Earthquake: ଲଦାଖରେ ଲଗାତାର ଏକାଧିକଥର ଭୂକମ୍ପ ଝଟକା
Advertisement

Earthquake: ଲଦାଖରେ ଲଗାତାର ଏକାଧିକଥର ଭୂକମ୍ପ ଝଟକା

Earthquake: ମିଳିଥିବା ଖବର ମୁତାବକ ଲଦାଖରେ ୫.୫ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଅନୁଭୂତ ହୋଇଛି । ମାତ୍ର ୧୫ ମିନିଟ୍ ମଧ୍ୟରେ ଦୁଇଥର ଭୂକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି । ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ସାମ୍ନାକୁ ଆସିନାହିଁ ।

Earthquake: ଲଦାଖରେ ଲଗାତାର ଏକାଧିକଥର ଭୂକମ୍ପ ଝଟକା

Earthquake: ଲଦାଖର ୟୁନିଅନ ଟେରିଟୋରୀରେ ଲଗାତାର ଦୁଇଥର ତୀବ୍ର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍ ରେ ୫.୫ ମ୍ୟାଗ୍ନିଚ୍ୟୁଜ୍ ଥିବା ଜଣାପଡିଛି । ମାତ୍ର ୧୫ ମିନିଟ୍ ମଧ୍ୟରେ ଲଦାଖ ଦୁଇଥର ଥରିଥିବା ବେଳେ ଜାମୁକଶ୍ମୀର କିଶ୍ଚୱରରେ ମଧ୍ୟ ଭୂକମ୍ପ ଅଧିକ ଅନୁଭୁତ ହୋଇଛି । ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ରିପୋର୍ଟ ଆସିନାହିଁ ।

ନ୍ୟାସନାଲ ସେଣ୍ଟର ଅଫ୍ ସେସମୋଲୋଜି ସୂଚନା ଅନୁଯାୟୀ ଅପରାହ୍ଣ ୩ଟା ୪୮ମିନିଟ୍ ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପର କେନ୍ଦ୍ରସ୍ଥଳ କାର୍ଗଲ୍ ଥିବା ନେଇ ସୂଚନା ମିଳିଛି । ଏହା ମଧ୍ୟ କୁହାଯାଇଛି ଯେ, କମ୍ପନର ଗଭୀରତା ୩୩.୪୧ ଡିଗ୍ରୀ ଅକ୍ଷାଂଶ ଏବଂ ଦ୍ରାଘିମା ୭୬.୭୦ ଡିଗ୍ରୀ ଉପରେ ୧୦ କିଲୋମିଟର ତଳେ ଥିଲା। ଏନସିଏସ୍ କହିଛି ଯେ, ପ୍ରଥମ ଭୂକମ୍ପ ପରେ ଦ୍ୱିତୀୟ ଥର ୪ଟା୧ ମିନିଟରେ ୪.୮ ଏବଂ ୩.୮ ତୀବ୍ରତାର କମ୍ପନ ଅନୁଭୂତ ହୋଇଛି । ଏଥିରେ କୁହାଯାଇଛି, “ଜାମ୍ମୁ କାଶ୍ମୀରରେ ୪.୬ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଅପରାହ୍ନ ୪.୧୮ ରେ କିଶ୍ଟୱର ଜିଲ୍ଲାରେ ଭୂପୃଷ୍ଠରୁ ୧୦ କିଲୋମିଟର ଗଭୀରତା ସହିତ ୩୩.୩୭ ଡିଗ୍ରୀ ଏବଂ ଦ୍ରାଘିମା ୭୬.୫୭ ଡିଗ୍ରୀ ସହିତ ଘଟିଥିଲା।

Also Read- IIT ପଢିବା ପରେ ମିଳିଥିଲା ବଡ଼ ଚାକିରି, ମନ ନବୁଝିବାରୁ ବନିଲେ IAS

Also Read- indian navy job 2024: ଦଶମ ଓ ଆଇଟିଆଇ ପାସ୍ କରିଛନ୍ତି କି? ଭାରତୀୟ ନୌସେନାରେ ନିଯୁକ୍ତି ସୁଯୋଗ