Net Banking in India: କେଉଁ କାରଣରୁ ଅନଲାଇନ୍ ବ୍ୟାଙ୍କ ଆକାଉଣ୍ଟ ପର୍ଯ୍ୟନ୍ତ ପହଞ୍ଚି ପାରୁନାହାଁନ୍ତି ଲୋକ? ସର୍ଭେ ଦେଲା ଜବାବ
Advertisement

Net Banking in India: କେଉଁ କାରଣରୁ ଅନଲାଇନ୍ ବ୍ୟାଙ୍କ ଆକାଉଣ୍ଟ ପର୍ଯ୍ୟନ୍ତ ପହଞ୍ଚି ପାରୁନାହାଁନ୍ତି ଲୋକ? ସର୍ଭେ ଦେଲା ଜବାବ

Net Banking Services: ନେଟ୍ ବ୍ୟାଙ୍କିଂ ସୁବିଧା ଆସିବା ପରେ ବ୍ୟାଙ୍କ ସମ୍ପର୍କିତ ଅନେକ କାର୍ଯ୍ୟ ନିଶ୍ଚିତ ଭାବରେ ସହଜ ହୋଇଯାଇଛି। ହେଲେ ଏହା ସତ୍ତ୍ୱେ  ଗ୍ରାହକ ଅନ ଲାଇନ ଲଗ୍ ଇନ୍ କରିବାକୁ ଅସମର୍ଥ ହେବା ପଛରେ ଅନେକ କାରଣ ରହିଛି। 

Net Banking in India: କେଉଁ କାରଣରୁ ଅନଲାଇନ୍ ବ୍ୟାଙ୍କ ଆକାଉଣ୍ଟ ପର୍ଯ୍ୟନ୍ତ ପହଞ୍ଚି ପାରୁନାହାଁନ୍ତି ଲୋକ? ସର୍ଭେ ଦେଲା ଜବାବ

Local Circle Survey: ଆଜିକାଲି ପ୍ରାୟ ସମସ୍ତେ ବ୍ୟାଙ୍କ ସହିତ ଯୋଡ଼ି ହୋଇ ରହିଛନ୍ତି। ହେଲେ ଏବେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନେ ବ୍ୟାଙ୍କ ଆକାଉଣ୍ଟ ଥିବା ସତ୍ତ୍ୱେ  ସେମାନଙ୍କ ଖାତା ପାଖରେ ପହଞ୍ଚିବାରେ ସକ୍ଷମ ହୋଇନାହାଁନ୍ତି। ଯଦିଓ ନେଟ୍ ବ୍ୟାଙ୍କିଂ ସୁବିଧା ଉପଲବ୍ଧ ହେବା ପରେ ବ୍ୟାଙ୍କ ସମ୍ପର୍କିତ ଅନେକ କାମ ସହଜ ପୂର୍ବ ଅପେକ୍ଷା ଆହୁରି ଅଧିକ ସହଜ ହୋଇଯାଇଛି। ହେଲେ ଏହା ସତ୍ତ୍ୱେ ଅନେକ ଗ୍ରାହକ ନେଟ୍ ବ୍ୟାଙ୍କିଂ ପାଇଁ  ଲଗ୍ ଇନ୍ କରିବାକୁ ଅସମର୍ଥ ହେଉଛନ୍ତି। ଏହା ପଛରେ ଅନେକ କାରଣ ଅଛି। ସଦ୍ୟ ଲୋକାଲ୍ ସର୍କଲ୍ ମାଧ୍ୟମରେ ଏନେଇ ଏକ ସର୍ଭେ କରାଯାଇଥିଲା। ଯେଉଁଥିରେ ଲୋକେ କିପରି ଅନଲାଇନ୍ ଆକାଉଣ୍ଟ ଠାରେ ପ୍ରବେଶ କରୁଛନ୍ତି ତାହା ଜଣାପଡ଼ିଥିଲା। ଏହା ବ୍ୟତୀତ ଏହି ସର୍ଭେ ମାଧ୍ୟମରେ ଅନେକ ତଥ୍ୟ ସାମ୍ନାକୁ ଆସିଛି।

ନିକଟରେ ଲୋକାଲ୍ ସର୍କଲ୍ ପକ୍ଷରୁ ଏକ ସର୍ଭେ (Local Circle Survey) କରାଯାଇଥିଲା। ଯେଉଁଥିରୁ ଜାଣିବାକୁ ମିଳିଛି ଯେ ପ୍ରାୟ ୪୧ ପ୍ରତିଶତ ପରିବାର ପାଖରେ ଏକାଧିକ ବ୍ୟାଙ୍କ ଆକାଉଣ୍ଟ (Bank Account in India) ରହିଛି। ହେଲେ ସେମାନେ ଅନଲାଇନ୍ ଆକାଉଣ୍ଟ (Online Bank Account) ଠାରେ ପହଞ୍ଚିବାକୁ ସକ୍ଷମ ନୁହଁନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୬୦ ପ୍ରତିଶତ ଲୋକ ଯେଉଁମାନେ ଅନଲାଇନ୍ ଆକାଉଣ୍ଟ ପାଇବାକୁ ଚେଷ୍ଟା କରୁଥିଲେ, ହେଲେ ବିଭିନ୍ନ କାରଣରୁ ସେମାନେ ତାହା କରିପାରି ନଥିଲେ। ଏପରି ଅନେକ କାରଣ ଅଛି ଯେଉଁଥିପାଇଁ ଗ୍ରାହକ ଅନଲାଇନ୍ ମାଧ୍ୟମରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଲଗ୍ଇନ୍ କରିବାକୁ ସକ୍ଷମ ନୁହଁନ୍ତି।

