ବାଛୁରି ଜନ୍ମ ନହୋଇ ୧୨ ବର୍ଷ ହେବ କ୍ଷୀର ଦେଉଛି ନନ୍ଦିନୀ, ଲୋକେ କହୁଛନ୍ତି ଚମତ୍କାର
Advertisement

ବାଛୁରି ଜନ୍ମ ନହୋଇ ୧୨ ବର୍ଷ ହେବ କ୍ଷୀର ଦେଉଛି ନନ୍ଦିନୀ, ଲୋକେ କହୁଛନ୍ତି ଚମତ୍କାର

Cow Giving Milk Without Conceiving: ପ୍ରାଣୀ ଚିକିତ୍ସକ ରାଜୀବ କୁମାର କହିଛନ୍ତି ଯେ, ଏହି ଗାଈଟି ଗର୍ଭଧାରଣ ନକରି କ୍ଷୀର ଦେବାର କାରଣ ହେଉଛି ଏହି ଗାଈର ଶରୀରରେ ଅକ୍ସିଟୋକ୍ସିନ ସ୍ତର ଅଧିକ ଅଛି । ଯେଉଁ କାରଣରୁ ସେ, ବାଛୁରି ଜନ୍ମ ନକରି ମଧ୍ୟ କ୍ରମାଗତ ଭାବରେ କ୍ଷୀର ଦେଉଛି।

ବାଛୁରି ଜନ୍ମ ନହୋଇ ୧୨ ବର୍ଷ ହେବ କ୍ଷୀର ଦେଉଛି ନନ୍ଦିନୀ, ଲୋକେ କହୁଛନ୍ତି ଚମତ୍କାର

Cow Giving Milk Without Conceiving: ବର୍ତ୍ତମାନ ଏକ ଏପରି ଖବର ସାମ୍ନାକୁ ଆସିଛି ଯାହାକୁ ନେଇ ସବୁଠି ଚର୍ଚ୍ଚା ଆଲୋଚନା କରାଯାଉଛି । କେହି କେହି ଏହାକୁ ଦୈବୀ ଶକ୍ତିର ଆଖ୍ୟା ମଧ୍ୟ ଦେଉଛନ୍ତି । କାରଣ ନନ୍ଦିନୀ ନାମକ ଗୋଟିଏ ଗାଈ ବିନା ବାଛୁରୀରେ ୧୨ ବର୍ଷ ହେବ ଲଗାତାର ଭାବରେ କ୍ଷୀର (Milk) ଦେଇ ଚାଲିଛି । ଘଟଣାଟି ବିହାର ସ୍ଥିତ ସିୱାନ ଅଞ୍ଚଳରେ ଦେଖିବାକୁ ମିଳିଛି । ଏହି ଗାଈଟିକୁ ସ୍ଥାନୀୟ ଲୋକେ କାମଧେନୁ ଗାଈ (Kamadhenu Cow) ନାମରେ ମଧ୍ୟ ନାମିତ କରିଥିବା ଜଣା ପଡିଛି । ଏଥିସହ ଅନେକ ଲୋକ ଏହାକୁ ଏକ ଚମତ୍କାର ବୋଲି ମତ ଦେଉଛନ୍ତି । ଗାଈଟିକୁ ପାଳନ କରୁଥିବା ମାଲିକ ମଧ୍ୟ ଏହାକୁ ନେଇ ଖୁବ ଖୁସି ଅଛନ୍ତି । ନନ୍ଦିନୀ ନାମକ ଗାଈଟିର ଶରୀର ଗଠନ ମଧ୍ୟ ଅନ୍ୟ ସାଧାରଣ ଗାଈ ମାନଙ୍କଠାରୁ ଖୁବ ଭିନ୍ନ ବୋଲି ଦେଖିବାକୁ ମିଳେ ।

ଆପଣ ପୁରାଣରେ ସତ୍ୟଯୁଗରୁ ତ୍ରେତୟା ଯୁଗର କାହାଣୀ ବିଷୟରେ ଜାଣିଥିବେ । ସେଥିରେ କାମଧେନୁ ନାମକ ଗାଈ ଉପରେ ଅନେକ କିଛି ବର୍ଣ୍ଣନା କରାଯାଇଛି । ବିହାର (Bihar) ସିୱାନ ଜିଲ୍ଲାର ଚିତଖାଲ ଗାଁରେ ମଧ୍ୟ ସେପରି ସମାନ କାହାଣୀ ଦେଖିବାକୁ ମିଳିଛି ବୋଲି ଲୋକେ କହିଛନ୍ତି । ଚିତଖାଲ ଗାଁରେ ରହୁଥିବା ସନ୍ତୋଷ ଶର୍ମାଙ୍କ ଘରେ କାମଧେନୁ ଗାଈ ନନ୍ଦିନୀ ରହୁଛି । ଯିଏ ପ୍ରତିଦିନ ଦୁଇଥର କ୍ଷୀର ଦେଉଛି କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଏହା ଯେ, ୧୨ ବର୍ଷ ହେବ ନନ୍ଦିନୀ ଗର୍ଭବତୀ (Pregnant) ହୋଇନାହିଁ । ଏହି ଗାଈଟିର ମୂଲ୍ୟ ୮୦ ହଜାର ଟଙ୍କା ବୋଲି ଜଣାପଡିଛି ।

