National Cinema Day 2024: ସିନେପ୍ରେମୀଙ୍କ ପାଇଁ ଖୁସି ଖବର, ଆଜି ଯେକୌଣସି ହଲରେ ୯୯ ଟଙ୍କାରେ ଦେଖିପାରିବେ ସିନେମା
Advertisement
Article Detail0/zeeodisha/odisha2438209

National Cinema Day 2024: ସିନେପ୍ରେମୀଙ୍କ ପାଇଁ ଖୁସି ଖବର, ଆଜି ଯେକୌଣସି ହଲରେ ୯୯ ଟଙ୍କାରେ ଦେଖିପାରିବେ ସିନେମା

National Cinema Day 2024: ସିନେମା ପ୍ରେମୀଙ୍କ ପାଇଁ ବଡ଼ ଖବର। ଆଜି ଜାତୀୟ ସିନେମା ଦିବସ ଅବସରରେ ମଲ୍ଟିପ୍ଲେକ୍ସ ଆସୋସିଏସନ୍ ଅଫ ଇଣ୍ତିଆ ଦର୍ଶକଙ୍କୁ ଦେଇଛି ଏକ ବଡ଼ ଭେଟି । 

National Cinema Day 2024: ସିନେପ୍ରେମୀଙ୍କ ପାଇଁ ଖୁସି ଖବର, ଆଜି ଯେକୌଣସି ହଲରେ ୯୯ ଟଙ୍କାରେ ଦେଖିପାରିବେ ସିନେମା

National Cinema Day 2024: ସିନେମା ପ୍ରେମୀଙ୍କ ପାଇଁ ବଡ଼ ଖବର। ଆଜି ଜାତୀୟ ସିନେମା ଦିବସ ଅବସରରେ ମଲ୍ଟିପ୍ଲେକ୍ସ ଆସୋସିଏସନ୍ ଅଫ ଇଣ୍ତିଆ ଦର୍ଶକଙ୍କୁ ଦେଇଛି ଏକ ବଡ଼ ଭେଟି । ସିନେମା ଦିବସ ଅବସର ଶସ୍ତା ହୋଇଛି ଟିକେଟ୍ ଦାମ୍। ଯେ କୌଣସି ପ୍ରେକ୍ଷାଳୟ ବା ହଲ୍ ରେ ଯେ କୌଣସି ଫିଲ୍ମ ଦେଖିବାକୁ ଯାଅ। ଯେଉଁଠିବି ବସିବାକୁ ଚାହିଁବ। ସେଥିପାଇଁ ମାତ୍ର ୯୯ ଟଙ୍କାରେ ଟିକେଟ୍ ଦର୍ଶକଙ୍କୁ ମିଳିବ।  ଆଜି ଜାତୀୟ ସିନେମା ଦିବସ ଥିବାରୁ ସିନେପ୍ରେମୀଙ୍କୁ ଏଭଳି ଏକ ନିଆରା ଅନୁଭୂତି ମିଳିବ।  

ALSO READ: Guru Shani Yuti 2024: ବୃହସ୍ପତି-ଶନି ବଦଳାଇବେ ଏହିସବୁ ରାଶିଙ୍କ ଭାଗ୍ୟ, ଅକ୍ଟୋବରରୁ ଆରମ୍ଭ ହେବ ଶୁଭ ସମୟ!

ALSO READ: Shardiya Navratri 2024: ନବରାତ୍ରୀରେ ଏହିସବୁ ରାଶିଙ୍କୁ ଧନବାନ୍ କରାଇବେ ମାଆ ଦୁର୍ଗା, ଆରମ୍ଭ ହେବ ଶୁଭ ସମୟ

ମଲ୍ଟିପ୍ଲେକ୍ସ ଆସୋସିଏସନ୍  ଅଫ ଇଣ୍ତିଆ ତରଫରୁ ଶୁକ୍ରବାର ଏନେଇ ଘୋଷଣା କରାଯାଇଛି।  ଯେଉଁ ଟିକେଟ୍ ର ଦାମ୍  ଅନ୍ୟ ଦିନରେ ୧୧୦ରୁ ୭୦୦ ଟଙ୍କା ପର୍ଯ୍ୟନ୍ତ ରହିଛି।  ସିନେମା ଦିବସ ଅବସରରେ ଆଜି (ଶୁକ୍ରବାର) ଗୋଟିଏ ଦିନ ପାଇଁ  ଟିକେଟ୍ ର ଦାମ୍ ୯୯ ଟଙ୍କା ରଖାଯାଇଛି। ଯାହାକୁ ନେଇ ଉତ୍ସାହିତ ହୋଇପଡିଛନ୍ତି ଅଗଣିକ ସିନେମାପ୍ରେମୀ।  

ସୂଚନା ଯୋଗ୍ୟ, ଦେଶର ୪ ହଜାରରୁ ଅଧିକ ସିନେମା ହଲ୍ ରେ ସିନେମା ଦିବସ ପାଳନ ହେବାକୁ ଯାଉଛି। ଆଜି ଫିଲ୍ମ ଫ୍ରାଇଡେ ରେ ରିଲିଜ୍ ହେବାକୁ ଯାଉଛି  ହିନ୍ଦୀ ଫିଲ୍ମ 'ଧୋକା', ୟୁଧ୍ର, 'କାହାଁ ସୁରୁ କାହାଁ ଖତମ୍' । ପୂର୍ବରୁ ରିଲିଜ୍ ହୋଇଥିବା 'ସ୍ତ୍ରୀ-୨ ', 'ଦି ଗ୍ରେଟେଷ୍ଟ ଅଫ୍ ଅଲ୍  ଟାଇମ୍,' 'ତୁମ୍ବାଡ',  'ଦ ବକିଙ୍ଗଦାମ୍ ମର୍ଡର୍ସ ', 'ଏଆରଏମ୍',  'ଖେଲଖେଲ୍ ମେଁ 'ସହ ଓଡିଆ ଫିଲ୍ମ 'ଆଶ୍ରମ' ଓ 'ଆଇଲଭ ୟୁ-୨ ' ହଲରେ ପ୍ରଦର୍ଶିତ ହେଉଛି।