୍ୟବାଣୀ କଲେ ନୂଆ 'ନାସ୍ତ୍ରୋଦମସ'
Advertisement

Third World War: ଆରମ୍ଭ ହେବ ତୃତୀୟ ବିଶ୍ୱଯୁଦ୍ଧ! ଭବିଷ୍ୟବାଣୀ କଲେ ନୂଆ 'ନାସ୍ତ୍ରୋଦମସ'

Third World War Prediction:  ନୂତନ ନାସ୍ତ୍ରୋଦମସ  କରିଥିବା ଭବିଷ୍ୟବାଣୀରେ ଏକ କୌତୁହଳର ବିଷୟ ରହିଛି। ତାହା ହେଉଛି ତୃତୀୟ ବିଶ୍ୱଯୁଦ୍ଧ ଋଷିଆ-ୟୁକ୍ରେନ ଯୁଦ୍ଧ କାରଣରୁ ଆରମ୍ଭ ହେବ ନାହିଁ। ପୂର୍ବରୁ ବିଶ୍ୱ ୧୯୧୪-୧୯୧୮ ପର୍ଯ୍ୟନ୍ତ ପ୍ରଥମ ଏବଂ ୧୯୩୯-୧୯୪୫ ଦ୍ୱିତୀୟ ବିଶ୍ୱଯୁଦ୍ଧର ସାକ୍ଷୀ ହୋଇସାରିଛି।

Third World War: ଆରମ୍ଭ ହେବ ତୃତୀୟ ବିଶ୍ୱଯୁଦ୍ଧ! ଭବିଷ୍ୟବାଣୀ କଲେ ନୂଆ 'ନାସ୍ତ୍ରୋଦମସ'

New Nostradamus Craig Hamilton Parker: ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ବର୍ଷେ ପୂରଣ ହୋଇସାରିଛି। ହେଲେ ଏହି ଯୁଦ୍ଧ ବନ୍ଦ ହେବା ପରିବର୍ତ୍ତେ ଆହିୁରି ବିପଜ୍ଜନକ ହୋଇପଡିଛି। ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ ସମଗ୍ର ବିଶ୍ୱକୁ ପ୍ରଭାବିତ କରିଛି। ଋଷିଆ-ୟୁକ୍ରେନ ଯୁଦ୍ଧ କାରଣରୁ ସମଗ୍ର ବିଶ୍ୱ ୩ ଭାଗରେ ବିଭକ୍ତ ହୋଇଯାଇଛି। ଏପରିକି ଋଷିଆ ପରମାଣୁ ଆକ୍ରମଣ କରିବାକୁ ଧମକ ଦେଇଛି। ହେଲେ ଯୁଦ୍ଧ କାରଣରୁ ସୃଷ୍ଟି ହୋଇଥିବା ପରିସ୍ଥିତି ସୁଧୁରିବାର ନାଁ ଧରୁନାହିଁ। ଏହି ସମୟରେ ନୂତନ ନାସ୍ତ୍ରୋଦମସ ଜଣାଶୁଣା କ୍ରେଗ୍ ହାମିଲଟନ୍ ପାର୍କର ଏକ ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ କରିଛନ୍ତି।

ନୂତନ ନାସ୍ତ୍ରୋଦମସ କ୍ରେଗ୍ ହାମିଲଟନ୍ ପାର୍କରଙ୍କ ପୂର୍ବାନୁମାନ ଅନୁଯାୟୀ ଚଳିତ ୨୦୨୩ ବର୍ଷରେ ଆରମ୍ଭ ହୋଇପାରେ ତୃତୀୟ ବିଶ୍ୱଯୁଦ୍ଧ। ଗୋଟିଏ ବିମାନ ଦୁର୍ଘଟଣା କାରଣରୁ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେବ ବୋଲି ଦାବି କରିଛନ୍ତି ନୂତନ ନାସ୍ତ୍ରୋଦମସ। ବ୍ରିଟେନ ରାଣୀ ଏଲିଜାବେଥଙ୍କ ମୃତ୍ୟୁ ପୂର୍ବରୁ କ୍ରେଗ୍ ହାମିଲଟନ୍ ପାର୍କର ସଠିକ୍ ଭାବରେ ପୂର୍ବାନୁମାନ କରିଥିଲେ। ଏହି ଭବିଷ୍ୟବାଣୀ ପରେ କ୍ରେଗ୍ ହାମିଲଟନ୍ ପାର୍କର ନୂତନ ନାସ୍ତ୍ରୋଦମସ ରୂପରେ ସମଗ୍ର ପରିଚିତ ହୋଇଗଲେ। ଷୋଡ଼ଶ ଶତାବ୍ଦୀର ଚର୍ଚ୍ଚିତ ଭବିଷ୍ୟବକ୍ତା ନାସ୍ତ୍ରୋଦମସ କହିଥିଲେ ଯେ ବର୍ଷ ୨୦୨୩  ବିଶ୍ୱ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହେବାକୁ ଯାଉଛି। ପୂର୍ବରୁ ବିଶ୍ୱ ୧୯୧୪-୧୯୧୮ ପର୍ଯ୍ୟନ୍ତ ପ୍ରଥମ ଏବଂ ୧୯୩୯-୧୯୪୫ ଦ୍ୱିତୀୟ ବିଶ୍ୱଯୁଦ୍ଧର ସାକ୍ଷୀ ହୋଇସାରିଛି।

Also Read: Russia Ukraine War: ହଜାର ହଜାର ଲୋକଙ୍କ ମୃତ୍ୟୁ, ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି ସହର, ଗୋଟିଏ ବର୍ଷ ପରେ କେଉଁଠି ପହଞ୍ଚିଛି ଋଷିଆ-ୟୁକ୍ରେନ ଯୁଦ୍ଧ?

