ସାଉଥ ଇଣ୍ଡଷ୍ଟ୍ରିରେ ପାଦ ଦେଲେ MS Dhoni, ସାମ୍ନାକୁ ଆସିଲା ଫିଲ୍ମର ପ୍ରଥମ ପୋଷ୍ଟର
Advertisement
Article Detail0/zeeodisha/odisha1546472

ସାଉଥ ଇଣ୍ଡଷ୍ଟ୍ରିରେ ପାଦ ଦେଲେ MS Dhoni, ସାମ୍ନାକୁ ଆସିଲା ଫିଲ୍ମର ପ୍ରଥମ ପୋଷ୍ଟର

Lets Get Married Poster: କ୍ରିକେଟ ଜଗତରେ ହଇଚଇ ସୃଷ୍ଟି କରିଥିବା ଭାରତୀୟ ଟିମ୍ ର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂ ଧୋନୀ ଏବେ ପୁଣି ଚର୍ଚ୍ଚାରେ । କାରଣ ହେଉଛି ମହେନ୍ଦ୍ର ସିଂ ଧୋନି ତାଙ୍କ ପ୍ରଡକ୍ସନ୍ ହାଉସ୍ ଧୋନି ଏଣ୍ଟରଟେନମେଣ୍ଟ ବ୍ୟାନରରେ ଏକ ଫିଲ୍ମ ରିଲିଜ କରିବାକୁ ଯାଉଛନ୍ତି । ଆଉ ଏହି ଫିଲ୍ମର ପ୍ରଥମ ପୋଷ୍ଟର ସାମ୍ନାକୁ ଆସିଛି।

ସାଉଥ ଇଣ୍ଡଷ୍ଟ୍ରିରେ ପାଦ ଦେଲେ MS Dhoni, ସାମ୍ନାକୁ ଆସିଲା ଫିଲ୍ମର ପ୍ରଥମ ପୋଷ୍ଟର

MS Dhoni: ଟିମ୍ ଇଣ୍ଡିଆର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନି ତାଙ୍କ ପ୍ରଡକ୍ସନ୍ ହାଉସ୍ ଧୋନି ଏଣ୍ଟରଟେନମେଣ୍ଟ ବ୍ୟାନରରେ ଫିଲ୍ମ ପ୍ରଡକ୍ସନ୍ ପାଇଁ ଉଦ୍ୟମ କରିଛନ୍ତି। ଧୋନିଙ୍କ ପ୍ରଡକ୍ସନ୍ ଉଦ୍ୟମରେ ନିର୍ମିତ ପ୍ରଥମ ଚଳଚ୍ଚିତ୍ରର ଟାଇଟଲ୍ ମଧ୍ୟ ସାମ୍ନାକୁ ଆସିଛି। ସାଉଥ୍ ର ଜଣାଶୁଣା କଳାକାରମାନେ ଏହି ଫିଲ୍ମରେ ଦେଖିବାକୁ ମିଳିବେ। ଧୋନିଙ୍କ ଏହି ପ୍ରଥମ ଫିଲ୍ମରେ ହରିଶ କଲ୍ୟାଣ ଏବଂ ଇଭାନା ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ ରମେଶ ଥାମିଲମାନି। ଆଜି ଫିଲ୍ମର ଟାଇଟଲ ସାମ୍ନାକୁ ଆସିଛି। ଲେଟ୍ସ ଗେଟ୍ ମ୍ୟାରେଡ୍ ନାମକ ଏହି ଚଳଚ୍ଚିତ୍ର ଧୋନି ଏଣ୍ଟରଟେନମେଣ୍ଟ କମ୍ପାନୀର ଏକ ବଡ଼ ସ୍ୱପ୍ନର ପ୍ରୋଜେକ୍ଟ ବୋଲି କୁହାଯାଉଛି।

