Dhenkanal News: ନବଜାତକକୁ ମୃତ ଘୋଷଣା କରିଥିଲେ ଡାକ୍ତର, ପୋତିବାକୁ ନେବା ବେଳେ…
Advertisement
Article Detail0/zeeodisha/odisha1675682

Dhenkanal News: ନବଜାତକକୁ ମୃତ ଘୋଷଣା କରିଥିଲେ ଡାକ୍ତର, ପୋତିବାକୁ ନେବା ବେଳେ…

Dhenkanal News In Odia: ମୃତ ଶିଶୁ ଜୀବିତ ହେଲା କିପରି ( New born baby declare dead)? ପୋତିବାକୁ ନେବା ବେଳେ ଚେଇଁ ଉଠିଲା ନବଜାତକ (New born baby)। ଏ-ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାରେ (dhenkanal)। ଡାକ୍ତର ଶିଶୁକୁ (New born baby) ମୃତ ଘୋଷଣା କରିଥିଲ। କିନ୍ତୁ ପରେ ମୃତ ନବଜାତକୁ ପରିବାର ଲୋକେ ଶ୍ମଶାନକୁ ପୋତିବାକୁ ନେବା ବେଳେ କାନ୍ଦିବାକୁ ଲାଗିଥିଲା ଶିଶୁଟି। ଶିଶୁଟିକୁ ଜୀବିତ (alive) ଦେଖି ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Dhenkanal News In Odia: ମୃତ ଶିଶୁ ଜୀବିତ ହେଲା କିପରି (New born baby declare dead)? ପୋତିବାକୁ ନେବା ବେଳେ ଚେଇଁ ଉଠିଲା ନବଜାତକ (New born baby)।  ଏ-ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାରେ (dhenkanal)। ଡାକ୍ତର ଶିଶୁକୁ (New born baby) ମୃତ ଘୋଷଣା କରିଥିଲ। କିନ୍ତୁ ପରେ ମୃତ ନବଜାତକୁ ପରିବାର ଲୋକେ ଶ୍ମଶାନକୁ ପୋତିବାକୁ ନେବା ବେଳେ କାନ୍ଦିବାକୁ ଲାଗିଥିଲା ଶିଶୁଟି। ଶିଶୁଟିକୁ ଜୀବିତ (alive) ଦେଖି ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।  ଏବଂ ସେଠାରୁ ତୁରନ୍ତ ପରିବାର ଲୋକେ ପିଲାଟିକୁ ନେଇ ଡାକ୍ତରଖାନା ପହଞ୍ଚିଥିଲେ । ପିଲାଟିକୁ ଏସଏନସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ତେବେ ଏହି ଘଟଣା ନେଇ ପରିବାର ଲୋକେ ଡାକ୍ତରଙ୍କୁ ଦାୟୀ କରିଥିବା ବେଳେ ମେଡିକାଲରେ ଉତ୍ତେଜନା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, ଢେଙ୍କାନାଳ  (dhenkanal) ଜିଲ୍ଲା ଟାଉନ ଥାନା ଖମାର ସାହି କୁନା ପ୍ରଧାନଙ୍କ ପତ୍ନୀ ପ୍ରଣତୀଙ୍କ ପ୍ରସବ ବେଦନା ହେବାରୁ (ରବିବାର) ଗତକାଲି ସକାଳେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ(dhenkanal hospital) ଭର୍ତ୍ତି କରିଥିଲେ ପରିବାର ଲୋକେ । କିଛି ସମୟ ପରେ ତାଙ୍କର ନର୍ମାଲ ଡେଲିଭରି ହୋଇ ଏକ ଶିଶୁ ପୁତ୍ର ଜନ୍ମ ହୋଇଥିଲା । ଏହାର କିଛି ସମୟ ପରେ ଛୁଆ ଜୀବିତ ନ ଥିବା କହିଥିଲେ କାର୍ଯ୍ୟରତ ଡାକ୍ତର । ପରେ  ପ୍ରଣତୀଙ୍କ ଅବସ୍ଥା ଅଧିର ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।  ମୃତ ଘୋଷିତ ଶିଶୁକୁ ନେଇ ପରିବାର ଲୋକେ ଶ୍ମଶାନକୁ ପୋତିବାକୁ ଯାଉଥିଲେ। ଏତିକି ବେଳେ ଶିଶୁଟି କାନ୍ଦିବାକୁ ଲାଗିଥିଲା। ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ପରିବାର ଲୋକେ । ଶିଶୁଟି ବଞ୍ଚିଥିବା ଦେଖି ପରିବାର ଲୋକେ ଶିଶୁଟିକୁ ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ, ଏହି ଘଟଣା ପାଇଁ ଡେଲିଭରି କରାଇଥିବା ଡାକ୍ତରଙ୍କୁ ଦାୟୀ କରିଛନ୍ତି ପରିବାର ଲୋକେ । କାର୍ଯ୍ୟରେ ଡାକ୍ତରଙ୍କ ଅବହେଳା ନେଇ  ଏପରି ଅଭାବନୀୟ ଘଟଣା ଘଟିଛି ବୋଲି କହିଛନ୍ତି । ଏ-ହାକୁ ନେଇ ମେଡିକାଲରେ ଉତ୍ତେଜନା ପ୍ରକାଶ ପାଇଛି । ଶିଶୁର ପରିବାର ଲୋକେ ଓ ସ୍ଥାନୀୟ ଲୋକେ ମେଡିକାଲେ ପଶି ଭଙ୍ଗାରୁଜା କରୁଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଛି । ଏବଂ ଘଟଣାର ତଦନ୍ତ ଆରମ୍ଭ କରିଛି । 

Also Read: Metro Service in Bhubaneswar: ଭୁବନେଶ୍ୱରରେ ମେଟ୍ରୋ ପ୍ରକଳ୍ପ: ଆଉ ପାଦେ ଆଗେଇଲା...

Also Read: Labour Day: ଜାଣିଛନ୍ତି କି ପ୍ରଥମ ଥର କେବେ ପାଳନ ହୋଇଥିଲା ଶ୍ରମିକ ଦିବସ

ସେହିପରି ନିକଟରେ, ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା  ଝାରସୁଗୁଡ଼ା ଜିଲ୍ଲାରେ । ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ନବଜାତକର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ପରିବାର ଲୋକେ । ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଲଖନପୁର ବ୍ଲକ୍‌ର ଜଣେ ମହିଳା ପ୍ରସବ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସମୟରେ ମହିଳା ଅସହ୍ୟ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ତୁରନ୍ତ ଡ୍ୟୁଟିରେ ଥିବା ଡାକ୍ତର ଓ ନର୍ସଙ୍କୁ ଜଣାଇଥିଲେ । ହେଲେ ମାଆ ପେଟରେ ପିଲାଟି ସୁସ୍ଥ ଥିବା କହିଥିଲେ ଚିକିତ୍ସା କରୁଥିବା ଡାକ୍ତର । କିନ୍ତୁ ପ୍ରସବ ପରେ ମହିଳା ଜଣଙ୍କ ଏକ ମୃତ ଶିଶୁକୁ ଜନ୍ମ ଦେଇଥିବା ଜଣାପଡିଥିଲା । ତେବେ ଡାକ୍ତର ଓ ନର୍ସଙ୍କ ଅବହେଳା କାରଣରୁ ହିଁ ଶିଶୁଟି ପ୍ରାଣ ହରାଇଥିବା ନେଇ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । କାର୍ଯ୍ୟରେ ଅବହେଳା ଥିଲେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଖୁବ ଶୀଘ୍ର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ।