D Company Fake Currency Racket: ନକଲି ନୋଟ୍ ଚୋରା ଚାଲାଣରେ ଆସିଲା 'ଡି' କମ୍ପାନୀ ଲିଙ୍କ, NIA ହାତରେ ଲାଗିଲା ପ୍ରମାଣ
Advertisement
Article Detail0/zeeodisha/odisha1692295

D Company Fake Currency Racket: ନକଲି ନୋଟ୍ ଚୋରା ଚାଲାଣରେ ଆସିଲା 'ଡି' କମ୍ପାନୀ ଲିଙ୍କ, NIA ହାତରେ ଲାଗିଲା ପ୍ରମାଣ

NIA Expose Fake Currency Racket: ନକଲି ନୋଟ ମାମଲାରେ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ବିଭିନ୍ନ ଚଢାଉ କରିଛି ଏନଆଇଏ। ଚଢାଉ ସମୟରେ ଜାତୀୟ ତଦନ୍ତକାରୀ ସଂସ୍ଥା ଅନେକ ଗୁରୁତ୍ୱପୂର୍ଣ୍ଣ ପାଇଛି।

D Company Fake Currency Racket: ନକଲି ନୋଟ୍ ଚୋରା ଚାଲାଣରେ ଆସିଲା 'ଡି' କମ୍ପାନୀ ଲିଙ୍କ, NIA ହାତରେ ଲାଗିଲା ପ୍ରମାଣ

NIA Seizes Fake Currency: ନକଲି ନୋଟ ମାମଲାରେ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ବିଭିନ୍ନ ସ୍ଥାନର ଚଢାଉ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା। ଏନେଇ ଏନଆଇଏ ପକ୍ଷରୁ ମୁମ୍ବାଇର ୬ ସ୍ଥାନରେ ହୋଇଥିବା ଚଢାଉ ସମୟରେ ଏଜେନ୍ସି ହାତରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ଚଢାଉ ବେଳେ ଜାଣିବାକୁ ମିଳିଛି ଯେ ଦେଶରେ ହେଉଥିବା ନକଲି ନୋଟ କାରବାରରେ ଦାଉଦ ଇବ୍ରାହିମ ଗ୍ୟାଙ୍ଗ ଡି କମ୍ପାନୀ ସମ୍ପୃକ୍ତ ରହିଥିବାର ଜଣାପଡ଼ିଛି। 

ଗତ ୨୦୨୧ ନଭେମ୍ବରରେ ୨୦୦୦ ଟଙ୍କିଆ ନକଲି ନୋଟ (2000 Rupees Fake Notes) ସହିତ ରାଜ୍ୟର ଠାଣେ ଅଞ୍ଚଳରୁ (Maharashtra Thane Area) ମହାରାଷ୍ଟ୍ର ପୋଲିସ (Maharashtra Police) ଦୁଇ ଜଣଙ୍କୁ ଗିରଫ କରିଥିଲା। ପରେ ନୌପାଡା ଥାନାରେ ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ ହୋଇଥିଲା। ଉଭୟ ଅଭିଯୁକ୍ତ ରିୟାଜ ଏବଂ ନାସିର ମୁମ୍ବାଇ (Mumbai) ବାସିନ୍ଦା ବୋଲି ଜଣାପଡ଼ିଥିଲା। ସେମାନଙ୍କ ନିକଟରୁ ପୋଲିସ ଜବତ କରିଥିବା ନକଲି ନୋଟ (Counterfeit Notes) ଅତ୍ୟନ୍ତ ଗୁଣାତ୍ମକ ମାନର ବୋଲି ଜଣାପଡ଼ିଥିଲା। ସେତେବେଳେ ନୌପଡା ପୋଲିସ ଏହି ଘଟଣାର ତଦନ୍ତ କରି ଉଭୟ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା। ହେଲେ ଜାତୀୟ ତଦନ୍ତକାରୀ ସଂସ୍ଥା (National Investigation Agency) ଏନଆଇଏ (NIA) ଏହାର ପ୍ରାରମ୍ଭିକ ଅନୁସନ୍ଧାନରେ ଜାଣିବାକୁ ପାଇଥିଲା ଯେ ଏହି ନକଲି ନୋଟ ବ୍ୟବସାୟରେ ଦାଉଦ ଇବ୍ରାହିମ ଗ୍ୟାଙ୍ଗ (Dawood Ibrahim Gang) ଜଡିତ ରହିଥିଲା। ଏହା ପରେ ୨୦୨୩ ଫେବୃଆରୀରେ ଯାଞ୍ଚ ଏଜେନ୍ସି ଏହି ମାମଲାର ତଦନ୍ତ ଦାୟିତ୍ୱ ଗ୍ରହଣ କରିଥିଲା।

Also Read: Indian Currency Notes: ପୁରୁଣା ୫୦୦-୧୦୦୦ ଟଙ୍କିଆ ନୋଟ ସମ୍ବନ୍ଧରେ ଆସିଲା ବଡ଼ ଖବର; ପୁଣି ଚାଲିବ ସମାନ ନୋଟ୍!