ପାସୱାର୍ଡ ବିବରଣୀ ଭୁଲିବା କାରଣରୁ ହେଉଛି ଅସୁବିଧା
ଏହି ସର୍ଭେ ମାଧ୍ୟମରେ ଜଣାପଡିଛି ଯେ ଲୋକେ ସେମାନେ ବ୍ୟବହାର କରୁଥିବା ବ୍ୟାଙ୍କ ଅନଇନ୍ ୱେବସାଇଟ୍ କିମ୍ବା ଆପ୍ ପରିଦର୍ଶନ କରି ନେଟ ବ୍ୟାଙ୍କିଂ କାର୍ଯ୍ୟକଳାପ ମାଧ୍ୟମରେ ସେମାନଙ୍କ ଆକାଉଣ୍ଟ ଠାରେ ପହଞ୍ଚୁଛନ୍ତି। ସେମାନଙ୍କୁ କୌଣସି କାମ ବ୍ୟାଙ୍କ ଶାଖା ଯିବାକୁ ପଡୁ ନାହିଁ। ହେଲେ ଏହା ସତ୍ତ୍ୱେ ଏପରି କିଛି ଗ୍ରାହକ ଅଛନ୍ତି ଯେଉଁମାନେ ସେମାନଙ୍କର ଲଗଇନ୍ (Net Banking ) କିମ୍ବା ପାସୱାର୍ଡ ବିବରଣୀ (Net Banking Login and Password Details) ଭୁଲିଯିବାରୁ ଅସୁବିଧା ଭୋଗୁଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ (Reserve Bank of India) ଅନୁଯାୟୀ, କୌଣସି ବ୍ୟାଙ୍କ ଖାତା ନିଷ୍କ୍ରିୟ (Bank Account Inactive) ହେବା ପରେ ଆପଣଙ୍କୁ ଏହାକୁ ପୁନର୍ବାର ଚାଲୁ କରିବାକୁ ପଡ଼ିଥାଏ। ନିୟମ ଅନୁଯାୟୀ ପ୍ରାୟ ୨ ବର୍ଷ ଧରି ଚାଲୁ ନଥିବା କିମ୍ବା କୌଣସି ଗ୍ରାହକ ନଥିବା ପରେ ବ୍ୟାଙ୍କ ଆକାଉଣ୍ଟ ନିଷ୍କ୍ରିୟ ହୋଇପାରେ। ଏହା ସହିତ KYC (Know Your Customer) ସମ୍ପୂର୍ଣ୍ଣ ନକରିବା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ଗ୍ରାହକ ଚିହ୍ନଟ ଏବଂ ଯାଞ୍ଚର ଏହା ଏକ ବାଧ୍ୟତାମୂଳକ ପ୍ରକ୍ରିୟା।

୩୦୧ ଜିଲ୍ଲାରେ ହୋଇଥିଲା ସର୍ଭେ
ବ୍ୟାଙ୍କିଂ ସେବାରେ ଲୋକେ ସାମ୍ନା କରୁଥିବା ଅସୁବିଧାର ପ୍ରକାର ଏବଂ ପରିମାଣ ବିଷୟରେ ବୁଝିବା ପାଇଁ ଲୋକାଲ ସର୍କଲ ପକ୍ଷରୁ ଏକ ସର୍ଭେ କରାଯାଇଥିଲା। ଏହି ସର୍ଭେ ମାଧ୍ୟମରେ ଦେଶର ପ୍ରାୟ ୩୦୧ ଜିଲ୍ଲାର ୩୧ ହଜାରରୁ ଉର୍ଦ୍ଧ୍ୱ ଗ୍ରାହକଙ୍କ ଠାରୁ ସେମାନଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ଏହି ସର୍ବେକ୍ଷଣରେ ଭାଗ ନେଇଥିବା ୬୭% ଉତ୍ତରଦାତା ପୁରୁଷ ହୋଇଥିବା ବେଳେ, ୩୩% ମହିଳା ଥିଲେ। ଏହି ସର୍ଭେ ଲୋକାଲ ସର୍କଲ୍ ପ୍ଲାଟଫର୍ମ ଏବଂ ଅନ୍ୟାନ୍ୟ ଉପାୟ ମାଧ୍ୟମରେ କରାଯାଇଥିଲା। ଏଥିରେ ଭାଗ ନେବା ପାଇଁ ଲୋକାଲ ସର୍କଲ ଠାରେ ପଞ୍ଜୀକରଣ କରିବାକୁ ପଡ଼ିଥିଲା। ଆପଣଙ୍କୁ କହିରଖୁଛୁ ଯେ ଲୋକାଲ୍ ସର୍କଲ୍ ହେଉଛି ଦେଶର ଅଗ୍ରଣୀ ସମ୍ପ୍ରଦାୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମ (Leading Community Social Media Platform of India)। ଯାହାର କାମ ହେଉଛି ନାଗରିକ ତଥା କ୍ଷୁଦ୍ର ବ୍ୟବସାୟକୁ ବୃଦ୍ଧିକୁ ସକ୍ଷମ କରିବା ଏବଂ ପ୍ରତିଦିନ ଗ୍ରାହକଙ୍କ ସମସ୍ୟା ଉପରେ ସର୍ଭେ ଜାରି ରଖିବା।