Mukesh Ambani: କିଏ ସେହି କର୍ମଚାରୀ? ଯାହାଙ୍କୁ ୧,୫୦୦ କୋଟିର ଘର ଗିଫ୍ଟ କଲେ ମୁକେଶ ଅମ୍ବାନୀ
Advertisement
Article Detail0/zeeodisha/odisha1670643

Mukesh Ambani: କିଏ ସେହି କର୍ମଚାରୀ? ଯାହାଙ୍କୁ ୧,୫୦୦ କୋଟିର ଘର ଗିଫ୍ଟ କଲେ ମୁକେଶ ଅମ୍ବାନୀ

Mukesh Ambani gift to Manoj Modi:  ଅମ୍ବାନୀଙ୍କୁ ତାଙ୍କର ଜଣେ ପୁରୁଣା କର୍ମଚାରୀଙ୍କୁ ପାଇଁ ୧,୫୦୦ କୋଟି ମୂଲ୍ୟର ଘର ଉପହାର ଦେଇଛନ୍ତି । ବର୍ଷ ବର୍ଷ ଧରି ରିଲାଏନ୍ସ କମ୍ପାନୀରେ କାମ କରୁଥିବା ମନୋଜ ମୋଦୀଙ୍କୁ ଅମ୍ବାନୀ ଏକ ୨୨ ମହଲା କୋଠା ଉପହାରରେ ଦେଇଛନ୍ତି। ଅମ୍ବାନୀଙ୍କ ଡାହାଣ ହାତ କୁହାଯାଉଥିବା ମନୋଜ ମୋଦୀ ଆରମ୍ଭରୁ କମ୍ପାନୀ ସହ ଅଛନ୍ତି। ସେ କେବଳ ରିଲାଏନ୍ସର କର୍ମଚାରୀ ନୁହଁନ୍ତି ମୁକେଶ ଅମ୍ବାନୀଙ୍କ ବନ୍ଧୁ ମଧ୍ୟ।

ସୌ(ସୋସିଆଲ ମିଡିଆ)

Mukesh Ambani gift to Manoj Modi: ମୁକେଶ ଅମ୍ବାନୀଙ୍କୁ (Mukesh Ambani) କିଏ ବା ନ ଜାଣେ । ଦେଶର ସବୁଠାରୁ ଧନୀ ବ୍ୟକ୍ତି ହେବା ସହ ଏସିଆର ସବୁଠାରୁ ବଡ଼ କମ୍ପାନୀର ମାଲିକ ଅମ୍ବାନୀଙ୍କ ଚର୍ଚ୍ଚା ପୂରା ବିଶ୍ବରେ କରାଯାଇଥାଏ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ (Reliance Industries) ) ଚେୟାରମ୍ୟାନ୍ ତଥା ଏସିଆର ସବୁଠାରୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ପାଖରେ କେବଳ ବ୍ୟାଙ୍କ୍ ବାଲାନ୍ସ ନାହିଁ, ବରଂ ତାଙ୍କ ପାଖରେ ଏକ ବଡ଼ ହୃଦୟ ମଧ୍ୟ ଅଛି, ଯାହା ନିକଟରେ ପ୍ରମାଣିତ ହୋଇଛି । କର୍ମଚାରୀଙ୍କୁ ସାହାଯ୍ୟ କରିବା ପାଇଁ ସେ ସର୍ବଦା ଉପସ୍ଥିତ ଥାଆନ୍ତି । ନିକଟରେ ଅମ୍ବାନୀଙ୍କୁ ତାଙ୍କର ଜଣେ ପୁରୁଣା କର୍ମଚାରୀଙ୍କୁ ପାଇଁ ୧,୫୦୦ କୋଟି ମୂଲ୍ୟର ଘର ଉପହାର ଦେଇଛନ୍ତି । ବର୍ଷ ବର୍ଷ ଧରି ରିଲାଏନ୍ସ କମ୍ପାନୀରେ କାମ କରୁଥିବା ମନୋଜ ମୋଦୀଙ୍କୁ ଅମ୍ବାନୀ ଏକ ୨୨ ମହଲା କୋଠା ଉପହାରରେ ଦେଇଛନ୍ତି। ଅମ୍ବାନୀଙ୍କ ଡାହାଣ ହାତ କୁହାଯାଉଥିବା ମନୋଜ ମୋଦୀ ଆରମ୍ଭରୁ କମ୍ପାନୀ ସହ ଅଛନ୍ତି। ସେ କେବଳ ରିଲାଏନ୍ସର କର୍ମଚାରୀ ନୁହଁନ୍ତି ମୁକେଶ ଅମ୍ବାନୀଙ୍କ ବନ୍ଧୁ ମଧ୍ୟ।