 

ପୁରା ନେଟୱାର୍କ ସହ ଜଡ଼ିତ ରହିଛି ଡି କମ୍ପାନୀ ହାତ
ଅନୁସନ୍ଧାନ ପରେ ମୁମ୍ବାଇସ୍ଥିତ ଅଭିଯୁକ୍ତଙ୍କ ଘର ଏବଂ ଅନ୍ୟାନ୍ୟ ସ୍ଥାନରେ ଏନଆଇଏ ଚଢାଉ କରିଥିଲା। ​​ଯେଉଁଥିରେ ଏଜେନ୍ସି ନିଶ୍ଚିତ କରିଥିଲା ​​ଯେ ଡି କମ୍ପାନୀ (Dawood Ibrahim D Company) ହାତ ଏହି ନେଟୱାର୍କ ପଛରେ ଅଛି। ପାକିସ୍ତାନ (Pakistan) ଠାରେ ଲୁଚି ରହିଥିବା ଦାଉଦ ଇବ୍ରାହିମ (Gangster Dawood Ibrahim) ମୁମ୍ବାଇ ଠାରେ ସକ୍ରିୟ ରହିଥିବା ଲୋକଙ୍କ ମାଧ୍ୟମରେ ଏହି ଉଚ୍ଚମାନର ନକଲି ନୋଟ ରାକେଟ୍ (Counterfeit Note Racket) ଚଳାଉଛି। ପ୍ରାରମ୍ଭିକ ଅନୁସନ୍ଧାନରେ ଏଜେନ୍ସି ଦ୍ୱାରା ମିଳିଥିବା ପ୍ରମାଣ ବର୍ତ୍ତମାନ ହୋଇଥିବା କାର୍ଯ୍ୟାନୁଷ୍ଠାନ ପରେ ନିଶ୍ଚିତ ହୋଇଯାଇଛି। 

୨୦୧୯ ବର୍ଷରେ ଗ୍ରହଣ କରାଯାଇଥିଲା ବଡ ଧରଣର କାର୍ଯ୍ୟାନୁଷ୍ଠାନ 
ଆପଣଙ୍କୁ କହି ରଖୁଛୁ ଯେ ଗତ ୨୦୧୯ ବର୍ଷରେ ସ୍ପେଶାଲ୍ ସେଲ୍ ଏକ ଆନ୍ତର୍ଜାତୀୟ ଗ୍ୟାଙ୍ଗ ବାବଦରେ ପର୍ଦ୍ଦାଫାଶ କରିଥିଲା। ​​ଯିଏ ନକଲି ନୋଟ୍ ଯୋଗାଇବା କାର୍ଯ୍ୟ କରୁଥିଲା। ଏହି ଗ୍ୟାଙ୍ଗ ନେପାଳ (Nepal) ରାସ୍ତାରେ  ନକଲି ନୋଟ୍ ଭାରତ (India) ପଠାଉଥିଲା। ସେହି ସମୟରେ ପୋଲିସ ଏହି ଗ୍ୟାଙ୍ଗ ସହ ଜଡ଼ିତ ଅସଲମ ଅନସାରୀ ନାମକ ଜଣେ ଅଭିଯୁକ୍ତଙ୍କ ନିକଟରୁ ପ୍ରାୟ ୫.୫ ଲକ୍ଷ ଟଙ୍କା ଜବତ କରିଥିଲା। ଏହି ନକଲି ନୋଟ ଦିଲ୍ଲୀ ପୋଲିସ ଜବତ କରିଥିଲା। ଯାହାକୁ ପାକିସ୍ତାନରୁ ନେପାଳ ଦେଇ ଭାରତକୁ ଅଣାଯାଇଥିଲା। ଏହି ଗ୍ୟାଙ୍ଗ ସହ ସମ୍ପୃକ୍ତ ଅନ୍ୟ ତିନି ଜଣଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଗିରଫଦାରୀ ଅଭିଯୁକ୍ତ ସ୍ୱୀକାର କରିଛନ୍ତି ଯେ ଏହି ନକଲି ନୋଟ ଭାରତ ପଠାଇବା ପଛରେ ଦାଉଦ ଇବ୍ରାହିମ ଜଡ଼ିତ ରହିଛି।