ଏହାପୂର୍ବରୁ ଫିଲ୍ମର ନିର୍ଦ୍ଦେଶକ ରମେଶ ଥାମିଲମାନି କହିଥିଲେ ଯେ ଏହି ଚଳଚ୍ଚିତ୍ରର ସ୍କ୍ରିପ୍ଟ ଧୋନିଙ୍କ ପତ୍ନୀ ସାକ୍ସି ସିଂ ଲେଖିଛନ୍ତି। ଦିୱାଲୀ ଅବସରରେ ଏମଏସ ଧୋନିଙ୍କ ପ୍ରଡକ୍ସନ୍ ହାଉସ (MS Dhoni Production House) ଏକ ପ୍ରେସ ନୋଟ୍ ସେୟାର କରି କହିଛି ଯେ ଧୋନି ପ୍ରଡକ୍ସନ୍ ତାମିଲରେ ଏହାର ପ୍ରଥମ ପାରିବାରିକ ଡ୍ରାମା ଫିଚର ଫିଲ୍ମ ନିର୍ମାଣ କରିବାକୁ ଯାଉଛି। ଫିଲ୍ମର ପ୍ରସ୍ତୁତି ଆରମ୍ଭ ହୋଇଛି ଏବଂ ଖୁବ୍ ଶୀଘ୍ର ଏହି ପାରିବାରିକ ଡ୍ରାମା ଫିଲ୍ମର କାଷ୍ଟ ଏବଂ କ୍ରୁ ନିର୍ମାତାମାନେ ଘୋଷଣା କରିବେ । ଏହି ତାମିଲ ଚଳଚ୍ଚିତ୍ର ଖୁବ୍ ଶୀଘ୍ର ପରଦାକୁ ଆସିବାକୁ ଯାଉଛି।

ମହେନ୍ଦ୍ର ସିଂ ଧୋନି ତାଙ୍କ ଏଣ୍ଟରଟେନର କମ୍ପାନୀ ଧୋନି ଏଣ୍ଟରଟେନମେଣ୍ଟ(Dhoni Entertainment) ୨୫ ଜାନୁଆରୀ ୨୦୧୯ରେ ଆରମ୍ଭ କରିଥିଲେ। ତାଙ୍କ ପ୍ରଡକ୍ସନ୍ ହାଉସ୍ ଏପର୍ଯ୍ୟନ୍ତ ତିନୋଟି କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିଛି, ଯେଉଁଥିରେ ରୋର୍ ଅଫ୍ ଦି ଲାୟନ୍, ଭିଲେଜ୍ ଟୁ ଗ୍ଲୋରୀ ଏବଂ ଦି ହିଡନ ହିନ୍ଦୁ ଭଳି ଚଳଚ୍ଚିତ୍ର ରହିଛି। ଏହାପୂର୍ବରୁ ବଲିଉଡ ଫିଲ୍ମ ଏମଏସ ଧୋନୀ ମଧ୍ୟ ଖୁବ ପ୍ରଶଂସା ସାଉଁଟିଛି । ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ । ଏହି ଫିଲ୍ମରେ ଧୋନିଙ୍କ କାହାଣୀ ଉପରେ ପର୍ଯ୍ୟବେଶିତ ହୋଇଥିଲା । 

ନିକଟ ଅତୀତରେ ଧୋନି (MS Dhoni) ନିଜ ଲୁକକୁ ବଦଳାଇ ଦେଇଥିବା ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।  ତାଙ୍କ ଏହି ଲୁକ୍ ସୋସିଆଲ ମିଡିଆରେ ଏକ ହଇଚଇ ସୃଷ୍ଟି କରିଥିଲା । ଧୋନିଙ୍କ ଏହି ନୂଆ ଲୁକକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଥିଲେ । ଧୋନି ନିଜର ହେୟାର ଷ୍ଟାଇଲକୁ(Dhoni New Hair Style) ବଦଳାଇ ଦେଇଛନ୍ତି, ଯାହା ପରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ତାଙ୍କର ନୂଆ ଲୁକକୁ ହେୟାର ଷ୍ଟାଇଲ ଆଲିମ ହାକିମ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି । ଏହି ଫଟୋ ସୋସିଆଲ ମିଡିଆରେ ଆସିବା ମାତ୍ରେ ଧୋନି ଟ୍ରେଣ୍ଡ କରିବା ଆରମ୍ଭ କରିଥିଲେ ଓ ପ୍ରଶଂସକମାନେ ଧୋନିଙ୍କୁ ଫିଲ୍ମ ଷ୍ଟାର ବୋଲି କହିଥିଲେ।

Also Read: Hockey Worldcup 2023: ଆଜି ହକି ବିଶ୍ବକପ ସେମିଫାଇନାଲ, ସାମ୍ନାସାମ୍ନି ହେବେ ୪ଟି ଟିମ୍