Nepali Gurkha Soldier: ଋଷିଆ ବିଦ୍ରୋହରେ ନେପାଳ ମଧ୍ୟ ସାମିଲ! ୱାଗନର୍ ଗ୍ରୁପ ରେ ସାମିଲ ଅନେକ ଗୋର୍ଖା ସୈନିକ, ଚିନ୍ତାରେ ନେପାଳୀ ସରକାର
Advertisement

Nepali Gurkha Soldier: ଋଷିଆ ବିଦ୍ରୋହରେ ନେପାଳ ମଧ୍ୟ ସାମିଲ! ୱାଗନର୍ ଗ୍ରୁପ ରେ ସାମିଲ ଅନେକ ଗୋର୍ଖା ସୈନିକ, ଚିନ୍ତାରେ ନେପାଳୀ ସରକାର

Wagner Group Fighters: ଋଷିଆରେ ହୋଇଥିବା ବିଦ୍ରୋହ ବିଦ୍ରୋହରେ ସାମ୍ନାକୁ ଆସିଛି ନେପାଳ ଲିଙ୍କ୍। ଏକଥା ଜାଣିବା ପରେ ଏବେ ନେପାଳ ସରକାରଙ୍କ ଚିନ୍ତା ବଢିଯାଇଛି।

Nepali Gurkha Soldier: ଋଷିଆ ବିଦ୍ରୋହରେ ନେପାଳ ମଧ୍ୟ ସାମିଲ! ୱାଗନର୍ ଗ୍ରୁପ ରେ ସାମିଲ ଅନେକ ଗୋର୍ଖା ସୈନିକ, ଚିନ୍ତାରେ ନେପାଳୀ ସରକାର

Wagner Group Rebellion: ନିକଟରେ ଋଷିଆ ଭଳି ଶକ୍ତିଶାଳୀ ଦେଶର ସରକାରଙ୍କ ବିରୋଧରେ ବିଦ୍ରୋହ କରି ଚର୍ଚ୍ଚରେ ରହିଛି ୱାଗନର୍ ଗ୍ରୁପ୍। ଋଷିଆ ସରକାରଙ୍କ ବିରୋଧରେ ବିଦ୍ରୋହ କରି ଚର୍ଚ୍ଚାରେ ରହିଛନ୍ତି ବେସରକାରୀ ସେନା ସଙ୍ଗଠନ ୱାଗନର୍ ଗ୍ରୁପ୍  ମୁଖ୍ୟ ୟେବଗେନି ପ୍ରିଗୋଝିନ୍। ଋଷିଆରେ ହୋଇଥିବା ବିଦ୍ରୋହକୁ ନେଇ ବର୍ତ୍ତମାନ ଆସିଛି ଏକ ବଡ଼ ଖବର। ଏହି ବିଦ୍ରୋହରେ ନେପାଳ ମଧ୍ୟ ସାମିଲ ରହିଥିବାର ଜଣାପଡ଼ିଛି। ଏନେଇ ମିଳିଥିବା ଖବର ମୁତାବକ ଅନେକ ଗୋର୍ଖା ସୈନିକ ୱାଗନର୍ ଗ୍ରୁପ୍ ରେ ଅନ୍ତର୍ଭୂକ୍ତ ହୋଇଥିବାର ଖବର ମିଳିଛି। ସେମାନଙ୍କ ମଧ୍ୟରୁ ଅନେକ ନେପାଳ ସେନାର ଅବସରପ୍ରାପ୍ତ ସୈନିକ ହୋଇଥିବା ବେଳେ, କେତେକ ବେକାର ଯୁବକ ହୋଇଥିବା ଜଣାପଡ଼ିଛି। ବର୍ତ୍ତମାନ ୱାଗନର୍ ଗ୍ରୁପ୍ ଏବଂ ଋଷୀୟ ସରକାରଙ୍କ ମଧ୍ୟରେ ହୋଇଥିବା ଚୁକ୍ତିନାମା ପରେ ଏହି ଗୋର୍ଖା ସୈନିକ ଋଷୀୟ ସଦସ୍ୟତା ପାଇପାରିବେ।

ଋଷୀୟ ସେନାରେ ସାମିଲ ହେବେ ଗୌର୍ଖା ସୈନିକ 
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୱାଗନର୍ ଗ୍ରୁପ୍ (Wagner Group) ଏବଂ ଋଷୀୟ ସରକାରଙ୍କ (Russian Govt) ମଧ୍ୟରେ ଏକ ଚୁକ୍ତିନାମା (Russian Govt Wagner Group Agreement) ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତି ଅନୁଯାୟୀ ୱାଗନର୍ ଗ୍ରୁପ୍‌ ସହ ଜଡ଼ିତ ରହିଥିବା ଯୋଦ୍ଧାଙ୍କୁ (Wagner Group Fighters) ଋଷୀୟ ସେନାରେ (Russian Army) ନିଯୁକ୍ତ କରାଯାଇ ପାରିବ। ଏଭଳି ପରିସ୍ଥିତିରେ ୱାଗନର୍ ଗ୍ରୁପ୍ ପକ୍ଷରୁ ଲଢୁଥିବା ଗୋର୍ଖା ସୈନିକ (Nepali Gurkha Soldier) ମଧ୍ୟ ଋଷିଆ ସେନା ବାହିନୀରେ ଯୋଗ ଦେଇପାରିବେ। ନେପାଳ ସରକାର (Govt of Nepal) ଏକଥା ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କାରଣ ନେପାଳୀ ନାଗରିକଙ୍କୁ (Nepali Citizen) ସାମରିକ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ନେପାଳ-ଋଷିଆ ମଧ୍ୟରେ କୌଣସି ଚୁକ୍ତିନାମା (Russia Nepal Army Agreement) ସ୍ୱାକ୍ଷରିତ ହୋଇନାହିଁ। ହେଲେ ବର୍ତ୍ତମାନ ନେପାଳୀ ଯୁବପିଢି ଚୁକ୍ତିନାମା ଅନୁଯାୟୀ ୱାଗନର୍ ଗ୍ରୁପ୍ ମାଧ୍ୟମରେ ଋଷିଆ ସେନାରେ (Nepali Youth in Russian Army) ଯୋଗଦାନ କରିପାରିବେ।

