Naba Das Murder Case: ଗୋପାଳର ପସନ୍ଦ ସକାଳେ ପଖାଳ, ଦ୍ବିପହରରେ ବିରିୟାନୀ
Advertisement
Article Detail0/zeeodisha/odisha1575025

Naba Das Murder Case: ଗୋପାଳର ପସନ୍ଦ ସକାଳେ ପଖାଳ, ଦ୍ବିପହରରେ ବିରିୟାନୀ

Naba Das Murder Case: ଚୌଦ୍ବାର ଜେଲର ୩ ନମ୍ବର ସେଲରେ ରହୁଛି ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୁକ୍ତ ଗୋପାଳ ଦାସ (accused Gopal Das) । ଚୌଦ୍ବାର ଜେଲର ଗୋପାଳର ହାବଭାବ ଓ କାର୍ଯ୍ୟକଳାପରେ ଢେରସାରା ପରିବର୍ତ୍ତନ ଆସିଛି । ଜେଲ ଭିତରକୁ ପ୍ରବେଶ କଲାବେଳେ କେତେବେଳ ଅନ୍ୟ ଅନ୍ତେବାସୀଙ୍କୁ ସେଲିବ୍ରେଟି ଭଳି ହାତ ହଲାଉଛି ତ ଆଉ କେତେବେଳେ ଭାଗବତ ପଢୁଛି। ନିଜେ କରିଥିବା କୁକର୍ମକୁ ସେ ସେ ବୋଧେହୁଏ ଅନୁତାପ କରୁଛି ।

ସୌଜନ୍ୟ- ସୋସିଆଲ ମିଡିଆ

Naba Das Murder Case: ଚୌଦ୍ବାର ଜେଲର ୩ ନମ୍ବର ସେଲରେ ରହୁଛି ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୁକ୍ତ ଗୋପାଳ ଦାସ (accused Gopal Das) । ଚୌଦ୍ବାର ଜେଲର ଗୋପାଳର ହାବଭାବ ଓ କାର୍ଯ୍ୟକଳାପରେ ଢେରସାରା ପରିବର୍ତ୍ତନ ଆସିଛି । ଜେଲ ଭିତରକୁ ପ୍ରବେଶ କଲାବେଳେ କେତେବେଳ ଅନ୍ୟ ଅନ୍ତେବାସୀଙ୍କୁ ସେଲିବ୍ରେଟି ଭଳି ହାତ ହଲାଉଛି ତ ଆଉ କେତେବେଳେ ଭାଗବତ ପଢୁଛି। ନିଜେ କରିଥିବା କୁକର୍ମକୁ ସେ ସେ ବୋଧେହୁଏ ଅନୁତାପ କରୁଛି । ଗୋପାଳ ଦାସ ଭାଗବତ ବ୍ୟତୀତ ସ୍ୱାମୀ ବିବେକାନନ୍ଦଙ୍କ ବହି ମଧ୍ୟ ପଢିବାକୁ ରୁଚି ରଖୁଥିବା ସୂଚନା ରହିଛି । ତେଣୁ ବିବେକାନନ୍ଦଙ୍କ ବହି ଆଣି ଦେବାକୁ ନିବେଦନ କରୁଥିବା ସୂଚନା ରହିଛି । ଏହାସହ ଦିନକୁ ୩ଟି ଓଡ଼ିଆ ଖବର କାଗଜ ବି ପଢୁଛି । 

କିନ୍ତୁ ଗୋପାଳ (Naba Das murder case accused Gopal Das)ରହୁଥିବା ସେଲରେ ଲାଗିଥିବା ଏଲଇଡି ଟିଭି ଚାଲୁ ନାହିଁ । ଏଭଳି ସ୍ଥିତିରେ ଗୋପାଳ ବିଭିନ୍ନ ଟିଭି ସିରିଏଲ୍ ଦେଖିବା ପାଇଁ ଜେଲ୍ ଅଧିକାରୀଙ୍କୁ ଅନୁରୋଧ କରୁଥିବା ସୂଚନା ରହିଛି । ତେଣୁ ଟିଭି ମରାମତି ପାଇଁ ଜେଲ୍ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିବା ଜଣାପଡିଛି । ଜେଲର ପ୍ରତ୍ୟେକ ସେଲରେ ଫ୍ୟାନ୍ ଓ ଟିଭି ରହିଥିବା ବେଳେ ଗୋପାଳ ଥିବା ସେଲର ଟିଭି ଖରାପ ହୋଇଯାଇଛି । ତା ସଂପର୍କରେ ପ୍ରକାଶ ପାଇଥିବା ଖବରକୁ ସେ ଗୋଟି ଗୋଟି କରି ପଢୁଛି । ହେଲେ ସେ କୌଣସି ପ୍ରକାର ବ୍ୟସ୍ତ ବିବ୍ରତର ଲକ୍ଷଣ ନଥିବା ଜେଲ୍ କର୍ତ୍ତୃପକ୍ଷ ଅନୁଭବ କରୁଛନ୍ତି । 