କ୍ରେଗ୍ ହାମିଲଟନ୍ ପାର୍କର କରିଥିବା ଭବିଷ୍ୟବାଣୀରେ ଏକ କୌତୁହଳର ବିଷୟ ରହିଛି। ତାହା ହେଉଛି ତୃତୀୟ ବିଶ୍ୱଯୁଦ୍ଧ ଋଷିଆ-ୟୁକ୍ରେନ ଯୁଦ୍ଧ କାରଣରୁ ଆରମ୍ଭ ହେବ ନାହିଁ। ତୃତୀୟ ବିଶ୍ୱଯୁଦ୍ଧ ତାଇୱାନ କାରଣରୁ ହେବ। ତାଙ୍କ ପୂର୍ବାନୁମାନ ଅନୁଯାୟୀ ତାଇୱାନରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟିବ। ଯେଉଁଥିପାଇଁ ତୃତୀୟ ବିଶ୍ୱଯୁଦ୍ଧ ଅୟମାରମ୍ଭ ହୋଇପାରେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପର ଠାରୁ ସ୍ୱାଧୀନତା ପ୍ରସଙ୍ଗକୁ ନେଇ ତାଇୱାନ-ଚୀନ୍ ବିବାଦ ଏ ପର୍ଯ୍ୟନ୍ତ ଜାରି ରହିଛି। ତାଇୱାନ ନିଜକୁ ଏକ ସ୍ୱାଧୀନ ଏବଂ ସାର୍ବଭୌମ ରାଷ୍ଟ୍ର ବୋଲି କହୁଥିବାବେଳେ ଚୀନ ଏହାକୁ ଏହାର ଅଂଶ ବୋଲି କହୁଛି। ଏହା ହେଉଛି ଚୀନ-ବିବାଦ ବିବାଦର ମୂଳ ପୃଷ୍ଠଭୂମି।

Also Read: Russia-Ukraine War: ଋଷିଆ-ୟୁକ୍ରେନ ଯୁଦ୍ଧକୁ ପୂରିଲା ବର୍ଷେ, ତିନି ଭାଗରେ ବାଣ୍ଟି ହୋଇଗଲା ବିଶ୍ୱ, କାହା ସହିତ ଅଛି ଭାରତ?

ଡେଲିଷ୍ଟାର ସହ ବାର୍ତ୍ତାଳାପ କରିବା ସମୟରେ ନୂତନ ନାସ୍ତ୍ରୋଦମସ କହିଛନ୍ତି ଯେ ଦୁଇଟି ବୁଡ଼ାଜାହାଜ କିମ୍ବା ଦୁଇଟି ବିମାନ ମଧ୍ୟରେ ଧକ୍କା ହେବ। କ୍ରେଗ୍ ହାମିଲଟନ୍ ପାର୍କର କ୍ରେଗ ବିଶ୍ୱାସ କରନ୍ତି ଯେ ଚୀନ-ତାଇୱାନ ମଧ୍ୟରେ ଯୁଦ୍ଧରେ ଯୁକ୍ତରାଷ୍ଟ୍ର ଆମେରିକା ତାଇୱାନ ସହିତ ଛିଡା ହେବ। ଅନ୍ୟପକ୍ଷରେ ଋଷିଆ ଚୀନ୍‌ ପକ୍ଷ ନେବ। ୟୁକ୍ରେନ-ଋଷିଆ ଯୁଦ୍ଧ ଅପେକ୍ଷା ଚୀନ୍-ତାଇୱାନ ଆହୁରି ବିଶାଳକାୟ ହେବ ବଡ଼ ହେବ ବୋଲି କ୍ରେଗ୍ ଦାବି କରିଛନ୍ତି। କେବଳ ଏତିକି ନୁହେଁ ଚୀନ୍-ତାଇୱାନ ଯୁଦ୍ଧ କାରଣରୁ ହେବାକୁ ଥିବା ତୃତୀୟ ବିଶ୍ୱଯୁଦ୍ଧର ଫଳାଫଳ ଆହୁରି ଭୟଙ୍କର ହେବ। ଯୁଦ୍ଧ କାରଣରୁ ଚୀନ୍ ଆହୁରି ଅନେକ ଭାଗରେ ବିଭକ୍ତ ହୋଇଯିବ। ବର୍ତ୍ତମାନ ବିଶ୍ୱ ମାନତିତ୍ରରେ ଦୃଶ୍ୟମାନ ହେଉଥିବା ଚୀନ ଶେଷ ହୋଇଯିବ। ଯଦି ଏପରି ଯୁଦ୍ଧ ହୁଏ ତାହେଲେ ଚୀନ୍ ଦୁର୍ବଳ ହୋଇ ଭାଙ୍ଗିଯିବ ଏବଂ ଏକ ନୂତନ ଚୀନ୍ ଗଠନ ହେବ।