ନନ୍ଦିନୀକୁ ପାଳିଥିବା ଚାଷୀ ସନ୍ତୋଷ ଶର୍ମାଙ୍କ କହିବା ଅନୁଯାୟୀ ନନ୍ଦିନୀକୁ ବର୍ତ୍ତମାନ ୧୫ ବର୍ଷ ବୟସ (Age) । ସେ ୧୨ ବର୍ଷ ଧରି କ୍ଷୀର ଦେଉଛି । ପ୍ରଥମେ ନନ୍ଦିନୀର ଗୋଟିଏ ବାଛୁରି ଜନ୍ମ ହୋଇଥିଲା । ସେତେବେଳେ ନନ୍ଦିନୀ ଦିନକୁ ୧୮ ରୁ ୨୦ ଲିଟର ପର୍ଯ୍ୟନ୍ତ କ୍ଷୀର ଦେଉଥିଲା । କିନ୍ତୁ ବର୍ତ୍ତମାନ ବିନା ବାଛୁରିରେ ନନ୍ଦିନୀ ଦିନକୁ ୬ ରୁ ୭ ଲିଟର ପର୍ଯ୍ୟନ୍ତ କ୍ଷୀର ଦେଉଛି । ନନ୍ଦିନୀକୁ ଅନେକ ଥର ଗର୍ଭଧାରଣ କରାଇବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇନାହିଁ । ତେବେ ନନ୍ଦିନୀ ଜର୍ସି ପ୍ରଜାତିର ବୋଲି ଚାଷୀ କହିଛନ୍ତି । ସ୍ଥାନୀୟ ଅଞ୍ଚଳର ଲୋକମାନେ ମଧ୍ୟ ଏହି ଗାଈଟିକୁ ନେଇ ଅନେକ ଚର୍ଚ୍ଚା କରନ୍ତି । କିଛି ସ୍ଥାନୀୟ ଲୋକ ଗାଈଟିକୁ ପୂଜା ମଧ୍ୟ କରିଥାନ୍ତି । ଲୋକଙ୍କର ବିଶ୍ୱାସ ରହିଛି ଯେ, ଏହି ଗାଈଟି ମଧ୍ୟରେ କିଛି ସ୍ୱତନ୍ତ୍ର ଶକ୍ତି ରହିଛି । ତେଣୁ ରାକ୍ଷୀ ପୂର୍ଣ୍ଣମୀ ଅବସରରେ ଏହି ଗାଈକୁ ରାକ୍ଷୀ ବାନ୍ଧିଥାନ୍ତି କିଛି ବ୍ୟକ୍ତି । ଏଥିସହ ନନ୍ଦିନୀର ଗୋବରକୁ ମଧ୍ୟ ସ୍ଥାନୀୟ ଅଞ୍ଚଳବାସୀ ପବିତ୍ର ମାନି ବ୍ୟବହାର କରିଥାନ୍ତି । ଗାଈ ମାଲିକ ସନ୍ତୋଷ ନନ୍ଦିନୀର କ୍ଷୀରକୁ ବ୍ୟବହାର କରିବା ସହିତ ସ୍ଥାନୀୟ ଲୋକଙ୍କୁ ବିକ୍ରୟ କରିଥାନ୍ତି । ଅନ୍ୟ ଗାଈ କ୍ଷୀର ଅପେକ୍ଷା ନନ୍ଦିନୀ କ୍ଷୀର ଖୁବ୍ ସ୍ୱତନ୍ତ୍ର ବୋଲି ଲୋକଙ୍କର ମତ ରହିଛି । କେବଳ କ୍ଷୀର ନୁହେଁ ବସା ଦହି, ଛେନା ଓ ଘିଅ ମଧ୍ୟ ପ୍ରସ୍ତୁତ କରାଯାଇଥାଏ । ନନ୍ଦିନୀକୁ ପାଳିଥିବାରୁ ମାଲିକ ସନ୍ତୋଷ ଖୁବ ଖୁସି ପ୍ରକାଶ କରିଛନ୍ତି । ନନ୍ଦିନୀର ଉପଯୁକ୍ତ ଯତ୍ନ ତଥା ଖାଦ୍ୟ ପାନୀୟ ଉପରେ ବିଶେଷ ଦୃଷ୍ଟି ଦେଇଥାନ୍ତି ମାଲିକ ସନ୍ତୋଷ ।

Also Read- Travel News: ବୈଷ୍ଣୋ ଦେବୀ, ହରିଦ୍ୱାର ଏବଂ ମଥୁରା ଯାଉଛନ୍ତି କି? ଅକ୍ଟୋବରରେ ମିଳୁଛି ବଡ଼ ଉପହାର

Also Read- ମାଆ ହେବାର ୫ମାସ ପରେ ପୁଣି ଗର୍ଭବତୀ କ୍ରିତିକା ! ଖୁସିରେ ନାଚିଲେ ଅରମାନ ମଲିକ