Also Read : Naba Das Murder Case Update: ନୂଆ ଠିକଣା ଚୌଦ୍ବାର ଜେଲ୍‌, ଗଲେ ସାରଥୀ ଆସିଲେ ଗୋପାଳ

Also Read : New Youtube CEO: କିଏ ସେ ନିଲ ମୋହନ? ଜାଣନ୍ତୁ ତାଙ୍କ ବିଷୟରେ କିଛି ରୋଚକ କଥା

ପଖାଳପ୍ରେମୀ ଗୋପାଳ, ଏକଥା ଆମେ କହୁନୁ। ଜେଲରେ ଥିବା ଗୋପାଳର ଏ ହେଉଛି ମନର କଥା । ଉପମା କି ରୁଟି ,ଡାଲମା ନୁହେଁ ସକାଳୁ ଗୋପାଳକୁ ବାସୀ ପଖାଳ ଖାଇବାକୁ ଭାରି ପସନ୍ଦ  । ସେଥି ପାଇଁ ସେ ଜେଲରେ ମଧ୍ୟ ସକାଳ ଜଳଖିଆରେ ବାସୀ ପଖାଳ (Pakhala ) ଜେଲ କର୍ତ୍ତୃପକ୍ଷଙ୍କୁ ମାଗୁଛି।  କିନ୍ତୁ ସକାଳୁ କେଉଁଠାରୁ ବାସୀ ପଖାଳ ଆସିବ। କେବଳ ସେତିକି ନୁହେଁ, ସେହିପରି ଦ୍ବିପହରେ ମଧ୍ୟ ଗୋପାଳର ଡିମାଣ୍ତ ବିରିୟାନୀ । ଦ୍ବିପହର ମିଲରେ ତାକୁ ବିରିୟାନୀ (Biryani) ଖାଇବାକୁ ଇଚ୍ଛା ହେଉଛି ବୋଲି ସେ ଜେଲ କର୍ତ୍ତୃପକ୍ଷଙ୍କୁ କହିଥିଲା । ତେବେ, ଖାଦ୍ୟପ୍ରେମୀ ଗୋପାଳର ଡିମାଣ୍ତ ଜେଲରେ ଦିନକୁ ଦିନ ବଢିବାରେ ଲାଗିଛି । 

ସୂଚନା ଅନୁସାରେ,  ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସକୁ ୧୪ ତାରିଖ ରାତିରେ କଟକ ଚୌଦ୍ୱାରର ସର୍କଲ ଜେଲକୁ ଅଣାଯାଇଥିଲା।  ଝାରସୁଗୁଡ଼ା ଏସଡିଜେଏମ୍ କୋର୍ଟଙ୍କ ଅନୁମତି ପରେ ସ୍ଥାନୀୟ ସବଜେଲରୁ ଗୋପାଳକୁ ସ୍ଥାନାନ୍ତର କରାଯାଇଥିଲା । ଗୋପାଳକୁ ଏକ ସ୍ବତନ୍ତ୍ର ଟିମ୍‌ ନେଇ ଚୌଦ୍ବାର(chaudwar jail)କୁ ନେଇ ଆସିଥିଲେ ।  ସୁରକ୍ଷା ଦୃଷ୍ଟିରୁ ଗୋପାଳକୁ ସ୍ଥାନାନ୍ତର ପାଇଁ କୋର୍ଟ ଅନୁମତି ଦେଇଥିଲେ। ପୂର୍ବରୁ ଜେଲ ବିଭାଗ ଗୋପାଳକୁ ‌ଚୌଦ୍ବାର ଜେଲ ଆଣିବା ପାଇଁ ଆବେଦନ କରିଥିଲା । ସିଫ୍ଟ ଅନୁଯାୟୀ ୩ ଜଣ ସିକୁରିଟି ଗାର୍ଡ ଅଭିଯୁକ୍ତ ଗୋପାଳ ଦାସକୁ ଜଗୁଛନ୍ତି। ୨୪ ଘଣ୍ଟିଆ ସିସିଟିଭି କ୍ୟାମେରା ସକ୍ରିୟ ମଧ୍ୟ ରହିଛି।  ମନ୍ତ୍ରୀ ନବଦାସ ହତ୍ୟାକାଣ୍ଡକୁ ୨୦ ଦିନ ବିତିଛି। କିନ୍ତୁ ହତ୍ୟାକାଣ୍ଡ ପଛର କାରଣ ଏବେ ବି ରହସ୍ୟ ହୋଇ ରହିଛି। ଅଭିଯୁକ୍ତ ଗୋପାଳ ଦାସ କାହିଁକି ମନ୍ତ୍ରୀଙ୍କୁ ଗୁଳି କଲେ, ଏହା ପଛର କାରଣ କଣ, ତାର ଖୁଲାସ କ୍ରାଇମବ୍ରାଞ୍ଚ ଏବେ ବି କରିନାହିଁ।