ମନୋଜ ମୋଦୀ (Manoj Modi) ଅମ୍ବାନୀଙ୍କ ନିକଟତମ କର୍ମଚାରୀ ଭାବେ ବେଶ ଜଣାସୁଣା, ତାଙ୍କୁ ମୁକେଶ ଅମ୍ବାନୀଙ୍କ ଡାହାଣ ହାତ (mukesh ambani right hand) ମଧ୍ୟ କୁହାଯାଏ। ବର୍ଷ ବର୍ଷ ଧରି, ସେ ଆନ୍ତରିକତା ଓ ନିଷ୍ଠା ସହିତ କମ୍ପାନୀ ପାଇଁ ନିରନ୍ତର କାର୍ଯ୍ୟ କରିଆସୁଛନ୍ତି । କେବଳ ମୁକେଶ ଅମ୍ବାନୀ ନୁହଁନ୍ତି ତାଙ୍କ ସନ୍ତାନ ଆକାଶ ଅମ୍ବାନୀ, ଅନନ୍ତ ଅମ୍ବାନୀ ଓ ଇଶା ଅମ୍ବାନୀ ମଧ୍ୟ ମନୋଜ ମୋଦୀଙ୍କ ଉପରେ ବିଶ୍ୱାସ କରିଥାଆନ୍ତି। ତାଙ୍କ କାର୍ଯ୍ୟକୁ ସମ୍ମାନ ଦେଇ ବର୍ତ୍ତମାନ ଅମ୍ବାନୀ ପରିବାର ତାଙ୍କୁ ଏକ ଅମୂଲ୍ୟ ଉପହାର ଦେଇଛନ୍ତି। ମୁକେଶ ଅମ୍ବାନୀ ତାଙ୍କ ପୁରୁଣା କର୍ମଚାରୀ ତଥା ବନ୍ଧୁଙ୍କ ପାଇଁ ମୁମ୍ବାଇର ଏକ କୋଟିପତି ଇଲାକେ ଏକ ୨୨ ମହଲା କୋଠା କିଣିଛନ୍ତି। ଏହି ସମ୍ପତ୍ତିର ନାମ ବୃନ୍ଦାବନ ରଖାଯାଇଛି। ନୋପିୟନ ସାଗର ରୋଡ୍ ମୁମ୍ବାଇର ଏକ କୋଟିପଟି ଅଞ୍ଚଳ ଅଟେ । ଏଠାରେ ସମ୍ପତ୍ତି ମୂଲ୍ୟ ବର୍ଗଫୁଟ ପ୍ରତି ୪୫,୧୦୦ରୁ ୭୦,୬୦୦ ଟଙ୍କା ମଧ୍ୟରେ ରହିଛି । ତେବେ ମୁକେଶ ଅମ୍ବାନୀ ମନୋଜ ମୋଦୀଙ୍କୁ ଗିଫ୍ଟ କରିଥିବା ଏହି କୋଠାର ମୂଲ୍ୟ ପ୍ରାୟ ୧ ,୫୦୦ କୋଟି ଟଙ୍କା ବୋଲି କୁହାଯାଉଛି। ଏହି କୋଠା ୧.୭ ଲକ୍ଷ ବର୍ଗଫୁଟ ଅଞ୍ଚଳରେ ନିର୍ମିତ ହୋଇଛି ।

ମନୋଜ ମୋଦୀ ମୁକେଶ ଅମ୍ବାନୀ କଲେଜ ସହପାଠୀ ଥିଲେ। ଉଭୟ ବିଶ୍ୱବିଦ୍ୟାଳୟ କେମିକାଲ୍ ଟେକ୍ନୋଲୋଜି ବିଭାଗରୁ ଏକାଠି ଅଧ୍ୟୟନ କରିଛନ୍ତି । ଅଧ୍ୟୟନ ପରେ, ଯେତେବେଳେ ମୁକେଶ ଅମ୍ବାନୀ ରିଲାଏନ୍ସରେ କାମ କରିବା ଆରମ୍ଭ କଲେ, ସେତେବେଳେ ସେ ତାଙ୍କ ସହ ମନୋଜଙ୍କୁ ମଧ୍ୟ ଡାକିଥିଲେ। ୧୯୮୦ ମସିହାରୁ ମନୋଜ ମୋଦୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ (Reliance Industries) ସହିତ ଜଡିତ ଅଛନ୍ତି। କେବଳ ବ୍ୟବସାୟରେ ନୁହେଁ ଅମ୍ବାନୀ ପରିବାରରେ ମଧ୍ୟ ତାଙ୍କୁ ସମ୍ମାନ କରାଯାଇଥାଏ। ଏମିତି କି ମନୋଜ ମୋଦୀ କହୁଥିବା କଥା ମୁକେଶ ଅମ୍ବାନୀ ମଧ୍ଯ ଶୁଣନ୍ତି। କୁହାଯାଏ ରିଲାଏନ୍ସ ସଫଳତା ପଛରେ ମନୋଜ ମୋଦୀଙ୍କୁ ହାତ ଥାଏ । କାରଣ ଟଙ୍କା ସିନା ମୁକେଶ ଅମ୍ବାନୀ ଲଗାନ୍ତି ହେଲେ ଆଇଡିଆ ମନୋଜ ମୋଦୀ ଦେଇଥାଆନ୍ତି।

ମନୋଜ ମୋଦୀ ବର୍ତ୍ତମାନ ରିଲାଏନ୍ସ ରିଟେଲ (reliance retail)  ଓ ରିଲାଏନ୍ସ ଜିଓରେ (reliance jio) ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ମନୋଜ ସର୍ବଦା ଲାଇମଲାଇଟ୍ ଠାରୁ ଦୂରରେ ରୁହନ୍ତି। ଏମିତି ସେ କୌଣସି ସୋସିଆଲ ମିଡିଆ ପ୍ଲାଟଫର୍ମରେ ମଧ୍ଯ ଉପସ୍ଥିତ ନାହାଁନ୍ତି । ସେ ହାଜିରା ପେଟ୍ରୋକେମିକାଲ୍ କମ୍ପ୍ଲେକ୍ସ, ଜାମନଗର ରିଫାଇନାରୀ, ପ୍ରଥମ ଟେଲିକମ୍ ବ୍ୟବସାୟ, ରିଲାଏନ୍ସ ରିଟେଲ ଓ 4G ରୋଲଆଉଟ୍ ଭଳି ବିଭିନ୍ନ ପ୍ରକଳ୍ପ ସହିତ ଜଡିତ ଅଛନ୍ତି। ତାଙ୍କର କମ୍ପାନୀ ସିଇଓଙ୍କ ଭଳି ପାୱର ରହିଛି  ।