Also Read: Wagner Group: ବିଦ୍ରୋହ ପାଇଁ ଚର୍ଚ୍ଚାରେ ୱାଗନର ଗ୍ରୁପ୍, ଯେଉଁ କମ୍ପାନୀ ପାଖରେ ରହିଛି ବଡ଼ ସୈନ୍ୟ ବାହିନୀ

ନାଗରିକତା ନିୟମ କୋହଳ କଲା ଋଷିଆ
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗତ ମେ ୧୬ ତାରିଖରୁ ଋଷିଆ ବିଦେଶୀ ନାଗରିକଙ୍କ ପାଇଁ ଋଷୀୟ ନାଗରିକତ୍ୱ ଗ୍ରହଣ କରିବା ପ୍ରକ୍ରିୟାକୁ (Russian Citizenship Process) ସହଜ କରିଛି। ୟୁକ୍ରେନ ସହିତ ଚାଲିଥିବା ଯୁଦ୍ଧକୁ (Russia Ukraine War) ଦୃଷ୍ଟିରେ ରଖି ବିଶେଷ ପରିସ୍ଥିତିରେ ଏପରି ବ୍ୟବସ୍ଥା କରାଯାଇଛି। ଋଷିଆ ନାଗରିକତା ନେଇଥିବା ବିଦେଶୀଙ୍କ ସମ୍ପର୍କୀୟଙ୍କୁ ମଧ୍ୟ ଋଷିଆ ସରକାର ନାଗରିକତ୍ୱ ପ୍ରଦାନ କରିଛନ୍ତି। ଋଷିଆ ଦ୍ୱାରା ପ୍ରଦାନ କରାଯାଉଥିବା ଏହି ଅଫର ଦ୍ୱାରା ନେପାଳୀ ଯୁବପିଢି ବିଶେଷ ଭାବରେ ଆକର୍ଷିତ ହେଉଛନ୍ତି। ନେପାଳ ଭଳି ଦେଶରେ ବେକାରୀ ହାର ୧୧ ପ୍ରତିଶତରୁ ଅଧିକ ରହିଛି। ଯେଉଁ କାରଣରୁ ନେପାଳୀ ଯୁବପିଢି ରୋଜଗାର ଆଶାରେ ଋଷିଆ ମୁହାଁଇଛନ୍ତି। ଖବର ଆସିଛି ଯେ ଅନେକ ନେପାଳୀ ଯୁବକ ଋଷିଆରେ ଯୁଦ୍ଧ ତାଲିମ ନେଇଛନ୍ତି। 

ଚିନ୍ତା ବ୍ୟକ୍ତ କଲେ ନେପାଳୀ ସାମରିକ ରଣନୀତିଜ୍ଞ 
ନେପାଳୀ ରଣନୈତିକ ବିଶ୍ଳେଷକ ତଥା ଅବସରପ୍ରାପ୍ତ ମେଜର ଜେନେରାଲ ବିନୋଦ ବାସନାୟତ ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି। ଏନେଇ ସେ କହିଛନ୍ତି ଯେ ଏହା ଏକ ଚିନ୍ତାଜନକ ପରିସ୍ଥିତି। ନେପାଳ ସରକାର ଏନେଇ କିଛି କରିବାକୁ ଅସମର୍ଥ। ଦେଶର ଜନସାଧାରଣ ସେମାନଙ୍କ ବ୍ୟକ୍ତିଗତ ସାମର୍ଥ୍ୟରେ ଋଷିଆ ଚାଲି ଯାଉଛନ୍ତି। ଯଦି ଦେଶର ଜଣେ ନାଗରିକ ବିଦେଶୀ ସେନାରେ ଯୋଗ ଦେଉଛନ୍ତି, ତାହେଲେ ଏହା ସରକାରଙ୍କ ବୈଦେଶିକ ନୀତି ଅନୁଯାୟୀ ହେବା ଆବଶ୍ୟକ। ଏହି ବିଷୟରେ ଦେଶ ମଧ୍ୟରେ ଏକ ଚୁକ୍ତି ହେବା ଉଚିତ୍। ହେଲେ ସେପରି କୌଣସି ଚୁକ୍ତି ହୋଇନାହିଁ। 

ସଦ୍ୟ ବିଭିନ୍ନ ସୋସିଆଲ ମିଡିଆ ମାଧ୍ୟମରେ କିଛି ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ନେପାଳୀ ଯୁବକ ଯୁଦ୍ଧାଭ୍ୟାସ କରୁଥିବାର ଦେଖିବାକୁ ମିଳିଛି। ଅନ୍ୟପଟେ ନେପାଳରୁ ଆସିଥିବା ଖବର ଅନୁଯାୟୀ କିଛି ଯୁବକ ଋଷିଆ ଯାଇ ସେଠାକାରେ ସେନାବାହିନୀରେ ଯୋଗ ଦେଇଛନ୍ତି।